Uromyces phaseoli
ଫିମ୍ପି
ପ୍ରାଥମିକ ଲକ୍ଷଣ ହିସାବରେ ଛୋଟ, ଗୋଲ, ଲାଲ-ବାଦାମୀ ରଙ୍ଗର ଫୁଲା ଧଳା ଫିମ୍ପି ମଧ୍ୟରେ ଦେଖାଯାଏ, ସାଧାରଣତଃ ପତ୍ରର ତଳ ପାର୍ଶ୍ୱରେ. ଏହି ଫୁଲା ଗୁଡିକ ଛୋଟ ଗ୍ରୁପ ରେ ଦେଖାଯାଏ ଏବଂ ପରେ ଏଗୁଡିକ ମିଶି ଯାଇ ପତ୍ର ଉପରେ ବଡ଼ ଜାଗାରେ ହୋଇଯାଏ. ଅତିରିକ୍ତ ଭାବେ ସିଧା, ଗାଢ଼ ବାଦାମୀ ଜାଗା ବିଳମ୍ବିତ ସିଜନରେ ଦେଖାଯାଏ. ପ୍ରବଳ ସଂକ୍ରମଣ ଉପର ପାର୍ଶ୍ୱରେ ମଧ୍ୟ ପ୍ରଭାବ ପକାଇଥାଏ ଯାହା ଫଳରେ ସମ୍ପୂର୍ଣ୍ଣ ପତ୍ର ରେ ଫୁଲା ଦେଖା ଦେଇଥାଏ. ପତ୍ର ଶୁଖିଯାଏ, ଶୁକୁଡ଼ି ଯାଏ ଏବଂ ଝଡି ଯାଏ. ରୋଗର ଏହି ଅବସ୍ଥାରେ ଡେମ୍ଫ, ଛୁଇଁ ଏବଂ କାଣ୍ଡ ମଧ୍ୟ ପ୍ରଭାବିତ ହୋଇପାରେ. ପ୍ରବଳ ପତ୍ରଝଡ଼ା ଯୋଗୁଁ ଉତ୍ପାଦନରେ ଭୀଷଣ କ୍ଷତି ହୋଇଥାଏ.
ଥରେ ଏହି ଫିମ୍ପିର ସଂକ୍ରମଣ ଦେଖାଗଲା ପରେ ସାଲଭିଆ ଅଫିସିନାଲିସ (Salvia officinalis) ଏବଂ ପୋଟେନ୍ସିଲା ଇରେକ୍ଟା (Potentilla erecta) ର ଅର୍କ ର ପ୍ରୟୋଗ ଏହି ଫିମ୍ପି ର ବିକାଶ ବିରୁଦ୍ଧରେ ସୁରକ୍ଷାତ୍ମକ ଉପଚାର ଭାବେ କାମ କରିଥାଏ
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ରାସାୟନିକ ଉପଚାର ପ୍ରଭାବଶାଳୀ ହୋଇ ନାଟହେ ଯଦି ଏହି ରୋଗର ଲକ୍ଷଣ ବିଳମ୍ବିତ ଅବସ୍ଥାରେ ପରିଲକ୍ଷିତ ହୁଏ. ଯଦି ଫିମ୍ପିନାଶକର ଆବଶ୍ୟକତା ହୁଏ, ତାହେଲେ ମାଙ୍କୋଜେବ (mancozeb), ପ୍ରୋପାଇକୋନାଜୋଲ (propiconazole), କପର କିମ୍ବା ସଲଫର ଥିବା ଫର୍ମୁଲାର ପତ୍ର ସିଞ୍ଚନ କରନ୍ତୁ (ସାଧାରଣତଃ 3ଗ୍ରା/ଲିଟର ପାଣି). ପ୍ରଥମ ଲକ୍ଷଣ ଦେଖାଯିବାର ତୁରନ୍ତ ପରେ ସ୍ପ୍ରେ ଆରମ୍ଭ କରନ୍ତୁ ଏବଂ 15 ଦିନ ପରେ ପୁଣି ସ୍ପ୍ରେ କରନ୍ତୁ.
ଏହି ରୋଗକାରୀ ଫିମ୍ପି ଫସଲର ଅବଶେଷରେ ମାଟିରେ କିମ୍ବା ବୈକଳ୍ପିକ ପୋଷକରେ ବଞ୍ଚି ରହି ଥାଏ. ପ୍ରାଥମିକ ସଂକ୍ରମଣ ହିସାବରେ ମାଟିରୁ ଏହି ଫିମ୍ପିର ରେଣୁ ଛିଞ୍ଚି ହୋଇ ଜମି ପାଖରେ ଥିବା ଗଛର ପୁରୁଣା ପତ୍ର ଉପରେ ପଡିଥାଏ. ପବନ ଦ୍ୱାରା ଗଛରୁ ଗଛକୁ ଦ୍ଵିତୀୟକ ବିସ୍ତାର ହୋଇଥାଏ. ସଂକ୍ରମଣ ଓ ଏହାର ବିସ୍ତାର ପାଇଁ ଗରମ ତାପମାନ (21 ରୁ 26° C), ଆର୍ଦ୍ର ଏବଂ ମେଘୁଆ ପାଗ ସହିତ ରାତିରେ ପ୍ରବଳ କାକର ଅନୁକୂଳ ହୋଇଥାଏ.