Kabatiella zeae
ଫିମ୍ପି
ତଳ ପତ୍ରରେ ଛୋଟ, ପାଣିଭିଜା , ବୃତ୍ତାକୃତିି ଘା ଦେଖା ଯାଇଥାଏ । ଏହିି ଘା ଗୁଡିକ ବଡ ହୋଇ ମାଟିଆ କେନ୍ଦ୍ର ଏବଂ କଳା , ବାଦାମି ଓ ହଳଦିଆ ଉଜ୍ଜଳ ବଳୟ ସହ ଆଖି ଚିହ୍ନରେ ପରିଣତ ହୋଇଯାଆନ୍ତି । ପରେ ପରେ ଏଗୁଡିକ ପରସ୍ପର ସହ ମିଶି ବର୍ଣହୀନ ବା ପରିଗଳନ ଟିସୂର ତାଳି ବନେଇ ନିଅନ୍ତି । ଘା ଗୁଡିକ ବୟସ୍କ ପତ୍ର ଗୁଡିକ ଉପରେ ଦେଖାଯିବା ସାଧାରଣ ଅଟେ, କିନ୍ତୁ ପତ୍ରଛଦ ଓ ଚୋପା ଉପରେ ମଧ୍ୟ ଦେଖାଯାଇପାରେ ।
ଆମେ ଦୁଖିତ ଯେ କାବାଟିଏଳା ଜି ପାଇଁ ଅନ୍ୟ କୌଣସି ବିକଳ୍ପ ଉପଚାର ନାହିଁ । ଯଦି ଆପଣ ଏହି ରୋଗକୁ ରୋକିବାରେ ସହାୟକ ହେଉଥିବା କିଛି ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ । ଆପଣଂକ ଠାରୁ ଶୁଣିବା ପାଇଁ ଆମେ ଉତ୍ସାହିତ ।
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ଅମଳ କ୍ଷମତା, ଶସ୍ୟର ମୂଲ୍ୟ ଓ କବକନାଶକର ମୂଲ୍ୟକୁ ଧ୍ୟାନରେ ରଖି କବକନାଶକ ଉପଚାରର ଉପକାରିତା ଓ ଅପକାରିତାକୁ ଭଲଭାବେ ହିସାବ କରନ୍ତୁ । କବକନାଶକର ଉପଚାର ମଧ୍ୟରେ ମାଂକୋଜେବ୍, ପ୍ରୋପିକୋନାଯ଼ୋଲ୍ ଓ କ୍ଲୋରୋଥାଲୋନିଲ୍ ଅନ୍ୟତମ । ଏହି କବକନାଶକ ଦ୍ୱାରା ବିହନର ଉପଚାର କରିବାକୁ ମଧ୍ୟ ଚିନ୍ତା କରନ୍ତୁ ।
କବକଟି ମାଟି ଉପରେ ଥିବା ମକା ଫସଲ ଅବଶେଷରେ ଓ ମଞ୍ଜିଗୁଡିକରେ ମଧ୍ୟ ବଂଚି ରହି ପାରନ୍ତି । ବସନ୍ତ ଋତୁରେ, ଏହା ରେଣୁ ସୃଷ୍ଟି କରିବା ଆରମ୍ଭ କରି ଦେଇ ଥାଏ ଯାହାକି ପବନ ଓ ବର୍ଷା ଛାଟ ଦ୍ୱାରା ନୂଆ ଫସଲକୁ ବ୍ୟାପିଥାଏ । ଏହା ପର ସ୍ତରରେ ରେଣୁର ସଂକ୍ରମଣ ଗୋଟିଏ ଫସଲରୁ ଅନ୍ୟ ଫସଲକୁ ପବନ ଓ ପାଣି ବୁନ୍ଦା ଦ୍ୱାରା ବ୍ୟାପିଥାଏ । ଓଦା ପତ୍ର , କମ୍ ତାପମାତ୍ରା, ବାରମ୍ବାର ବର୍ଷା ବା କୁହୁଡି ଏହି ରୋଗର ପ୍ରାଦୁର୍ଭାବ ପାଇଁ ସହାୟକ ହୋଇଥାଏ । ଅନ୍ୟ ପକ୍ଷରେ, ଗରମ୍ ଓ ଶୁଷ୍କ ପାଣିପାଗ ଏହାର ସଂକ୍ରମଣକୁ ଧୀର କରି ଦେଇ ଥାଏ । ଗୋଟିଏ ପ୍ରକାରର ଫସଲ ଚାଷ କରିବା ଓ କମ୍ ହଳ କରିବା ମଧ୍ୟ କବକର ବିକାଶ ପାଇଁ ଅନୂକୁଳ ହୋଇଥାଏ । ଯଦି କବକଟି ଫସଲର ପ୍ରସ୍ଫୁଟନ ସମୟ କିମ୍ବା ପରିପକ୍ୱତା ବେଳେ ଉପର ଭାଗକୁ ସଂକ୍ରମିତ କରିଥାଏ ତାହେଲେ ଫସଲର ଗୁଣବତ୍ତା ଓ ଅମଳକୁୁ ପ୍ରଭାବିତ କରିପାରେ ।