ଧାନ

ଧାନରେ ଫୋମା ସୋରଘିନା

Epicoccum sorghinum

ଫିମ୍ପି

5 mins to read

ସଂକ୍ଷେପରେ

  • ବିହନ ଓ ମାଟି ବାହିତ କବକ ଦୁର୍ବଳ ଗଛଗୁଡିକୁ ଆକ୍ରମଣ କରିପାରନ୍ତି । କେଣ୍ଡା ଗୁଡିକରେ ଗାଢ ବାଦାମୀ ସୀମା ଥିବା ନାଲିଆ କିମ୍ବା ପାଣି ଭିଜା ଲମ୍ବାଳିଆ ଅସମ ଦାଗ ଦେଖା ଯାଇଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଗୁଡିକ ବିକାଶଶୀଳ କେଣ୍ଡାଗୁଡିକ ଉପରେ ପାଣି ଭିଜା ଦାଗ ଭାବରେ ଦେଖା ଯାଇଥାଏ । ଏହି ଦାଗ ଗୁଡିକ ପରେ ବଡ଼ ହୋଇଯାଏ ଓ ଧଳାଳିଆ କେନ୍ଦ୍ର ଚାରି ପାଖରେ ଗାଢ଼ ବାଦାମୀ ସୀମା ଥିବା ଲମ୍ବାଳିଆ ଅସମ ଦାଗ ଦେଖା ଯାଇଥାଏ । ଯଦି ସଂକ୍ରମଣଟି କେଣ୍ଡା ବାହାରିବା ପୂର୍ବରୁ ସୃଷ୍ଟି ହୋଇଥାଏ ତାହେଲେ, କେଣ୍ଡା ଗୁଡିକ ସଢ଼ି ଯାଆନ୍ତି ଓ ଶେଷରେ ଶୁଖି ଯାଆନ୍ତି । ଯେତେବେଳେ ଲକ୍ଷଣ ଗୁଡିକ ଫୁଲ ଫୁଟିବା ପରେ ଦେଖା ଯାଇଥାଏ, ଦାନା ଗୁଡିକ ଅସମ୍ପୂର୍ଣ୍ଣ ଭାବେ ଭର୍ତ୍ତି ହୋଇଥାଏ ଓ ଆବରଣ ବା ତଷୁ ଉପରେ ଅସମ ଆକାରର ଦାଗ ଦେଖା ଯାଇଥାଏ(ତଷୁ ପୋଡା ରୋଗ) । ମାତ୍ରାଧିକ ସଂକ୍ରମଣ ହେଲେ ରୋଗ ପ୍ରବଣ କିସମରେ ( ଉଦାହରଣ ସ୍ୱରୂପ ଚାଇନା ବୋରୋ ) ପ୍ରାୟ 95 % କେଣ୍ଡାର କ୍ଷତି ହୋଇଥାଏ । ଏହି ରୋଗ ଟି ଝଡ ପବନ ସହିତ ଜୋରରେ ବର୍ଷା ହେବା ସମୟରେ, ଵନ୍ୟପ୍ଲାଵିତ ଜମି ଓ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ଦ୍ୱାରା ଅନୁକୂଳ ହୋଇଥାଏ । ଢିପ ଜମି ଅଂଚଳର ଧାନରେ ତଷୁ ପୋଡା ରୋଗକୁ କମ ଅର୍ଥନୈତିକ ପ୍ରାଧାନ୍ୟ ଦିଆଯାଇଥାଏ କିନ୍ତୁ ଯଦି ଏମାନଙ୍କୁ ନିୟନ୍ତ୍ରଣ କରାନ ଯାଏ ତାହେଲେ ଏମାନେ ମାରାତ୍ମକ ରୂପ ଧାରଣ କରି ପାରନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ଯାଏଁ, ଏହି ରୋଗର ମାରତ୍ମକତା କମେଇବା ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଜଣାନାହିଁ । ଯଦି ଆପଣ କିଛି ଜାଣି ଥାଆନ୍ତି ତାହେଲେ ଆମକୁ ସମ୍ପର୍କ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ପ୍ରାକୃତିକ ଭାବେ ସଂକ୍ରମିତ ହୋଇଥିବା କିଛି କିସମର ଧାନ ବିହନର ନିୟନ୍ତ୍ରଣ ପାଇଁ ( ପି ॰ ସୋରଘିନା ରୋଗର ) କବକନାଶୀ ବ୍ୟବହାର କରି ବିହନ ଉପଚାର କରିପାରେ ।

ଏହାର କାରଣ କଣ

ରୋଗ ର ଲକ୍ଷଣ ଗୁଡିକ ବିହନ ଓ ମାଟି ବାହିତ ପିକୋକମ ସୋରଘି ନାମକ କବକ ଦ୍ୱାରା ସୃଷ୍ଟି ହୋଇଥାଏ, ଯାହାକୁ କି ଆଗରୁ ଫୋମା ସୋରଘିନା ଭାବେ ପରିଚିତ ଥିଲା । ଏହା ଏକ ସୁବିଧାବାଦୀ ଅଣୁଜୀବ ଅଟେ ଯାହାକି ଦୁର୍ବଳ କିମ୍ବା ଚାପ ପରିସ୍ଥିତିରେ ଥିବା ଗଛକୁ ଆକ୍ରମଣ କରିଦେଇଥାଏ । ଯଦିଓ ଏହା ମୁଖ୍ୟତଃ ଅଧିକ ଅର୍ଥନୈତିକ ମୂଲ୍ୟ ଥିବା ଶସ୍ୟ ଗୁଡିକ ସହିତ ଜଡିତ ହୋଇଥାଏ, ଯେପରିକି ଜୋୱାର, କ୍ଷୁଦ୍ର ଶସ୍ୟ, ଆଖୁ ଓ ଧାନ (ଗ୍ରାମାଇନିଏ), ଏହା ଦୁନିଆ ସାରା ବିଭିନ୍ନ ପ୍ରକାରର ପୋଷକ ଦଳ ମାନଙ୍କୁ ପ୍ରଭାବିତ କରିପାରେ । ଆକାଶିଆ , ଘି କୁଆଁରୀ, ଲେମ୍ବୁ ଓ ଇଉକାଲିପଟାସ ର କିଛି ପ୍ରଜାତି ଏହି ବିକଳ୍ପ ପୋଷକ ଗୁଡ଼ିକରୁ ଅନ୍ୟତମ ଅଟନ୍ତି । ଏହି କବକ ଟି ଫସଲ ଅବଶେଷରେ ବଞ୍ଚି ରହିବା ଦେଖା ଯାଇଥାଏ, ଯେପରିକି ଏହାକୁ ଆଫ୍ରିକାରେ ଚାଳ ଛାପର ଓ ପଶୁ ଖାଦ୍ୟ ରେ ଥିବା କୁହା ଯାଇଅଛି । ଏହା ମାଇକୋଟକ୍ସିନସ ପ୍ରସ୍ତୁତ କରିଥାଏ ଯାହାକି ଫସଲ ରେ ଲକ୍ଷଣ ର ବିକାଶ କୁ ଆରମ୍ଭ କରିଦେଇଥାଏ ଓ ଉଭୟ ମଣିଷ ଓ ପଶୁ ର ସ୍ୱାସ୍ଥ୍ୟ କୁ ମଧ୍ୟ ପ୍ରଭାବିତ କରିପାରେ । ମଣିଷ ଉପରେ ହେଉଥିବା ଲକ୍ଷଣ ଗୁଡିକ ମଧ୍ୟରେ ଚର୍ମ ଉପରେ ନାଲିଆ ଘା, ପାଟି ରେ ଫୋଟକା ଓ କିଛି କ୍ଷେତ୍ରରେ କର୍କଟ ରୋଗ ହେବା ମଧ୍ୟରେ ଦେଖା ଯାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ ତାହେଲେ ପ୍ରତିରୋଧି କିସମ ବ୍ୟବହାର କରନ୍ତୁ.
  • । ଜମି କୁ ଭଲ ଭାବେ ନିଷ୍କାସିତ କରିବା ସୁନିଶ୍ଚିତ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ