ଗହମ

ଗହମ ମହିଷା ରୋଗ

Magnaporthe oryzae

ଫିମ୍ପି

ସଂକ୍ଷେପରେ

  • କେଣ୍ଡା ଓ ଉପକେଣ୍ଡା ଅକାଳରେ ବ୍ଧଲା ହୁଏ । ସୁକୁଟା ପୂରଣ ହୋଇନଥିବା ଦାନା କିମ୍ବା ମୋଟେ ଦାନା ନଥିବା କେଣ୍ଡା । ପତ୍ର ଉପରେ ଧୂସର କେନ୍ଦ୍ର ସହିତ ଅଣ୍ଡାକାର କିମ୍ବା ଆଖି ଆକାରର କଳାକ୍ଷତ ଚିହ୍ନ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଗହମ

ଲକ୍ଷଣ

ଗହମ ଗଛର ସବୁ ଭୁଇଁ ଉପର ଅଂଶ ପ୍ରଭାବିତ ହୋଇପାରେ , କିନ୍ତୁ ମୁଖ୍ୟ ଲକ୍ଷଣ ହେଉଛି ଅକାଳ କେଣ୍ଡା ଧଳା ହେବା । ଅଳ୍ପ କିଛି ଦିନରେ ଏହି ଜୀବାଣୁ ଅମଳ ଉପରେ ପ୍ରଭାବ ପକାଇପାରେ ଓ କିଛି କରିବାକୁ ଚାଷିକୁ ସମୟ ଦିଏନାହି ।ଫୁଲ ଅବସ୍ଥାରେ କେଣ୍ଡା ସଂକ୍ରମଣ ହେଲେ ଦାନା ପୂରଣ ହୁଏ ନାହିଁ । ଯାହାହେଲେବି , ଦାନା ପୂରଣ ସମୟରେ ସଂକ୍ରମିତ ହେଲେ ଛୋଟ , ସୁକୁଟା ଓ ବିବର୍ଣ୍ଣ ଦାନା ହୁଏ । ପୁରୁଣା ପତ୍ରରେ ଦୁଇ ପ୍ରକାର କ୍ଷତ ଚିହ୍ନ ଦେଖାଯାଏ : ମୃଦୁ କ୍ଷେତ୍ରରେ , କଳା ଚିହ୍ନ ଯାହାକି ବଡ ଆଖି ଭଳି କ୍ଷତ ଚିହ୍ନ ( ଧୂସର କେନ୍ଦ୍ର ଓ ଗାଢ ଧାର ସହିତ )। ଅତ୍ୟଧିକ ସଂକ୍ରମିତ ପତ୍ରରେ , ବଦଳରେ , କଳା ଧାର ଓ ବେଳେବେଳେ ପାଣ୍ଡୁର ବଳୟ ଦସହିତ କଳା ଦାଗ ଓ ଛୋଟ ବାଦାମୀ ଚିହ୍ନର ଉପସ୍ଥିତି ଦ୍ଵାରା ଏହା ଚିହ୍ନିତ ହୁଏ । କେଣ୍ଡାରେ ଲକ୍ଷଣ ଫ୍ୟୁଜାରିୟମ କେଣ୍ଡା ପୋଡା ରୋଗର ଲକ୍ଷଣ ସହିତ ଭ୍ରମ ହୋଇପାରେ ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ, ଜମିରେ ଏମ ॰ ଓରାଇଜେ ନିୟନ୍ତ୍ରଣ ପାଇଁ ଜୈବିକ ନିୟନ୍ତ୍ରଣ ଜଣା ନାହିଁ । ଯାହାହେଲେବି , ଧାନରେ , ସୁଡୋମୋନାଶ ଫ୍ଲୁରେସେନ୍ସର ମିଶ୍ରଣ ପତ୍ର ସିଂଚନ ଓ ବିହନ ଉପଚାର ମହିଷା ରୋଗର ଫଳପ୍ରଦ ନିୟନ୍ତ୍ରଣ କରିପାରେ ଓ ଶସ୍ୟ ଅମଳ ବଢାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଫୁଲ କିମ୍ବା ଦାନା ପୂରଣ ଅବସ୍ଥାରେ ବର୍ଦ୍ଧିତ ବର୍ଷା ଓ କାକର ସ୍ପର୍ଶ କାଳ ଗହମ ମହିଷା ରୋଗର ଏକ ଶକ୍ତିଶାଳୀ ଚାଳକ ଅଟେ ।ନିରାକରଣ ପଦକ୍ଷେପ ଭାବେ ସର୍ବାଙ୍ଗଭେଦୀ କବକନାଶୀ ପ୍ରୟୋଗ କରିବା ପୂର୍ବରୁ ବର୍ଷା/କାକରର ଭବିଷ୍ୟତ ପାଣିପାଗ ବିଷୟରେ ଜାଣନ୍ତୁ । କବକନାଶୀ କେବଳ ନିର୍ଦ୍ଦିଷ୍ଟ ଭାବରେ ଏକ ଆଂଶିକ ସୁରକ୍ଷା ଦେଇଥାଏ । ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ + ଟେବୁକୋନାଜୋଲ ସକ୍ରିୟ ଉପାଦାନ ଥିବା ଦ୍ରବଣ ଫୁଲ ଅବସ୍ଥାରେ ବର୍ଷା କିମ୍ବା କାକର ପୂର୍ବରୁ ପ୍ରୟୋଗ କରନ୍ତୁ । ସମାନ କାର୍ଯ୍ୟ ପ୍ରଣାଳୀ ଥିବା ରସାୟନ ପ୍ରତି ବର୍ଷ ପ୍ରୟୋଗ କରନ୍ତୁ ନାହିଁ , ଯେହେତୁ ଏହା ପ୍ରତିରୋଧକତା ସୃଷ୍ଟି କରିପାରେ ।

ଏହାର କାରଣ କଣ

ମାଗ୍ଣାପୋର୍ଥେ ଓରାଇଜେ କବକ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୁଏ ଯାହାକି ବିହନ ଓ ଫସଲ ଅବଶେଷରେ ବଞ୍ଚି ରହେ । ଗହମ ବ୍ୟତୀତ , ଏହି ଜାତି ବିବିଧ ଫସଲକୁ ଆକ୍ରମଣ କରେ ଯଥା ବାର୍ଲି ଓ ଧାନ ଅନ୍ୟ କିଛି ଫସଲ । ସେଥିପାଇଁ ,ଏହା ନିୟନ୍ତ୍ରଣ ପାଇଁ ଫସଲ ପର୍ଯ୍ୟାୟ ଫଳପ୍ରସୂ ନୁହେଁ । ବର୍ତ୍ତମାନ ଲଗାଯାଉଥିବା ଅଧିକାଂଶ ଗହମ କିସମ ଏହି ରୋଗ ପ୍ରବଣ ଅଟେ । କେଣ୍ଡା ବାହାରିବା ସମୟରେ ଓ ଦାନା ପୂରଣ ଅବସ୍ଥାରେ , ଗରମ ତାପମାତ୍ରା( 18-30 ଡିଗ୍ରୀ C ) ଏବଂ ଆପେକ୍ଷିକ ଆର୍ଦ୍ରତା 80%ରୁ ଅଧିକ ଅତ୍ୟଧିକ କ୍ଷତି କରିପାରେ ଓ ଫସଲକୁ ଏକ ସପ୍ତାହ ମଧ୍ୟରେ ଧ୍ଵଂସ କରିପାରେ ।


ସୁରକ୍ଷାତ୍ମକ ଉପାୟ

  • ଆପଣଙ୍କ ଅଞ୍ଚଳ ପାଇଁ ସଙ୍ଗରୋଧ ନିୟମ ଯାଞ୍ଚ କରନ୍ତୁ ଚାଷୀ ଓ ସଂପ୍ରସାରଣ କର୍ମଚାରୀଙ୍କୁ ରୋଗର ଲକ୍ଷଣ ବିଷୟରେ ଶିକ୍ଷା ଦିଅନ୍ତୁ । ପ୍ରାମାଣିକ ଉତ୍ସରୁ ବିହନ ଆଣନ୍ତୁ କିମ୍ବା ସୁନିଶ୍ଚିତ କରନ୍ତୁ ଯେ ବିହନ କବକ ସଂକ୍ରମଣ ମୁକ୍ତ ଅଛି ।ପ୍ରତିରୋଧି କିମ୍ବା ସହନୀୟ କିସମ ବାଛନ୍ତୁ ( ବଜାରରେ ମିଳୁଛି )।ଜମିରୁ ଗଛ ଅବଶେଷ ଏବଂ ବିକଳ୍ପ ପୋଷକ କାଢନ୍ତୁ ।ଅତ୍ୟଧିକ ଯବକ୍ଷାରଜାନ ସାର ବାରଣ କରନ୍ତୁ । ପୋଷକ ପ୍ରତିରୋଧକତା ବଢାଇବା ପାଇଁ ସିଲିକା ସଂଶୋଧନ ପ୍ରୟୋଗ କରନ୍ତୁ । ଫୁଲ ଓ ଦାନା ପୂରଣ ଅବସ୍ଥାରେ ବର୍ଷା ବାରଣ କରିବାକୁ ବୁଣିବା ସମୟ ବ୍ୟବସ୍ଥା କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ