କାନୋଲା

କଳା ଗୋଡ

Plenodomus lingam

ଫିମ୍ପି

5 mins to read

ସଂକ୍ଷେପରେ

  • ଉଭୟ ଗୋଲାକାର, କଳା ବିନ୍ଦୁ ସହିତ ଇଷତ ଧୂସର କ୍ଷତ ଚିହ୍ନ ଏବଂ ଗାଢ ମୃତ ତନ୍ତୁ ପୂର୍ଣ୍ଣ କ୍ଷତ ଚିହ୍ନ ପତ୍ରରେ ଦେଖାଯାଏ। ଉଭୟ ପ୍ରକାର କ୍ଷତ ଚିହ୍ନ ଏକ ପାଣ୍ଡୁରା ବଳୟ ଦ୍ଵାରା ଘେରି ହୋଇ ରହିଥାଏ। କାଣ୍ଡରେ ଧୂସର କ୍ଷତ ଚିହ୍ନ ଦେଖାଯାଏ ଯାହାକି ଯାଦୁରା ସୃଷ୍ଟି କରିପାରେ। ଏହା ବଢିବା ସହିତ କାଣ୍ଡ ଚାରିପଟେ ଯାଦୁରା ଘେରି ରହିଥାଏ ଏବଂ କାଣ୍ଡକୁ ଦୁର୍ବଳ କରିଦିଏ, ଯାହାଦ୍ୱାରା କାଣ୍ଡ ପଡିଯାଏ ଓ ଗଛ ମରିଯାଏ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ
ବନ୍ଧାକୋବି
କାନୋଲା
ଫୁଲକୋବି

କାନୋଲା

ଲକ୍ଷଣ

ଫସଲ କିମ୍ବା କିସମ, ଜୀବାଣୁ ପ୍ରକାର ଏବଂ ପରିବେଶର ଅବସ୍ଥା ଅନୁସାରେ ଲକ୍ଷଣର ମାତ୍ରା ବ୍ୟାପକ ଭାବରେ ପରିବର୍ତ୍ତନ ହୋଇଥାଏ। ଯେ କୌଣସି କ୍ଷେତ୍ରରେ, ପତ୍ର ଓ କାଣ୍ଡରେ ମୁଖ୍ୟ ଲକ୍ଷଣ ଦେଖାଯାଏ। ଉଭୟ ଗୋଲାକାର, କଳା ବିନ୍ଦୁ ସହିତ ଇଷତ ଧୂସର କ୍ଷତ ଚିହ୍ନ ଏବଂ ଗାଢ ମୃତ ତନ୍ତୁ ପୂର୍ଣ୍ଣ କ୍ଷତ ଚିହ୍ନ ପତ୍ରରେ ଦେଖାଯାଏ। ପତ୍ର ଶିରାର କିମ୍ବା କ୍ଷତ ଦାଗ ଚାରିପଟେ ସଂପୂର୍ଣ୍ଣ ପ୍ୟାଚରେ ହଳଦିଆ ବର୍ଣ୍ଣହୀନତା (ପାଣ୍ଡୁର ବଳୟ) ଦେଖାଯାଏ। ଛୋଟ ଚାରିକୋଣିଆ ଠାରୁ ଆରମ୍ଭ କରି ସଂପୂର୍ଣ୍ଣ କାଣ୍ଡକୁ ଘେରି ରହିଥିବା ମାଟିଆ ଯାଦୁରା ଦାଗ ସହିତ ଧୂସର କ୍ଷତ ଚିହ୍ନ କାଣ୍ଡରେ ଦେଖାଯାଏ। ତାହା ଉପରେ କଳା ଦାଗ ମଧ୍ୟ ଦେଖାଯାଇ ପାରେ। ଏହା ବଢିବା ସହିତ ଯାଦୁରା କାଣ୍ଡକୁ ଘେରି ରହି କାଣ୍ଡକୁ ଦୁର୍ବଳ କରିଦିଏ ଯାହା ଫଳରେ ସହଳ ପରିପକ୍ଵତା, କାଣ୍ଡର ପତନ ଓ ଗଛର ମୃତ୍ୟୁ ହୋଇଥାଏ। ଛୁଇଁରେ ମଧ୍ୟ କଳା ଧାର ସହିତ ମାଟିଆ କ୍ଷତ ଦାଗ ଭାବରେ ଲକ୍ଷଣ ଦେଖାଯାଏ ଯାହାକି ଅସମୟ ପରିପକ୍ଵତା ଏବଂ ବିହନ ସଂକ୍ରମଣ ସୃଷ୍ଟି କରିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ନାହିଁ। ଯଦି ଆପଣ କିଛି ଜାଣିଛନ୍ତି, ଆମ ସହିତ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କବକ କାଣ୍ଡରେ ପହଞ୍ଚିବା ପରେ କବକନାଶୀର ପ୍ରଭାବ ନଗଣ୍ୟ ହୋଇଥାଏ ଏବଂ ଜମିରେ ଉପଚାର ବିଚାର କରାଯାଇ ପାରେ ଯେଉଁଠି ଅଧିକ ଅମଳ ଆଶା କରାଯାଇ ଥାଏ। ପ୍ରୋଥିଓକୋନାଜଲ ପତ୍ର ସିଞ୍ଚନ ଭାବରେ ବ୍ୟବହାର କରାଯାଇ ପାରେ। ଥିରାମ ମିଶ୍ରିତ ପ୍ରୋକ୍ଲୋରାଜ ଦ୍ଵାରା ବିହନ ଉପଚାର କରିଲେ ବିହନ ବାହିତ ଫୋମା ସଂକ୍ରମଣ ଦ୍ଵାରା ଚାରା ସଂକ୍ରମଣ ହ୍ରାସ ହୋଇପାରେ।

ଏହାର କାରଣ କଣ

ଲେପ୍ଟୋସ୍ଫେରିଆ ମାକୁଲାନ୍ସ ଏବଂ ଲେପ୍ଟୋସ୍ଫେରିଆ ବିଗ୍ଲୋବୋସା ନାମକ ଦୁଇଟି କବକ ଜାତି ଦ୍ଵାରା କଳଗୋଡ ରୋଗ (ଫୋମା କାଣ୍ଡ କାଙ୍କରା) ସୃଷ୍ଟି ହୋଇଥାଏ। ଜମିରେ ଥିବା ଫସଲ ଖୁଣ୍ଟ ଏବଂ ଫସଲ ଅବଶେଷ କିମ୍ବା ବିହନରେ ଶୀତସୁପ୍ତି କରିଥାନ୍ତି। ବସନ୍ତ ଋତୁରେ ଉଷ୍ମ ଓ ଆର୍ଦ୍ର ପାଣିପାଗ ହେଲେ ସେମାନେ ରେଣୁ ଉତ୍ପାଦନ କରିବା ଆରମ୍ଭ କରନ୍ତି। ସୁସ୍ଥ ଗଛକୁ, ମୁଖ୍ୟତଃ ପୁରୁଣା ପତ୍ର ଓ କାଣ୍ଡ ମୂଳକୁ ଏହି ରେଣୁଗୁଡିକ ପବନ କିମ୍ବା ବର୍ଷା ଛାଟ ଦ୍ଵାରା ବିସ୍ତାର ଲାଭ କରିଥାଏ। ରେଣୁର ଅଙ୍କୁରଣ ଏବଂ ଗଛ ଭିତରେ କବକର ବୃଦ୍ଧି ଦ୍ଵାରା ଏହି ଲକ୍ଷଣର ପରିପ୍ରକାଶ ତ୍ୱରାନ୍ୱିତ ହୋଇଥାଏ, ଯଦି ବୀଜ ସଂକ୍ରମିତ ହୋଇଥାଏ, ଚାରା ସହଳ ମରିଯାଇ ପାରେ (ତଳି ସଢା)। କବକ ନୂଆ ପତ୍ରରୁ କାଣ୍ଡକୁ ବିସ୍ତାର କରିଥାଏ, ଯେଉଁଠି ଗଛ ଅଗ୍ରରେ ଡେମ୍ଫ ଓ କାଣ୍ଡର ସଂଯୋଗ ସ୍ଥାନରେ ଯାଦୁରା ସୃଷ୍ଟି କରି ଏହା ବଢିଥାଏ। ଏହା କାଣ୍ଡ ଦେଇ ଜଳ ଓ ପୋଷଣ ପରିବହନରେ ବାଧା ସୃଷ୍ଟି କରିଥାଏ ଓ ଗଛର ପତନ ଓ ମୃତ୍ୟୁ ମଧ୍ୟ ହୋଇପାରେ। ଏହା ସୋରିଷ/ରାଇ ଓ ବ୍ରାସିକା ପରିବାରର ଅନ୍ୟ ଫସଲ (କାନୋଲା, ସାଲଗମ, ବ୍ରକୋଲି, ବ୍ରସେଲ୍ସ ସ୍ପ୍ରାଉଟ, ବନ୍ଧାକୋବି )ର ଏକ ପ୍ରଧାନ ରୋଗ ଅଟେ।


ସୁରକ୍ଷାତ୍ମକ ଉପାୟ

  • ଏହି ରୋଗ ଦୂର ପାଇଁ ପ୍ରମୁଖ ଉପାୟ ହେଉଛି, ଯଦି ମିଳେ, ଚୟନିତ ଫସଲର ପ୍ରତିରୋଧୀ କିସମ ବ୍ୟବହାର କରିବା। ପୋଷକ ନଥିବା ଗଛ ସହିତ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ। ଅମଳ ପରେ ଜମି ହଳ କରି ଫସଲ ଅବଶେଷକୁ ପୋତି ଦିଅନ୍ତୁ। ହାଲୁକା ହଳ କରିବା ଦ୍ଵାରା ତଳ ପତ୍ର ଓ କାଣ୍ଡରେ କବକ ପହଞ୍ଚିବା ପାଇଁ ବାଧା ସୃଷ୍ଟି କରିପାରେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ