Physoderma maydis
ଫିମ୍ପି
ସଂକ୍ରମଣ ଦ୍ୱାରା ପତ୍ର, କାଣ୍ଡ, ପତ୍ରଛଦ ଓ ଚୋପା ଉପରେ ଛୋଟ ଛୋଟ ହଳଦିଆରୁ ମାଟିଆ ରଂଗର ଦାଗ ଦେଖା ଯାଇଥାଏ । ରୋଗ ବଢିବା ସହ, ଦାଗ ବଡ ହୋଇ ଚାଲେ ଓ ଅଧିକ ହୋଇ ଚାଲନ୍ତି । ଏହା ପରଣାମରେ ରୋଗଗ୍ରସ୍ତ ଟିସୂର ପଟ୍ଟୀ ପତ୍ରର ଏକ ବଡ ଭାଗକୁ ଆବୃତ କରି ଦେଇଥାଏ । ଏହାର ରଂଗ ସାଧାରଣତଃ ହଳଦିଆରୁ ମାଟିଆ ରଂଗର ହୋଇଥାଏ ଓ କଳଂକ ରୋଗର ଲକ୍ଷଣ ଭଳି କିଛି ମାତ୍ରାରେ ସମାନ ଲାଗିଥାଏ । କିନ୍ତୁ କଳଂକ ରୋଗ ଭଳି ନ ହୋଇ ପି. ମେୟଡିସ୍ ଘା ଗୁଡିକ ପତ୍ରର ଓ ମୁଖ୍ୟତଃ ପତ୍ର ମୂଳର ଚାରିପଟେ ଏକ ନିର୍ଦ୍ଦିଷ୍ଟ ପଟ୍ଟୀ ଭାବରେ ଦେଖାଯାଏ । ଅନ୍ୟ ଏକ ଅନ୍ତର ହେଉଛି ମୂଖ୍ୟ ଶୀରା ସମାନ୍ତରରେ ଅତି ପାଖରେ ସ୍ପଷ୍ଟ ଗାଢ ବାଦାମିରୁ କଳା ରଂଗର ଦାଗ ଦେଖା ଯାଇଥାଏ । ରୋଗପ୍ରବଣ କିସମରେ,ମଝି ଶୀରାଟି ଏହି ଘା ଗୁଡିକ ଦ୍ୱାରା ଆବୃତ ହୋଇ ଯାଇ ଥାଇ ପାରେ ଓ ପରେ ପରେ ଚକୋଲେଟ୍ ରଂଗରୁ ମାଟିଆ ନାଲି ବା ବାଇଁଗଣୀ ରଂଗକୁ ପରିଣତ ହୋଇଯାଏ.
ବର୍ତ୍ତମାନ ପାଇଁ ,ପି. ମେୟଡିସ୍ ପାଇଁ କୌଣସି ଜୈବୀକ ଉପଚାର ନାହିଁ । ଯଦି ଆପଣଂକୁ ଏହି ରୋଗକୁ ମୁକାବିଲା କରିବା ପାଇଁ କିଛି ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ.ଏହି ରୋଗ ହେବାରୁ ଓ ସମ୍ଭବପର ସଂକ୍ରମଣକୁ ରୋକିବା ପାଇଁ ଚାଷ ପଦ୍ଧତି ଜନିତ ନିୟନ୍ତ୍ରଣ ସବୁଠାରୁ ମହତ୍ତ୍ୱପୂର୍ଣ ଅଭ୍ୟାସ ଅଟେ.
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିରାକରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରିବା ଜରୁରୀ ଅଟେ । ଯେହେତୁ ଏହା ରେଣୁ ଯୋଗୁଁ ହୋଇିଥାଏ ଓ ଏହାର ପ୍ରଭାବ ଅମଳ ଉପରେ ବହୁତ କମ୍ ହୋଇଥାଏ, ପି. ମେୟଡିସ୍ ପାଇଁ କୌଣସି ରସାୟନିକ ଉପଚାର ସୁପାରିସ କରାଯାଏ ନାହି ।
ଫିଯ଼ୋଡର୍ମା ମେୟଡିସ୍ ନାମକ ଏକ କବକ ଦ୍ୱାରା ଲକ୍ଷଣ ଗୁଡିକ ଦେଖାଦେଇଥାଏ, ଯାହାକି ଫସଲ ନଥିବା ସମୟରେ ସଂକ୍ରମିତ ଫସଲ ଅବଶେଷରେ ବା ମାଟିରେ ବଂଚୁଥାଏ(ଅନୂକୁଳ ପରସ୍ଥିତିରେ 7 ବର୍ଷ ଯାଏଁ) । ଲଗାତାର ଭାବେ ମକା ଚାଷ କରାଯାଉଥିବା ବା ଅତ୍ୟଧୀକ ଶସ୍ୟ ଅବଶେଷ ଥିବା ଜମିରେ ଏହା ସାଧାରଣ ଅଟେ, ଉଦାହରଣ ସ୍ୱରୁପ ଯେଉଁ ଜମିରେ କମ୍ ହଳ କାର୍ଯ୍ୟ କରାଯାଇଥାଏ । ସଂକ୍ରମଣ ପ୍ରଥମେ, ପତ୍ର ସମୂହରୁ ଆରମ୍ଭ ହୋଇଥାଏ, ଯେଉଁ ଠାରେ କି ବର୍ଷା ବା ଜଳସେଚନ ପରେ ପାଣି ଜମି ଥାଏ । ସେଠାରୁ, ପରବର୍ତ୍ତୀ ସଂକ୍ରମଣ ପବନ ଓ ପାଣି ଛିଟା ଦ୍ୱାରା ଅନ୍ୟ ପତ୍ର ସମୂହକୁ ବ୍ୟାପିଥାଏ । ଏହି କାରଣରୁ ଲକ୍ଷଣଗୁଡିକ ପୁରୁଣା ପତ୍ରର ମୂଳ ପାଖେ ଦେଖାଯାଏ । ଏଥି ପାଇଁ ଅନୁକୂଳତମ ଆଲୋକ ଓ ତାପମାତ୍ରା ମଧ୍ୟ ଜରୁରୀ ଥାଏ । ମୋଟାମୋଟି ଭାବରେ , ଏହି ରୋଗଟି ଏତେ ମାରାତ୍ମକ ନୁହେଁ ଓ ଏହାର ପ୍ରଭାବ ଅମଳ ଉପରେ ବହୁତ କମ୍ ହୋଇଥାଏ.