Mycosphaerella gossypina
ଫିମ୍ପି
ଏହି ରୋଗ ମୁଖ୍ୟତଃ ବୟସ୍କ ଗଛର ପୁରୁଣା ପତ୍ର କୁ ଆକ୍ରମଣ କରିଥାଏ. ସଂକ୍ରମଣର ପ୍ରାରମ୍ଭିକ ସ୍ତରରେ, ପ୍ରଥମେ ଏହି ପତ୍ର ଉପରେ ଲାଲ ଦାଗ ଦେଖା ଦେଇଥାଏ. ଏହି ରୋଗ ବଢିଲେ ଦାଗ ଗୁଡିକ ବଡ ହୋଇଯାଏ ଏବଂ ଧଳା ରୁ ହାଲୁକା ବାଦାମୀ କିମ୍ବା ଧୂସର ରଙ୍ଗ ହୋଇଯାଏ ଯାହାର ଧାର ବାଇଗଣୀ, ଗାଢ଼ ବାଦାମୀ କିମ୍ବା କଳା ରଙ୍ଗ ହୋଇଥାଏ. ଦାଗ ଗୁଡିକ ଗୋଳାକୃତି କିମ୍ବା ଅସମ ଆକୃତିର ହୋଇଥାନ୍ତି. ସଂକ୍ରମଣର ସମୟ ଉପରେ ଆଧାର କରି ଏହାର ଆକାର ବଡ କିମ୍ବା ଛୋଟ ହୋଇଥାଏ. ଏହି ଦାଗ ସବୁ ଦ୍ୱାରା ଗୋଟିଏ ସକୈନ୍ଦ୍ରିକ ଜୋନ ସୃଷ୍ଟି ହୁଏ ଯାହା ଗାଢ଼ ଓ ହାଲୁକା ବାଦାମୀ ରଙ୍ଗରେ ଥାଏ ଏବଂ ଲାଲ ଧାର ଯୁକ୍ତ ହୋଇଥାଏ. ସଂକ୍ରମିତ ପତ୍ର ସବୁ ସମୟକ୍ରମେ ମଳିନ ପଡ଼ିଯାଏ ଓ ଶେଷରେ ଝଡ଼ିଯାଏ.
ଆଜି ପର୍ଯ୍ୟନ୍ତ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ନାହିଁ. ଯଦି ଆପଣ କିଛି ପଦ୍ଧତି ଦ୍ୱାରା ସଫଳ ଭାବେ ଏହି ରୋଗର ସଂକ୍ରମଣ କିମ୍ବା ମାତ୍ରା କମ କରିବାରେ ସଫଳ ହୋଇଛନ୍ତି ତେବେ ଆମକୁ ଜଣାନ୍ତୁ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ମାଙ୍କୋଜେବ କିମ୍ବା କପର ଅକ୍ସି କ୍ଲୋରାଇଡ଼ 2କିଗ୍ରା ପ୍ରତି ହେକଟର ରୋଗ ଆରମ୍ଭ ସମୟରେ ପ୍ରୟୋଗ କରନ୍ତୁ. 15 ଦିନ ବ୍ୟବଧାନରେ 2-3 ଥର ସ୍ପ୍ରେ କରାଯାଇପାରେ. କବକନାଶକ କାରବେଣ୍ଡାଜିମ 3ଗ୍ରା/ପ୍ରତି ଲିଟର, କାପଟନ 2ଗ୍ରା/ପ୍ରତି ଲିଟର ପ୍ରୟୋଗ କଲେ ଭଲ ପ୍ରଭାବ ମିଳିଥାଏ.
ଏହି ରୋଗର ଲକ୍ଷଣ ସେରକୋସ୍ପୋରା ପରିବାରର ମାଇକୋଫେରେଲା ଗୋସିପିନା ନାମକ ଏକ କବକ ଦ୍ୱାରା ହୋଇଥାଏ ଯାହା କପା ଫସଲକୁ ଆକ୍ରମଣ କରିଥାଏ. ଏହା ଅନ୍ୟ ଫସଲ ଯଥା ସୋୟାବିନ କିମ୍ବା ଲଙ୍କା ଗଛକୁ ସଂକ୍ରମଣ କରୁଥିବା କବକରୁ ଅଲଗା ଅଟେ. ଜମିରେ ବହୁତ ସମୟରେ ଏହି ସେରକୋସ୍ପୋରା ପତ୍ର ଦାଗ ଲକ୍ଷଣ କୁ ଅନ୍ୟ ପତ୍ର ରୋଗ ଠାରୁ ବାରିବା ପାଇଁ କଷ୍ଟକର ହୋଇଥାଏ. କିନ୍ତୁ ଏହି ରୋଗର ଵିଶେଷତ୍ୱ ହେଲା ଯେ ଏହା ମୁଖ୍ୟତଃ ଯେଉଁ ଗଛ ମରୁଡି ଚାପ କିମ୍ବା ଖାଦ୍ୟସାର ଅଭାବ (ପୋଟାସ) ଜନିତ ଚାପ ଦେଇ ଗତି କରୁଥାଏ ସେଥିରେ ଦେଖାଦିଏ. ଆବଶ୍ୟକ ଖାଦ୍ୟସାର ପ୍ରୟୋଗ କରି ଗଛର ସତେଜତା ବଜାୟ ରଖିବା ତଥା ଦରକାର ଜଳସେଚନ କରି ମରୁଡି ଜନିତ ଚାପରୁ ଦୁରେଇ ରଖିଲେ ଏହି ରୋଗ ସଂକ୍ରମଣକୁ ଭଲଭାବେ ବିଳମ୍ବିତ କରାଯାଇପାରେ. ଏହା ଏହି ରୋଗର ବିସ୍ତାରକୁ ମଧ୍ୟ ବନ୍ଦ କରିଦେଇଥାଏ. ଏହି ରୋଗ ପାଇଁ 20-30 °C ତାପମାନ ଓ ଅତ୍ୟଧିକ ଆର୍ଦ୍ରତା ଅନୂକୁଳ ହୋଇଥାଏ. ଏହି ରୋଗର ରେଣୁ ସୁସ୍ଥ ପତ୍ରକୁ ପବନ ଓ ପାଣି ଛାଟ ଦ୍ୱାରା ବ୍ୟାପି ଯାଇଥାଏ.