ସୋୟାବିନ

ସୋୟାବିନର କାଣ୍ଡ ଓ ଚେର ସଢା ରୋଗ

Phytophthora sojae

ଫିମ୍ପି

ସଂକ୍ଷେପରେ

  • ସଂକ୍ରମିତ ଗଛରେ ଚେରରୁ କାଣ୍ଡର ପ୍ରାୟ ମଝି ଅଂଶ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଲମ୍ବା ବାଦାମୀ କ୍ଷତ ଚିହ୍ନ ରହିଥାଏ । ପତ୍ର ହଳଦିଆ ହୁଏ , ଝାଉଁଳେ , ଘଟଣାକ୍ରମେ ମରିଯାଏ କିନ୍ତୁ ଝଡେ ନାହିଁ । ଦୃଢୀଭୂତ ମାଟି , ଜଳାକ୍ରାନ୍ତ ପ୍ରବଣତା ଏବଂ ପ୍ରଚୁର ବର୍ଷା ଏହି ରୋଗକୁ ଅନୁକୂଳ କରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ସହଳ ବୃଦ୍ଧି ଅବସ୍ଥାରେ କବକ ବିହନ କ୍ଷୟ କିମ୍ବା ଚାରା ବାହାରିବା ପରେ ତଳି ସଢା ରୋଗ କରେ । ଗଛ ବୃଦ୍ଧିର ବିଳମ୍ବ ଅବସ୍ଥାରେ , ସଂକ୍ରମିତ ଗଛରେ ଚେରରୁ କାଣ୍ଡର ପ୍ରାୟ ମଝି ଅଂଶ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଲମ୍ବା ବାଦାମୀ କ୍ଷତ ଚିହ୍ନ ରହିଥାଏ । ମୁଖ୍ୟ କାଣ୍ଡ ଓ ଚେରର ଭିତର ଅଂଶ ଆଘାତପ୍ରାପ୍ତ ହେଲେ ପତ୍ର ହଳଦିଆ ହୋଇ ଝାଉଁଳି ଯାଏ , ଘଟଣାକ୍ରମେ ମରିଯାଏ କିନ୍ତୁ ଝଡେ ନାହି ।ସାଧାରଣତଃ ଦୃଢୀଭୂତ ମାଟି , ଜଳାକ୍ରାନ୍ତ ପ୍ରବଣ ମାଟିରେ ପ୍ରବଳ ବର୍ଷାର ଏକ ବା ଦୁଇ ସପ୍ତାହ ପରେ ପ୍ରାଥମିକ ଲକ୍ଷଣ ଦେଖାଯାଏ । ରୋଗ ପ୍ରବଣ କିସମରେ ଏହି ରୋଗ ଅଧିକ କ୍ଷତି କରେ ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ଏହି ରୋଗ ପାଇଁ କୌଣସି ବିକଳ୍ପ ଉପଚାର ଜଣା ନାହି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ପି ॰ ସୋଜେ ନିୟନ୍ତ୍ରଣ ପାଇଁ କବକନାଶୀ ଦ୍ଵାରା ବିହନ ଉପଚାର ଏକମାତ୍ର ରାସାୟନିକ ନିୟନ୍ତ୍ରଣ ଅଟେ । କେତେକ କ୍ଷେତ୍ରରେ କବକନାଶୀ ପ୍ରତିରୋଧ ଶକ୍ତି ଦେଖାଦିଏ । ବେଳେବେଳେ , ଷ୍ଟ୍ରେପ୍ତୋମାଇସିନ ଆଣ୍ଟିବାୟୋଟିକ ସହିତ କପର ଅକସୀକ୍ଳୋରାଇଡ ଦ୍ଵାରା ମୃତ୍ତିକା ଆର୍ଦ୍ର ଉପଚାର ମଧ୍ୟ କାମ କରେ ।

ଏହାର କାରଣ କଣ

ଫାଇଟୋଫଥୋରା ସୋଜେ ଏକ ମୃତ୍ତିକା ବାହିତ ଜୀବାଣୁ ଯାହାକି ଗଛ ଅବଶେଷ କିମ୍ବା ବିହନରେ ଥଣ୍ଡା ଓ ହିମ ସମୟରେ ମଧ୍ୟ ଅନେକ ବର୍ଷ ବଞ୍ଚିପାରେ । ଯେତେବେଳେ ପରିସ୍ଥିତି ଏହା ବିକାଶ ପାଇଁ ଅନୁକୂଳ ଥାଏ ( ଉଚ୍ଚ ମୃତ୍ତିକା ଆର୍ଦ୍ରତା ଏବଂ 25 ରୁ 30 ଡିଗ୍ରୀ C ର ଅନୁକୂଳତମ ତାପମାତ୍ରା ) , ଏହା ସାରା ଋତୁ ଚେର ଦେଇ ଗଛକୁ ସଂକ୍ରମଣ କରେ । ପ୍ରଥମ ଲକ୍ଷଣ ସାଧାରଣତଃ ପ୍ରବଳ ବର୍ଷା ପରେ ଦେଖାଯାଏ । ରୋଗା ଗଛ ଜମିରେ ଏଣେତେଣେ ଦେଖିବାକୁ ମିଳେ କିମ୍ବା ଏହା ନିମ୍ନ ଧରଣର ଜଳ ନିଷ୍କାସନ ଥିବା ଖାଲ ଜାଗାରେ ଜମି ଖାଲି କରିଦେଇ ପାରେ ।


ସୁରକ୍ଷାତ୍ମକ ଉପାୟ

  • ଜୀବାଣୁମୁକ୍ତ ପ୍ରାମାଣିକ ବିହନ କିଣନ୍ତୁ । ପ୍ରତିରୋଧି କିମ୍ବା ସହନୀୟ କିସମ ବ୍ୟବହାର କରନ୍ତୁ । ପାଣି ନଜମିବା ପାଇଁ ନିଷ୍କାସନ ପ୍ରଣାଳୀ ଉନ୍ନତ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ