Stagonosporopsis cucurbitacearum
ଫିମ୍ପି
ଚାରାର ବୀଜପତ୍ର ଓ କାଣ୍ଡ ରେ ଗୋଲାକାର ପାଣିଭିଜା କଳା କିମ୍ବା ତମ୍ବାଳିଆ ଦାଗ ଦେଖାଯାଏ. ବୁଢା ଗଛର ପତ୍ରରେ ଗୋଲାକାର ରୁ ଅସମ ଆକାରର ତମ୍ବାଳିଆ ରୁ ଗାଢ଼ ବାଦାମୀ ଦାଗ ଦେଖାଯାଏ. ଏହା ବହୁତ ସମୟରେ ପତ୍ର ର ଧାର ପାଖରେ ଦେଖାଦେଇଥାଏ. ଏହି ଦାଗ ଗୁଡିକ ଅତିଶୀଘ୍ର ବଢି ପୁରା ପତ୍ର ପୋଡିଯାଏ. କାଣ୍ଡର ପରିବାହକ ଟିସୁ ରେ ଘା ସୃଷ୍ଟି ହୋଇଥାଏ ଏବଂ ସେଥରୁ ଅଠାଳିଆ ସ୍ରାବ ବାହାରିଥାଏ. ଏହି ଘାରେ କଳା ଚିହ୍ନ ବହୁତ ସମୟରେ ଦେଖାଯାଏ ଯାହା କବକର ଛୋଟ ଫଳ ପରି ହୋଇଥାଏ. ଚାରା ତଥା ଯୁବ ଗଛରେ କାଣ୍ଡ ଗୁଡେଇ ହୋଇ ମରିଯାଇପାରେ. ଯଦି ବୁଢା ଗଛରେ ଏହି ରୋଗ ହୁଏ ତାହେଲେ ଏହି ଦାଗ ଧୀରେ ଧୀରେ କାଣ୍ଡ ର ଗଣ୍ଠି ପାଖରେ ସୃଷ୍ଟି ହୋଇଥାଏ. ଘା ହୋଇଥିବା କାଣ୍ଡ ଝାଉଁଳି ଫାଟି ଯାଇପାରେ ଯାହା ସାଧାରଣତଃ ସିଜନ ର ମଧ୍ୟ ଭାଗରେ ହୋଇଥାଏ. ଫଳରେ ଛୋଟ ପାଣିଭିଜା ଦାଗ ଦେଖାଯାଏ ଯାହା ବହୁତ ବଡ ହୋଇ ଅଠାଳିଆ ପଦାର୍ଥ ନିର୍ଗତ କରେ.
ରେଇନୋଟ୍ରିୟା ସାକାଲିନେଂସିସ୍ ର ରସ ଜୈବିକ ଫସଲ ପାଇଁ ବ୍ୟବହାର କରାଯାଇପାରେ. ବ୍ୟାସିଲସ୍ ସବଟିଲିସ୍ ର strain QST 713 ମଧ୍ୟ ଏହି ରୋଗ ବିରୋଧରେ ନିୟନ୍ତ୍ରଣ କରିବାରେ ପ୍ରଭାବୀ ରୂପେ କାମ କରେ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ସଂସ୍ପର୍ଶ କବକ ନାଶକ ଯଥା କ୍ଲୋରୋଥାଲୋନିଲ୍, ମ୍ୟାଂକୋଜେବ୍, ମ୍ୟାଂନେବ୍, ଥାଇଓଫାନାଟେ-ମିଥାଇଲ୍ ଏବଂ ଟେବ୍ୟୁକୋନାଯ଼ୋଲ୍ ଦ୍ୱାରା ଏହି ରୋଗର ନିୟନ୍ତ୍ରଣ ପ୍ରଭାଵୀ ରୂପେ ହୋଇଥାଏ.
ସ୍ଟାଗୋନୋସ୍ପୋରୋପ୍ସିସ୍ କୁକୁରବିଟାସିଏରମ୍ ନାମକ ଏକ କବକ ଦ୍ୱାରା ଏହି ରୋଗର ଲକ୍ଷଣ ହୋଇଥାଏ ଯାହା କୁକୁରବିଟ ଜାତୀୟ ବିଭିନ୍ନ ଫସଲରେ ସଂକ୍ରମଣ ଦେଖାଦିଏ. ଏହି କବକ ସଂକ୍ରମିତ ବିହନରେ ଥାଇପାରେ. ଫସଲ ନଥିଲେ ଏହା ସଂକ୍ରମିତ ଗଛ ଅବଶେଷରେ ଏକ ବର୍ଷରୁ ଅଧିକ ନିଷ୍କ୍ରିୟ ଭାବେ ବଞ୍ଚିପାରେ. ବସନ୍ତ ଋତୁରେ ଯେତେବେଳେ ଅନୁକୂଳ ପରିବେଶ ସୃଷ୍ଟି ହୁଏ, କବକର ଜୀବାଣୁ ସୃଷ୍ଟି ହୁଏ ଯାହା ପ୍ରାଥମିକ ସଂକ୍ରମଣ ପାଇଁ କାମ କରେ. ବାୟୁମଣ୍ଡଳରେ 85% ଆର୍ଦ୍ରତା, ବର୍ଷା ଏବଂ ପତ୍ର ଓଦା ରହିବା ସମୟ (1-10 ଘଣ୍ଟା) ଥିଲେ ଏହି ରୋଗ ସଂକ୍ରମଣ ନିଶ୍ଚିତ ହୋଇଥାଏ. ବିଭିନ୍ନ ଫସଲ ପାଇଁ ର ସଂକ୍ରମଣ ପାଇଁ ଓ ଲକ୍ଷଣ ବୃଦ୍ଧି ହେବା ପାଇଁ ଉପଯୁକ୍ତ ତାପମାନ ଭିନ୍ନ ଭିନ୍ନ ହୋଇଥାଏ. ତରଭୁଜ ଓ କାକୁଡି ପାଇଁ 24°C ଉପଯୁକ୍ତ ହୋଇଥିବା ବେଳେ ଖରଭୁଜ ପାଇଁ ପ୍ରାୟ 18°C ହୋଇଥାଏ. ଏହି ଜୀବାଣୁ ସିଧା ଅଦ୍ଧି ଚର୍ମ ଦେଇ ପ୍ରବେଶ କରିଥାଏ. ସ୍ଟୋମାଟା କିମ୍ବା କୌଣସି କ୍ଷତ ଦେଇ ଏହା ପ୍ରବେଶ କରି ନଥାଏ. କ୍ଷତ ସୃଷ୍ଟି, ପଟ୍ଟିଦାର କାକୁଡି ବିଟିଲ ସଂକ୍ରମଣ ଏବଂ ଆଫିଡ଼ ଖାଇବା ସହ ପାଉଁଶିଆ ପତ୍ରପୋଡ଼ା ର ସଂକ୍ରମଣ ହେଲେ ଗଛରେ ଶୀଘ୍ର ଏହି ରୋଗ ପାଇଁ ଦୁର୍ବଳ ହୋଇଯାଇଥାଏ.