ମକା

ମକାର କାଣ୍ଡରେ ଜିବେରେଲା ସଢା ରୋଗ

Gibberella zeae

ଫିମ୍ପି

5 mins to read

ସଂକ୍ଷେପରେ

  • ସୁଖି ଯାଇ ଥିବା ଓ ସଂକ୍ରମିତ ଚଁଅର ଦେଖାଯାଏ ଯାହାର ଅଗ୍ର ଭାଗ ନାଲିଆ ହୋଇ ଯାଇଥାଏ । ପତ୍ର ଗୁଡିକ ଫୀକା ଧୁସର ସବୁଜ ରଂଗରେ ପରିଣତ ହୋଇ ଯାଆନ୍ତି ଓ ପରେ ମଉଳି ଯାଆନ୍ତି । କାଣ୍ଡର ମଂଜା କ୍ଷୟ ହୋଇ ଯାଇଥାଏ ଓ ଗୋଲାପି କିମ୍ବା ନାଲିଆ ରଂଗରେ ପରିଣତ ହୋଇ ଯାଇଥାଏ । ଚେର ଗୁଡିକ ସଢି ଯାଆନ୍ତି ଓ ଶେଷରେ ଗଛ ମରିଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମକା

ଲକ୍ଷଣ

ମକା ଫସଲରେ ଏହି ରୋଗର ଲକ୍ଷଣ ଗୁଡିକ ପ୍ରଥମେ ଉଭୟ କାଣ୍ଡ ଓ ଚଁଅର ଉପରେ ଦେଖା ଦେଇଥାଏ । ପ୍ରାରମ୍ଭିକ ଲକ୍ଷଣ ଗୁଡିକ ପ୍ରାୟ ସମୟରେ ଶସର ଅଗ୍ର ଭାଗରେ ଧଳା ଫିମ୍ପି ଭାବେ ଦେଖା ଦେଇଥାଏ, ଯାହାକି ସମୟକ୍ରମେ ଗୋଲାପି କିମ୍ବା ନାଲିଆ ରଂଗରେ ପରିଣତ ହୋଇ ଯାଇଥାଏ । ରୋଗ ବଢିବା ସମୟରେ, ଏହି ବର୍ଣହୀନତା ଚଁଅରର ଅନ୍ୟ ଭାଗକୁ ବ୍ୟାପି ଯାଇଥାଏ, ପ୍ରାୟ ସମୟରେ ଚୋପା ଓ ଦାନା ଉପରେ ଦେଖା ଦେଇଥାଏ । ସଂକ୍ରମିତ ଚଁଅର ଗୁଡିକ ସମ୍ପୁର୍ଣ ଭାବେ ପଚି ଯାଇ ପାରନ୍ତି । ଶୀଘ୍ର ସଂକ୍ରମିତ ଫସଲର ପତ୍ର ଗୁଡିକ ଫୀକା ଧୁସର ସବୁଜ ରଂଗରେ ପରିଣତ ହୋଇ ଯାଆନ୍ତି ଓ ପରେ ମଉଳି ଯାଆନ୍ତି । ତଳ ପବ ଗୁଡିକ ନରମ ହୋଇ ଯାଆନ୍ତି ଓ ତାମ୍ର ଠାରୁ ଗାଢ ମାଟିଆ ରଂଗର ଦାଗରେ ପରିଣତ ହୋଇ ଯାଇଥାଏ । ପରେ ପରେ, ପୃଷ୍ଠ ଉପରେ କଳା ଦାଗ ଦେଖା ଦେଇଥାଏ, ଯାହାକୁ ନଖ ଦ୍ୱାରା ସହଜରେ ଉଂଖୁରି ବାହାର କରାଯାଇ ପାରେ । କାଣ୍ଡ ଲମ୍ବା ଭାବରେ କାଟିଲେ ମଂଜା କ୍ଷୟ ହୋଇ ଯାଇଥିବା ଓ ଗୋଲାପି କିମ୍ବା ନାଲିଆ ରଂଗର କୋଷରେ ପରିଣତ ହୋଇ ଯାଇଥିବା ଦେଖା ଦେଇଥାଏ । ମୂଖ୍ୟ ଚେର ଧୀରେ ଧୀରେ ପଚି ଯାଏ, ଓ ମାଟିଆ ହୋଇ ଭଙ୍ଗୁରପ୍ରବଣ ହୋଇ ଯାଆନ୍ତି । ଗଛ ଅକାଳେ ମରି ଯାଇପାରେ ବା ପଡିଯାଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଜି. ଯ଼େଐ ବିରୋଧରେ ଜୈବୀକ ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ । ଯଦି ଆପଣ କିଛି ଜୈବୀକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ । ଗରମ ପାଣିରେ ଧୋଇବା ଦ୍ୱାରା ବିହନ ଉପରେ ଥିବା ଯେ କୌଣସି ଜୀବାଣଠାରୁ ମୁକ୍ତି ମିଳି ପାରିବ । ଦୟା କରି ନିଜ ଆବଶ୍ୟକ ପାଇଁ ଅନୁକୂଳ ତାପମାତ୍ରା ଓ ସମୟ ବିଷୟରେ ଯାଂଚ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ମକାର କାଣ୍ଡରେ ଜିବରେଲ୍ଲା ସଢାକୁ ନିୟନ୍ତ୍ରଣ କରିବା ପାଇଁ କୌଣସି କବକନାଶକ ବଜାରରେ ଉପଲବ୍ଧ ନାହିଁ. ବିହନ ଗୁଡିକ ଉପରେ କବକନାଶକର ପ୍ରୟୋଗ କରାଯାଇ ପାରିବ, ମୂଖ୍ୟତଃ ଯେତେବେଳେ ଜମିର ଏକ କ୍ଷେତ୍ର ଜିବରେଲ୍ଲା ॰ ଜି ଦ୍ୱାରା ସମ୍ପୂର୍ଣ ଭାବେ ସଂକ୍ରମିତ ହୋଇଯାଇଥାଏ ।

ଏହାର କାରଣ କଣ

ଲକ୍ଷଣ ଗୁଡିକ ଜିବରେଲ୍ଲା ଜି ନାମକ ଏକ କବକ ଯୋଗୁଁ ହୋଇଥାଏ, ଯାହାକି ଫସଲ ନଥିବା ବେଳେ ଫସଲ ଅବଶେଷରେ ଓ ବିହନରେ ମଧ୍ୟ ଜୀବିତ ରହିପାରେ । ରେଣୁ ଗୁଡିକ ଓଦା, ଗରମ ପାଣିପାଗରେ ଜନ୍ମ ନିଅନ୍ତି ଓ ପବନ ଓ ବର୍ଷା ଛାଟ ଦ୍ୱାରା ବ୍ୟାପି ଥାଆନ୍ତି । ପ୍ରାରମ୍ଭିକ ସଂକ୍ରମଣ ସେତେବେଳେ ହୋଇଥାଏ ଯେତେବେଳେ କି ରେଣୁଟି ରେସମ ଉପରେ ପଡି ଥାଏ ଓ କୋଷ ଗୁଡିକୁ ସଂକ୍ରମିତ କରିବା ଆରମ୍ଭ କରି ଦେଇଥାଏ । ସଂକ୍ରମଣର ଅନ୍ୟ ସମ୍ଭବପର ସୁତ୍ର ଚେର, କାଣ୍ଡ ବା ପତ୍ର ଉପରେ ଥିବା କ୍ଷତ ମଧ୍ୟ ହୋଇପାରେ । ପକ୍ଷୀ ଓ କୀଟ ଗୁଡିକ ସାଧାରଣତଃ କ୍ଷତିକାରକ ହୋଇ ପାରନ୍ତି କାରଣ ରେଣୁ ବା ମଂଜି ଗୁଡିକୁ ପରିବାହିତ କରିବା ଛଡା, ସେମାନେ ଫସଲ କୋଷକୁ ମଧ୍ୟ କ୍ଷତି ପହଂଚାଇ ପାରନ୍ତି । ଧାନ, ମିଲେଟ୍, ଗହମ, ରାଇ, ବାର୍ଲି ଫସଲ ମଧ୍ୟ ଏହି ଜୀବାଣୁ ଦ୍ୱାରା ଆକ୍ରାନ୍ତ ହୋଇ ପାରନ୍ତି । ଅନ୍ୟ ଫସଲ ଗୁଡିକରେ ବିନା କିଛି ଲକ୍ଷଣ ଦେଖେଇ ଏହି ଜୀବାଣୁ ରହି ପାରେ, ଯାହା ଦ୍ୱାରା କି ସଂକମଣର ଏକ ଉତ୍ସ ବନି ଯାଇଥାଏ ।


ସୁରକ୍ଷାତ୍ମକ ଉପାୟ

  • ଜମିକୁ ରୋଗର ଲକ୍ଷଣ ଗୁଡିକ ପାଇଁ ନିୟମିତ ଭାବେ ନୀରିକ୍ଷଣ କରନ୍ତୁ । ଶକ୍ତ କାଣ୍ଡ ଓ ପତ୍ର ରୋଗପ୍ରତିରୋଧ ଶକ୍ତି ଥିବା ସଙ୍କର କିସମ ଚୟନ କରନ୍ତୁ । ଫସଲରେ ଗଛ ଗଛ ମଧ୍ୟରେ ବ୍ୟବଧାନ ଓ ବିହନ ପରିମାଣ ପାଇଁ ଦିଆ ଯାଇ ଥିବା ପରାମର୍ଶକୁ ମାନି ଫସଲ ବୁଣନ୍ତୁ । ମାଟିରେ ଉଚିତ୍ ଯବକ୍ଷାରଜାନ ଓ ପୋଟାସିୟମ୍ ର ସନ୍ତୁଳନ ବନେଇବା ପାଇଁ ମାଟିର ପରୀକ୍ଷାକୁ ବ୍ୟବହାର କରନ୍ତୁ ଓ କୀଟନାଶକ ସମ୍ବଂଦ୍ଧୀୟ ପରାମର୍ଶକୁ ପାଳନ କରନ୍ତୁ । ଫସଲ ଉପରେ କମ୍ ଚାପ ରଖନ୍ତୁ , ବିଶେଶତଃ ଭାବେ ପ୍ରଷ୍ଫୁଟନ ପରେ ଓ ଦାନା ଭରି ହେବା ସମୟରେ । ଚାଷ କାର୍ଯ୍ୟ ସମୟରେ ଫସଲକୁ ଯେପରିକି କୌଣସି ଯାନ୍ତ୍ରିକ କ୍ଷତି ନ ପହଂଚେ । ଫସଲ ଅବଶେଷକୁ ମାଟିରେ ମିଶେଇ ଦେବା ପାଇଁ ଭଲରେ ହଳ କରନ୍ତୁ । ଅସଂବେଦନଶୀଳ ଫସଲ ସହ ଫସଲ ପର୍ଯ୍ୟାୟ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ