Pectobacterium carotovorum
ବ୍ୟାକ୍ଟେରିଆ
ନୂଆ ଲଗାଯାଇଥିବା ପୁଆରେ ଅନ୍ତଃ ଟିସୂ ପଚିଯିବା ଓ ମିଥ୍ୟା କାଣ୍ଡ ଓ ଚେର ମଧ୍ୟ ପଚିଯିବା ଏହାର ପ୍ରାରମ୍ଭିକ ଲକ୍ଷଣ । ଏହା ବ୍ୟତୀତ ଘନ ବାଦାମୀ କିମ୍ବା ହଳଦିଆ ପାଣିଭିଜା ଚିହ୍ନ ଅନ୍ତଃ ଟିସୂରେ ଦେଖାଯାଏ ଓ ଖରାପ ଗନ୍ଧ ବାହାରେ । ଯେତେବେଳେ ସଂକ୍ରମିତ ଗଛକୁ କାଟି ବେକ ପାଖରେ ଖୋଲାଯାଏ ,ହଳଦିଆଠୁ ଲଳ ରଙ୍ଗର ତରଳ ପଦାର୍ଥ ଦେଖାଯାଏ । ବେକ ପାଖ ପଚିବା ପରେ ପତ୍ରର ଚେହେରାରେ ହଠାତ ହ୍ରାସ ହୁଏ ଓ ପରେ ସମ୍ପୂର୍ଣ ଶୁଖିଯାଏ । ପରବର୍ତ୍ତୀ ସମୟରେ କାଣ୍ଡ ମୂଳ ଫୁଲି ଯାଏ ଓ ଫାଟିଯାଏ । ବୟସ୍କ ଗଛରେ ବେକ ପାଖରେ ଏବଂ ପତ୍ର ମୂଳେ ପଚେ । ଯଦି ସଂକ୍ରମିତ ଗଛକୁ ବାହାରକୁ ଟଣାଯାଏ ଏହା ବେକ ପାଖରେ ଭାଙ୍ଗି ଯାନ୍ତି ଓ କନ୍ଦ ଓ ଚେରକୁ ଜମିରେ ଛାଡିଦିଅନ୍ତି । ସାଧାରଣତଃ ଏହି ରୋଗ ଲଗାଇବାର 3-5 ମାସ ପରେ ଦେଖାଯାଏ ।
ବାରତାମମାନ ପାଇଁ କୌଣସି ଜୈବିକ ଉପଚାର ଏହି ରୋଗ ପାଇଁ ନାହି। ରୋଗହେବା ଜଣା ପଡିଲା ପରେ ସଂକ୍ରମିତ ଗଛକୁ ରୋଗମୁକ୍ତ କରାଯାଇପାରିବ ନାହି କିମ୍ବା ସଂକ୍ରମଣ କମାଯାଇପାରିବ ନାହି । ଯଦି ଆପଣ କିଛି ଜୈବିକ ନିୟନ୍ତ୍ରଣ ବିଷୟରେ ଜାଣିଛନ୍ତି ଦୟାକରି ଆମକୁ କୁହନ୍ତୁ ।
ଯଦି ସମ୍ଭବ ଜୈବିକ ଉପଚାର ସହିତ ସର୍ବଦା ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ରୋଗହେବା ଜଣା ପଡିଲା ପରେ ସଂକ୍ରମିତ ଗଛକୁ ରୋଗମୁକ୍ତ କରାଯାଇପାରିବ ନାହି କିମ୍ବା ସଂକ୍ରମଣ କମାଯାଇପାରିବ ନାହି । ଯଦି ଆପଣ କିଛି ରାସାଯନିକ ନିୟନ୍ତ୍ରଣ ବିଷୟରେ ଜାଣିଛନ୍ତି ଦୟାକରି ଆମକୁ କୁହନ୍ତୁ ।
ଏହି ରୋଗ ମୃତ୍ତିକା ବାହିତ ବୀଜାଣୁ ପେକ୍ଟୋବାକ୍ଟେରିଆମ କାରଟୋଭୋରମ ର ଏକ ଉପଜାତି ଯୋଗୁଁ ହୋଇଥାଏ । ଏହା ଫସଲର ଅବଶେଷ ଓ ଆର୍ଦ୍ର ମାଟିରେ ବଞ୍ଚି ରହେ । ଏହା ଗଛ ଗଛ ମଧ୍ୟରେ ବର୍ଷା ଜଳ ,ଜଳସେଚନ ଓ ସଂକ୍ରମିତ ବିହନ ସାମଗ୍ରୀ ଦ୍ଵାରା ବିସ୍ତାର ଲାଭ କରିଥାଏ । ମୁଖ୍ୟତଃ ନୂଆ ଗଛ (ମୂଳ ପୁଆ ) ଏହି ରୋଗ ଦ୍ଵାରା ପ୍ରଭାବିତ ହୁଅନ୍ତି । ଗଛର ଟିସୂରେ ଥିବା ପ୍ରକୃତିକ ଓ କୃତିମ କ୍ଷତ ଦେଇ ଏହି ବୀଜାଣୁ ଭିତରେ ପ୍ରବେଶ କରେ । ଅନ୍ତଃ ଟିସୂର କ୍ଷୟ ଓ ତତଜନିତ ଜଳ ଓ ପୋଷାକ ପରିବହନରେ ବାଧାପ୍ରାପ୍ତ ଯୋଗୁଁ ଏହାର ଲକ୍ଷଣ ଦେଖାଦିଏ । ଉଚ୍ଚ ଆର୍ଦ୍ରତା ଓ ବାରମ୍ବାର ବର୍ଷା ବୀଜାଣୁ ବୃଦ୍ଧିକୁ ସାହାଯ୍ୟ କରନ୍ତି । ଖରା ଦିନେ ଗରମ ଓ ଓଦା ପାଗରେ ଏହା ଅଧିକ ହୁଏ । ଯଦି ରୋଗ କାନ୍ଧି ହେଲାବେଳେ ହୁଏ ଅର୍ଥନୈତିକ କ୍ଷତି ଅଧିକ ହୁଏ ।