ଲେମ୍ବୁଜାତୀୟ

ସିଟ୍ରସ ପତ୍ର ଦାଗ

Pseudocercospora angolensis

ଫିମ୍ପି

5 mins to read

ସଂକ୍ଷେପରେ

  • ହାଲୁକା ବାଦାମୀ ରୁ ଧୂସର ରଙ୍ଗର ଦାଗ ଯାହାର ଗାଢ଼ ରଙ୍ଗର ଧାର ଓ ହଳଦିଆ ବଳୟ ଥାଏ.
  • ନୁଆଁ ଫଳରେ ଉଠାଣିଆ ଟ୍ୟୁମର ପରି ବୃଦ୍ଧିରେ ହଳଦିଆ ବଳୟ ଦେଖାଯାଏ.
  • ପାଚିଲା ଫଳରେ ସପାଟ ଦାଗ ଥାଏ ଯାହାର ଶୁକୁଡ଼ି ଯାଇଥିବା ବାଦାମୀ ରଙ୍ଗର ମଝି ଅଂଶ ଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ମୁଖ୍ୟତଃ ପତ୍ରରେ କାଁ ଭାଁ ଦାଗ ଦେଖାଯାଏ ଯାହା 10 ମିମି ବ୍ୟାସ ପର୍ଯ୍ୟନ୍ତ ହୋଇପାରେ. ଏହି ଦାଗ ଗୁଡିକର ମଝିରେ ହାଲୁକା ବାଦାମୀ କିମ୍ବା ଧୂସର ରଙ୍ଗ ହୋଇଥାଏ ଯାହାର ଲାଲ ଧାର ଓ ସ୍ପଷ୍ଟ ହଳଦିଆ ବଳୟ ଶୁଖିଲା ପାଗରେ ଥାଏ. ବର୍ଷା ହେଲା ପରେ ଏଗୁଡିକ କଳା ରଙ୍ଗର ହୋଇଯାନ୍ତି ଏବଂ ସେଥିରେ ଫିମ୍ପିର ଅଣୁ ଥିବା ଦେଖାଦେଇଥାଏ. ଏହା ବିଶେଷ କରି ପତ୍ରର ତଳପଟେ ଦେଖାଦେଇଥାଏ. ଯେତେବେଳେ ଏହି ରୋଗ ବଢି ବଢି ଚାଲେ ଏଇ ଦାଗ ଗୁଡିକ ମିଶିଯାଇ ପତ୍ରରେ ସାଧାରଣ ରଙ୍ଗ ହୀନତା ସୃଷ୍ଟି କରାଇଥାନ୍ତି, ବେଳେବେଳେ ଏହା ପରେ ପତ୍ର ଝଡା ବି ହୋଇଥାଏ. କେବେକେବେ ଏହି ଡଗର ମଝି ଭାଗ ଖସିଯାଏ ଓ ଗୁଳି-ବିନ୍ଧା କଣା ପରି ଦେଖାଯାଏ. ସବୁଜ ଫଳରେ ଦାଗ ଗୁଡିକ ବୃତ୍ତାକାର ରୁ ଅସମ ଆକୃତିର, ଅଲଗା କିମ୍ବା ସମ୍ମିଳିତ ହୋଇଥାଏ ଏବଂ ବହୁତ ସମୟରେ ଏକ ହଳଦିଆ ବଳୟ ଥାଏ. ଅତ୍ୟଧିକ ସଂକ୍ରମଣ ଦ୍ୱାରା କଳା, ଉଠାଣିଆ, ଟ୍ୟୁମର ପରି ବୃଦ୍ଧି ଦେଖାଯାଏ. ଏହା ପରବର୍ତ୍ତୀ ସମୟରେ ମଝିରୁ ମରିଯାଇ ନଷ୍ଟ ହୋଇଯାଏ. ପାଚିଲା ଫଳ ଉପରେ ଦାଗ ଛୋଟ ବଡ଼ ହୋଇପାରେ, କିନ୍ତୁ ସାଧାରଣତଃ ସପାଟ ଥାଏ. ସେଗୁଡିକ ର ମଝିରେ ବେଳେବେଳେ ଅଳ୍ପ ଶୁକୁଡିଯାଇଥିବା ବାଦାମୀ ଅଂଶ ଦେଖାଯାଏ. ବେଳେବେଳେ କାଣ୍ଡ ରେ ଦାଗ ଦେଖାଯାଏ ଯାହା ଡେମ୍ଫ ପର୍ଯ୍ୟନ୍ତ ମାଡ଼ିଥାଏ. ଏପ୍ରକାର ବହୁତ ଦାଗ ଦେଖାଗଲେ ଆଗ ଡ଼ାଳ ମରିବା ଆରମ୍ଭ ହୋଇଯାଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପ୍ରତି ପ୍ରତିରୋଧକ ଶକ୍ତି ଥିବା ସିଟ୍ରସ ଲାଟିଫୋଲିଆ (Citrus latifolia) ଏବଂ ସିଟ୍ରସ ଲିମନ (Citrus limon) ର ଫଳରୁ ବାହାର କରାଯାଇଥିବା ତେଲ ପ୍ରୟୋଗ କଲେ ଏହି ଫିମ୍ପିର ବିକାଶ କମି ଯାଇପାରେ. ଲେମ୍ବୁ ପତ୍ରର ରସ ଏବଂ ସିଟ୍ରସ ଅରାନ୍ଥିଫୋଲିଆ (Citrus aurantifolia) ଏବଂ ବଟଲବ୍ରଶ ଗଛ (Callistemon citrinus and Callistemon rigidus)ର ତେଲ ଏହି ରୋଗକୁ ବନ୍ଦ କରିପାରେ. ଏସବୁର ପ୍ରଭାବ ଏ ପର୍ଯ୍ୟନ୍ତ ପରୀକ୍ଷାଗାରରେ ସୀମିତ ଅଛି. କପର ଥିବା ଫିମ୍ପିନାଶକ ମଧ୍ୟ ବ୍ୟବହାର କରା ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଟ୍ରିଫ୍ଲୋକ୍ସିସ୍ଟ୍ରୋବିନ (trifloxystrobin) କିମ୍ବା ମାଙ୍କୋଜେବ (mancozeb) ଥିବା ଫିମ୍ପିନାଶକ ସହିତ ଖଣିଜ ତେଲ ମିଶାଇ ସ୍ପ୍ରେ କଲେ ଏହି ଫିମ୍ପିକୁ ଦମନ କରିବାରେ ସୁଫଳ ମିଳିଥାଏ. କ୍ଲୋରୋଥାଲନଲ (chlorothalonil), କପର ଏବଂ ଏମାନଙ୍କ ମିଶ୍ରଣ ମଧ୍ୟ ପ୍ରଭାବଶାଳୀ ହୋଇଥାଏ. ବର୍ଷା ପରେ ସ୍ପ୍ରେ କରିବା ପାଇଁ ଅନୁମୋଦନ କରାଯାଇଥାଏ କାରଣ ବର୍ଷା ଫିମ୍ପିର ଅଣୁ ସୃଷ୍ଟି କରିବା ପାଇଁ ସାହାଯ୍ୟ କରିଥାଏ.

ଏହାର କାରଣ କଣ

ସିଓଡୋସେର୍କୋସ୍ପୋରା ଆଞ୍ଜୋଲେନସିସ (Pseudocercospora angolensis) ନାମକ ଏକ ଫିମ୍ପି ଦ୍ୱାରା ଏହି ରୋଗ ହୋଇଥାଏ. ଏହା ସଂକ୍ରମିତ ଗଛ ଅବଶେଷ ରେ ଏହାର ଅଣୁ ବିକାଶ ପାଇଁ ଅନୁକୂଳ ପରିବେଶ ଆସିବା ପର୍ଯ୍ୟନ୍ତ ସୁପ୍ତ ଘା ରେ ବଞ୍ଚି ରହିଥାଏ. ଦୀର୍ଘ ସମୟ ପର୍ଯ୍ୟନ୍ତ ଓଦା ପାଗ ପରେ ଶୁଖିଲା ପାଗ ହେଲେ ଏବଂ ଏହା ସହ ଥଣ୍ଡା ତାପମାନ 22-26°C ଏହାର ଜୀବନ ଚକ୍ରକୁ ସୁହାଇଥାଏ. ଯେହେତୁ ପତ୍ରରେ ଥିବା ଘା, ଫଳରେ ଥିବା ଘା ଅପେକ୍ଷା ବହୁ ସଂଖ୍ୟାରେ ଅଣୁ ସୃଷ୍ଟି କରିଥାଏ ସେଥିପାଇଁ ପତ୍ର ହେଉଛି ସଂକ୍ରମଣର ପ୍ରାଥମିକ ସ୍ରୋତ. ଏହି ଫିମ୍ପି ସ୍ଥାନୀୟ ବିସ୍ତାର ମୁଖ୍ୟତଃ ବର୍ଷା ଛାଟ ଦ୍ୱାରା ହୋଇଥାଏ ଏବଂ ଦୂର ଜାଗାକୁ ପବନ ଦ୍ୱାରା ହୋଇଥାଏ. ମଣିଷ ମଧ୍ୟ ଏହି ରୋଗକୁ ସଂକ୍ରମିତ ଅଂଶକୁ ନେବା ଆଣିବା କରି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ବିସ୍ତାର କରିଥାଏ.


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ ତାହେଲେ ପ୍ରତିରୋଧି କିମ୍ବା ସହନଶୀଳ କିସମ ଫସଲ ଲଗାନ୍ତୁ.
  • ଝଡ଼ିଯାଇଥିବା ଫଳ ଏବଂ ପତ୍ର ସଂଗ୍ରହ କରି ଜଳାଇଦିଅନ୍ତୁ କିମ୍ବା ପୋତି ଦିଅନ୍ତୁ.
  • ତୋଟା ଚାରିପାଖରେ ବାୟୁ ରୋଧି ତିଆରି କରି ଅନ୍ୟ ଜାଗାରୁ ସଂକ୍ରମଙ୍କୁ ବାରଣ କରିହେବ.
  • ଗଛରୁ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖି ଭଲ ଵାୟୁପ୍ରବାହର ବ୍ୟବସ୍ଥା କରନ୍ତୁ.
  • ନିୟମିତ ଭାବେ କାଣ୍ଟଛାଣ୍ଟ କରନ୍ତୁ ଓ ବିକଳ୍ପ ପୋଷକ ଫସଲ ସହ ଅନ୍ତଃ ଫସଲ କରନ୍ତୁ ନାହିଁ.
  • ଫଳ ଧରିବା ସମୟକରେ ଜଳସେଚନ କରନ୍ତୁ.
  • ରୋଗ ହୋଇଥିବା ଅଞ୍ଚଳରୁ ସଂକ୍ରମିତ ଚାରା, ଗଛ କିମ୍ବା ଫଳର ପରିବହନ କରନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ