Pseudocercospora punicae
ଫିମ୍ପି
ଫୁଲ ବୃନ୍ତରେ ପ୍ରଥମେ ଲକ୍ଷଣ ଦେଖାଯାଏ। ଛୋଟ, ଗୋଲାକାର ଏବଂ ମାଟିଆରୁ କଳା ଦାଗ ସେଠାରେ ଦେଖାଯାଏ। ପରେ, ଦାଗ ବଡ ହୁଏ ଓ ପରସ୍ପର ସହିତ ମିଶି ଗାଢ ହୋଇଥାଏ। ଆକାର ଅନିୟମିତ ହୋଇଥାଏ ଏବଂ ପ୍ୟାଚ ପ୍ରାୟ 1 ରୁ 2 ମିମି ବ୍ୟାସ ବିଶିଷ୍ଟ ହୋଇଥାଏ। ଫଳରେ ବ୍ୟାକ୍ଟେରିଆ ପୋଡା ରୋଗରେ ଦେଖା ଯାଉଥିବା ଦାଗ ଭଳି ଦେଖାଯାଏ, କିନ୍ତୁ ତାହା ଅଧିକ ଗାଢ କଳା, ଅଲଗା, ବିଭିନ୍ନ ଆକାରର, ବିନା ଫାଟ ଓ ବିନା ଅଠାଳିଆ ହୋଇଥାଏ। ପତ୍ରରେ ଏହି ଦାଗ ବିଛୁରିତ, ଗୋଲାକାର କିମ୍ବା ଅନିୟମିତ, ଗାଢ ଲାଲ ମାଟିଆ ରୁ ପ୍ରାୟ କଳା ଓ ଏକ ବିକ୍ଷିପ୍ତ ହଳଦିଆ ଧାର ସହିତ ଥାଏ। ଏହି ଦାଗ 0.5 ରୁ 5 ମିମି ବ୍ୟାସ ବିଶିଷ୍ଟ ହୋଇଥାଏ ଏବଂ ପରସ୍ପର ମିଶନ୍ତି ନାହିଁ। ଦାଗ ଥିବା ପତ୍ର ଇଷତ ସବୁଜ, ପରେ ହଳଦିଆ ହୋଇଥାଏ ଓ ଝଡିପଡେ। କଳା ଦୀର୍ଘବୃତ୍ତାକାର ଦାଗ ଡାଳରେ ଦେଖାଯାଏ, ଓ ଏକ ବହଳିଆ ଧାର ସହିତ ଚେପଟା ଓ ଖାଲୁଆ ହୋଇଥାଏ। ସଂକ୍ରମିତ ଡାଳ ଶୁଖିଯାଏ ଓ ମରିଯାଏ।
ଆମେ ଦୁଃଖିତ ଯେ, ଆମ ଏହି ରୋଗ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ କାରକ ପାଇପାରି ନାହୁଁ। ଏହା ଜାଣିବା ପାଇଁ ଆମେ ଆଶାବାଦୀ ଅଟୁ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯଦି ଅର୍ଥନୈତିକ ସୀମା ଆସିଥାଏ, ନିୟନ୍ତ୍ରଣ ପଦକ୍ଷେପ ନେବାକୁ ପଡିବ। ଫଳ ସୃଷ୍ଟି ହେବ ପରେ 15 ଦିନ ଅନ୍ତରରେ କବକନାଶକର ଦୁଇ କିମ୍ବା ତିନୋଟି ସିଞ୍ଚନ ରୋଗର ନିୟନ୍ତ୍ରଣ ଉତ୍ତମ ଭାବରେ କରିଥାଏ। ମାଙ୍କୋଜେବ, କୋନାଜୋଲ, କିମ୍ବା କୀଟାଜିନ ଆଦି ହେଉଛି ସକ୍ରିୟ ଉପାଦାନ। ଡାଳିମ୍ବ ପାଇଁ କେବଳ ବାସ୍ତବରେ ପଞ୍ଜୀକୃତ କବକନାଶକ ସିଞ୍ଚନ କରନ୍ତୁ। ରୋଗ ପ୍ରତିରୋଧକତା ନିବାରଣ ପାଇଁ ନିର୍ଦ୍ଧିଷ୍ଟ ଗାଢତା ଏବଂ ଭିନ୍ନ ଭିନ୍ନ କାର୍ଯ୍ୟ ପ୍ରଣାଳୀ ଥିବା କବକନାଶକ ବ୍ୟବହାର କରିବା ଆବଶ୍ୟକ ଅଟେ। ବିରାମ ସମୟକୁ ମଧ୍ୟ ଗୁରୁତ୍ଵ ଦିଅନ୍ତୁ।
ସୁଡୋସର୍କୋସ୍ପୋରା ପୁନିକେ ନାମକ କବକ ଦ୍ଵାରା ଏହି ଲକ୍ଷଣ ହୋଇଥାଏ। ଏହା ଗଛ ଅବଶେଷ ଓ ଗଛର ସଂକ୍ରମିତ କାଣ୍ଡ ଅଂଶରେ ବଞ୍ଚିପାରେ। ପବନ ବାହିତ ରେଣୁ ଦ୍ଵାରା ଏହା ବିସ୍ତାର ଲାଭ କରିଥାଏ। ବର୍ଷା ଓ ମାଟିରେ ଜଳର ପରିପୃକ୍ତତା ଦ୍ଵାରା ଏହି ରୋଗ ଅନୁକୂଳିତ ହୋଇଥାଏ। ତେଣୁ ସଂକ୍ରମଣ ପ୍ରକ୍ରିୟା ଏବଂ ରୋଗର ବିସ୍ତାର ଆର୍ଦ୍ର ଓ ବର୍ଷା ପରିସ୍ଥିତିରେ ତ୍ୱରାନ୍ୱିତ ହୋଇଥାଏ। ପତ୍ର ଦାଗ ପରୋକ୍ଷ ଭାବରେ ଅମଳ କମାଇ ଥାଏ। ଦାଗଗୁଡିକ ଶକ୍ତି ଉତ୍ପାଦନ କରୁଥିବା ଆଲୋକ ସଂଶ୍ଳେଷଣ କ୍ଷେତ୍ରଫଳ କମାଇଥାନ୍ତି। ସଂକ୍ରମିତ ପତ୍ର ଚାହା ଉତ୍ପାଦାନ ନିମନ୍ତେ ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବିକ୍ରି ହୋଇ ପାରିବ ନାହିଁ। ଫଳ ଦାଗ ବଜାର ଦ୍ରବ୍ୟର ଅର୍ଥନୈତିକ କ୍ଷତି କରାଇ ଥାଏ। ସଂକ୍ରମିତ ଫଳ ମଧ୍ୟ ବିକ୍ରି କରାଯାଇ ପାରିବ ନାହିଁ।