ଧାନ

ଧାନ ରେ କାଣ୍ଡ ପଚା ରୋଗ

Magnaporthe salvinii

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ର ବାହାରିଆ ତଳୁଆ ଅଂଶ ଉପରେ ଛୋଟ, ଅସମ କଳା କ୍ଷତ ଦେଖା ଯାଇଥାଏ.
  • କ୍ଷତ ବଢ଼ିବାରେ ଲାଗେ.
  • ପତ୍ର ପତ୍ର ମଧ୍ୟ ରେ ଥିବା କାଣ୍ଡ ଅଂଶ ଗୁଡିକ ପଚି ଯାଇ ଭାଙ୍ଗି ଯାଏ.
  • ଝାଉଁଳି ଯିବା, ଭରିନଥିବା କେଣ୍ଡା, ଚକ ଭଳି ଶସ୍ୟ, ଶାଖା ର ମୃତ୍ୟୁ ହୋଇ ଥାଏ.
  • ଫମ୍ପା, ସଂକ୍ରମିତ କାଣ୍ଡ ଭିତରେ ଗାଢ଼-ଧୂସରିଆ କବକ ରହିଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ପିଲା ବାହାରିବା ସ୍ତର ପରେ ହିଁ ଲକ୍ଷଣ ଗୁଡିକ ସାଧାରଣତଃ ଦେଖା ଯାଇ ଥାଏ. ପ୍ରାରମ୍ଭିକ ଲକ୍ଷଣ ଗୁଡିକ ମଧ୍ୟ ରେ ଜଳ ସ୍ତର ପାଖରେ ଥିବା ପତ୍ର ର ବାହାରିଆ ଜାଗା ଉପରେ ଛୋଟ, ଅସମ କଳା କ୍ଷତ ଦେଖା ଯିବା ଅନ୍ୟତମ ଅଟେ. ଯେମିତି ଯେମିତି ରୋଗ ବଢ଼ି ଚାଲେ, ଏହି ଦାଗ ଗୁଡିକ ବଡ ହୋଇ ଚାଲେ, ଆଭ୍ୟନ୍ତରୀଣ ପତ୍ର ଚୋପା ଓ ଶସ କୁ କଣା କରିଦିଏ ଯାହା ଦ୍ୱାରା ମାଟିଆ-କଳା ରଙ୍ଗ ର ଦାଗ ସୃଷ୍ଟି ହୋଇ ଥାଏ. ପତ୍ର ପତ୍ର ମଧ୍ୟ ରେ ଥିବା ଏକ ରୁ ଦୁଇଟି କାଣ୍ଡର ଅଂଶ ଗୁଡିକ ପଚି ଯାଇ ଭାଙ୍ଗି ଯାଏ (କେବଳ ବାହ୍ୟ ଆବରଣ ଠିକଠାକ ରହିଥାଏ), ଯାହା ଦ୍ୱାରା କି ଏହା ଝାଉଁଳି ଯାଏ, ଭରିନଥିବା ଶସ, ଚକ ଖଡି ଭଳି ଶସ୍ୟ, ଚାରା ର ମୃତ୍ୟୁ ହୋଇ ଥାଏ. ଫମ୍ପା, ସଂକ୍ରମିତ କାଣ୍ଡ ଭିତରେ ଗାଢ଼-ଧୂସରିଆ ରଙ୍ଗ ର ମାଇସେଲିଯମ କବକ ଥାଏ, ଓ ଭିତର ପୃଷ୍ଟ ଉପରେ ସବୁ ଛୋଟ, କଳା କଙ୍କାଳ ଭଳି ଦାଗ ସ୍ପଷ୍ଟ ଦେଖା ଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଉତ୍ତମ ଜମି ପରିଚାଳନା ଅଭ୍ୟାସ ଓ ଆକ୍ରମଣକାରି ଜୀବ ଗୁଡିକୁ ବ୍ୟବହାର କରିବା କାଣ୍ଡ ପଚା ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ଉପାୟ ଗୁଡିକ ମଧ୍ୟରେ ଅନ୍ୟତମ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ହୁଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରିବାକୁ ଚେଷ୍ଟା କରନ୍ତୁ. ଭାଲିଡାମାଇସିନ କିମ୍ବା ହେକସାକୋନାଯ଼ୋଲ @ 2 ମିଲି/ଲି, ପ୍ରୋପିକୋନାଯ଼ୋଲ @ 1 ମିଲି/ଲି କିମ୍ବା ଥାଇଓଫାନଟ ମୀଥାଇଲ @ 1.0 ଗ୍ରା/ଲି ଉପରେ ଆଧାରିତ ରାସାୟନିକ ସ୍ପ୍ରେ କୁ 15 ଦିନ ବ୍ୟବଧାନ ରେ ଥରେ ପ୍ରୟୋଗ କରନ୍ତୁ, ସାଧାରଣତଃ ପିଲ ବାହାରିବା ମଝି ସ୍ତର ରୁ ଆରମ୍ଭ କରି କିମ୍ବା ରୋଗ ଆରମ୍ଭ ହେବା ସମୟ ଠାରୁ ପ୍ରୟୋଗ କରନ୍ତୁ.

ଏହାର କାରଣ କଣ

ରୋଗ ର ଲକ୍ଷଣ ଗୁଡିକ ମାଗ୍ନପୋର୍ଥେ ସ୍ଲଭିନ୍ନି ନାମକ କବକ ଦ୍ୱାରା ସୃଷ୍ଟି ହୋଇ ଥାଏ. ଏହା ଶୀତ ଋତୁ ବେଳେ ମୃତ ଫସଲ କୋଷ ଭିତରେ କିମ୍ବା ମାଟି ଭିତରେ ବଞ୍ଚି ରହି ଥାଏ. ପରେ ପରେ, ଯେତେବେଳେ ପରିବେଶ ଅନୁକୂଳ ହୁଏ (ଉଚ୍ଚ ଆର୍ଦ୍ରତା, ଉଚ୍ଚ ଯବକ୍ଷାରଜାନ ଉର୍ବରୀକରଣ), ଏହାର ରେଣୁ ଗୁଡିକ ବର୍ଷା ଛାଟ ଓ ଜଳ ସେଚିତ ପାଣି ସାହାଯ୍ୟ ରେ ବ୍ୟାପି ଯାଇଥାଏ. ଯେତେ ବେଳେ ଏହା ଏକ ପତ୍ର ଉପରେ ପଡ଼େ, ଏହା ତାର ପୃଷ୍ଟ ସହ ଲାଗିଯାଏ ଓ ଏକ ଜୀବାଣୁ ନଳି ତିଆରି କରନ୍ତି ଯାହା କି ପତ୍ର ର ଶିର ରୁ ଶୋଷି ନେଇ ଥାଏ. ଏହି ପ୍ରକ୍ରିୟା ଟି ଖରାପ ଚାଷ ଅଭ୍ୟାସ କିମ୍ବା କୀଟ ପତଂଗ ଆକ୍ରମଣ ରୁ ସୃଷ୍ଟି ହୋଇ ଥିବା କ୍ଷତ ସ୍ଥାନ ଆଗରୁ ଯୋଗେଇ ଦିଏ. ଯେତେ ବେଳେ ଫସଲ ର ଜୀବନ ଚକ୍ର ପୂରିବାକୁ ଆସେ ରୋଗ ର ତୀବ୍ରତା ହଟାତ ବଢ଼ି ଯାଏ. କ୍ରାନ୍ତୀୟ ଅଂଚଳ ରେ, ଅମଳ ପରେ ବହୁତ ସମୟ ଧରି ଉଚ୍ଚ ଆର୍ଦ୍ରତା କବକ ର ଜୀବନ ଚକ୍ର ପାଇଁ ଅନୁକୂଳ ହୋଇ ଥାଏ.


ସୁରକ୍ଷାତ୍ମକ ଉପାୟ

  • ଉପଲବ୍ଧ ଥିବା ପ୍ରତିରୋଧି କିସମ ଗୁଡିକ ବିଷୟ ରେ ନିଜକୁ ଅବଗତ ରଖନ୍ତୁ.
  • ବିହନ ଲଗେଇବା ସମୟ ରେ ଫସଲ ଘନତ୍ଵ କମ ରଖନ୍ତୁ.
  • କବକ ବୃଦ୍ଧି କୁ କମ କରିବା ପାଇଁ ଜମିକୁ ସମ୍ପୂର୍ଣ ଭାବେ ନିଷ୍କାସିତ କରିଦିଅନ୍ତୁ.
  • ମାଟି ର ପିଏଚ ସ୍ତର କୁ ଉଚ ରଖିବା ପାଇଁ ମାଟିରେ ପୋଟାସ ମାତ୍ରା ବଢ଼େଇ ରଖନ୍ତୁ.
  • ଜମି ଭିତରେ ଓ ଚାରି ପାଖରେ ଅନାବନା ଘାସ କୁ ନିୟନ୍ତ୍ରଣ କରନ୍ତୁ.
  • ଚାଷ କାର୍ଯ୍ୟ କରିବା ସମୟ ରେ ଯେପରି ଅନ୍ୟ କୌଣସି ଗଛ ର କ୍ଷତି ନ ହୁଏ ଏହା ସୁନିଶ୍ଚିତ କରନ୍ତୁ.
  • ଅମଳ ପରେ ଯେକୌଣସି ଫସଲ ଅବଶେଷ କୁ ଜଳେଇ ଦିଅନ୍ତୁ ଓ ନଡା କୁ ସଢ଼ିବାକୁ ଦିଅନ୍ତୁ ନାହିଁ.
  • ବିକଳ୍ପ ଭାବେ, ଧାନ କୁ ମାଟି ସ୍ତର ରେ କାଟି ଦିଅନ୍ତୁ ଓ ଅମଳ ପରେ ନଡା ଗୁଡ଼ିକୁ ଜମି ବାହାରକୁ କାଢି ନିଅନ୍ତୁ.
  • ଅନ୍ୟ ଏକ ଉପାୟ ହେଲା ଅବଶେଷ ଗୁଡିକୁ ମାଟି ରେ ଗଭୀର ଭାବେ ହଳ କରି ପୋତି ଦେବା.
  • ଜଳସେଚିତ ପାଣି କୁ ଗୋଟେ ଜାଗା ରେ ଜମି ରହିବାକୁ ଦିଅନ୍ତୁ ନାହିଁ.
  • ଜମି ଗୁଡିକ ବିନା ଚାଷ କରି କିଛି ମାସ କିମ୍ବା ବର୍ଷେ ଧରି ମଧ୍ୟ ସେମିତି ଛାଡି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ