ଚିନାବାଦାମ

ଚିନାବାଦାମର ଅଲ୍ଟରନାରିଆ ପତ୍ର ଦାଗ

Alternaria sp.

ଫିମ୍ପି

ସଂକ୍ଷେପରେ

  • ଛୋଟ ବାଦାମୀ ଦାଗ ରେ ହଳଦିଆ ପ୍ରଭାମଣ୍ଡଳ ଥାଏ.
  • ଦାଗ ଗୁଡିକ ମଝି ଶିରା ପର୍ଯ୍ୟନ୍ତ ଲମ୍ବିଥାଏ.
  • ପତ୍ର ଭିତର ଆଡକୁ କୁଞ୍ଚିତ ହୋଇଯାଏ ଏବଂ ଭଙ୍ଗୁର ହୋଇଯାଏ.
  • ପତ୍ର ହଳଦିଆ ଓ ଶୁଖିଯାଏ.
  • ପତ୍ରଝଡ଼ା ହୁଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଚିନାବାଦାମ

ଲକ୍ଷଣ

ଏ. ଆରାଚିଡିସ୍ (A. arachidis) ଯୋଗୁଁ ପତ୍ରରେ ଛୋଟ ବାଦାମୀ ଅସମ ଆକୃତିର ଦାଗ ଦେଖାଯାଏ ଯାହାର ହଳଦିଆ ପ୍ରଭାମଣ୍ଡଳ ଥାଏ. ଏ. ଟେନୁଇସିମା (A. tenuissima) ଏକ V ଆକାରର ପୋଡା ଚିହ୍ନ ଉପପତ୍ରର ଅଗ ରେ ସୃଷ୍ଟି କରିଥାଏ. ପରେ ଗାଢ଼ ବାଦାମୀ ଦାଗ ମଝି ଶିରା ପର୍ଯ୍ୟନ୍ତ ଲମ୍ବି ଯାଏ ଏବଂ ପୁରା ପତ୍ରରେ ପୋଡା ଲକ୍ଷଣ ଦେଖାଯାଏ ଏବଂ ପତ୍ର ଭିତର ପଟକୁ କୁଞ୍ଚିତ ହୋଇଯାଇ ଭଙ୍ଗୁର ହୋଇଯାଏ (ପତ୍ର ପୋଡା). ଏ. ଅଲଟେରନାଟା (A. alternata) ଦ୍ୱାରା ହେଉଥିବା ଦାଗ ଗୁଡିକ ଛୋଟ, ଗୋଲ ରୁ ଅସମ ଆକୃତିର ଏବଂ ପୁରା ପତ୍ର ରେ ବିଛାଡ଼ି ହୋଇଥାଏ. ସେଗୁଡିକ ପ୍ରଥମେ ରଙ୍ଗଛଡା ଏବଂ ପାଣିଭିଜା ହୋଇଥାନ୍ତି କିନ୍ତୁ ବଡ଼ ହେଲା ପରେ ସେଗୁଡିକ ମରିଯାଇ ପାଖର ଶିରା ଉପରେ ପ୍ରଭାବ ପକାଇଥାନ୍ତି (ପତ୍ର ଦାଗ ଏବଂ ଶିରା ନେକ୍ରୋସିସ୍). ମଝି ଅଂଶ ଅତି ଶୀଘ୍ର ଶୁଖିଯାଇ ବିଘଟିତ ହୋଇଯାଏ ଏବଂ ପତ୍ର ଚିରାଫଟା ଦେଖାଯାଏ ଏବଂ ପରେ ଗଛରେ ପତ୍ରଝଡ଼ା ହୋଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କୌଣସି ପ୍ରଭାବଶାଳୀ ବୈକଳ୍ପିକ ନିୟନ୍ତ୍ରଣ ଉପଚାର ଏହି ରୋଗ ପାଇଁ ମିଳି ନାହିଁ. 3ଗ୍ରା/ଲିଟର ପାଣିରେ କପର ଅକ୍ସିକ୍ଲୋରାଇଡ (copper oxychloride), ଲକ୍ଷଣ ଦେଖାଯିବା ପରେ ସ୍ପ୍ରେ କଲେ ଏହି ରୋଗ ନିୟନ୍ତ୍ରଣ ପ୍ରଭାବୀ ରୂପେ ହୋଇଥାଏ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ରାସାୟନିକ ନିୟନ୍ତ୍ରଣ ପଦ୍ଧତି ମଧ୍ୟରେ 3ଗ୍ରା/ଲିଟର ପାଣି ହିସାବରେ ମାଙ୍କୋଜେବ୍ ର ସ୍ପ୍ରେ ପ୍ରଥମ ଲକ୍ଷଣ ଦେଖାଗଲାପରେ ଅନ୍ୟତମ.

ଏହାର କାରଣ କଣ

ଏହି ରୋଗ ଅଲ୍ଟରନାରିଆ (Alternaria) ଜାତିର ତିନୋଟି ମାଟି ଜନିତ ଫିମ୍ପି ଦ୍ୱାରା ହୋଇଥାଏ. ସଂକ୍ରମିତ ବିହନ ଏହି ରୋଗର ଇନୋକୁଲମ ର ପ୍ରାତମିକ ସୂତ୍ର ହୋଇପାରେ. ସଂକ୍ରମିତ ବିହନ ଲଗାଇଲେ ଯଦି ପରିବେଶ ଅନୁକୂଳ ଥାଏ ତାହେଲେ ଭୀଷଣ କ୍ଷତି ହୋଇପାରେ. ଗଛରୁ ଗଛ ମଧ୍ୟରେ ଦ୍ଵିତୀୟକ ବିସ୍ତାର ପବନ ଏବଂ ପୋକ ସାହାଯ୍ୟରେ ହୋଇଥାଏ. 20°C ରୁ ଅଧିକ ତାପମାନ, ଦୀର୍ଘ ସମୟ ପର୍ଯ୍ୟନ୍ତ ପତ୍ରର ଆର୍ଦ୍ରତା ଏବଂ ଅଧିକ ଆର୍ଦ୍ରତା ରୋଗ ବ୍ୟାପିବା ରେ ସହାୟକ ହୋଇଥାଏ. ରବି ସିଜନ ରେ ଜଳସେଚିତ ଚିନାବାଦାମ ଫସଲ ପାଇଁ ଏହି ସଂକ୍ରମଣ ଗୁରୁତ୍ୱପୂର୍ଣ ଅଟେ. ସଂକ୍ରମଣ ର ସମୟ ଓ ତୀବ୍ରତା କୁ ନେଇ ଚିନାବାଦାମ ଛୁଇଁ ଏବଂ ଚରା ଉତ୍ପାଦନ ଯଥାକ୍ରମେ 22% ଏବଂ 63% ପର୍ଯ୍ୟନ୍ତ କମି ଯାଇପାରେ.


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛରୁ ବିହନ ସଂଗ୍ରହ କରି କିମ୍ବା ପ୍ରାମାଣିକ ରୋଗମୁକ୍ତ ବିହନ ବ୍ୟବହାର କରନ୍ତୁ.
  • ପ୍ରତିରୋଧି କିମ୍ବା ସହନଶୀଳ କିସମ ର ବିହନ ବ୍ୟବହାର କରନ୍ତୁ.
  • ବାଳୁଙ୍ଗା, ବିକଳ୍ପ ପୋଷକ ଏବଂ ନିଜେ ନିଜେ ଉଠିଥିବା ଗଛ ସବୁ ବାହାର କରି ଦିଅନ୍ତୁ.
  • ରୋଗ ପାଇଁ ଅନୁକୂଳ ବାତାବରଣ ଥିବା ସମୟରେ ଫସଲ ନିରୀକ୍ଷଣ କରି ରୋଗର ସଙ୍କେତ ଦେଖନ୍ତୁ.
  • ସଂକ୍ରମିତ ଗଛ ଗୁଡିକୁ ନର୍ସରୀ କିମ୍ବା ମୁଖ୍ୟ ଜମିରୁ ଖୋଜି ଖୋଜି ହାତରେ ବାହାର କରି ଦିଅନ୍ତୁ.
  • ଅଣ-ପୋଷକ ଫସଲ ସହିତ ଅତି କମରେ ତିନି ବର୍ଷୀୟା ଫସଲ ପର୍ଯ୍ୟାୟର ଅନୁମୋଦନ କର ଯାଇଛି.
  • ଯେତେବେଳେ ଡାଳପତ୍ର ଓଦା ଥାଏ ଜମି ଭିତରେ କାମ କରିବାରୁ ବିରତ ରୁହନ୍ତୁ.
  • ଗଭୀର ଚାଷ କରି ମାଟିରେ ଥିବା ରୋଗର ଅବଶିଷ୍ଟାଂଶକୁ ନଷ୍ଟ କରି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ