Colletotrichum spp.
ଫିମ୍ପି
ଏହି ରୋଗ ଦ୍ୱାରା ଗଛର ସମସ୍ତ ଅଂଶ ପ୍ରଭାବିତ ହୋଇପାରେ ଯାହା ପଚିବାର କାରଣ ହୋଇଥାଏ। ଏହାର ସ୍ପଷ୍ଟ ଲକ୍ଷଣଗୁଡ଼ିକ ହେଉଛି ପଚା ଫଳ ଏବଂ ମୂଳ ପାଖରେ ଓ ଉପରେ ଥିବା ବିବର୍ଣ୍ଣ ଟିସୁ, ଯାହାକୁ ‘କାଣ୍ଡ ପଚା’ ମଧ୍ୟ କୁହାଯାଏ। ଯେତେବେଳେ ଗଛର କାଣ୍ଡ ସଂକ୍ରମିତ ହୁଏ, ପୁରା ଗଛ ଝାଉଁଳି ଯାଇ ପାରେ। ସଂକ୍ରମିତ ଗଛର କାଣ୍ଡ କାଟି ଆପଣ ବିବର୍ଣ୍ଣତା ଦେଖିପାରିବେ। ଫଳ ପଚା, ଫଳ ଉପରେ ହାଲୁକା ବାଦାମୀ, ପାଣି-ଭିଜା ଦାଗ ପରି ଆରମ୍ଭ ହୁଏ, ଯାହା ଗାଢ ବାଦାମୀ କିମ୍ବା କଳା, କଠିନ ଆଘାତରେ ପରିଣତ ହୁଏ। ଆର୍ଦ୍ର ଅବସ୍ଥାରେ କମଳା ରଙ୍ଗର ତରଳ ପଦାର୍ଥ ଫଳର ଆଘାତସ୍ଥାନରୁ ବାହାରିପାରେ। କଢ ଏବଂ ଫୁଲ ଉପରେ କଳା କ୍ଷତ ଦାଗ ଏବଂ ଶୁଖିଲା ଫୁଲ ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ଅଟେ। ପତ୍ରରେ କଳା ଦାଗ ଏବଂ କ୍ଷତି ମଧ୍ୟ ହୋଇପାରେ, କିନ୍ତୁ କେବଳ ଏହି ଲକ୍ଷଣ ଥିଲେ, ଏହାର ଅର୍ଥ ନୁହେଁ ଯେ ଗଛରେ ଆନ୍ଥ୍ରାକ୍ନୋଜ୍ ଅଛି।
ଏପରି ଉତ୍ପାଦ ଖୋଜନ୍ତୁ ଯାହାକି ଏହି ରୋଗକୁ ନିୟନ୍ତ୍ରଣ କରୁଥିବା ବିଷୟରେ ସ୍ପଷ୍ଟ ଭାବେ ସୂଚାଉଥିବା। ଏଗୁଡ଼ିକ ସାହାଯ୍ୟକାରୀ ଜୀବାଣୁ କିମ୍ବା କବକରୁ ତିଆରି ହୋଇଥାଏ। ରୋଗ ଆରମ୍ଭ ହେବା ପୂର୍ବରୁ ବ୍ୟବହୃତ ହେଲେ ଏହି ଉତ୍ପାଦଗୁଡ଼ିକ ସର୍ବୋତ୍ତମ କାର୍ଯ୍ୟ କରିଥାଏ। ଜୈବିକ ପଦାର୍ଥର ରକ୍ଷଣାବେକ୍ଷଣ ଏବଂ / କିମ୍ବା ମିଶାଇ ଏବଂ ପୂର୍ବ ବର୍ଷର ଫସଲ ଅବଶେଷକୁ ବାହାର କରି ନିଜ ମାଟିକୁ ସୁସ୍ଥ ରଖନ୍ତୁ। ଏକ ସୁସ୍ଥ ମାଟିରେ ଅନେକ ସହାୟକ ଜୀବ ଥାଇପାରେ ଯାହା ମୃତ୍ତିକା ବାହିତ ଜୀବାଣୁ ବିସ୍ତାରରୁ ନିବୃତ୍ତ କରିଥାଏ।
ଯଦି ଉପଲବ୍ଧ ହୁଏ, ଜୈବିକ ଉପଚାର ସହିତ ସର୍ବଦା ଏକ ନିରାକରଣ ସମନ୍ଵିତ ପଦ୍ଧତି ଗ୍ରହଣ କରନ୍ତୁ। ଗଛ ଫୁଲ ଫୁଟିବା ଅବସ୍ଥାରେ ଥିବାବେଳେ ସ୍ପ୍ରେ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଉପଚାର ପାଇଁ ଆପଣ ଫଳ ଉପରେ ଲକ୍ଷଣ ଦେଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ। କେବଳ ସରକାରଙ୍କ ଦ୍ୱାରା ଅନୁମୋଦିତ କବକନାଶୀ ବ୍ୟବହାର କରନ୍ତୁ। ଆନ୍ଥ୍ରାକ୍ନୋଜ ଅଧିକ ପ୍ରଭାବଶାଳୀ କବକନାଶୀ ପ୍ରତିରୋଧକ ନହେବା ପାଇଁ ଆପଣ ବ୍ୟବହାର କରୁଥିବା କବକନାଶୀର ପ୍ରକାର ପରିବର୍ତ୍ତନ କରନ୍ତୁ। ଆପଣ ବାଛିଥିବା କବକନାଶୀର ଲେବଲ୍ ପଢନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ତାହା କିପରି କାର୍ଯ୍ୟ କରେ ଆପଣ ବୁଝିଛନ୍ତି ଏବଂ ସେଗୁଡିକ ବ୍ୟବହାର ପାଇଁ ନିର୍ଦ୍ଦେଶ ଏବଂ ନିୟମ ଅନୁସରଣ କରୁଛନ୍ତି। କେତେକ କବକନାଶୀ ଲେବଲ୍ ଏହା ମଧ୍ୟ ଜଣାଇଥାଏ ଯେ ସେଗୁଡିକ ରୋପଣ ଅବସ୍ଥାରେ ବୁଡା ପ୍ରୟୋଗ ପାଇଁ ବ୍ୟବହାର କରାଯାଇପାରିବ, ଯାହା ଆପଣଙ୍କ ଫସଲକୁ ଅଧିକ ସୁରକ୍ଷା ଯୋଗାଇପାରେ।
ଆନ୍ଥ୍ରାକ୍ନୋଜ୍ ଏକ କବକ ଜନିତ ରୋଗ ଏବଂ ଷ୍ଟ୍ରବେରି ପାଇଁ ସବୁଠାରୁ କ୍ଷତିକାରକ ରୋଗ ଅଟେ। ଏହା ପୁରା ବୃଦ୍ଧି ଋତୁ ସାରା ରେ ଏବଂ ଅମଳ ପରେ ଭୀଷଣ କ୍ଷତି ଘଟାଇପାରେ। ଏହି ରୋଗ ସାଧାରଣତଃ ନୂତନ ଷ୍ଟ୍ରବେରୀ ରୋପଣ ସାମଗ୍ରୀ ମାଧ୍ୟମରେ କ୍ଷେତରେ ପ୍ରବେଶ କରେ। ଜୀବାଣୁ ସେଠାରେ ଥାଇପାରେ କିନ୍ତୁ ତାପମାତ୍ରା ଏବଂ ଆର୍ଦ୍ରତା ବୃଦ୍ଧି ନହେବା ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଏ ନାହିଁ। ଉଷ୍ମ ଏବଂ ଆର୍ଦ୍ର ପାଗ ହେଲେ ଏହି ରୋଗ ସର୍ବୋତ୍ତମ ବୃଦ୍ଧି ପାଇଥାଏ। ଯେତେବେଳେ ବର୍ଷା ବୁନ୍ଦା ଭୂମିରେ ପଡେ, ସେଗୁଡିକ ମୃତ୍ତିକା କଣିକାକୁ ବାୟୁ ଭିତରକୁ ଠେଲି ଦେଇ ରୋଗ ବିସ୍ତାର କରିପାରନ୍ତି। ପବନ ବହୁଥିବା ସ୍ଥାନରେ ଏହା ବାସ୍ତବ ଅଟେ। ଏହା ମଧ୍ୟ ଜଣାଯାଇଛି ଯେ ଜୀବାଣୁ ନଅ ମାସ ପର୍ଯ୍ୟନ୍ତ ମାଟିରେ ଏବଂ ଫସଲ ଅବଶେଷରେ ବଞ୍ଚିପାରେ ଏବଂ କ୍ଷେତ ନିକଟରେ ବଢୁଥିବା ବାଳୁଙ୍ଗାକୁ ସଂକ୍ରମିତ କରିପାରେ। ଏପରିକି ଯନ୍ତ୍ରପାତି ଏବଂ କ୍ଷେତ୍ର ମଧ୍ୟରେ ଲୋକଙ୍କ ଗତିବିଧି ମାଧ୍ୟମରେ ଏହି ରୋଗ ବିସ୍ତାର କରିପାରେ।