ପିଆଜ

ବୋଟ୍ରାଇଟିସ ପତ୍ର ପୋଡା

Botryotinia squamosa

ଫିମ୍ପି

ସଂକ୍ଷେପରେ

  • ଅନେକ ସମୟରେ ଫିକା ସବୁଜ ବଳୟ ସହିତ ଛୋଟ, ଧଳା ଏବଂ ଲମ୍ବାଳିଆ ଦାଗ ପତ୍ରରେ ଦେଖାଯାଏ। ସମୟକ୍ରମେ, କେନ୍ଦ୍ରରେ ନିର୍ଦ୍ଧିଷ୍ଟ ଲମ୍ବାଳିଆ କଟା ଦାଗ ସହିତ ଏହା ଖାଲୁଆ ଓ ନଡା ବର୍ଣ୍ଣର ହୋଇଥାଏ। ପତ୍ରର ପୋଡା ଓ ଡାଳ ଶୁଖା ରୋଗ ଗଛର ମୃତ୍ୟୁ ମଧ୍ୟ କରିପାରେ। ଜମିରେ ମରୁଥିବା ଗଛର ବଡ ହଳଦିଆ ପ୍ୟାଚ ଦେଖାଯାଇ ପାରେ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ରସୁଣ
ପିଆଜ

ପିଆଜ

ଲକ୍ଷଣ

ସଂକ୍ରମଣ ଯେ କୌଣସି ଅଭିବୃଦ୍ଧି ଅବସ୍ଥାରେ ହୋଇପାରେ ଏବଂ ସାଧାରଣତଃ ପୁରୁଣା ପତ୍ରରେ ପ୍ରଥମେ ବିକଶିତ ହୁଏ। ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ଉପର ପତ୍ର ପୃଷ୍ଠରେ ଛୋଟ (1-5 ମିମି), ବୃତ୍ତାକାର କିମ୍ବା ବିସ୍ତାରିତ ଧଳା ଦାଗ ପରି ଦେଖାଯାଏ। ଏକକ ଦାଗ ଏବଂ ପରବର୍ତ୍ତୀ ଦାଗଗୁଡ଼ିକ ଏକ ହାଲୁକା ସବୁଜ କିମ୍ବା ରୂପେଲି ବଳୟ ଦ୍ୱାରା ଘେରି ରହିଥାଏ ଯାହା ପ୍ରାରମ୍ଭରେ ପ୍ରାୟତଃ ପାଣି ଭିଜା ଦାଗ ଭଳି ଦେଖା ଯାଇଥାଏ। ସମୟ କ୍ରମେ, କ୍ଷତ ସଂଖ୍ୟା ବଢିଥାଏ ଏବଂ ପୁରୁଣା ଦାଗଗୁଡ଼ିକର କେନ୍ଦ୍ର ଖାଲୁଆ ଏବଂ ନଡ଼ା ରଙ୍ଗ ହୋଇଯାଏ, ଏହା ବିଗଳନ ବିକାଶର ସଙ୍କେତ ଅଟେ। ଏକ ନିର୍ଦ୍ଧିଷ୍ଟ ସ୍ଲିଟ୍ ଯାହା କ୍ଷତ ଦାଗରେ ଦୈର୍ଘ୍ୟ ଆଡକୁ ଥାଏ, ପରବର୍ତ୍ତୀ ପର୍ଯ୍ୟାୟରେ ଦେଖାଯାଇ ପାରେ। ପତ୍ର ଅଗ ଓ ଧାର ନରମ ଏବଂ ଧୀରେ ଧୀରେ ବିଗଳିତ ହୋଇଯାଏ, ଫଳସ୍ୱରୂପ ପୋଡା ଏବଂ ଡାଳ ଶୁଖା ରୋଗ ସୃଷ୍ଟି କରିଥାଏ। ଅନୁକୂଳ ଅବସ୍ଥାରେ ଏହି ରୋଗ ବଲ୍ବକୁ ମଧ୍ୟ ପ୍ରଭାବିତ କରିଥାଏ ଏବଂ ଏହାର ଆକାର ଏବଂ ଗୁଣବତ୍ତା ହ୍ରାସ କରିଥାଏ। ଏହି ରୋଗ ଆହୁରି ବିସ୍ତାର ହେବା ସହିତ କ୍ଷେତରେ ମରୁଥିବା ଗଛଗୁଡିକ ଦୂରରୁ ବଡ଼ ହଳଦିଆ ପ୍ୟାଚ ପ୍ୟାଚ ହୋଇ ଦେଖାଯାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏହି ରୋଗର ଉପଚାର ପାଇଁ କୌଣସି ଜୈବିକ ଉପଚାର ଉପଲବ୍ଧ ଥିବା ଜଣାଯାଇନାହିଁ। ଯଦି ଆପଣ କିଛି ଜାଣିଛନ୍ତି, ଆମ ସହିତ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ସଂକ୍ରମଣ ଆଶଙ୍କା କାମାଇବା ପାଇଁ ଉପଯୁକ୍ତ ଚାଷ ପଦ୍ଧତି ଜରୁରୀ ଅଟେ। ଯଦି କବକନାଶୀ ଆବଶ୍ୟକ ହୁଏ, ଫ୍ଲୋଡିଅକ୍ସୋନିଲ ସହିତ ପ୍ରୋଡିଅନ, ପିରାଇମେଥାନିଲ, ଫ୍ଲୁଜିନାମ କିମ୍ବା ସାଇପ୍ରୋଡିନିଲ, ଯେତେବେଳେ ସିଂଚନ କରାଯାଏ ଉତ୍ତମ ଫଳ ଦେଇଥାଏ। ଅନ୍ୟ ପଦାର୍ଥ ଯଥା କ୍ଳୋରୋଥାଲୋନିଲ ଏବଂ ମାଙ୍କୋଜେବ କାମ କରେ କିନ୍ତୁ କମ ଫଳପ୍ରସୂ ହୋଇଥାଏ। ବାୟବୀୟ ସିଂଚନ ପ୍ରଣାଳୀ ଅପେକ୍ଷା ଭୂମିରେ କବକନାଶୀ ଧୂମକ ପ୍ରୟୋଗ କରିଲେ ଅଧିକ ଫଳପ୍ରସୂ ହୋଇଥାଏ।

ଏହାର କାରଣ କଣ

ଏହି ରୋଗ ବୋଟ୍ରିଟିସ୍ ସ୍କ୍ୱାମୋସା ନାମକ କବକ ଦ୍ଵାରା ହୋଇଥାଏ, ଯାହା ସଂକ୍ରମିତ ବଲ୍ବ କିମ୍ବା କ୍ଷେତରେ ଛାଡି ଦିଆଯାଇଥିବା ଅନ୍ୟ ଗଛ ଅବଶେଷ ଉପରେ କିମ୍ବା ଭଣ୍ଡାର ସ୍ଥାନରେ ବଞ୍ଚିଥାଏ। ଯେତେବେଳେ ଅବସ୍ଥା ଅନୁକୂଳ ହୁଏ, ଏହି ଟିସୁ ଉପରେ କବକ ରେଣୁ ଉତ୍ପନ୍ନ ହୁଏ ଏବଂ ପବନ ଦ୍ଵାରା ପାଖ ଗଛକୁ ବିସ୍ତାର ହୁଏ ଏବଂ ସଂକ୍ରମଣର ମୂଳ ଉତ୍ସ ଭାବରେ କାର୍ଯ୍ୟ କରେ। 10 ରୁ 20 ° C ମଧ୍ୟରେ ତାପମାତ୍ରା, ଅଧିକ ବୃଷ୍ଟିପାତ, ପତ୍ରର ଆର୍ଦ୍ରତାର ଦୀର୍ଘ ସମୟ କିମ୍ବା ଅଧିକ ଆପେକ୍ଷିକ ଆର୍ଦ୍ରତା କବକର ଜୀବନଚକ୍ରକୁ ଅନୁକୂଳ କରେ। ଏହି ଲକ୍ଷଣଗୁଡିକ ଅନ୍ୟ ପାଥୋଲୋଜି କିମ୍ବା ବ୍ୟାଧି ସହିତ ଦ୍ୱନ୍ଦ୍ୱରେ ପଡିପାରେ ଯେପରିକି ମରୁଡ଼ି ଚାପ, କୁଆପଥର ଆଘାତ, ଥ୍ରିପ୍ସ ଆକ୍ରମଣ କିମ୍ବା ତୃଣନାଶକ ଜନିତ କ୍ଷତି।


ସୁରକ୍ଷାତ୍ମକ ଉପାୟ

  • ଏକ ପ୍ରାମାଣିକ ଉତ୍ସରୁ ସୁସ୍ଥ ମଞ୍ଜି କିମ୍ବା ରୋପଣ ସାମଗ୍ରୀ ବ୍ୟବହାର କରନ୍ତୁ। ଶୀଘ୍ର ଅମଳ ହେଉଥିବା କିସମଗୁଡିକ ବାଛନ୍ତୁ। ଉତ୍ତମ ବାୟୁ ଚଳାଚଳ ସୁନିଶ୍ଚିତ କରିବାକୁ ଧାଡି ରୋପଣ ପାଇଁ ସୁପାରିଶ କରାଯାଇଥିବା ବ୍ୟବଧାନ ଅନୁସରଣ କରନ୍ତୁ। ପିଆଜ ଉତ୍ପାଦନ ସ୍ଥାନ ନିକଟରେ ବିହନ ଉତ୍ପାଦନ କ୍ଷେତ୍ର ଲଗାନ୍ତୁ ନାହିଁ। ମାଟିର ଭଲ ଜଳ ନିଷ୍କାସନ ନିଶ୍ଚିତ କରନ୍ତୁ ଏବଂ ଅଧିକ ଜଳସେଚନ କରନ୍ତୁ ନାହିଁ। ଅଗ ଶୁଖିବା ସମୟରେ ବିଳମ୍ବରେ ସାର ପ୍ରୟୋଗ କରନ୍ତୁ ନାହିଁ । ରୋଗର କୌଣସି ଚିହ୍ନ ପାଇଁ ନିୟମିତ ଭାବରେ ଆପଣଙ୍କର ଗଛ କିମ୍ବା ଜମି ଯାଞ୍ଚ କରନ୍ତୁ। କ୍ଷେତରେ ଏବଂ ଆଖପାଖରେ ବାଳୁଙ୍ଗା ଏବଂ ସହାୟକ ପିଆଜ ଗଛକୁ କାଢି ଦିଅନ୍ତୁ। ସଂକ୍ରମିତ ଗଛ ଏବଂ ଗଛ ଅଂଶଗୁଡିକୁ ବାହାର କରନ୍ତୁ ଏବଂ ଜଳାଇ ନଷ୍ଟ କରନ୍ତୁ। ଅମଳ ପରେ ଗଦା ହୋଇଥିବା ଅବଶେଷ କାଢନ୍ତୁ ଏବଂ ପିଆଜର ଅଗ କାଟନ୍ତୁ ଏବଂ ଜାଳି ପୋଡି ଦିଅନ୍ତୁ। ଅନ୍ୟ ରୋଗ ମାଧ୍ୟମରେ ସଂକ୍ରମଣ ବିପଦକୁ ଏଡାଇବା ପାଇଁ 2 ବର୍ଷର ଫସଲ ପର୍ଯ୍ୟାୟ ପାଇଁ ପରାମର୍ଶ ଦିଆଯାଏ। ସଂକ୍ରମିତ ସ୍ଥାନରୁ ଅନ୍ୟ କ୍ଷେତ୍ର କିମ୍ବା ଚାଷଜମିକୁ ବଲ୍ବ ପରିବହନ କରନ୍ତୁ ନାହିଁ |.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ