Gibberella zeae
ଫିମ୍ପି
ମକା ଫସଲରେ ଏହି ରୋଗର ଲକ୍ଷଣ ଗୁଡିକ ପ୍ରଥମେ ଉଭୟ କାଣ୍ଡ ଓ ଚଁଅର ଉପରେ ଦେଖା ଦେଇଥାଏ । ପ୍ରାରମ୍ଭିକ ଲକ୍ଷଣ ଗୁଡିକ ପ୍ରାୟ ସମୟରେ ଶସର ଅଗ୍ର ଭାଗରେ ଧଳା ଫିମ୍ପି ଭାବେ ଦେଖା ଦେଇଥାଏ, ଯାହାକି ସମୟକ୍ରମେ ଗୋଲାପି କିମ୍ବା ନାଲିଆ ରଂଗରେ ପରିଣତ ହୋଇ ଯାଇଥାଏ । ରୋଗ ବଢିବା ସମୟରେ, ଏହି ବର୍ଣହୀନତା ଚଁଅରର ଅନ୍ୟ ଭାଗକୁ ବ୍ୟାପି ଯାଇଥାଏ, ପ୍ରାୟ ସମୟରେ ଚୋପା ଓ ଦାନା ଉପରେ ଦେଖା ଦେଇଥାଏ । ସଂକ୍ରମିତ ଚଁଅର ଗୁଡିକ ସମ୍ପୁର୍ଣ ଭାବେ ପଚି ଯାଇ ପାରନ୍ତି । ଶୀଘ୍ର ସଂକ୍ରମିତ ଫସଲର ପତ୍ର ଗୁଡିକ ଫୀକା ଧୁସର ସବୁଜ ରଂଗରେ ପରିଣତ ହୋଇ ଯାଆନ୍ତି ଓ ପରେ ମଉଳି ଯାଆନ୍ତି । ତଳ ପବ ଗୁଡିକ ନରମ ହୋଇ ଯାଆନ୍ତି ଓ ତାମ୍ର ଠାରୁ ଗାଢ ମାଟିଆ ରଂଗର ଦାଗରେ ପରିଣତ ହୋଇ ଯାଇଥାଏ । ପରେ ପରେ, ପୃଷ୍ଠ ଉପରେ କଳା ଦାଗ ଦେଖା ଦେଇଥାଏ, ଯାହାକୁ ନଖ ଦ୍ୱାରା ସହଜରେ ଉଂଖୁରି ବାହାର କରାଯାଇ ପାରେ । କାଣ୍ଡ ଲମ୍ବା ଭାବରେ କାଟିଲେ ମଂଜା କ୍ଷୟ ହୋଇ ଯାଇଥିବା ଓ ଗୋଲାପି କିମ୍ବା ନାଲିଆ ରଂଗର କୋଷରେ ପରିଣତ ହୋଇ ଯାଇଥିବା ଦେଖା ଦେଇଥାଏ । ମୂଖ୍ୟ ଚେର ଧୀରେ ଧୀରେ ପଚି ଯାଏ, ଓ ମାଟିଆ ହୋଇ ଭଙ୍ଗୁରପ୍ରବଣ ହୋଇ ଯାଆନ୍ତି । ଗଛ ଅକାଳେ ମରି ଯାଇପାରେ ବା ପଡିଯାଇପାରେ ।
ଜି. ଯ଼େଐ ବିରୋଧରେ ଜୈବୀକ ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ । ଯଦି ଆପଣ କିଛି ଜୈବୀକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ । ଗରମ ପାଣିରେ ଧୋଇବା ଦ୍ୱାରା ବିହନ ଉପରେ ଥିବା ଯେ କୌଣସି ଜୀବାଣଠାରୁ ମୁକ୍ତି ମିଳି ପାରିବ । ଦୟା କରି ନିଜ ଆବଶ୍ୟକ ପାଇଁ ଅନୁକୂଳ ତାପମାତ୍ରା ଓ ସମୟ ବିଷୟରେ ଯାଂଚ କରନ୍ତୁ.
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ମକାର କାଣ୍ଡରେ ଜିବରେଲ୍ଲା ସଢାକୁ ନିୟନ୍ତ୍ରଣ କରିବା ପାଇଁ କୌଣସି କବକନାଶକ ବଜାରରେ ଉପଲବ୍ଧ ନାହିଁ. ବିହନ ଗୁଡିକ ଉପରେ କବକନାଶକର ପ୍ରୟୋଗ କରାଯାଇ ପାରିବ, ମୂଖ୍ୟତଃ ଯେତେବେଳେ ଜମିର ଏକ କ୍ଷେତ୍ର ଜିବରେଲ୍ଲା ॰ ଜି ଦ୍ୱାରା ସମ୍ପୂର୍ଣ ଭାବେ ସଂକ୍ରମିତ ହୋଇଯାଇଥାଏ ।
ଲକ୍ଷଣ ଗୁଡିକ ଜିବରେଲ୍ଲା ଜି ନାମକ ଏକ କବକ ଯୋଗୁଁ ହୋଇଥାଏ, ଯାହାକି ଫସଲ ନଥିବା ବେଳେ ଫସଲ ଅବଶେଷରେ ଓ ବିହନରେ ମଧ୍ୟ ଜୀବିତ ରହିପାରେ । ରେଣୁ ଗୁଡିକ ଓଦା, ଗରମ ପାଣିପାଗରେ ଜନ୍ମ ନିଅନ୍ତି ଓ ପବନ ଓ ବର୍ଷା ଛାଟ ଦ୍ୱାରା ବ୍ୟାପି ଥାଆନ୍ତି । ପ୍ରାରମ୍ଭିକ ସଂକ୍ରମଣ ସେତେବେଳେ ହୋଇଥାଏ ଯେତେବେଳେ କି ରେଣୁଟି ରେସମ ଉପରେ ପଡି ଥାଏ ଓ କୋଷ ଗୁଡିକୁ ସଂକ୍ରମିତ କରିବା ଆରମ୍ଭ କରି ଦେଇଥାଏ । ସଂକ୍ରମଣର ଅନ୍ୟ ସମ୍ଭବପର ସୁତ୍ର ଚେର, କାଣ୍ଡ ବା ପତ୍ର ଉପରେ ଥିବା କ୍ଷତ ମଧ୍ୟ ହୋଇପାରେ । ପକ୍ଷୀ ଓ କୀଟ ଗୁଡିକ ସାଧାରଣତଃ କ୍ଷତିକାରକ ହୋଇ ପାରନ୍ତି କାରଣ ରେଣୁ ବା ମଂଜି ଗୁଡିକୁ ପରିବାହିତ କରିବା ଛଡା, ସେମାନେ ଫସଲ କୋଷକୁ ମଧ୍ୟ କ୍ଷତି ପହଂଚାଇ ପାରନ୍ତି । ଧାନ, ମିଲେଟ୍, ଗହମ, ରାଇ, ବାର୍ଲି ଫସଲ ମଧ୍ୟ ଏହି ଜୀବାଣୁ ଦ୍ୱାରା ଆକ୍ରାନ୍ତ ହୋଇ ପାରନ୍ତି । ଅନ୍ୟ ଫସଲ ଗୁଡିକରେ ବିନା କିଛି ଲକ୍ଷଣ ଦେଖେଇ ଏହି ଜୀବାଣୁ ରହି ପାରେ, ଯାହା ଦ୍ୱାରା କି ସଂକମଣର ଏକ ଉତ୍ସ ବନି ଯାଇଥାଏ ।