Glomerella cingulata
ଫିମ୍ପି
ଆକ୍ରମଣ ହୋଇଥିବା ଟିସୁ ଏବଂ ପାଣି ପାଗ ଉପରେ ନିର୍ଭର କରି କବକ ବିଭିନ୍ନ ପ୍ରକାରର ଲକ୍ଷଣ ସୃଷ୍ଟି କରେ। ବିଭିନ୍ନ ରଙ୍ଗର ଅତି ଛୋଟ ଖାଲୁଆ ଦାଗ ପତ୍ର, କାଣ୍ଡ, ଫୁଲ କିମ୍ବା ଫଳ ଉପରେ ଦେଖାଯାଏ ଓ ପ୍ରାୟତଃ ହଳଦିଆ ବଳୟ ଦ୍ୱାରା ଘେରି ରହିଥାଏ। ପରେ, ପତ୍ର ଉପରେ, ଦାଗ ବଡ ହୋଇଥାଏ ଏବଂ କ୍ଷତ-ଦାଗ ସୃଷ୍ଟି କରିଥାଏ ଏବଂ ପତ୍ର-ଫଳକର ଅଧିକାଂଶ ଭାଗକୁ ଆଚ୍ଛାଦନ କରିପାରେ। ତାହା ହଳଦିଆ ରଙ୍ଗରେ ପରିଣତ ହୋଇଯାଏ ଏବଂ ଅକାଳରେ ପତ୍ରଝଡା ଆଡକୁ ଯାଇପାରେ। ଫଳ ଉପରେ ଦାଗଗୁଡ଼ିକ ବାଦାମୀରୁ ଗାଢ ବାଦାମୀ, ପ୍ରଥମେ ଗୋଲାକାର, ତାପରେ ପ୍ରସାରିତ ହେବା ସମୟରେ ଅନିୟମିତ ହୋଇଥାଏ। ଫଳଗୁଡ଼ିକ ପରେ ନରମ ହୋଇଯାଏ ଏବଂ ପଚିବା ଆରମ୍ଭ କରିଥାଏ ଯାହା ଗାଢ ଧୂସର କିମ୍ବା କଳା ହୋଇଯାଏ କିନ୍ତୁ ଜଳୀୟ ନୁହେଁ। ଆନ୍ଥ୍ରାକ୍ନୋଜ୍ ଡାଳ ଏବଂ ଶାଖା ଉପରେ ମଧ୍ୟ ଆକ୍ରମଣ କରିପାରେ ଏବଂ ଯାଦୁରା ସୃଷ୍ଟି କରିପାରେ, ଯେଉଁ ସ୍ଥାନ ଖାଲୁଆ, ସଂକ୍ରମିତ ଟିସୂ ଓ ଫୁଲା ଧାରର ହୋଇଥାଏ। ଗଣ୍ଡିର ସଂକ୍ରମଣ ବେଳେବେଳେ ଘେରିଥିବା ବା ଗୁଡେଇ ହୋଇଥିବା ଭଳି ଜଣାଯାଏ ଓ ଅଗମରା ଦେଖାଯାଏ।
ଆସ୍ପରଜିଲସ ଫ୍ଲାଭସ, ହାଇପୋକ୍ରି ରୁଫା, ହାଇପୋନେକ୍ତ୍ରିଆ ଟ୍ୟୁବରକୁଲାରିଫର୍ମିସ ଏବଂ ନେକ୍ଟ୍ରିଏଲା ମୁଏଲେରି ଆଦି ପ୍ରତିଯୋଗିତାମୂକକ କବକ ଜଣାଥିବା ଜୈବ ନିୟନ୍ତ୍ରଣ କାରକ ଅଟନ୍ତି। କେବଳ ପ୍ରଥମଟି ବାସ୍ତବ ବିରୋଧୀ ଅଟେ। ଅନ୍ୟ ସବୁ ପରଜୀବୀ କିମ୍ବା ରୋଗ ସୃଷ୍ଟିକାରୀ ଜୀବାଣୁ ଅଟନ୍ତି।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଫୁଲ ଫୁଟିବା ଆରମ୍ଭ ହେବାପରେ ଏବଂ କବକ ପାଇଁ ପରିବେଶ ଅବସ୍ଥା ସମୟରେ ପ୍ରଥମ ପ୍ରତିଷେଧକ ସ୍ପ୍ରେ ପ୍ରୟୋଗ କରାଯାଇପାରେ। ତା’ପରେ ଯଦି ଆବଶ୍ୟକ ହୁଏ ତେବେ 15 ଦିନର ବ୍ୟବଧାନରେ ଦୁଇଥର ସ୍ପ୍ରେ କରନ୍ତୁ। ସକ୍ରିୟ ଉପାଦାନଗୁଡ଼ିକ ହେଉଛି ପ୍ରୋପିକୋନାଜୋଲ, ମାଙ୍କୋଜେବ କିମ୍ବା ମାଙ୍କୋଜେବ ଏବଂ ଟ୍ରାଇସାଇକ୍ଲାଜୋଲର ମିଶ୍ରଣ। ଡାଳିମ୍ବ ପାଇଁ ପ୍ରକୃତ ପଞ୍ଜିକୃତ ଥିବା କବକନାଶୀ ସ୍ପ୍ରେ କରନ୍ତୁ। ନିର୍ଦ୍ଦିଷ୍ଟ ଗାଢତାକୁ ଗ୍ରହଣ କରିବା ଏବଂ ପ୍ରତିରୋଧତାକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ ପ୍ରଣାଳୀ ଥିବା କବକନାଶୀ ବ୍ୟବହାର କରିବା ଜରୁରୀ।
ଏହି ଲକ୍ଷଣଗୁଡ଼ିକ ଗ୍ଲୋମେରେଲା ସିଙ୍ଗୁଲାଟା ନାମକ କବକ ଦ୍ୱାରା ହୋଇଥାଏ। ଏହା ମୃତ୍ତିକା ପୃଷ୍ଠରେ ସଂକ୍ରମିତ ଗଛର ଅବଶେଷରେ କିମ୍ବା ଶୁଖିଲା ଫଳରେ ଅଧିକ ହୋଇଯାଏ। ବସନ୍ତ ଋତୁରେ ଏହାର ରେଣୁ ବର୍ଷା ଛିଟ କିମ୍ବା ପବନ ମାଧ୍ୟମରେ ବିସ୍ତାର ହୁଏ ଏବଂ ପାଖ ଡାଳ କିମ୍ବା ଗଛକୁ ସଂକ୍ରମିତ କରିଥାଏ। ସବୁଠାରୁ ସମ୍ବେଦନଶୀଳ ଅବସ୍ଥା ହେଉଛି ଫୁଲ ଏବଂ ଫଳ ବିକାଶ ଅବଧି। ଗଛ କଣ୍ଟା, କୀଟପତଙ୍ଗ ଏବଂ ପ୍ରାଣୀ ଯୋଗୁଁ ଆଘାତ ସଂକ୍ରମଣ ପ୍ରକ୍ରିୟାକୁ ଅନୁକୂଳ କରିଥାଏ। ବାରମ୍ବାର ବୃଷ୍ଟିପାତ, ଉଚ୍ଚ ଆର୍ଦ୍ରତା (50-80%) ଏବଂ ତାପମାତ୍ରା ପରିସର 25-30 ° C କବକଗୁଡିକର ଜୀବନଚକ୍ରକୁ ସାହାଯ୍ୟ କରିଥାଏ। ଅବଶ୍ୟ, ଏହା ସାଧାରଣତଃ ଶୁଷ୍କ ଋତୁରେ ନିଷ୍କ୍ରିୟ ହୋଇଥାଏ। ଏପରିକି ହାଲୁକା ସଂକ୍ରମଣ ଫଳର ଆଳଙ୍କାରିକ କ୍ଷତି ଘଟାଇପାରେ ଏବଂ ଏହାର ସଂରକ୍ଷଣ ଅବଧିକୁ ଛୋଟ କରିପାରେ। ଅନ୍ୟ ପୋଷକଗୁଡିକ ହେଉଛି ଆମ୍ବ, ଗୁଆ, ଏବଂ ଅମୃତଭଣ୍ଡା।