ଅନ୍ୟ

ଜୋଆରର ଦୀର୍ଘ କଳା ଗୁଣ୍ଡି ରୋଗ ( ସ୍ମଟ )

Tolyposporium ehrenbergii

ଫିମ୍ପି

5 mins to read

ସଂକ୍ଷେପରେ

  • ଦୁଧ ସର -ମାଟିଆ ରଙ୍ଗ , ଅଳ୍ପ ବହୁତ ସିଲିଣ୍ଡର ଆକାରର ଏବଂ ସାମାନ୍ୟ ବକ୍ର " କଳା ଗୁଣ୍ଡ - ବୀଜପୁଞ୍ଜ" କେଣ୍ଡାର ପାଖରେ ବିଛାଡି ହୋଇ ରହିଥାଏ । କଳା ଗୁଣ୍ଡ- ବୀଜପୁଞ୍ଜ ଫାଟି କଳା ଗୁଣ୍ଡ ଆକାରରେ ରେଣୁ ମୁକ୍ତ କରେ । 8-10 ଗାଢ ମାଟିଆ ଫିଲାମେଣ୍ଟ ବିଡା ଆକାରରେ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ


ଅନ୍ୟ

ଲକ୍ଷଣ

ପୁଷ୍ପଗୁଚ୍ଛର ଏକ କ୍ଷୁଦ୍ର ଅଂଶରେ ସାଧାରଣତଃ ଏହି ରୋଗ ସୀମିତ ଥାଏ ; ବିଜପୁଞ୍ଜରେ ପରିଣତ ହୋଇ କେଣ୍ଡାରେ ବିଛାଡି ହୋଇ ରହିଥାଏ । ବିଜପୁଞ୍ଜ ଅଳ୍ପ ବହୁତ ସିଲିଣ୍ଡର ଆକାରର ଏବଂ ସାମାନ୍ୟ ବକ୍ର କବକ ଗଠନ ହୋଇଥାଏ । ସେଗୁଡିକର ଅପେକ୍ଷାକୃତ ମୋଟା ଦୁଧ ସର -ମାଟିଆ ଆବରଣ ଥାଏ । ପ୍ରତି ବିଜପୁଞ୍ଜ ଅଗ୍ର ଭାଗରେ ଫଟି କଳା ଗୁଣ୍ଡ ମୁକ୍ତ କରନ୍ତି ଓ ରୋଗ ଅଧିକ ବିସ୍ତାର କରନ୍ତି । ଗୋଟିଏ ଗଠନରେ 8-10 ଟି ଫିଲାମେଣ୍ଟ ଥାଏ ଯାହାକି ଅବଶିଷ୍ଟ ଫୁଲ ଟିସୁକୁ ସୁଚାଏ ।

Recommendations

ଜୈବିକ ନିୟନ୍ତ୍ରଣ

ରୋଗ ପ୍ରାଦୁର୍ଭାବକୁ ବାରଣ କରିବାକୁ ବିହନକୁ ଜୈବିକ ପାରଦ ମିଶ୍ରଣ ସହିତ ଉପଚାର ସୁପାରିସ କରାଯାଏ ।

ରାସାୟନିକ ନିୟନ୍ତ୍ରଣ

ଏହି ରୋଗର ଉପଚାର ପାଇଁ କୌଣସି ରାସାଯନିକ ଉପଚାର ଉପଲବ୍ଧ ନାହିଁ । ଯଦି ଆପଣ କିଛି ଜାଣିଛନ୍ତି , ଦୟାକରି ଆମକୁ ସମ୍ପର୍କ କରନ୍ତୁ ।

ଏହାର କାରଣ କଣ

ଟଲିପୋସ୍ପୋରିଆମ ଏରେନବେର୍ଜି କବକ ଦ୍ଵାରା ଏହି ଲକ୍ଷଣ ଦେଖାଯାଏ । ଏହାର ରେଣୁ ଅନେକ ସମୟରେ ପରସ୍ପର ଲାଗିରହି ଏକ ବଲ୍ ଗଠନ କରନ୍ତି ଯାହାକି ମାଟିରେ ଅନେକ ବର୍ଷ ବଞ୍ଚିବା ପାଇଁ ସୁବିଧା ସୃଷ୍ଟି କରେ । ଏହି ରେଣୁ ବଲ୍ ଜୋଆର ମଞ୍ଜିକୁ ଲାଗି ରହିପାରେ ଏବଂ ସଂକ୍ରମଣର ପ୍ରାଥମିକ ଉତ୍ସ ଭଳି କାର୍ଯ୍ୟ କରେ । ଜୋଆରର ବୁଟିଙ୍ଗ ବା ଥୋଡ ଅବସ୍ଥାରେ ଏହି ଲକ୍ଷଣ ଦେଖାଯାଏ , ଯେତେବେଳେ ରେଣୁଗୁଡିକ ଫୁଲ ଟିସୂରେ ଅଙ୍କୁରିତ ହୁଅନ୍ତି ଓ ଅଧିକ ରେଣୁ ସୃଷ୍ଟି କରନ୍ତି । ଏହା ପବନ ଦ୍ଵାରା ଅନ୍ୟ ଗଛର ଥୋଡ ପତ୍ରକୁ ( flag leaf )ଯାଏ ଓ ଧୋଇ ହୋଇ ଥୋଡ ଭିତରକୁ ଯାଇ ପ୍ରତି ଶାଖା କେଣ୍ଡାକୁ ସଂକ୍ରମିତ କରେ । ପବନ ବାହିତ ରେଣୁ ଥୋଡ ପତ୍ରାଛଦରେ ଥିବା ଜଳ ବିନ୍ଦୁରେ ରହି ଯାଇ କେଣ୍ଡାରେ ଫୁଲ ବାହାରିବା ସମୟରେ ମଧ୍ୟ ଋତୁର ବିଳମ୍ବ ସମୟରେ ସଂକ୍ରମଣ କରେ ।


ସୁରକ୍ଷାତ୍ମକ ଉପାୟ

  • କେବଳ ସୁସ୍ଥ ବିହନ ବ୍ୟବହାର ନିଶ୍ଚିତ କରନ୍ତୁ । କେତେକ ରୋଗ ପ୍ରତିରୋଧି ଓ ସହନୀୟ କିସମ ଉପଲବ୍ଧ ଅଛି ; କେବଳ ଏହି ବିହନ ବୁଣନ୍ତୁ । ରୋଗା ଦାନା ଏବଂ ଗଛ ସାମଗ୍ରୀ ସଂଗ୍ରହ କରି ଶୀଘ୍ର ନଷ୍ଟ କରିବା ଉଚିତ । ବୀଜପୁଞ୍ଜ ମାଟିରେ ମରିବା ସୁନିଶ୍ଚିତ କରିବା ପାଇଁ 2-3 ବର୍ଷ ଫସଲ ପର୍ଯ୍ୟାୟ କାର୍ଯ୍ୟକାରୀ କରନ୍ତୁ । ଟି ॰ ଏରେନବେର୍ଜି ଅଙ୍କୁରଣ ସମୟରେ ଛୋଟ ଗଛକୁ ପବନ ବାହିତ ରେଣୁ ସଂସ୍ପର୍ଶରେ ଆସିବାକୁ ବାରଣ କରିବା ପାଇଁ ଋତୁର ସହଳ ସମୟରେ ଲଗାନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ