Cochliobolus carbonum
ଫିମ୍ପି
ଜୀବାଣୁର ସହିଷ୍ଣୁତା , ଫସଲର ରୋଗ ପ୍ରବଣତା ମାତ୍ରା , ପାଣିପାଗ ଅବସ୍ଥା ଅନୁସାରେ ଲକ୍ଷଣ ଗୁଡିକ ସାମାନ୍ୟ ମାତ୍ରାରେ ଭିନ୍ନ ହୋଇପାରେ । ପ୍ରାରମ୍ଭିକ ଲକ୍ଷଣ ଗୁଡିକ ଗଛର ବୃଦ୍ଧିର ବିଳମ୍ବ ଅବସ୍ଥାରେ ଦେଖା ଦେଇଥାଏ, ହୋଇପାରେ ରେସମ ଉତ୍ପନ୍ନ ହେବାବେଳେ କିମ୍ବା ସଂପୁର୍ଣ ପରିପକ୍ୱତା ପରେ ଦେଖା ଦେଇଥାଏ । ଗଛର ତଳ ପତ୍ରରେ ଗାଢ ଧାର ଦ୍ୱାରା ଘେରି ହୋଇଥିବା ଅଣ୍ଡାକୃତି ରୁ ବୃତ୍ତାକୃତି ଆକାରରେ ଫିକା ବାଦାମି ଲମ୍ବା ଘା ଦେଖା ଯାଇଥାଏ । ଏହି ଘା ର ଦୈର୍ଘ୍ୟ ଓ ପ୍ରସ୍ଥ ଜୀବାଣୁର କ୍ଷମତା ଓ ଫସଲର କିସମ ଉପରେ ନୀର୍ଭର କରେ । କେତେକ କ୍ଷେତ୍ରରେ , ଏହି ଘା ଗୁଡିକ ପତ୍ର ଛଦ ଓ ଚୋପାରେ ଦେଖା ଯାଇଥାଏ । ବେଳେ ବେଳେ ଦାନା ଉପରେ କଳା ଫିମ୍ପି ଦେଖା ଦେଇଥାଏ.
ଏଠାରେ ନାମ ନିଆ ଯାଇଥିବା ପ୍ରାୟ ଉପଚାର ଗୁଡିକ କେବଳ ସ୍ୱଳ୍ପ ମିଆଦି ଭାବରେ ଉପଯୋଗ କରାଯାଇଆଛି. ଭାରତୀୟ ବେଲ(ଏଇଗଲ୍ ମାର୍ମେଲୋସ୍) ର ତେଲ ହେଲ୍ମିଥୋସ୍ପୋରିୟମ୍ କାର୍ବୋନମ୍ ପାଇଁ ସକ୍ରିୟ ଅଟେ( ଅତି କମରେ ପ୍ରୟୋଗଶାଳାରେ ସକ୍ରିୟ ଅଟେ) । କିଛି ମକା କିସମର(ପ୍ରତିରୋଧି ଓ ରୋଗପ୍ରବଣ ) ପତ୍ରରୁ ବାହାରିଥିବା ପଦାର୍ଥ ଗୁଡିକ କବକ ପ୍ରତି ହାନିକାରକ ହୋଇପାରେ । ପଚି ଯାଇଥିବା ମକା ଗଛର କାଣ୍ଡର ମଂଜାରୁ ସଂଗୃହୀତ ପରଜୀବି କବକ ଗୁଡିକ ସି.କାର୍ବୋନମ୍ ଫସଲ ପରି କବକକୁ ହାନି କରିବା ଭଳି ଜଣା ପଡେ ।
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିରାକରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରନ୍ତୁ. ସଂବେଦନଶୀଳ ଫସଲ ଉପରେ, ରେସମ ଉତ୍ପନ୍ନ ହେବାର ପ୍ରାରମ୍ଭିକ ସ୍ତରରେ ପତ୍ରସମୂହ ଉପରେ କବକନାଶକର ଉପଯୋଗ କରିବା ଜରୁରୀ ଅଟେ. ଉଦାହରଣ ସ୍ୱରୁପ, 8-10 ଦିନ ଯାଏଁ 2.5 ଗ୍ରା/ଲି ମାଂକୋଯେବ୍ କୁ ପାଣି ସହ ମିଶେଇ ସ୍ପ୍ରେ କଲେ ଏହା ପ୍ରଭାବଶାଳୀ ହୋଇଥାଏ.
ମକା ପତ୍ର ଉପରେ ଉତ୍ତରୀ ଦାଗ ରୋଗ ହେଲ୍ମିଥୋସ୍ପୋରିୟମ୍ କାର୍ବୋନମ୍ ନାମକ ଏକ କବକ ଦ୍ୱାରା ହୋଇଥାଏ, ଯାହାକି ଅନ୍ୟ ସମୟରେ ମାଟି ଭିତରେ ଥିବା ମକା ଅବଶେଷରେ ରହିଥାଏ । ଓଦା ପାଣିପାଗରେ ଏହି ଅବଶେଷରେ ଥିବା ରେଣୁ ସଂକ୍ରମଣର ଉତ୍ସ ପାଲଟି ଥାଏ । ଦ୍ଵିତୀୟକ ସଂକ୍ରମଣ ଗୋଟିଏ ଗଛରୁ ଅନ୍ୟ ଗଛକୁ ପବନ ଓ ବର୍ଷା ବାହିତ ହୋଇଥାଏ । ଏହି ରୋଗଟି ବିହନ ଉତ୍ପାଦନ ଫସଲରେ ମୁଖ୍ୟତଃ ଦେଖା ଦେଇଥାଏ ଓ ଯେଉଁ ଠାରେ ପ୍ରତିରୋଧୀସଙ୍କର ଜାତୀୟ ଫସଲ କରାଯାଇ ଥାଏ ଜମିରେ ପ୍ରାୟ ସମୟରେ କୌଣସି ଅସୁବିଧା ନଥାଏ । ଏହି ରୋଗର ସଂକ୍ରମଣ ପାଇଁ ମଧ୍ୟମ ଧରଣର ତାପମାତ୍ରା, ଆର୍ଦ୍ର ପାଣିପାଗ ଓ ଅମଳ ପରେ ଯଥେଷ୍ଟ କମ୍ ହଳ କରିବା ସହାୟକ ହୋଇଥାଏ । ଯଦି ସଂକ୍ରମଣ ଦାନା ପୂରଣ ହେବା ସମୟରେ ହୁଏ ତାହାଲେ ଅମଳର ଲାଭରେ 30 ପ୍ରତିସତରୁ ଅଧିକ କ୍ଷତି ହୋଇପାରେ.