Aspergillus niger
ଫିମ୍ପି
ଗଜା ନ ହୋଇ ବିହନ ପଚିଯାଏ ଏବଂ ଯଦି ଗଜା ହୁଏ ତାହେଲେ, ପାଣିଭିଜା ଘା ହୋଇ ବେକ ମୂଳ ପଚିଯାଏ. ଗଛର କ୍ଷତିଗ୍ରସ୍ତ ଜାଗାରେ ମଧ୍ୟ ପାଣିଭିଜା ଘା ଦେଖାଯାଏ. ସଂକ୍ରମିତ ଫସଲକୁ ନେଇ ଲକ୍ଷଣ ଭିନ୍ନ ହୋଇପାରେ. ସଅଳ ଗଜା ହେବା ସମୟରେ ପିଆଜର ବେକ ଅଞ୍ଚଳରେ ଚାରା ପଚି ଯାଇଥାଏ. ସୁତି ଫିମ୍ପି ମାଂସାଳ କନ୍ଦ ଟିସୁର ଶିରା କଡେ କଡେ ବଢିଥାଏ. ଚିନାବାଦାମ ରେ ଫିମ୍ପି ବେକ କିମ୍ବା ମୁକୁଟ ସଢା ସୃଷ୍ଟି କରିଥାଏ ଯଦ୍ୱାରା ଚେର କୁଞ୍ଚିତ ହୋଇଯାଏ ଓ ଗଛର ଉପରି ଭାଗ ବିକୃତାକାର ହୋଇଥାଏ. ଲତାରେ ପ୍ରଥମ ଲକ୍ଷଣ ମଧ୍ୟରେ ଲାଲ ରଙ୍ଗର ସ୍ରାବ ସଂକ୍ରମିତ ଜାଗାରୁ ହୋଇଥାଏ. ଅମଳ ପରବର୍ତ୍ତୀ ଅବକ୍ଷୟ ଯୋଗୁଁ ରଙ୍ଗ ଛାଡ଼ିଯାଏ, କ୍ୱାଲିଟି ଖରାପ ହୋଇଯାଏ ଏବଂ ବିଭିନ୍ନ ଫସଲର ବ୍ୟବସାୟିକ ମୂଲ୍ୟ ହ୍ରାସ ପାଇଥାଏ.
ଟ୍ରାଇକୋଡର୍ମା (FYM ରେ ମିଶାଇ) ଦ୍ୱାରା ମାଟିକୁ ବତୁରାଈ ଦିଅନ୍ତୁ. ନିମ ପିଡିଆ ରେ ମଧ୍ୟ ଫିମ୍ପି ବିରୋଧୀ ଗୁଣ ଅଛି ଏବଂ ଏହାକୁ ଏ. ନାଇଜର ର ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଇପାରିବ. ଲଗାଇବା ପୂର୍ବରୁ ବିହନକୁ 60°C ର ଗରମ ପାଣିରେ 60 ମିନିଟ ପର୍ଯ୍ୟନ୍ତ ବୁଡାଇ ଉପଚାର କରନ୍ତୁ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଯଦି ଫିମ୍ପିନାଶକର ଅବଶ୍ୟକତ ହୁଏ ତାହେଲେ ସ୍ଥାନୀୟ ଭାବେ ମାଟିକୁ ଫିମ୍ପିନାଶକ ମାଙ୍କୋଜେବ୍ କିମ୍ବା ମାଙ୍କୋଜେବ୍ ଏବଂ କାର୍ବେଣ୍ଡାଜିମ ର ମିଶ୍ରଣ (ନହେଲେ ଥିରାମ) ଦ୍ୱାରା ବତୁରେଇ ଦିଅନ୍ତୁ. ଅନ୍ୟ ସାଧାରଣ ଉପଚାର ହେଲା ଟ୍ରିଆଜୋଲ୍ (Triazole) ଏବଂ ଇଚିନୋକାଣ୍ଡିନ୍ (Echinocandin) ପରି ଫିମ୍ପିନାଶକ.
କଳା ଫିମ୍ପି ଏକ ସାଧାରଣ ଫିମ୍ପି ଯାହା ବିଭିନ୍ନ ପ୍ରକାର ସ୍ଟାର୍ଚ୍ଚ ଥିବା ଫଳ ଏବଂ ପରିବା ରେ ଦେଖାଦେଇଥାଏ. ଏହା ଦ୍ୱାରା ଖାଦ୍ୟ ନଷ୍ଟ ଓ ଖରାପ ହୋଇଯାଇଥାଏ. ଫିମ୍ପି, ଆସ୍ପେରଗିଲସ (Aspergillus) ନାଇଜର ପବନ, ମାଟି ଏବଂ ପାଣି ଦ୍ୱାରା ବ୍ୟାପି ଥାଏ. ସାଧାରଣତଃ ଏହା ଏକ ସାପ୍ରୋଫାଇଟ୍ ଏବଂ ମୃତ ତଥା ପରିଗଳିତ ପଦାର୍ଥ ଉପରେ ବଞ୍ଚିଥାଏ କିନ୍ତୁ, ଏହା ସୁସ୍ଥ ଗଛ ରେ ମଧ୍ୟ ବଞ୍ଚିପାରେ. ଭୂମଧ୍ୟ ସାଗରୀୟ, ବିଷୁବମଣ୍ଡଳୀୟ ଏବଂ ନାତିଶୀତୋଷ୍ଣ ଅଞ୍ଚଳରେ ଏହି ଫିମ୍ପି ସାଧାରଣ ଭାବେ ମାଟିରେ ଦେଖାଯାଏ. ଏହାର ବୃଦ୍ଧି ପାଇଁ ଅନୁକୂଳତମ ତାପମାନ ହେଲା 20-40°C ଏବଂ 37°Cରେ ଭଲ ବୃଦ୍ଧି ହୋଇଥାଏ. ଫଳ ଶୁଖିଲା ବେଳେ ଜଳୀୟ ଅଂଶ କମିଯାଏ ଏବଂ ଶର୍କରା ଅଂଶ ବଢିଥାଏ ଯାହା ଶୁଖିଲା ଜଳବାୟୁ ସହ୍ୟ କରି ପାରୁଥିବା ଫିମ୍ପି ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ.