Diaporthe caulivora
ଫିମ୍ପି
ତଳ ଶାଖା ଓ ପତ୍ର ଦେମ୍ଫାର ମୂଳରେ ଲାଲ ବାଦାମୀ କ୍ଷତ ଚିହ୍ନ ପ୍ରଥମ ଲକ୍ଷଣ ରୂପେ ଦେଖାଯାଏ । ପରେ କ୍ଷତ ଚିହ୍ନଗୁଡିକ କାଣ୍ଡର ଚାରିଆଡେ ପ୍ରସାରିତ ଭୁଆନ୍ତି ଓ ଗାଢ ବାଦାମୀ ରଙ୍ଗରେ ପରିଣତ ହୁଅନ୍ତି । କାଣ୍ଡରେ ସବୁଜ ଓ ବାଦାମୀ ତାଳିର ଏକାନ୍ତର ସରଞ୍ଚନା ଏହି ରୋଗକୁ ଚିହ୍ନିତ କରେ । କାନଦାରଭିତର ଅଂଶକୁ ଏହି ଯାଦୁରା କ୍ଷତି କରେ ଏବଂ ଜଳ ଓ ପୋଷଣ ପରିବହନରେ ବାଧାସୃଷ୍ଟି କରେ । ପତ୍ରରେ ଶିରା ମଧ୍ୟ ବର୍ଣ୍ଣହୀନତା ଦେଖାଯାଏ । ପରେ ପତ୍ର ମରିଯାଇପାରେ , କିନ୍ତୁ କାଣ୍ଡ ସହିତ ଲାଗିରହେ ।ଗଛରେ କ୍ଷତ ଚିହ୍ନର ଉପର ଅଂଶ ମରିଯାଇପାରେ ଏବଂ ଛୁଇଁ ସୃଷ୍ଟି ଅଧିକ ମାତ୍ରାରେ ପ୍ରଭାବିତ ହୁଏ ।
ଯଦି ଉପଲବ୍ଧ ଅଛି , ଜୈବିକ କବକନାଶୀ ସହିତ ଏକ ସମନ୍ଵିତ ପଦ୍ଧତି ସୁପାରିସ କରାଯାଏ ।
ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ସଂକ୍ରମଣ ନିୟନ୍ତ୍ରଣ ପାଇଁ କବକ ଉପଚାର ସାହାଯ୍ୟ କରିପାରେ , କିନ୍ତୁ ପ୍ରୟୋଗ ସମୟ ,ପରିବେଶ ପରିସ୍ଥିତି ଏବଂ ବ୍ୟବହୃତ ସାମଗ୍ରୀ ଅନୁସାରେ ଫଳାଫଳ ଅଲଗା ହୋଇପାରେ । ଯଦି ଆବଶ୍ୟକ ହୁଏ , ଅଙ୍ଗୀୟ ଓ ଲିଙ୍ଗୀୟ ବୃଦ୍ଧି ଅବସ୍ଥାରେ ମେଫେନୋକ୍ସାମ , କ୍ଳୋରୋଥାଲୋନୀଲ , ଥାୟୋଫେନେଟ-ମିଥାଇଲ କିମ୍ବା ଆଯୋକ୍ସିଷ୍ଟ୍ରୋବିନ ଥିବା ପଦାର୍ଥ ପ୍ରୟୋଗ କରନ୍ତୁ ।
ମୃତ୍ତିକା ବାହିତ କବକ ଡାୟାପୋର୍ଥେ ଫାଜିୟଲୋରମ ଯୋଗୁଁ ଏହି ସୋୟାବିନ କାଣ୍ଡ ଯାଦୁରା ରୋଗ ହୁଏ । ଦକ୍ଷିଣା ଏବଂ ଉତ୍ତରା କାଣ୍ଡ ଯାଦୁରା ପାଇଁ ଦୁଇଟି ଭିନ୍ନ ଭିନ୍ନ କବକ ଜାତି ଅଛି । ଏହା ଆକ୍ରାନ୍ତ ଗଛ ଅବଶେଷ କିମ୍ବା ବିହନରେ ଶୀତସୁପ୍ତି କରେ । ଏହା ଅଙ୍ଗୀୟ ବୃଦ୍ଧିର ସହଳ ଅବସ୍ଥାରେ ସ୍ସଙ୍କ୍ରମାନ କରେ , କିନ୍ତୁ ଲିଙ୍ଗୀୟ ବୃଦ୍ଧି ଅବସ୍ଥାରେ ହିଁ ଲକ୍ଷଣ ସ୍ପଷ୍ଟ ହୁଏ ।ଲଗାତର ଓଦା ଓ ବର୍ଷା ପାଣିପାଗ ପରିସ୍ଥିତି , ନିର୍ଦ୍ଦିଷ୍ଟ ରୂପରେ ଋତୁର ସହଳ ସମୟରେ , ସଂକ୍ରମଣକୁ ଅନୁକୂଳ କରେ । ଦୁର୍ବଳ ଚାଷ ପଦ୍ଧତି ମଧ୍ୟ ଏଥିପାଇଁ ଅନୁକୂଳ ହୋଇପାରେ ।