ମକା

ଫ୍ୟୁଯାରିୟମ୍ କେଣ୍ଡା ପଚା ରୋଗ

Fusarium verticillioides

ଫିମ୍ପି

ସଂକ୍ଷେପରେ

  • ଦାନା ଉପରେ ଧଳା, ଗୋଲାପି ରଂଗର ଫିମ୍ପି ଦେଖା ଯାଇଥାଏ ।ତାମ୍ର ରଙ୍ଗର ଗାର (ରଶ୍ମୀ) ସଜ୍ଜିତ ଗୋଲାକାର ସଂରଚନା ଦେଖା ଯାଇଥାଏ । କେଣ୍ଡା ଗୁଡିକ ଝାଉଁଳି ଯାଏ ଓ ଦାନା ପଚି ଯାଏ ଏବଂ ଖାଇବା ଯୋଗ୍ୟ ହୋଇ ନଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମକା

ଲକ୍ଷଣ

ମକା ଫସଲର କିସମ, ପରିବେଶ ଓ ରୋଗର ମାତ୍ରା ଉପରେ ନିର୍ଭର କରି ଲକ୍ଷଣ ଗୁଡିକ ଭିନ୍ନ ଭିନ୍ନ ହୋଇପାରେ । ଏହି ରୋଗଟି ସାଧାରଣତଃ ଋତୁର ଶେଷ ଆଡେ କିମ୍ବା ଗଚ୍ଛିତ କରିବା ସମୟରେ ସୃଷ୍ଟି ହୋଇଥାଏ । ସୁସ୍ଥ ଦେଖା ଯାଉଥିବା ଦାନାଗୁଡିକ ମଧ୍ୟରେ ଧଳାରୁ ଗୋଲାପି ରଂଗର ସଂକ୍ରମିତ ଦାନା ସନ୍ନିବେଶିତ ହୋଇଥାଏ । ଦାନାଗୁଡିକ ମଧ୍ୟରେ ବର୍ଣହୀନତା ମଧ୍ୟ ଦେଖା ଯାଇଥାଏ। ଏଗୁଡିକ ତାମ୍ର କିମ୍ବା ବାଦାମୀ ରଂଗରେ ପରିଣତ ହୋଇ ଯାଆନ୍ତି । ଦାନା ଉପରୁ ଆରମ୍ଭ କରି ଗୋଲିୟା ସଂରଚନାର ବର୍ଣହୀନତା ଦେଖା ଯାଇଥାଏ । ଯଦି ପାଣିପାଗ ରୋଗର ବିସ୍ତାର ପାଇଁ ଅନୂକୁଳ ହୋଇଥାଏ(ଗରମ ଓ ଶୁସ୍କ ପାଣିପାଗ, କୀଟପତଂଗର ଉପସ୍ଥିତି), ତାହେଲେ କେଣ୍ଡାଗୁଡିକ ସମ୍ପୁର୍ଣ ଭାବେ କବକ ବୃଦ୍ଧି ଓ ପ୍ରଚୁର ଫିମ୍ପି ଦେଖା ଯାଇଥାଏ । ସମ୍ପୁର୍ଣ କେଣ୍ଡା ଝାଉଁଳି ଯିବା ଭଳିଆ ଦେଖା ଯାଏ କିମ୍ବା ସମ୍ପୁର୍ଣ ନଷ୍ଟ ହୋଇ ଯାଇଥାଏ । ଶସ୍ୟ ଅମଳ କମ୍ ହୋଇଥାଏ । କବକ ଗୁଡିକ ବିଷ ତିଆରି କରନ୍ତି ଯାହା ଶସ୍ୟକୁ ଖାଇବା ଅନୁପଯୋଗୀ କରି ଦେଇଥାଏ ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ରୋଗର ଉପସ୍ଥିତି ଓ ବିଷ ପ୍ରସ୍ତୁତ କମ୍ କରିବା ପାଇଁ ସୁଡୋମୋନାସ୍ ଫ୍ଲୋରୋସେନ୍ସ ଜୀବାଣୁ ଆଧାରିତ ମିଶ୍ରଣ ଦ୍ୱାରା ବିହନ ଉପଚାର କରାଯାଇପାରେ ଓ ସିଞ୍ଚନ କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ଶସ ସଂକ୍ରମଣ କମ୍ କରିବା ପାଇଁ ଋତୁର ଆରମ୍ଭରେ କବକନାଶକ ପ୍ରୟୋଗ କରାଯାଇପାରେ । ଯେହେତୁ ସଂକ୍ରମଣ ମୂଖ୍ୟତଃ ଶସରେ ଦେଖା ଯାଇଥାଏ, ଏହି ରୋଗର ଫଳପ୍ରଦ ନିୟନ୍ତ୍ରଣ ପାଇଁ କବକନାଶକ ପ୍ରୟୋଗ କରିବା ସବୁଠାରୁ ଉପଯୁକ୍ତ ଉପାୟ ନୁହଁ । କୀଟ ପତଂଗ ଯେଉଁମାନେ ଶସର କ୍ଷତି କରନ୍ତି ଓ କବକର ବିକାଶ ପାଇଁ ଅନୂକୁଳ ପରିବେଶ ସୃଷ୍ଟି କରନ୍ତି ତାକୁ ନିୟନ୍ତ୍ରଣ କରିବା କଥା ଚିନ୍ତା କରନ୍ତୁ । ପ୍ରୋପିକୋନାଯ଼ୋଲ୍ ଥିବା ସାମଗ୍ରୀକୁ ଦାନା କଠିନ ହେବା ସମୟରେ କବକକୁ ନିୟନ୍ତ୍ରଣ କରିବା ପାଇଁ 1 ମିଲି ପ୍ରତି ଲି. ପ୍ରୟୋଗ କରନ୍ତୁ.

ଏହାର କାରଣ କଣ

ଏହି ରୋଗଟି ମୂଖ୍ୟତଃ ଫ୍ୟୁଯ଼ାରିୟମ୍ ଭର୍ଟିସିଲିଓଏଡ୍ସ (Fusarium verticillioides)ନାମକ କବକ ଦ୍ୱାରା ହୋଇଥାଏ, କିନ୍ତୁ ଫ୍ୟୁଯ଼ାରିୟମ୍ ଅନ୍ୟ ପ୍ରଜାତି ମଧ୍ୟ ଠିକ୍ ଏଭଳି ଲକ୍ଷଣ ସୃଷ୍ଟି କରିଥାଆନ୍ତି । ଏହା ବିହନରେ, ଫସଲ ଅବଶେଷରେ କିମ୍ବା ବିକଳ୍ପ ପୋଷକ ଯେପରିକି ଘାସରେ ବଂଚି ରହି ଥାଏ । ରେଣୁ ଗୁଡିକ ମୂଖ୍ୟତଃ ପବନ ଦ୍ୱାରା ପରିବାହିତ ହୋଇଥାଏ । ଏହା ସାଧାରଣତଃ କୁଆ ପଥର ଜନିତ କିମ୍ବା କୀଟ ବା ପକ୍ଷୀ ମାନେ ଖାଇବା ଦ୍ୱାରା କିମ୍ବା ଚାଷ କାର୍ଯ୍ୟ ସମୟରେ ହୋଇଥିବା କ୍ଷତ ଦେଇ ମକା ଶସ ଭିତରକୁ ପ୍ରବେଶ କରି ଥାଆନ୍ତି । ଏହା ଅଂକୁରିତ ହୋଇଥାଏ ଏବଂ ପ୍ରବେଶ ପଥରୁ ସମଗ୍ର ଶସରେ ସଂଖ୍ୟା ବଢାନ୍ତି । ବିକଳ୍ପ ଭାବରେ ଏହି କବକ ଚେର ଠାରୁ ଉପରକୁ ଶରୀର ଚର ବୃଦ୍ଧି ଦ୍ଵାରା ସଂଖ୍ୟା ବୃଦ୍ଧି କର । ବିଭିନ୍ନ ପ୍ରକାରର ପାଣିପାଗରେ, ଫସଲ ସଂକ୍ରମିତ ହୋଇପାରେ, କିନ୍ତୁ ପାଣିପାଗ ଗରମ ଓ ଶୁଷ୍କ ଥିବା ସମୟରେ ଓ ଫସଲ ଫୁଲ ଅବସ୍ଥାରେ ପହଂଚିବା ପରେ ସଂକ୍ରମଣ ମାରାତ୍ମକ ଭାବେ ବଢି ଚାଲେ । ଏହା ମକାର ସବୁଠାରୁ ସାଧାରଣ ଫିମ୍ପି ଅଟେ ।


ସୁରକ୍ଷାତ୍ମକ ଉପାୟ

  • ବଜାରରେ ଉପଲବ୍ଧ ଥିବା ସହନଶୀଳ ଓ ପ୍ରତିରୋଧୀ କିସମର ବିହନ ବ୍ୟବହାର କରନ୍ତୁ । ସ୍ଥାନୀୟ ପାଣିପାଗ ସହ ସୁହାଇବା ଭଳି ଫସଲ ଲଗାନ୍ତୁ । ଜମିରେ ଫସଲକୁ ଘଞ୍ଚ ଭାବେ ବୁଣନ୍ତୁ ନାହିଁ । ଫସଲ ବୃଦ୍ଧିର ବିଳମ୍ବ ଅବସ୍ଥାରେ ଉତ୍ତମ ଉର୍ବରୀକରଣ ସୁନିଶ୍ଚିତ କରନ୍ତୁ । ବିଷାକ୍ତ ଦ୍ରବ୍ୟ ସୃଷ୍ଟି ହେବାରୁ ବଂଚିବା ପାଇଁ ସଂକ୍ରମିତ ଶସ୍ୟକୁ କାଢି ନିଅନ୍ତୁ କିମ୍ବା ଅଲଗା ଜାଗାରେ ସଂଗ୍ରହ କରନ୍ତୁ । ନିଜ ଭଣ୍ଡାର ଗୃହକୁ ଭଲଭାବେ ସଫା କରି ରଖନ୍ତୁ । ଖଳା ଚଟାଣ ଅଧିକ ଓଦା ହେବାରୁ ବଂଚିବା ପାଇଁ ଅମଳ ପୂର୍ବରୁ ପାଣିପାଗ ସମାଚାରକୁ ଧ୍ୟାନ ଦିଅନ୍ତୁ। ଅମଳ ବେଳେ ଯେମିତି ଭୁଣ୍ଡି ଗୁଡିକର କ୍ଷତି ନ ହୁଏ ଏହା ସୁନିଶ୍ଚିତ କରନ୍ତୁ । କମ୍ ଆର୍ଦ୍ରତା ଓ କମ୍ ତାପମାତ୍ରା ଥିବା ଭଣ୍ଡାର ଗୃହରେ ଫସଲକୁ ସଂରକ୍ଷଣ କରନ୍ତୁ । ଅମଳ ପରେ ଫସଲ ଅବଶେଷକୁ ଗଭୀର ହଳ କରି ପୋତି ଦିଅନ୍ତୁ ।ଅତି କମରେ ଏକ ବର୍ଷ ଯାଏଁ ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ