Passalora manihotis
ଫିମ୍ପି
କିସମ ଏବଂ ପାରିପାର୍ଶ୍ଵିକ ପରିସ୍ଥିତି ଉପରେ ଲକ୍ଷଣ ନିର୍ଭର କରିଥାଏ। ସାଧାରଣତଃ, ସବୁଠାରୁ ପୁରୁଣା ପତ୍ରରେ ସର୍ବାଧିକ କ୍ଷତି ଏବଂ ନୂଆ ପତ୍ରରେ ସର୍ବନିମ୍ନ କ୍ଷତି ହୋଇଥାଏ। ଖାଲୁଆ, ଧଳା, କୋଣୀୟ କିମ୍ବା ଗୋଲାକାର ଦାଗ ପତ୍ରର ଉପର ପାର୍ଶ୍ଵରେ ବିକଶିତ ହୋଇଥାଏ, ଯାହାକି ଅନେକ ସମୟରେ ଏକ ଅନିୟମିତ ଲାଲ ଗାର ଓ ବଡ ହଳଦିଆ ବଳୟ ଦ୍ଵାରା ଘେରି ରହିଥାଏ। ପତ୍ରର ତଳ ପାର୍ଶ୍ବରେ, ଏହା ପରିବର୍ତ୍ତେ, ଏହି ଦାଗଗୁଡିକ ଏକ ମିଶାମିଶି ରଙ୍ଗର ଧାର ସହିତ ଦେଖାଯାଏ। କବକର ବୃଦ୍ଧି ଏବଂ ଲକ୍ଷଣ ବଢିବା ସମୟରେ, ଦାଗଟି ଧୂସର ମଖମଲ ପରି ହୋଇଥାଏ, ଯାହାକି ନିର୍ଦ୍ଦିଷ୍ଟ ଭାବରେ ଆର୍ଦ୍ର ପାଣିପାଗରେ ସ୍ପଷ୍ଟ ଦେଖାଯାଏ। ସାଧାରଣତଃ, ଏହି ରୋଗ କାସାଭା ଲଗା ହେଉଥିବା ଆର୍ଦ୍ର କିନ୍ତୁ ଥଣ୍ଡା ଅଞ୍ଚଳରେ ମିଳିଥାଏ।
ଆଜି ପର୍ଯ୍ୟନ୍ତ, ଏହି କବକ ବିସ୍ତାର ନିୟନ୍ତ୍ରଣ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ହୋଇନାହିଁ। ଏହି ରୋଗ ଦୂର କରିବା ପାଇଁ ରୋଗମୁକ୍ତ ବିହନ ସାମଗ୍ରୀ ବ୍ୟବହାର ଜରୁରୀ ଏବଂ ଉପଯୁକ୍ତ ନିରାକରଣ ପଦ୍ଧତି ଗ୍ରହଣ କରିବା ଜରୁରୀ ଅଟେ।
ଯଦି ମିଳେ, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଥାୟୋଫେନେଟ (0.20%), କ୍ଳୋରୋଥାଲୋନିଲ ଥିବା କବକନାଶକ ସିଞ୍ଚନ ଏକ ମାସ ଅନ୍ତରରେ ପ୍ରୟୋଗ କଲେ କାସଭାରେ ଧଳା ପତ୍ରଦାଗ ନିୟନ୍ତ୍ରିତ ହୋଇପାରେ। କପର ଥିବା କବକନାଶକ, ମେଟାଲାକସିଲ ଏବଂ ମାଙ୍କୋଜେବ ମଧ୍ୟ ଅନୁମୋଦନ କରାଯାଇଥାଏ। ଜମିରେ ବାଳୁଙ୍ଗା ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ତୃଣନାଶକ ବ୍ୟବହାର କରାଯାଇପାରେ।
ଫେରୋମୁଲାରିଆ ମେନିହଟିସ (Phaeoramularia manihotis) ନାମକ କବକ ଦ୍ଵାରା ଏହି ଲକ୍ଷଣ ପ୍ରକାଶ ପାଇଥାଏ, ଯାହା ଶୁଷ୍କ ଋତୁରେ ପୁରୁଣା, ଗଚ୍ଛରେ ଥିବା କିମ୍ବା ତଳେ ପଡିଥିବା ସଂକ୍ରମିତ ପତ୍ରରେ ବଞ୍ଚି ରହିଥାଏ। ଅନୁକୂଳ ପରିସ୍ଥିତିରେ, ପତ୍ରର ତଳ ପାର୍ଶ୍ଵରେ ବିଗଳିତ ପ୍ୟାଚରେ ରେଣୁ ସୃଷ୍ଟି କରିଥାଏ। ସେଠାରୁ, ପବନ କିମ୍ବା ବର୍ଷା ଛାଟ ଦ୍ଵାରା ଏହା ନୂଆ ଗଛକୁ ବିସ୍ତାର କରିଥାଏ। ପତ୍ରରେ ଥିବା ପ୍ରାକୃତିକ ଛିଦ୍ର ଦେଇ ସୁସ୍ଥ ଟିସୂ ମଧ୍ୟରେ ଏହା ପ୍ରବେଶ କରିଥାଏ, ଏବଂ ଯେତେବେଳେ ଏହି କବକ ବସତି ସ୍ଥାପନ କରନ୍ତି, ଲକ୍ଷଣ ଦେଖାଯିବା ଆରମ୍ଭ ହୁଏ। ଯେତେବେଳେ ରୋଗାକ୍ରାନ୍ତ ବିହନ ସାମଗ୍ରୀ ଅନ୍ୟ ଜମି ବା ଫାର୍ମକୁ ପରିବହନ କରାଯାଏ, ଦୂରକୁ ଏହା ବିସ୍ତାର ଲାଭ କରିଥାଏ। କେତେକ ବାଳୁଙ୍ଗା ମଧ୍ୟ ଏହାର ବିକଳ୍ପ ପୋଷକ ଭାବେ କାର୍ଯ୍ୟ କରିଥାନ୍ତି। ଯଦି ଆକ୍ରାନ୍ତର ମାତ୍ରା ଅଧିକ ନଥାଏ, ସାଧାରଣତଃ, ଏହା କାସାଭା ଗଛର କ୍ଷତି କରିନଥାଏ ଏବଂ ଅମଳରେ ଅଧିକ ପ୍ରଭାବ ପକାଇ ନଥାଏ। ଯାହାହେଲେ ମଧ୍ୟ, ଥଣ୍ଡା ଓ ଆର୍ଦ୍ର ବର୍ଷା ଋତୁ ଏହାର ଜୀବନ ଚକ୍ରକୁ ଅନୁକୂଳ କରାଏ ଏବଂ ରୋଗର ମାତ୍ରା ବଢାଇ ପାରେ।