ବୋଇତି କଖାରୁ

କୁକୁରବିଟ ର ଅଠାଳିଆ କାଣ୍ଡ ପୋଡା

Stagonosporopsis cucurbitacearum

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ଗୋଲାକାର, ତମ୍ବାଳିଆ ରୁ ଗାଢ଼ ବାଦାମୀ ରଙ୍ଗ ଦାଗ ଦେଖାଯାଏ ଯାହା ଅତି ଶୀଘ୍ର ବଢୁଥାଏ.
  • କାଣ୍ଡରେ ବାଦାମୀ ଅଠାଳିଆ ରସ ବାହାରୁଥିବା ଘା ଦେଖାଯାଏ.
  • ଫଳରେ ଛୋଟ ପାଣିଭିଜା ଦାଗ ଦେଖାଯାଏ ଯେଉଁଥିରୁ ଅଠାଳିଆ ପଦାର୍ଥ ବାହାରୁଥାଏ.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ
କଲରା
କାକୁଡି
ତରଭୁଜ
ବୋଇତି କଖାରୁ
More

ବୋଇତି କଖାରୁ

ଲକ୍ଷଣ

ଚାରାର ବୀଜପତ୍ର ଓ କାଣ୍ଡ ରେ ଗୋଲାକାର ପାଣିଭିଜା କଳା କିମ୍ବା ତମ୍ବାଳିଆ ଦାଗ ଦେଖାଯାଏ. ବୁଢା ଗଛର ପତ୍ରରେ ଗୋଲାକାର ରୁ ଅସମ ଆକାରର ତମ୍ବାଳିଆ ରୁ ଗାଢ଼ ବାଦାମୀ ଦାଗ ଦେଖାଯାଏ. ଏହା ବହୁତ ସମୟରେ ପତ୍ର ର ଧାର ପାଖରେ ଦେଖାଦେଇଥାଏ. ଏହି ଦାଗ ଗୁଡିକ ଅତିଶୀଘ୍ର ବଢି ପୁରା ପତ୍ର ପୋଡିଯାଏ. କାଣ୍ଡର ପରିବାହକ ଟିସୁ ରେ ଘା ସୃଷ୍ଟି ହୋଇଥାଏ ଏବଂ ସେଥରୁ ଅଠାଳିଆ ସ୍ରାବ ବାହାରିଥାଏ. ଏହି ଘାରେ କଳା ଚିହ୍ନ ବହୁତ ସମୟରେ ଦେଖାଯାଏ ଯାହା କବକର ଛୋଟ ଫଳ ପରି ହୋଇଥାଏ. ଚାରା ତଥା ଯୁବ ଗଛରେ କାଣ୍ଡ ଗୁଡେଇ ହୋଇ ମରିଯାଇପାରେ. ଯଦି ବୁଢା ଗଛରେ ଏହି ରୋଗ ହୁଏ ତାହେଲେ ଏହି ଦାଗ ଧୀରେ ଧୀରେ କାଣ୍ଡ ର ଗଣ୍ଠି ପାଖରେ ସୃଷ୍ଟି ହୋଇଥାଏ. ଘା ହୋଇଥିବା କାଣ୍ଡ ଝାଉଁଳି ଫାଟି ଯାଇପାରେ ଯାହା ସାଧାରଣତଃ ସିଜନ ର ମଧ୍ୟ ଭାଗରେ ହୋଇଥାଏ. ଫଳରେ ଛୋଟ ପାଣିଭିଜା ଦାଗ ଦେଖାଯାଏ ଯାହା ବହୁତ ବଡ ହୋଇ ଅଠାଳିଆ ପଦାର୍ଥ ନିର୍ଗତ କରେ.

Recommendations

ଜୈବିକ ନିୟନ୍ତ୍ରଣ

ରେଇନୋଟ୍ରିୟା ସାକାଲିନେଂସିସ୍ ର ରସ ଜୈବିକ ଫସଲ ପାଇଁ ବ୍ୟବହାର କରାଯାଇପାରେ. ବ୍ୟାସିଲସ୍ ସବଟିଲିସ୍ ର strain QST 713 ମଧ୍ୟ ଏହି ରୋଗ ବିରୋଧରେ ନିୟନ୍ତ୍ରଣ କରିବାରେ ପ୍ରଭାବୀ ରୂପେ କାମ କରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ସଂସ୍ପର୍ଶ କବକ ନାଶକ ଯଥା କ୍ଲୋରୋଥାଲୋନିଲ୍, ମ୍ୟାଂକୋଜେବ୍, ମ୍ୟାଂନେବ୍, ଥାଇଓଫାନାଟେ-ମିଥାଇଲ୍ ଏବଂ ଟେବ୍ୟୁକୋନାଯ଼ୋଲ୍ ଦ୍ୱାରା ଏହି ରୋଗର ନିୟନ୍ତ୍ରଣ ପ୍ରଭାଵୀ ରୂପେ ହୋଇଥାଏ.

ଏହାର କାରଣ କଣ

ସ୍ଟାଗୋନୋସ୍ପୋରୋପ୍ସିସ୍ କୁକୁରବିଟାସିଏରମ୍ ନାମକ ଏକ କବକ ଦ୍ୱାରା ଏହି ରୋଗର ଲକ୍ଷଣ ହୋଇଥାଏ ଯାହା କୁକୁରବିଟ ଜାତୀୟ ବିଭିନ୍ନ ଫସଲରେ ସଂକ୍ରମଣ ଦେଖାଦିଏ. ଏହି କବକ ସଂକ୍ରମିତ ବିହନରେ ଥାଇପାରେ. ଫସଲ ନଥିଲେ ଏହା ସଂକ୍ରମିତ ଗଛ ଅବଶେଷରେ ଏକ ବର୍ଷରୁ ଅଧିକ ନିଷ୍କ୍ରିୟ ଭାବେ ବଞ୍ଚିପାରେ. ବସନ୍ତ ଋତୁରେ ଯେତେବେଳେ ଅନୁକୂଳ ପରିବେଶ ସୃଷ୍ଟି ହୁଏ, କବକର ଜୀବାଣୁ ସୃଷ୍ଟି ହୁଏ ଯାହା ପ୍ରାଥମିକ ସଂକ୍ରମଣ ପାଇଁ କାମ କରେ. ବାୟୁମଣ୍ଡଳରେ 85% ଆର୍ଦ୍ରତା, ବର୍ଷା ଏବଂ ପତ୍ର ଓଦା ରହିବା ସମୟ (1-10 ଘଣ୍ଟା) ଥିଲେ ଏହି ରୋଗ ସଂକ୍ରମଣ ନିଶ୍ଚିତ ହୋଇଥାଏ. ବିଭିନ୍ନ ଫସଲ ପାଇଁ ର ସଂକ୍ରମଣ ପାଇଁ ଓ ଲକ୍ଷଣ ବୃଦ୍ଧି ହେବା ପାଇଁ ଉପଯୁକ୍ତ ତାପମାନ ଭିନ୍ନ ଭିନ୍ନ ହୋଇଥାଏ. ତରଭୁଜ ଓ କାକୁଡି ପାଇଁ 24°C ଉପଯୁକ୍ତ ହୋଇଥିବା ବେଳେ ଖରଭୁଜ ପାଇଁ ପ୍ରାୟ 18°C ହୋଇଥାଏ. ଏହି ଜୀବାଣୁ ସିଧା ଅଦ୍ଧି ଚର୍ମ ଦେଇ ପ୍ରବେଶ କରିଥାଏ. ସ୍ଟୋମାଟା କିମ୍ବା କୌଣସି କ୍ଷତ ଦେଇ ଏହା ପ୍ରବେଶ କରି ନଥାଏ. କ୍ଷତ ସୃଷ୍ଟି, ପଟ୍ଟିଦାର କାକୁଡି ବିଟିଲ ସଂକ୍ରମଣ ଏବଂ ଆଫିଡ଼ ଖାଇବା ସହ ପାଉଁଶିଆ ପତ୍ରପୋଡ଼ା ର ସଂକ୍ରମଣ ହେଲେ ଗଛରେ ଶୀଘ୍ର ଏହି ରୋଗ ପାଇଁ ଦୁର୍ବଳ ହୋଇଯାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଜାଗା କିମ୍ବା ରୋଗ ମୁକ୍ତ ଗଛ ଯାହା ପବନରେ ଉଡୁଥିବା ଜୀବାଣୁ ସଂକ୍ରମଣ ରୁ ବହୁତ ଦୂରରେ ଥିବ ସେଥିରୁ ବିହନ ସଂଗ୍ରହ କରନ୍ତୁ.
  • ପାଉଁଶିଆ ପତ୍ରପୋଡ଼ା ରୋଗ ପ୍ରତିରୋଧି କିସମର ବିହନ ବ୍ୟବହାର କରନ୍ତୁ ଯାହା ଅତିରିକ୍ତ ସଂକ୍ରମଣରୁ ରକ୍ଷା କରି ପାରିବ.
  • ରୋଗର ଲକ୍ଷଣ ଦେଖିବା ପାଇଁ ନିୟମିତ ଭାବେ ଫସଲ ନିରୀକ୍ଷଣ କରନ୍ତୁ.
  • ଦୁଇ ବର୍ଷିଆ ଫସଲ ଚକ୍ର ଅବଲମ୍ବନ କରନ୍ତୁ.
  • ଜଙ୍ଗଲୀ ଲେମ୍ବୁ ଜାତୀୟ ଗଛ, କଲରା ଓ ଆପେ ଆପେ ଉଠିଥିବା କୁକୁରବିଟ ଗଛ ସବୁ ଫସଲ ଲଗାଇବା ପୂର୍ବରୁ ନଷ୍ଟ କରିବା ଆବଶ୍ୟକ.
  • ଗଛ ଅବଶେଷ ସବୁ ଫସଲ ଅମଳ ପରେ ମାଟି ତଳେ ପୋତିଦେବା ଦରକାର.
  • ଅମଳ ସମୟରେ ଫଳକୁ କ୍ଷତ ବିକ୍ଷତ କରନ୍ତୁ ନାହିଁ.
  • ଫଳ 7–10°C ତାପମାନରେ ସାଇତି ରଖନ୍ତୁ ଯାହା ଅମଳ ପରବର୍ତ୍ତୀ କଳା ସଢା ରୋଗରୁ ବଞ୍ଚାଇପାରିବ.
  • ଗଛରେ ଜଳୀୟ ଅଂଶ କାମ ରହିବା ଦରକାର.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ