ଧାନ

ଵାକନେ ଓ ମୂଳ ପଚା ରୋଗ

Gibberella fujikuroi

ଫିମ୍ପି

5 mins to read

ସଂକ୍ଷେପରେ

  • ହଳଦିଆ ସବୁଜ ପତ୍ର ଓ ଫିକା ସବୁଜ ଝଣ୍ଡା ପତ୍ର ସହ ଗଛ ସବୁ ପତଲାଦେଖାଯାଏ.
  • କାଣ୍ଡ ଲମ୍ବାଅନିୟମିତ ହେଇଯିବା.
  • କମ ପିଲ ଉତ୍ପାଦନ ଓ ପଚା କାଣ୍ଡ ଗଣ୍ତିରୁ ଚେର ବାହାରେ.

ମଧ୍ୟ ଦେଖା ଯାଇପାରେ


ଧାନ

ଲକ୍ଷଣ

ବାକନେ କୁ ଏକ ଚାରା ରୋଗ ଭାବେ ଦର୍ଶା ଯାଇଥାଏ କିନ୍ତୁ ଏହା ଫସଲ ର ବିକାଶ ର ସମସ୍ତ ସ୍ତର ରେ ଦେଖିବାକୁ ମିଳିଥାଏ. କବକ ଗୁଡିକ ଗଛ ମଧ୍ୟକୁ ମୂଳ କିମ୍ବା ଶୀର୍ଷ ଦେଇ ପ୍ରବେଶ କରିଥାଏ ଓ ପରେ ଫସଲ ଭିତରେ ପ୍ରକ୍ରିୟାଶିଳ ଭାବେ କାଣ୍ଡ ମଧ୍ୟ ଦେଇ ବଢିଥାଏ. ଯଦି ସେମାନେ ସଂକ୍ରମଣ ର ପ୍ରଥମ ସ୍ତର ଗୁଡିକ ଦେଇ ବଞ୍ଚି ଯାଇଥାଆନ୍ତି, ତାହେଲେ ବିହନ ଗୁଡିକ ଅନିୟମିତ ଭାବେ ଲମ୍ବା(କିଛି ଇଞ୍ଚ ରୁ ଅଧିକ) ଫସଲ ବୃଦ୍ଧି କରିଥାଏ ଯାହାର କି ଫିକା, ପତଳା ଓ ଶୁଖିଲା ପତ୍ର ଥାଏ ଓ ଅପେକ୍ଷା କୃତ କମ ପିଲ ଥାଏ. କାଣ୍ଡ ର ଭିତର ପାର୍ଶ୍ୱ ଟି ସଢ଼ି ଯାଇଥାଏ ଓ ନୂଆ ଚେର ଗୁଡିକ କାଣ୍ଡ ର ଉପର ଗଣ୍ଠି ଗୁଡିକରୁ ଆବିର୍ଭାବ ହୋଇଥାଏ. ସଂକ୍ରମିତ ଫସଲ ଗୁଡିକର କାଣ୍ଡ ଉପରେ ମାଟିଆ ଦାଗ ସୃଷ୍ଟି ହୋଇଥାଏ. ଯଦି ଫସଲ ଗୁଡିକ ବ୍ରୁଦ୍ଧି ସ୍ତର ଯାଏଁ ବଂଚିଯାଇ ପାରନ୍ତି ତାହେଲେ ସେମାନେ, ଆଂଶିକ ଭାବେ ଭର୍ତି ହୋଇଥିବା, ବନ୍ଧ୍ୟା କିମ୍ବା ଖାଲି ଶସ୍ୟ ସୃଷ୍ଟି କରିଥାଆନ୍ତି. ଏହି ଫସଲ ଗୁଡିକରେ, ଏମାନଙ୍କ ଉଚ୍ଚ ଓ ଅଧିକ ଭୂସମଂତର ଅଭିମୁଖୀକରଣ ଯୋଗୁଁ ଝଣ୍ଡା ପତ୍ର ଗୁଡିକୁ ସ୍ପଷ୍ଟ ଭାବେ ଦେଖା ଯାଇପାରେ.

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପାଇଁ ଆଜି ଯାଏଁ କୌଣସି ଜୈବିକ ଉପଚାର ପଦ୍ଧତି ଜଣା ପଡି ନାହିଁ. ହାଲୁକା ଓଜନର (ସଂକ୍ରମିତ) ବିହନ ଗୁଡିକୁ ସୁସ୍ଥ ବିହନ ରୁ ଅଲଗା କରିବା ପାଇଁ ଭିଜେଇବା ବେଳେ ଲୁଣି ପାଣିର ବ୍ୟବହାର କରା ଯାଇ ପାରେ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ସମନ୍ୱିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଟ୍ରାଇଫ୍ଲୁମିଯ଼ୋଲ, ପ୍ରୋପିକୋନାଯ଼ୋଲ, ପ୍ରୋକ୍ଲୋରା଼ଜ଼ (ଏକା କିମ୍ବା ଥାଇରାମ ସହ ମିଶାଇ) ଥିବା କବକନାଶକ ମିଶ୍ରଣ ଦ୍ୱାରା ବିହନ ଗୁଡିକୁ 5 ଘଣ୍ଟା ଯାଏଁ ଭିଜେଇ ଦେବା ଦ୍ୱାରା ଏହା ସହାୟକ ହେବା ଦେଖା ଯାଇଅଛି. ସୋଡିୟମ ହାଇପୋକ୍ଲୋରାଇଟ (ବ୍ଲିଚ) ଦ୍ୱାରା ବିହନ ର ଉପଚାର କରିବା ମଧ୍ୟ ଏହି ରୋଗ ହେବା ସଂଖ୍ୟା କୁ କମେଇବାରେ ପ୍ରଭାବଶାଳୀ ହୋଇଥାଏ. ସପ୍ତାହ ସପ୍ତାହ ଅନ୍ତର ରେ ଦୁଇ ଥର ବ୍ରୁଦ୍ଧି ସ୍ତର ବେଳେ ଏହା ଉପରେ ମିଶ୍ରଣ ଗୁଡିକୁ ସ୍ପ୍ରେ ଦ୍ୱାରା ପ୍ରୟୋଗ କରିବା ମଧ୍ୟ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ.

ଏହାର କାରଣ କଣ

ବାକନେ ଏକ ବିହନ ବାହିତ କବକଜନିତ ରୋଗ ଅଟେ. ଯେତେବେଳେ ସଂକ୍ରମିତ ବିହନ (ଯଥା- କବକଜନିତ ରେଣୁ ଦ୍ୱାରା ଆଚ୍ଛାଦିତ) ବ୍ୟବହାର କରାଯାଏ, ସେତେବେଳେ ଏହି ରୋଗ ଲଗାତାର ଭାବେ ହୋଇଥାଏ, କିନ୍ତୁ ଫସଲ ସାମଗ୍ରୀ କିମ୍ବା ମାଟିରେ ରୋଗବାହକ ଉପସ୍ଥିତ ଥିଲେ ମଧ୍ୟ ଏହା ହୋଇପାରେ. ଏହା ପବନ ଓ ପାଣି ଦ୍ୱାରା ପରିବାହିତ ହୋଇଥାଏ ଯାହାକି କବକଜନିତ ରେଣୁ କୁ ଗୋଟିଏ ଫସଲ ରୁ ଅନ୍ୟ ଫସଲ କୁ ପରିବହନ କରିଥାଏ. ଵାକନେ ରୋଗ ଜମି ପରିଚାଳନା ସମୟରେ ମଧ୍ୟ ବ୍ୟାପି ଯାଇପାରେ, ଯେପରିକି ସଂକ୍ରମିତ ଫସଲ ର ଅମଳ କରିବା ଯାହା ଦ୍ୱାରା କି କବକ ଜନ୍ମିତ ରେଣୁ ଗୁଡିକ ସୁସ୍ଥ ବିହନ ଉପରକୁ ବ୍ୟାପି ଯାଏ. ଏହି ପରି କବକ ଥିବା ପାଣିରେ ବିହନ କୁ ଭିଜେଇବା ମଧ୍ୟ ସଂକ୍ରମିତ କରିପାରେ. 30 ରୁ 35°C ମଧ୍ୟରେ ଉଚ୍ଚ ତାପମାତ୍ରା ରୋଗ ର ବିକାଶ ପାଇଁ ସୁହାଇ ଥାଏ.


ସୁରକ୍ଷାତ୍ମକ ଉପାୟ

  • ଏହି ରୋଗ ଆକ୍ରମଣ କମ କରିବା ପାଇଁ ସଫା ସୁତୁରା ବିହନ ବ୍ୟବହାର କରନ୍ତୁ.
  • ଉପଲବ୍ଧ ପ୍ରତିରୋଧି କିସମର ଅନୁଧ୍ୟାନ କରନ୍ତୁ.
  • ନିଜ ବିହନ ଗୁଡିକୁ ନିରୀକ୍ଷଣ କରନ୍ତୁ ଓ ଫିକାଳିଆ, ରଙ୍ଗହୀନ ଗଛ ବୁଣନ୍ତୁ ନାହିଁ.
  • ଯବକ୍ଷାରଜାନ ଅଧିକ ଥିବା ସାର ଅତ୍ୟଧିକବ୍ୟବହାର କରନ୍ତୁ ନାହିଁ.
  • ବିହନ ବୁଣିବା ପୂର୍ବରୁ ଜମିକୁ ଗଭୀର ଭାବେ ହଳ କରିବା ଦ୍ୱାରା ମାଟିକୁ ଅତିବାଇଙ୍ଗଣୀ ରଶ୍ମି ସଂସ୍ପର୍ସରେ ଅସିବାରେ ସାହାଯ୍ୟ କରିଥାଏ.
  • ବିହନ ବୁଣିବା ପୂର୍ବରୁ ପୂର୍ବ ଫସଲ ଦ୍ୱାରା ରହି ଯାଇଥିବା ନଡା ଗୁଡିକୁ ନଷ୍ଟ କରିଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ