ସୋୟାବିନ

ସୋୟାବିନର ଅଙ୍ଗାର ପଚା

Macrophomina phaseolina

ଫିମ୍ପି

5 mins to read

ସଂକ୍ଷେପରେ

  • ଫୁଲ ଫୁଟିବା ଏବଂ ଗରମ ଶୁଷ୍କ ସମୟରେ ଏହି ରୋଗର ଲକ୍ଷଣ ଦେଖାଯାଏ । ଦିନର ସବୁଠାରୁ ଗରମ ସମୟରେ ଦୁର୍ବଳ ଗଛ ମଉଳିବା ଆରମ୍ଭ କରେ । ନୂଆଁ ପତ୍ର ହଳଦିଆ ହୁଏ ଓ ଛୁଇଁ ପୁରଣ ହୁଏ ନାହିଁ । ଚେର ଓ କାଣ୍ଡ ଏକ ଲାଲ ବାଦାମୀ ଖଦଡିଆ ଅନ୍ତଃ କୋଷ ବିବର୍ଣ୍ଣତା ସୃଷ୍ଟି କରନ୍ତି ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ଯେ କୌଣସି ବୃଦ୍ଧି ଅବସ୍ଥାରେ ରୋଗ ହୋଇପାରେ , କିନ୍ତୁ ଫୁଲ ଫୁଟିବା ଅବସ୍ଥାର ଆରମ୍ଭରେ ଏହା ଅଧିକ ରୋଗ ପ୍ରବଣ ହୁଅନ୍ତି । ଏହି ଲକ୍ଷଣଗୁଡିକ ସାଧାରଣତଃ ଗରମ ଓ ଶୁଷ୍କ ପାଣିପାଗର ଲମ୍ବା ସମୟରେ ଦେଖାଦିଏ । ଗଛ କମ ସବଳ ଥାଏ , ଏବଂ ଦିନର ସବୁଠାରୁ ଗରମ ସମୟରେ ଦୁର୍ବଳ ଗଛ ମଉଳିବା ଆରମ୍ଭ କରେ ଓ ରାତିରେ ଆଂଶିକ ଭାବରେ ଆରୋଗ୍ୟ ଲାଭ କରେ । ନୂଆଁ ପତ୍ର ହଳଦିଆ ହୁଏ ଓ ଛୁଇଁ ପୁରଣ ହୁଏ ନାହିଁ । ଚେର ଓ କାଣ୍ଡ ଏକ ଲାଲ ବାଦାମୀ ଖଦଡିଆ ଅନ୍ତଃ କୋଷ ବିବର୍ଣ୍ଣତା ସୃଷ୍ଟି କରନ୍ତି । କବକ ବୃଦ୍ଧିର ଅନ୍ୟ ଏକ ଲକ୍ଷଣ ହେଉଛି କଳା ଚିହ୍ନ ଏଣେତେଣେ କାଣ୍ଡର ମୂଳରେ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଟ୍ରାଇକୋଡେର୍ମା ଜାତିର ପରଜୀବୀ କବକ ମାକ୍ରୋଫୋମିନା ଫାଜିୟଲିନା କବକ ସହିତ ଅନ୍ୟ କେତେକ କବକକୁ ନିଷ୍କ୍ରିୟ କରେ । ବୁଣିବା ସମୟରେ ଟ୍ରାଇକୋଡେର୍ମା ଭିରିଡେ (250 କେଜି ଜିଆ ଖତ କିମ୍ବା କୃଷି କ୍ଷେତ୍ର ଖତ ରେ 5 କେଜି )ର ମୃତ୍ତିକା ପ୍ରୟୋଗ ଏହି ରୋଗ ହ୍ରାସ କରେ । ରାଇଜୋବିଅମ ବେକ୍ଟେରିଆ ଜାତିର ବ୍ୟବହାର ମଧ୍ୟ କବକ ନିୟନ୍ତ୍ରଣ ପାଇଁ ଅନ୍ୟ ଏକ ପ୍ରଣାଳୀ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅଙ୍ଗାର ପଚା ରୋଗର ସୁସଂଗତ ନିୟନ୍ତ୍ରଣ ପାଇଁ ବିହନ ଓ ପତ୍ର ଉପଚାର ପାଇଁ କୌଣସି କବକନାଶୀ ନାହିଁ । ମାଙ୍କୋଜେବ @ 3 ଗ୍ରାମ / କେଜି ବିହନ ସହିତ ଉପଚାର ବୁଣିବା ସମୟରେ ରୋଗ କମାଏ । ହେକ୍ଟର ପିଛା 80 କେଜି ଏମଓପି ଦୁଇ ଭାଗ କରି ପ୍ରୟୋଗ କଲେ ଲକ୍ଷଣର ମାତ୍ରା କମେ ।

ଏହାର କାରଣ କଣ

ମାକ୍ରୋଫୋମିନା ଫାଜିୟଲିନା କବକ ଦ୍ଵାରା ଏହି ଅଙ୍ଗାର ପଚା ରୋଗ ହୁଏ । ମାଟିରେ କିମ୍ବା ଜମିରେ ଗଛ ଅବଶେଷରେ ଏହା ଶୀତସୁପ୍ତି କରେ ଓ ଋତୁ ଆରମ୍ଭରେ ଚେର ଦେଇ ଗଛକୁ ସଂକ୍ରମିତ କରେ । ପ୍ରତିକୂଳ ପରିବେଶ ପରିସ୍ଥିତି ( ଉଦାହରଣ ସ୍ୱରୂପ ଗରମ,ଶୁଷ୍କ ପାଣିପାଗ ) ଗଛ ଉପରେ ଚାପ ପ୍ରୟୋଗ କରିବା ପର୍ଯ୍ୟନ୍ତ ଲକ୍ଷଣ ଗୁପ୍ତ ରହେ । ଚେରର ଅନ୍ତଃ କୋଷରେ ହୋଇଥିବା ଆଘାତ ଯୋଗୁଁ ଗଛ ଅତି ଆବଶ୍ୟକ କରୁଥିବା ସମୟରେ ଜଳ ଗ୍ରହଣରେ ବାଧା ଉପୁଯାଏ । ଅନ୍ୟ କବକ ପରି ନ ହୋଇ , ଅଙ୍ଗାର ପଚା କବକର ବୃଦ୍ଧି ଓ କାର୍ଯ୍ୟ ପ୍ରଣାଳୀ ଶୁଷ୍କ ମାଟି ( 27 ଠାରୁ 35 ଡିଗ୍ରୀ C ) ଦ୍ଵାରା ଅନୁକୂଳିତ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, ସହନୀୟ କିସମ ବ୍ୟବହାର କରନ୍ତୁ । ଜମିରେ ଅଧିକ ଚାରା ହାର ବାରଣ କରନ୍ତୁ । ଶୁଷ୍କ ଓ ଗରମ ପାଣିପାଗରେ ଜମି ନିୟମିତ ଜଳସେଚିତ କରନ୍ତୁ । ଗଭୀର ଖରାଟିଆ ଚାଷ ମାଟିରେ ଏହି ବୀଜାଣୁ ହ୍ରାସ କରେ । ସମ୍ଭାବ୍ୟ ପାଣିପାଗ ଅନୁସାରେ ସହଳ କିମ୍ବା ବିଳମ୍ବ କିସମ ବ୍ୟବହାର କରନ୍ତୁ । ଗହମ ଭଳି ପୋଷକ ନଥିବା ଗଛ ସହ ଫସଲ ପର୍ଯ୍ୟାୟ କରନ୍ତୁ କିମ୍ବା ଜମି ପଡିଆ ପକାନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ