ଆପେଲ

ଏପଲର ଆନ୍ଥ୍ରାକ୍ନୋଜ ରୋଗ

Neofabraea malicorticis

ଫିମ୍ପି

ସଂକ୍ଷେପରେ

  • ଛୋଟ, ଗୋଲାକାର, ଲାଲ ରୁ ବାଇଗଣୀ ଦାଗ ବକଳ ଉପରେ ଥାଏ। ଉପର ଆଡକୁ କୁଞ୍ଚିତ ଧାର ସହିତ ଯାଦୁରା ସୃଷ୍ଟି ହୋଇଥାଏ। କେନ୍ଦ୍ରରେ କ୍ରିମ ଧଳା ବର୍ଣ୍ଣର କବକ ବୃଦ୍ଧି ଦେଖାଯାଏ। ଫଳ ଓ ପତ୍ରରେ ମାଟିଆ ରଙ୍ଗର ଦାଗ ଓ ପ୍ୟାଚ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ଆପେଲ
ନାସପାତି

ଆପେଲ

ଲକ୍ଷଣ

ଫଳରେ ଆନ୍ଥ୍ରାକ୍ନୋଜ ସଂକ୍ରମଣର ନିର୍ଦ୍ଧିଷ୍ଟ ଲକ୍ଷଣ ହେଉଛି ଡାଳ ଓ ଶାଖାରେ ଯାଦୁରା ଦେଖାଯିବା। ସହଳ ଅବସ୍ଥାରେ ଛୋଟ ଗୋଲାକାର ଦାଗ, ଲାଲରୁ ବାଇଗଣୀ ବର୍ଣ୍ଣର ହୋଇଥାଏ ଏବଂ ନିର୍ଦ୍ଧିଷ୍ଟ ଭାବରେ ଆର୍ଦ୍ର ଥିବା ସମୟରେ ସ୍ପଷ୍ଟ ଦେଖାଯାଇ ଥାଏ। ପ୍ରସାରିତ ହେବା ସମୟରେ ତାହା ସାମାନ୍ୟ ଲମ୍ବାଳିଆ ଓ ଖାଲୁଆ ହୋଇ କମଳାରୁ ମାଟିଆ ବର୍ଣ୍ଣର ହୋଇଥାଏ। ବକଳ କ୍ଷୟ ହେବା ସମୟରେ ଧାରରେ ଫାଟ ହୋଇଥାଏ ଓ ଉପର ଆଡକୁ କୁଞ୍ଚିତ ହେବାକୁ ଆରମ୍ଭ କରିଥାଏ। କେନ୍ଦ୍ରରେ କ୍ରିମ ଧଳା ବର୍ଣ୍ଣର କବକ ବୃଦ୍ଧି ଦେଖାଯାଏ। ଯାଦୁରା ନୂଆ ଡାଳକୁ ଘେରି ରହିଥାଏ ଓ ଏହାକୁ ମାରି ଦିଏ। ନୂଆ ପତ୍ର ଓ ଫଳ ମଧ୍ୟ ପ୍ରଭାବିତ ହୋଇପାରେ ଏବଂ ମାଟିଆ ଦାଗ ଓ ପେଚ ସୃଷ୍ଟି କରିଥାଏ, ଯାହାକି ଭଣ୍ଡାର ସମୟରେ ଫଳରେ " ଷଣ୍ଢର ଆଖି ସଢା" ସୃଷ୍ଟି କରିଥାଏ। ନିର୍ଦ୍ଧିଷ୍ଟ ରୋଗ ପ୍ରବଣ କିସମରେ ଏହା ପତ୍ରଝଡା ସୃଷ୍ଟି କରିଥାଏ ଏବଂ କମ ହୃଷ୍ଟପୁଷ୍ଟତା ଦେଖାଇ ଥାଏ। ପ୍ରତି ବଦଳରେ, ଏହା ଫଳର ଗୁଣବତ୍ତାରେ ହ୍ରାସ କରାଇ ଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଅମଳ ପରେ ବୋର୍ଡକ୍ସ ମିଶ୍ରଣ କିମ୍ବା କପର ସଲଫେଟ ପ୍ରୟୋଗ କରିଲେ ପରବର୍ତ୍ତୀ ଋତୁରେ ଆନ୍ଥ୍ରାକ୍ନୋଜ ରୋଗ ହ୍ରାସ ହୋଇଥାଏ। ଫଳରେ ଷଣ୍ଢ ଆଖି ସଢା ରୋଗ ନିୟନ୍ତ୍ରଣ କରିବାକୁ ଅମଳ ପୂର୍ବରୁ ଏହି ପଦାର୍ଥ ମଧ୍ୟ ବ୍ୟବହାର କରାଯାଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯାଦୁରାକୁ ସଂପୂର୍ଣ୍ଣ ଭାବରେ ଦୂର ନକରିବା ପାଇଁ କୌଣସି କବକନାଶୀ ସଂପୂର୍ଣ୍ଣ ଫଳପ୍ରସୂ ବୋଲି ପ୍ରମାଣିତ ହୋଇନାହିଁ। ଯାହା ହେଲେ ମଧ୍ୟ, ଅମଳ ପୂର୍ବରୁ ନିରାକରଣାତ୍ମକ କବକନାଶୀ ପ୍ରୟୋଗ ଭଣ୍ଡାର ସମୟରେ ଫଳରେ ଶଣ୍ଢ ଆଖି ସଢା ରୋଗ ହ୍ରାସ କରାଇ ଥାଏ। ଅମଳ ପରେ ସମାନ ପ୍ରୟୋଗ ପରବର୍ତ୍ତୀ ଋତୁରେ ଯାଦୁରା କମାଇ ଥାଏ। ଏହି ଉଦ୍ଦେଶ୍ୟରେ କ୍ଯାପଟେନ, ମାଙ୍କୋଜେବ କିମ୍ବା ଜିରାମ ବ୍ୟବହାର କରାଯାଇ ପାରେ।

ଏହାର କାରଣ କଣ

ନିଓଫାବ୍ରା ମାଲିକାର୍ଟିକ୍ସ ନାମକ କବକ ଦ୍ଵାରା ମୁଖ୍ୟତଃ ଏହି ରୋଗ ହୋଇଥାଏ, କିନ୍ତୁ ସମାନ ପରିବାରର ଅନ୍ୟ କବକ ସମ୍ପୃକ୍ତ ରହିପାରେ। ସେମାନେ ସଂକ୍ରମିତ ଗଛ ଅବଶେଷ କିମ୍ବା ମାଟିରେ ବଞ୍ଚି ରହି ପାରନ୍ତି। ବାରମ୍ବାର ବୃଷ୍ଟିପାତ ସହିତ ଆର୍ଦ୍ର ଓ ଉଷ୍ଣ ପରିସ୍ଥିତିରେ ଏହା ବଞ୍ଚି ରହିଥାଏ। ବସନ୍ତ ଋତୁରେ, ଏହା ବଢିବାକୁ ଆରମ୍ଭ କରିଥାଏ ଓ ରେଣୁ ସୃଷ୍ଟି କରିଥାଏ। ଏହି ରେଣୁ ଜଳସେଚନ କିମ୍ବା ବର୍ଷା ଛିଟ ଦ୍ଵାରା ସହଜରେ ଅନ୍ୟ ଗଛକୁ ବିସ୍ତାର ଲାଭ କରିଥାଏ। ଛୋଟ ଆଘାତ ଦେଇ ଏହା ଗଛ ଭିତରେ ପ୍ରବେଶ କରିଥାଏ, କିନ୍ତୁ ଆଘାତ ପାଇନଥିବା ବକଳ ମଧ୍ୟରେ ମଧ୍ୟ ପ୍ରବେଶ କରିପାରେ। ଯାଦୁର ସକ୍ରିୟ ଭାବରେ 1 ବର୍ଷ ପାଇଁ ବଢିଥାଏ, କିନ୍ତୁ କବକ ବହୁ ସଂଖ୍ୟାରେ ରେଣୁ 2 ରୁ 3 ବର୍ଷ ପର୍ଯ୍ୟନ୍ତ ସୃଷ୍ଟି କରିଥାଏ। ଅଧିକାଂଶ କମଳା ଜାତୀୟ ଫଳ, ଅଷ୍ଠୀ ଫଳ, ହଥୋର୍ଣ ଏବଂ ପାହାଡୀ କଖାରୁ ଆଦି ବିକଳ୍ପ ପୋଷକ ଅଟନ୍ତି। ସବୁ ଏପଲ କିସମ ବିଭିନ୍ନ ମାତ୍ରା ପର୍ଯ୍ୟନ୍ତ ରୋଗ ପ୍ରବଣ ଅଟେ । ପିଅର ଗଛ ମଧ୍ୟ ପ୍ରଭାବିତ ହୋଇପାରେ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଜୀବାଣୁ-ମୁକ୍ତ ସୂତ୍ରରୁ ସୁସ୍ଥ ଗଛ ଲଗାନ୍ତୁ। କମ ରୋଗ ପ୍ରବଣତା ଥିବା କିସମ ଚୟନ କରନ୍ତୁ। ରୋଗର ଲକ୍ଷଣ ଦେଖିବା ପାଇଁ ନିୟମିତ ଭଲଭାବରେ ଗଛକୁ ନିରୀକ୍ଷଣ କରନ୍ତୁ। ଶୀତଦିନେ ଯାଦୁରା ପ୍ରଭାବିତ ଡାଳଗୁଡିକୁ କାଟି କାଢି ଦିଅନ୍ତୁ। ରୋଗାକ୍ରାନ୍ତ ଅଙ୍ଗ ଓ ଗଣ୍ଡିକୁ ଦେଖିବା ମାତ୍ରେ କାଢି ଦିଅନ୍ତୁ। ବଗିଚାରୁ ଗଛ ଅବଶେଷ କାଢି ଦିଅନ୍ତୁ। ବଗିଚା ଚାରିପଟେ ବିକଳ୍ପ ପୋଷକ ଲଗାନ୍ତୁ ନାହିଁ। ଉତ୍ତମ ସାର ପ୍ରୟୋଗ ଯୋଜନା ଏବଂ ସୁରକ୍ଷାତ୍ମକ ପ୍ରୟୋଗ କରି ଗଛର ହୃଷ୍ଟପୁଷ୍ଟତା ବଜାୟ ରଖନ୍ତୁ। ମାଟିରେ ଉତ୍ତମ ନିଷ୍କାସନ ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ