ଧାନ

ଧାନରେ ଉଡ଼ବଟ୍ଟା ରୋଗ

Balansia oryzae-sativae

ଫିମ୍ପି

ସଂକ୍ଷେପରେ

  • କେଣ୍ଡାର ବିକୃତ ବିକାଶ- ଏକ, ସିଧା, ଅପରିଷ୍କାର ସିଲିଣ୍ଡର ଦଣ୍ଡ ଭଳି ବିକାଶ ହୋଇ ଥାଏ। ଉପର ପତ୍ର ଗୁଡିକ ଓ ପତ୍ର ଧାର ସବୁ ଧଳା କବକ ଦ୍ବାରା ଆଛାଦିତ ହୋଇଯାଏ, ଯାହା କି ରୁପେଲି ଦେଖାଯାଏ। ରୁଗୁଡିଆ ବୃଦ୍ଧି ଦେଖା ଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଲକ୍ଷଣ ଗୁଡିକ ପ୍ରଥମେ କେଣ୍ଡା ବାହାରିବା ସମୟରେ ସ୍ପଷ୍ଟ ଭାବେ ଦେଖା ଯାଇ ଥାଏ। ପରେ ସଂକ୍ରମଣ ଆହୁରି ଶରୀରଚର ହୋଇଯାଏ ଓ ସମସ୍ତ ପିଲ ଏଥିରେ ଜଡ଼ିତ ହୋଇ ଯାଆନ୍ତି। ସଂକ୍ରମିତ ଫସଲ ଗୁଡିକର ରୁଗୁଡିଆ ହୋଇଥାଏ ଓ ଧଳା ମାଇସେଲିଆଲ ପଟି ଦ୍ବାରା ଏହାକୁ ବର୍ଣନା କରାଯାଇଥାଏ ଯାହାକି କେଣ୍ଡାଗୁଡିକୁ ପରସ୍ପର ସହିତ ଯୋଡି ଥାଏ। କେଣ୍ଡା ଏକାକୀ , ସିଧା,ଅପରିଷ୍କାର ସିଲିଣ୍ଡର ଦଣ୍ଡ ଭଳି ହୋଇ ସୃଷ୍ଟି ହୋଇ ଥାଏ। ଉପର ପତ୍ର ଗୁଡିକ ଓ ପତ୍ର ଛଦ ସବୁ ବିକୃତ ହୋଇ ଯାଇ ପାରନ୍ତି ଓ ରୁପେଲି ରଙ୍ଗ ର ଦେଖା ଯାଇ ପାରନ୍ତି। ଶିରା ସହିତ ସମାନ୍ତରାଳ ଭାବେ ପତଳା ଧଳା ମାଇସେଲିୟମ ଗାର ଭଳି ଆକୃତି ଦେଖାଯାଏ। ସଂକ୍ରମିତ କେଣ୍ଡାରୁ କୌଣସି ଦାନା ବାହାରି ନ ଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ବିହନ ବୁଣିବା ପୂର୍ବ ରୁ 50-54°C ତାପମାତ୍ରା ମଧ୍ୟରେ ଥିବା ଗରମ ପାଣି ସହ 10 ମିନିଟ ଯାଏଁ ଉପଚାର କରିବା ଦ୍ବାରା ରୋଗର ଫଳପ୍ରସୂ ନିୟନ୍ତ୍ରଣରେ ସାହାଜ୍ୟ କରିଥାଏ। ବିହନ ଗୁଡିକର ସୋର ଉପଚାର କରିବା ମଧ୍ୟ କିଛି ବିହନରେ ପରିବାହିତ ହେଉ ଥିବା ରୋଗକାରକକୁ ମାରିବାରେ ସମର୍ଥ ହୋଇ ଥାନ୍ତି।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି କରନ୍ତୁ । କାପଟାନ କିମ୍ବା ଥିରାମ୍ ଦ୍ବାରା ବିହନର ଉପଚାର କରା ଯାଇପାରେ। ବିଭିନ୍ନ ଅନୁପାତରେ ଔରେଓଫଙ୍ଗିନ (ଏକ କବକଜନିତ କୀଟନାଶକ) ଓ ମ୍ୟାନକୋଯେବ ବ୍ୟବହାର କରିବା ଦ୍ବାରା ରୋଗର ମରାତ୍ମକତା କମି ଯାଏ ଓ ବେଳେ ବେଳେ କିଛି କିସମର ଧାନ ଫସଲରେ ଅଧିକ ଉତ୍ପାଦନ ହୋଇଥାଏ। କେବଳ ଥିରାମ୍ ସାହାଜ୍ୟରେ କିମ୍ବା ଅନ୍ୟ ଏକ କବକନାଶକକୁ ପରେ ମାଟି ଉପରେ ଉପଚାର କରିବା ଦ୍ବାରା ବିହନ ଉପଚାର ଅପେକ୍ଷା ଧାନରେ ଉଡ଼ବଟ୍ଟା ରୋଗ କମ କରିବା ଓ ଅଧିକ ଉତ୍ପାଦନ ତଥା ଭଲ ପରିଣାମ ମିଳି ଥାଏ।

ଏହାର କାରଣ କଣ

ଦକ୍ଷିଣ ଭାରତର ବହୁତ ଅଂଶରେ ଏହା ମାରାତ୍ମକ ଭାବେ ହୋଇ ଥାଏ। ସହଳ କିମ୍ବା ବହୁତ ଡେରିରେ ବୁଣାଯାଇ ଥିବା ବିହନ ରେ ଏହି ରୋଗ ଏତେ ମାରାତ୍ମକ ଭାବେ ହୋଇ ନଥାଏ। କବକର ଉପସ୍ଥିତି ଲଗାଇବା ପୂର୍ବରୁ ବିହନରୁ ଆରମ୍ଭ ହୋଇ ଥାଏ କିମ୍ବା ଧାନର ପତ୍ର ଉପରୁ ଅନ୍ୟ ପୋଷକ ଫସଲ ସବୁରେ ହୋଇ ଥାଏ। କବକ ରେଣୁ ସବୁ ଅମଳ ପରେ ବଞ୍ଚି ରହି ଥିବା ଅବଶେଷରେ ମଧ୍ୟ ବଞ୍ଚି ରହି ପାରେ କିମ୍ବା ପାଣି ଓ ପବନ ଦ୍ବାରା ପରିବାହିତ ହୋଇ ପାରିଥାଏ। ଏହି କବକ ଗୁଡିକର ଇଶାକ୍ନେ ଏଲେଗାନସ, ସୀନାଡନ ଡାକଟୀଲନ, ପେନ୍ନିସେତୁମ ଏସପି. ଓ ଏରାଗ୍ରୋଷ୍ଟିସ ଟେନୂଇଫୋଳିଆ ଭଳି ଘାସ କୁ ନିଜ ସହପାର୍ଶ୍ଵିକ ପୋଷକ ଭାବେ ରଖିଥାଏ। ଏହା ଗରମ ତାପମାତ୍ରା ଓ ଉଚ୍ଚ ଆର୍ଦ୍ରତାରେ ବଞ୍ଚିଥାଏ ଥାଏ। ସମସ୍ତ ଫସଲ ଅବସ୍ଥା ମଧ୍ୟରୁ, ଫସଲ ଲଗେଇବା ଓ ଚାରାର ବିକାଶ ସ୍ତର ସବୁଠାରୁ ଅଧିକ ପ୍ରଭାବିତ ହୋଇ ଥାଏ। କିନ୍ତୁ, ଲକ୍ଷଣ ଗୁଡିକ ପ୍ରଥମେ କେଣ୍ଡା ବାହାରିବା ସମୟରେ ସ୍ପଷ୍ଟ ଭାବେ ଦେଖାଯାଇଥାଏ।


ସୁରକ୍ଷାତ୍ମକ ଉପାୟ

  • ରୋଗ-ମୁକ୍ତ ବିହନ ଓ ପ୍ରତିରୋଧି କିସମ ବ୍ୟବହାର କରନ୍ତୁ। ଯେଉଁ ଜମିରେ ରୋଗ ଦେଖା ଯାଇ ଅଛି ସେଠାରୁ ଅଣ ଯାଇ ଥିବା ବିହନ ବ୍ୟବହାର କରନ୍ତୁ ନାହିଁ। ଜମିରେ ସଂକ୍ରମିତ କେଣ୍ଡାକୁ ବାହାର କରି ନିରୀକ୍ଷଣ କରନ୍ତୁ। ହୁଏତ ଶୀଘ୍ର କିମ୍ବା ଡେରି ରେ ବିହନ ବୁଣନ୍ତୁ। ଜମି ଭିତରୁ ଓ ଚାରି ପାଖରୁ ସମ୍ଭବପର ସହପାର୍ଶ୍ଵିକ ପୋଷକ ଫସଲ ସବୁ ବାହାର କରି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ