ଧାନ

ଧାନ ପତ୍ର ଜଳା ବା ଦହନ ରୋଗ

Monographella albescens

ଫିମ୍ପି

ସଂକ୍ଷେପରେ

  • ପତ୍ର ଗୁଡିକ ଉପରେ- ପତ୍ର ଅଗରୁ ଆରମ୍ଭ କରି ଫିକା, ପାଣି-ଭିଜା କ୍ଷତ ଦେଖା ଯାଇଥାଏ । କ୍ଷତି ଗୁଡିକ ବଢିବାକୁ ଲାଗେ, ପତ୍ର ଧାର ଜଳି ଯାଏ.
  • ପତ୍ର ଗୁଡିକ ଝାଉଁଳି ଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ପତ୍ର ଜଳା ବା ଦହନ ରୋଗ ସହ ଜଡିତ ଲକ୍ଷଣ ଗୁଡିକ ଫସଲର ବୃଦ୍ଧି ଅବସ୍ଥା , କିସମ ଓ ଫସଲ ଘଞ୍ଚତା ଉପରେ ନିର୍ଭର କରି ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ । ଅଧିକାଂଶ କ୍ଷେତ୍ର ରେ, ଧୂସରିଆ-ସବୁଜ ରଙ୍ଗ ର, ପାଣି-ଭିଜା ଘା ସବୁ ପତ୍ର ଅଗ ରେ କିମ୍ବା ପତ୍ର ଧାର ପାଖରେ ସୃଷ୍ଟି ହେବା ଆରମ୍ଭ ହୋଇଥାଏ । ଘା ଗୁଡିକର ଲଗାତାର ବଢିବା ଫଳ ରେ ପତ୍ର ଧାର ର ଏକ ବଡ଼ ଅଂଶ ଉପରେ ପତ୍ର ପୋଡା ରୋଗ ହୋଇଯାଏ । ପ୍ରଭାବିତ ଜାଗା ସବୁ ଶୁଖିଯାଏ, ଯାହା କି ପତ୍ର କୁ ଏକ ଜଳିଗଲା ଭଳି ରୂପ ଦେଇଥାଏ । କିଛି ଦେଶ ଗୁଡିକରେ, ଘା ଗୁଡିକ ବିରଳ ଭାବେ ବିଭିନ୍ନ ଜୋନ ର ସଂରଚନା ସୃଷ୍ଟି ହୋଇଥାଏ ଓ କେବଳ ଜଳା ଲକ୍ଷଣ ହି ସ୍ପଷ୍ଟ ଭାବେ ଦେଖା ଯାଇ ଥାଏ ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏହି ରୋଗ ବିରୁଦ୍ଧରେ କୌଣସି ବିକଳ୍ପ ଉପଚାର ଏବେ ଯାଏଁ ଉପଲବ୍ଧ ହୋଇ ନାହିଁ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ହୁଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଥାଇଓଫାନେଟ-ମିଥାଇଲ କୁ ବିହନ ବତୁରା ଉପଚାର ରେ ବ୍ୟବହାର କରା ଯାଇ ପାରେ ଯାହା ଦ୍ୱାରା ଏମ. ଅଲବେସେନ୍ସ ଦ୍ୱାରା ହେଉଥିବା ସଂକ୍ରମଣ କମି ଯାଇଥାଏ. । ଜମି ମଧ୍ୟ ରେ, ମ୍ୟାଙ୍କୋଯ଼େବ, ଥାଇଓଫାନେଟ ମିଥାଇଲ @ 1.0 ଗ୍ରା/ଲି କିମ୍ବା କୋପ୍ପର ଅକ୍ସିକ୍ଲୋରାଇଡ ଉପରେ ଆଧାରିତ କବକନାଶକ କୁ ପତ୍ର ସମୂହ ଉପରେ ସିଞ୍ଚନ କରିବା ଦ୍ୱାରା ରୋଗ ହେବା ମାତ୍ରା ଓ ପତ୍ର ଜଳା ର ମାରତ୍ମକତା ଫଳପ୍ରସୂ ଭାବେ କମ କରାଯାଇ ପାରେ । ଏହି ରସାୟନ ଗୁଡିକ ର ମିଶ୍ରଣ ର ଉପଯୋଗ କରିବା ମଧ୍ୟ ପ୍ରଭାବଶାଳୀ ହୋଇଥାଏ.

ଏହାର କାରଣ କଣ

ରୋଗର ବିକାଶ ସାଧାରଣତଃ ବୟସ୍କ ପତ୍ର ଉପରେ ଋତୁ ର ଶେଷ ଭାଗରେ ହୋଇ ଥାଏ ଓ ଓଦା ପାଣିପାଗ, ଉଚ୍ଚ ଯବକ୍ଷାରଜାନ ଉର୍ବରୀକରଣ ଓ କମ ବ୍ୟବଧାନ ଏଥି ପାଇଁ ଅନୁକୂଳ ହୋଇଥାଏ । ହେକଟର ପ୍ରତି 40 କିଲୋ ରୁ ଅଧିକ ମାତ୍ରା ର ଯବକ୍ଷାରଜାନ ଓ ତା ଠାରୁ ଉର୍ଦ୍ଧ ସ୍ତର ରେ ପତ୍ର ଜଳା ବହୁ ପରିମାଣରେ ଦେଖାଯାଇ ଥାଏ । ଏହା କ୍ଷତ ହୋଇ ନଥିବା ପତ୍ର ଅପେକ୍ଷା କ୍ଷତ ହୋଇଥିବା ପତ୍ରରେ ଶୀଘ୍ର ବିକଶିତ ହୋଇଥାଏ । ଏହି ସଂକ୍ରମଣର ସ୍ରୋତ ହେଲା ବିହନ ଓ ପୂର୍ବ ଫସଲ ଅମଳ ପରର ଫସଲ ଅବଶେଷ । ପତ୍ର ଜଳା କୁ ପତ୍ର ପୋଡା ରୁ ଅଲଗା ଜାଣିବା ପାଇଁ କଟା ଯାଇଥିବା ପତ୍ର କୁ ସଫା ପାଣି ରେ 5-10 ମିନିଟ ଯାଏଁ ବୁଡେଇ ରଖନ୍ତୁ; ଯଦି କୌଣସି ତରଳ ପଦାର୍ଥ ନ ବାହାରେ ତାହେଲେ ଏହା ପତ୍ର ଜଳା ରୋଗ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ଯେତେବେଳେ ଉପଲବ୍ଧ ଥାଏ, ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ଚାରା ରୋପଣ କରିବା ସମୟରେ ଗଛ ଗଛ ମଧ୍ୟ ରେ ବ୍ୟବଧାନ ବଢ଼େଇ ଦିଅନ୍ତୁ । ରୋଗର ମାତ୍ରା କମେଇ ଦେବା ପାଇଁ ଓ ଅଧିକ ଅମଳ ପାଇବା ପାଇଁ ମାଟିରେ ସିଲିକନ ସ୍ତର ଅଧିକ ରଖନ୍ତୁ । ଫସଲ ର ଉର୍ବରୀକରଣ ସମୟ ରେ ଅତ୍ୟଧିକ ମାତ୍ରା ରେ ଯବକ୍ଷାରଜାନ ବ୍ୟବହାର କରନ୍ତୁ ନାହିଁ । ଗଛର ପିଲ ଦେବା ଅବସ୍ଥାରେ ଯବକ୍ଷାରଜାନକୁ ଭାଗ ଭାଗ କରି ପ୍ରୟୋଗ କରନ୍ତୁ । ଜମି ଭିତରେ ଓ ଚାରି ପାଖରେ ଅନାବନା ଘାସ ସବୁ ବାହାର କରିଦିଅନ୍ତୁ । ଧାନ ଗଛ ଅବଶେଷ ଗୁଡିକୁ ହଳ କରି ପୋତି ଦିଅନ୍ତୁ ଓ ସଂକ୍ରମିତ ଧାନ ମୂଳିକୁ ବାହାର କରି ଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ