Uromyces viciae-fabae
ଫିମ୍ପି
ପତ୍ର, କାଣ୍ଡ ଓ ଛୁଇଁ ସଂକ୍ରମିତ ହୋଇପାରେ। ପ୍ରାଥମିକ ଲକ୍ଷଣ ଭାବରେ ଛୋଟ, ଧବଳ, ସାମାନ୍ୟ ବହଳିଆ ଦାଗ ଉପର ପତ୍ର ପୃଷ୍ଠରେ ଦେଖାଯାଏ। ତାହା ବଢିବା ସମୟରେ, ଅନେକ ସମୟରେ ଦାଗ ଫିକା ବଳୟ ଦ୍ଵାରା ଘେରି ହୋଇଥିବା ଗୁଣ୍ଡ ଓ କମଳା ରଙ୍ଗରେ ପରିଣତ ହୁଏ। ପତ୍ରର ଉଭୟ ପଟରେ, କାଣ୍ଡରେ ଓ ଛୁଇଁରେ ବ୍ରଣ ଦେଖାଯାଏ। ପରବର୍ତ୍ତୀ ଅବସ୍ଥାରେ, ପ୍ରାଥମିକ ବ୍ରଣ ମଧ୍ୟରେ ଦ୍ଵିତୀୟକ ବ୍ରଣ ଦେଖାଯାଏ, ଯାହାକି କେନ୍ଦ୍ରରେ ଏକ ବିନ୍ଦୁ ସହିତ "O" ଆକାର ଧାରଣ କରିଥାଏ। କଳଙ୍କି ରୋଗ ଆବିର୍ଭାବ ଓ ମାତ୍ରା ମୁଖ୍ୟତଃ ସେହି ସମୟର ପାଣିପାଗ ଉପରେ ନିର୍ଭର କରିଥାଏ। ଯେତେବେଳେ ତାପମାତ୍ରା 20ºCରୁ ଅଧିକ ହୋଇଥାଏ ଏହା ଦ୍ରୁତ ଭାବରେ ବଢିଥାଏ ଓ ଏହାକୁ ଆବରିତ କରିଥାଏ। ଅତ୍ୟଧିକ ସଂକ୍ରମଣ ହେଲେ ପତ୍ର ଝଡିଯାଏ, ରୁଗୁଡିଆ ବୃଦ୍ଧି, ଅକାଳ ମୃତ୍ୟୁ ହୋଇଥାଏ।
ଏହି ଜୀବାଣୁକୁ ନିୟନ୍ତ୍ରଣ କରିବାକୁ କୌଣସି ଜୈବିକ ନିୟନ୍ତ୍ରକ ଉପଲବ୍ଧ ନାହିଁ। ନିମ୍ବ ତେଲ, କିମ୍ବା ଜାଟ୍ରୋଫା ତେଲ କିମ୍ବା ସୋରିଷ ତେଲ ଆଦି ରୋଗ ନିବାରକ ପଦାର୍ଥ ର ସିଞ୍ଚନ ରୋଗର ମାତ୍ରା କମାଇ ଥାଏ ଏବଂ ଏହା ପ୍ରୟୋଗ ହୋଇନଥିବା କ୍ଷେତ୍ର ଅପେକ୍ଷା ଅଧିକ ଦାନା ଅମଳ ଦେଇଥାଏ।
ଯଦି ମିଳେ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଫିନାଇଲମର୍କୁରି ଏସିଟେଟ ଏବଂ ଡାଇକ୍ଳୋବୁଟ୍ରାଜୋଲ ସହିତ ବିହନ ଉପଚାର ବିହନ ଦ୍ଵାରା ପରିବହନ କମାଇବା ପାଇଁ ବ୍ୟବହୃତ ହୋଇଛି। ଲକ୍ଷଣ ଦେଖାଯିବା ପରେ ତୁରନ୍ତ କବକନାଶକ ର ପତ୍ର ସିଞ୍ଚନ ଓ ତାପରେ 10 ଦିନ ଅନ୍ତରରେ ଦୁଇଥର ସିଞ୍ଚନ କଲେ ରୋଗର ମାତ୍ରା କମି ଥାଏ। ମସୁର କଳଙ୍କି ନିୟନ୍ତ୍ରଣ ପାଇଁ ଫ୍ଲୁଟ୍ରାଇଆଫଲ ଓ ମେଟାଲାକ୍ସିଲ ସୁପାରିସ କରାଯାଇ ପାରେ। ଅନ୍ୟ କବକନାଶକ ମଧ୍ୟରେ ମାଙ୍କୋଜେବ, କ୍ଳୋରୋଥାଲୋନିଲ ଏବଂ କପର ଥିବା ପଦାର୍ଥ ମଧ୍ୟ କାମ କରେ।
ୟୁରୋମାଇସେସ ଭିସିଏ-ଫାବେ ନାମକ କବକ ଦ୍ଵାରା ଏହି ଲକ୍ଷଣ ହୋଇଥାଏ, ଯାହାକି ଗଛ ଅବଶେଷ, ସହାୟକ ଗଛ ଓ ବାଳୁଙ୍ଗାରେ ବଞ୍ଚିଥାଏ, ଯେଉଁଠି କିଛି ଫସଲ ମିଳେ ନାହିଁ। ଏହା ପ୍ରାକୃତିକ ଭାବରେ ବିହନ ବାହିତ ହୋଇପାରେ। ମସୁର ବ୍ୟତୀତ ଏହାର କମ ସଂଖ୍ୟାର ପୋଷକ ଗଛ ଅଛି, ଶିମ୍ବ ଓ ମଟର ମଧ୍ୟ ଏହାର ପୋଷକ ଅଟେ। ଯେତେବେଳେ ପରିସ୍ଥିତି ଅନୁକୂଳ ହୋଇଥାଏ, (17 ରୁ 25ºC ତାପମାନ ଏବଂ ଅଧିକ ସମୟ ପାଇଁ ପତ୍ରର ଆର୍ଦ୍ରତା), ଏହା ରେଣୁ ସୃଷ୍ଟି କରେ ଯାହାକି ନୂଆ ଗଛ କିମ୍ବା ଜମିକୁ ବହୁ ଦୂର ପର୍ଯ୍ୟନ୍ତ ପବନ ଦ୍ଵାରା ପରିବାହିତ ହୋଇପାରେ। ପରିବହନର ଅନ୍ୟ ମାଧ୍ୟମ ଗୁଡିକ ହେଲା ଜମି ରୁ ଜମି ମଧ୍ୟରେ ଗଛ ଅବଶେଷ, ନଡା, ପୋଷାକ, ଯନ୍ତ୍ରପାତି ଓ ଉପକରଣ। ଏହାର ବିସ୍ତାର କ୍ଷମତା ଯୋଗୁଁ ଏହାକୁ ଅଧିକ ଆର୍ଥିକ ଆଶଙ୍କା ଭାବରେ ବିଚାର କରାଯାଇ ଥାଏ।