Magnaporthe salvinii
ଫିମ୍ପି
ପିଲା ବାହାରିବା ସ୍ତର ପରେ ହିଁ ଲକ୍ଷଣ ଗୁଡିକ ସାଧାରଣତଃ ଦେଖା ଯାଇ ଥାଏ. ପ୍ରାରମ୍ଭିକ ଲକ୍ଷଣ ଗୁଡିକ ମଧ୍ୟ ରେ ଜଳ ସ୍ତର ପାଖରେ ଥିବା ପତ୍ର ର ବାହାରିଆ ଜାଗା ଉପରେ ଛୋଟ, ଅସମ କଳା କ୍ଷତ ଦେଖା ଯିବା ଅନ୍ୟତମ ଅଟେ. ଯେମିତି ଯେମିତି ରୋଗ ବଢ଼ି ଚାଲେ, ଏହି ଦାଗ ଗୁଡିକ ବଡ ହୋଇ ଚାଲେ, ଆଭ୍ୟନ୍ତରୀଣ ପତ୍ର ଚୋପା ଓ ଶସ କୁ କଣା କରିଦିଏ ଯାହା ଦ୍ୱାରା ମାଟିଆ-କଳା ରଙ୍ଗ ର ଦାଗ ସୃଷ୍ଟି ହୋଇ ଥାଏ. ପତ୍ର ପତ୍ର ମଧ୍ୟ ରେ ଥିବା ଏକ ରୁ ଦୁଇଟି କାଣ୍ଡର ଅଂଶ ଗୁଡିକ ପଚି ଯାଇ ଭାଙ୍ଗି ଯାଏ (କେବଳ ବାହ୍ୟ ଆବରଣ ଠିକଠାକ ରହିଥାଏ), ଯାହା ଦ୍ୱାରା କି ଏହା ଝାଉଁଳି ଯାଏ, ଭରିନଥିବା ଶସ, ଚକ ଖଡି ଭଳି ଶସ୍ୟ, ଚାରା ର ମୃତ୍ୟୁ ହୋଇ ଥାଏ. ଫମ୍ପା, ସଂକ୍ରମିତ କାଣ୍ଡ ଭିତରେ ଗାଢ଼-ଧୂସରିଆ ରଙ୍ଗ ର ମାଇସେଲିଯମ କବକ ଥାଏ, ଓ ଭିତର ପୃଷ୍ଟ ଉପରେ ସବୁ ଛୋଟ, କଳା କଙ୍କାଳ ଭଳି ଦାଗ ସ୍ପଷ୍ଟ ଦେଖା ଯାଏ.
ଉତ୍ତମ ଜମି ପରିଚାଳନା ଅଭ୍ୟାସ ଓ ଆକ୍ରମଣକାରି ଜୀବ ଗୁଡିକୁ ବ୍ୟବହାର କରିବା କାଣ୍ଡ ପଚା ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ଉପାୟ ଗୁଡିକ ମଧ୍ୟରେ ଅନ୍ୟତମ.
ଯଦି ସମ୍ଭବ ହୁଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରିବାକୁ ଚେଷ୍ଟା କରନ୍ତୁ. ଭାଲିଡାମାଇସିନ କିମ୍ବା ହେକସାକୋନାଯ଼ୋଲ @ 2 ମିଲି/ଲି, ପ୍ରୋପିକୋନାଯ଼ୋଲ @ 1 ମିଲି/ଲି କିମ୍ବା ଥାଇଓଫାନଟ ମୀଥାଇଲ @ 1.0 ଗ୍ରା/ଲି ଉପରେ ଆଧାରିତ ରାସାୟନିକ ସ୍ପ୍ରେ କୁ 15 ଦିନ ବ୍ୟବଧାନ ରେ ଥରେ ପ୍ରୟୋଗ କରନ୍ତୁ, ସାଧାରଣତଃ ପିଲ ବାହାରିବା ମଝି ସ୍ତର ରୁ ଆରମ୍ଭ କରି କିମ୍ବା ରୋଗ ଆରମ୍ଭ ହେବା ସମୟ ଠାରୁ ପ୍ରୟୋଗ କରନ୍ତୁ.
ରୋଗ ର ଲକ୍ଷଣ ଗୁଡିକ ମାଗ୍ନପୋର୍ଥେ ସ୍ଲଭିନ୍ନି ନାମକ କବକ ଦ୍ୱାରା ସୃଷ୍ଟି ହୋଇ ଥାଏ. ଏହା ଶୀତ ଋତୁ ବେଳେ ମୃତ ଫସଲ କୋଷ ଭିତରେ କିମ୍ବା ମାଟି ଭିତରେ ବଞ୍ଚି ରହି ଥାଏ. ପରେ ପରେ, ଯେତେବେଳେ ପରିବେଶ ଅନୁକୂଳ ହୁଏ (ଉଚ୍ଚ ଆର୍ଦ୍ରତା, ଉଚ୍ଚ ଯବକ୍ଷାରଜାନ ଉର୍ବରୀକରଣ), ଏହାର ରେଣୁ ଗୁଡିକ ବର୍ଷା ଛାଟ ଓ ଜଳ ସେଚିତ ପାଣି ସାହାଯ୍ୟ ରେ ବ୍ୟାପି ଯାଇଥାଏ. ଯେତେ ବେଳେ ଏହା ଏକ ପତ୍ର ଉପରେ ପଡ଼େ, ଏହା ତାର ପୃଷ୍ଟ ସହ ଲାଗିଯାଏ ଓ ଏକ ଜୀବାଣୁ ନଳି ତିଆରି କରନ୍ତି ଯାହା କି ପତ୍ର ର ଶିର ରୁ ଶୋଷି ନେଇ ଥାଏ. ଏହି ପ୍ରକ୍ରିୟା ଟି ଖରାପ ଚାଷ ଅଭ୍ୟାସ କିମ୍ବା କୀଟ ପତଂଗ ଆକ୍ରମଣ ରୁ ସୃଷ୍ଟି ହୋଇ ଥିବା କ୍ଷତ ସ୍ଥାନ ଆଗରୁ ଯୋଗେଇ ଦିଏ. ଯେତେ ବେଳେ ଫସଲ ର ଜୀବନ ଚକ୍ର ପୂରିବାକୁ ଆସେ ରୋଗ ର ତୀବ୍ରତା ହଟାତ ବଢ଼ି ଯାଏ. କ୍ରାନ୍ତୀୟ ଅଂଚଳ ରେ, ଅମଳ ପରେ ବହୁତ ସମୟ ଧରି ଉଚ୍ଚ ଆର୍ଦ୍ରତା କବକ ର ଜୀବନ ଚକ୍ର ପାଇଁ ଅନୁକୂଳ ହୋଇ ଥାଏ.