ତମାଖୁ

କଳା ନଳି ପୋକ

Phytophthora nicotianae

ଫିମ୍ପି

ସଂକ୍ଷେପରେ

  • ପତ୍ରର ରଙ୍ଗ ଓ ଆକାର ଅସାମାନ୍ୟ ହୋଇଯାଏ, ପତ୍ର ବିକୃତ ଓ କୁଞ୍ଚୁକୁଞ୍ଚିଆ ଦେଖାଯାଏ.
  • ବଢି ଯାଇଥିବା ରଙ୍ଗହୀନ ପତ୍ରରେ ପରିଗଳିତ ଚକଡା ଦେଖାଯାଏ.
  • ଗଛରେ ଫଳ ମଧ୍ୟ ଅସାମାନ୍ୟ ଆକୃତି ର ହୋଇଥାଏ ଏବଂ ଫଳର ଚୋପା କଳା କିମ୍ବା ବାଦାମୀ ରଙ୍ଗର ଦାଗ ଦ୍ୱାରା ଘୋଡାଇ ହୋଇଥାଏ.
  • ପ୍ରଚୁର ପରିମାଣରେ ଫିମ୍ପି ଏହି ଦାଗ ଉପରେ ସୃଷ୍ଟି ହୁଏ ଏବଂ ଏଥିରୁ ପାଣି ବହିବା ଦେଖାଯାଇପାରେ.
  • ବକଳାରେ ହୋଇଥିବା ଦାଗ ପ୍ରଚୁର ପରିମାଣରେ ଅଠା ନିର୍ଗତ ହୋଇଥାଏ ଏବଂ ଏହି ପ୍ରକ୍ରିୟାକୁ ଗମୋସିସ (gummosis) ବା ଅଠା ରୋଗ କୁହାଯାଏ.

ମଧ୍ୟ ଦେଖା ଯାଇପାରେ


ତମାଖୁ

ଲକ୍ଷଣ

ଫସଲ ବୃଦ୍ଧିର ସବୁ ଅବସ୍ଥାରେ ଗଛର ସବୁ ଅଂଶରେ ଏହି ରୋଗର ଲକ୍ଷଣ ଦେଖାଯାଇପାରେ. ପତ୍ରର ରଙ୍ଗ ଓ ଆକାର ଅସାମାନ୍ୟ ହୋଇଯାଏ, ପତ୍ର ବିକୃତ ଓ କୁଞ୍ଚୁକୁଞ୍ଚିଆ ଦେଖାଯାଏ. ବଢି ଯାଇଥିବା ରଙ୍ଗହୀନ ପତ୍ରରେ ପରିଗଳିତ ଚକଡା ଦେଖାଯାଏ. ରୋଗ ବଢି ଚାଲିଲେ ମୃତ ଅଂଶ ଝଡ଼ିଯାଏ ଓ ପତ୍ର ଚିରାଫଟା ପରି ଦେଖାଯାଏ. ଗଛରେ ଫଳର ଆକାର ମଧ୍ୟ ଅସାମାନ୍ୟ ହୋଇଯାଏ ଏବଂ ଫଳର ଚୋପାରେ କଳା କିମ୍ବା ବାଦାମୀ ରଙ୍ଗର ଦାଗ ଦେଖାଯାଏ. ପରବର୍ତ୍ତୀସମୟରେ ଏହି ଦାଗ ଉପରେ ପ୍ରଚୁର ପରିମାଣରେ ଫିମ୍ପି ସୃଷ୍ଟି ହୁଏ ଓ ସେଥିରୁ ପାଣି ବାହାରିଥାଏ. ଫଳ ଶୁଖିଯାଏ ଓ ଚାପରେ ସ୍ପଷ୍ଟ ରୂପେ ଶୁକୁଡ଼ି ଯିବା ସଂକେତ ମିଳିଥାଏ. ଗଛର ବକଳା ଗାଢ଼ ବାଦାମୀ ରେ ପରିଣତ ହୋଇଯାଏ ଏବଂ ଘାଆ ସବୁ ଭଲ ଭାବେ କାଠ ଗଣ୍ଡିରେ ଦେଖାଯାଏ. ପ୍ରଚୁର ପରିମାଣରେ ଅଠା ଏହି ଜାଗାରୁ ନିର୍ଗତ ହୋଇଥାଏ ଯାହାକୁ ଗମୋସିସ (gummosis) କୁହାଯାଏ. ଏହାକୁ କାଟି ଦେଖିଲେ କାଣ୍ଡ ଓ ମୂଳର ଟିସୁ ରେ ପଚି ଯାଇଥିବା (ରଙ୍ଗହୀନତା) ଜଣାପଡେ. ମୋଟାମୋଟି ଭାବେ ଗଛ ଝାଉଁଳି ଯାଏ ଏବଂ ଅତ୍ୟଧିକ ସଂକ୍ରମଣ କ୍ଷେତ୍ରରେ ତଳି ପଚା ଦେଖାଦେଇପାରେ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏହି ଫିମ୍ପିର ନିୟନ୍ତ୍ରଣ ଫସଲ ଓ ପରିବେଶ ଉପରେ ନିର୍ଭର କରି ଅଲଗା ଅଲଗା ହୋଇଥାଏ. ଫାଇଟୋପଥେରା ନିକୋଟିଆନା (Phytophthora nicotianae)ର ଅନେକ ଶତ୍ରୁ ଓ ରୋଗକାରୀ ଜୀବାଣୁ ଅଛନ୍ତି. ଉଦାହରଣ ସ୍ୱରୂପ ଆସ୍ପରଜିଲସ ଟେରସ (Aspergillus terreus), ସିଉଡୋମୋନାସ ପୁଟିଡା (Pseudomonas putida) କିମ୍ବା ଟ୍ରାଇକୋଡେର୍ମା ହାରଜିଅନମ (Trichoderma harzianum). କପର ଉପରେ ପରିବେଶିତ ଫିମ୍ପିନାଶକ ଓଦା ସିଜନରେ ପ୍ରତି 2-3 ମାସରେ ଠାରେ ପ୍ରୟୋଗ କଲେ ଏହି ରୋଗର ସଂକ୍ରମଣ କମ ହୋଇପାରେ. ଦାଗ ହୋଇଥିବା ବକଳା ବାହାର କରି କପର ଫିମ୍ପିନାଶକ ର ପ୍ରଲେପ ଲଗା ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. କେତେକ ଫସଲରେ ଉଭୟ ମେଟାଲାକ୍ସିଲ (metalaxyl) ଓ ଫସଫୋନେଟ (phosphonate) ପ୍ରଭାବୀ ରୂପେ କାମ କରେ. କିଛି କ୍ଷେତ୍ରରେ ମେଟାଲାକ୍ସିଲ ପ୍ରତି ପ୍ରତିରୋଧକତା ସୃଷ୍ଟି ହେବାର ଦେଖାଯାଇଛି.

ଏହାର କାରଣ କଣ

କୃଷି ଓ ଉଦ୍ୟାନ କୃଷି ରେ ଅନେକ ଅର୍ଥନୈତିକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ଫସଲରେ ଫାଇଟୋପଥେରା ନିକୋଟିଆନା (Phytophthora nicotianae) ସଂକ୍ରମଣ ଦେଖାଦେଇଥାଏ. ଏହା ଏକ ମାରାତ୍ମକ ରୋଗ. ଏହା ମୃତ୍ତିକା ଜନିତ ଫିମ୍ପି ଯାହା ମୁଖ୍ୟତଃ ଗରମ ଓ ଆର୍ଦ୍ର ପରିବେଶରେ ଦେଖାଯାଏ, କିନ୍ତୁ ଏହା ନାତିଶୀତୋଷ୍ଣ ପରିବେଶରେ ମଧ୍ୟ ଦେଖାଦେଇପାରେ. ଏହି ରୋଗର ବ୍ୟାପ୍ତ ଓ ବିସ୍ତାର ପାଇଁ ମୁକ୍ତ ଜଳୀୟ ଅଂଶ ର ଆବଶ୍ୟକତା ରହିଥାଏ. ବର୍ଷା ଛାଟ ଓ ଜଳସେଚନ ଦ୍ୱାରା ଫିମ୍ପିର ଅଣୁ କୁ ସଂକ୍ରମିତ ଗଛରୁ ପାଖରେ ଥିବା ସୁସ୍ଥ ଗଛକୁ ବ୍ୟାପିଥାଏ. ଏହି ଅଣୁ ପାଣିରେ ମଧ୍ୟ ବଞ୍ଚିପାରେ ଓ ଜଳ ନିଷ୍କାସନ ନାଳ କିମ୍ବା ଜଳସେଚନ ବ୍ୟବସ୍ଥା ରେ ପ୍ରଭାବ ପକାଇଥାଏ ଏବଂ ବହୁତ ଦୂରରେ ଥିବା ଗଛକୁ ମଧ୍ୟ ସଂକ୍ରମଣ କରିପାରେ.


ସୁରକ୍ଷାତ୍ମକ ଉପାୟ

  • ରୋଗମୁକ୍ତ ବିହନ କିମ୍ବା ଚାରା ପ୍ରାମାଣିକ ସୂତ୍ରରୁ ବ୍ୟବହାର କରନ୍ତୁ.
  • ଯଦି ମିଳେ ତାହେଲେ ଅଧକ ସହନଶୀଳ କିସମ ବ୍ୟବହାର କରନ୍ତୁ.
  • ଅଧିକ ପାଣି ଦିଅନ୍ତୁ ନାହିଁ.
  • ସଂକ୍ରମିତ ଗଛ କିମ୍ବା ଡାଳ ବାହାର କରିଦିଅନ୍ତୁ.
  • ଉତ୍ତମ ଜଳ ନିଷ୍କାସନ ଜମିରେ ଗଛ ଲଗାନ୍ତୁ.
  • ଜମିରେ କାମ କଲା ବେଳେ ଗଛକୁ ଆଘାତ କରନ୍ତୁ ନାହିଁ.
  • ଯେତେବେଳେ ଡାଳପତ୍ର ଓଦା ଥାଏ ସେତେବେଳେ ଜମିରେ କାମ କରନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ