Monographella nivalis
ଫିମ୍ପି
ସଂକ୍ରମିତ ଚାରା ସହଳ ପତ୍ରରେ ବାଦାମି ଚିହ୍ନ ଦେଖାଇପାରେ କିମ୍ବା ଅଙ୍କୁରଣ ପରେ ମରିଯାଇପାରେ (ଅଗମାରୀ)। ବୟସ୍କ ଗଛର ତଳ ପତ୍ରରେ ବାଦାମୀ କ୍ଷୟ (ବେଳବେଳେ ପତ୍ରାଛଦରେ ଗାଢ ଫଳନ ଅଂଶ ସହିତ) ଏବଂ ତଳ ପବର ଧୂସର-ବାଦାମୀ ଦାଗ ଦେଖାଯାଏ ଯାହାକି ପରେ ଉପର ଆଡକୁ ଯାଏ। ଅତିମାତ୍ରାରେ ସଂକ୍ରମିତ କାଣ୍ଡ ପଚା ଏବଂ କମଳା କବକ ବୃଦ୍ଧି ଦେଖାଇପାରେ। ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ସେଗୁଡିକ ଭୁଇଁ ସ୍ତରରେ ଭାଙ୍ଗିଯାଏ। ଛୋଟ, ବାଦାମୀ, ପାଣିଭିଜା ଚିହ୍ନ ଫୁଲରେ ଦେଖାଦେଇପାରେ ଯାହାକି ସେଗୁଡିକ ସବୁଜ ରହିବା ଉଚିତ ଅବସ୍ଥାରେ ସବୁଜ ନରହି ରଙ୍ଗହୀନ ହୋଇପାରନ୍ତି। ଗରମ ଓ ଆର୍ଦ୍ର ପରିସ୍ଥିତିରେ, ଉପକେଣ୍ଡା ମୂଳରେ କମଳା କବକ ବୃଦ୍ଧି ଦେଖାଏ ଓ ଉପପର୍ଣ୍ଣ ବାଇଗଣି-ବାଦାମୀ ହୋଇପାରେ।
ମାଟିରେ ରହୁଥିବା ବ୍ୟାପକ ପ୍ରସାରିତ ଶୀତ ପ୍ରତିରୋଧି ବ୍ୟାକ୍ଟେରିଆ ଏହି କବକର ଜୀବନ ଚକ୍ର ରେ ପ୍ରଭାବଶାଳୀ ଭାବେ ବ୍ୟାଘାତ ସୃଷ୍ଟି କରିପାରେ ଏବଂ ସଂକ୍ରମଣ ର ମାତ୍ରା ହ୍ରାସ କରିପାରେ।
ଯଦି ମିଳେ , ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଆଜୋଲେସ (ଉଦାହରଣ - ଟ୍ରାୟାଡିମେନଲ, ବାଇଟେର୍ଟାନାଲ, ପ୍ରୋଥିୟକୋନାଜୋଲ) କିମ୍ବା ଷ୍ଟ୍ରୋବିଲୁରିନ୍ସ (ଉଦାହରଣ - ଫ୍ଲୁଓକ୍ସାଷ୍ଟୋବିନ) ଏବଂ ଫୁବେରିଡେଜୋଲ କିମ୍ବା ଈପ୍ରୋଡିନ ଆଦି ରସାୟନ ବିହନ ଉପଚାର ପାଇଁ ବ୍ୟବହୃତ ହୋଇପାରେ ।
ଏମ. ନିଭାଲେ ମୃତ୍ତିକା ବାହିତ କବକ ଦ୍ଵାରା ଏହି ଲକ୍ଷଣ ହୁଏ। ଏହା ମାଟିରେ କିମ୍ବା ଗଛ ଅବଶେଷରେ ଖରାଦିନେ ରହେ। ଶରତ କିମ୍ବା ଶୀତଦିନେ, ଥଣ୍ଡା, ଓଦା ପାଣିପାଗ ଆସେ, କବକ ବଢେ ଏବଂ ରେଣୁ ସୃଷ୍ଟି କରେ ଯାହାକି ଚାରା ଓ ତଳ ପତ୍ରକୁ ସଂକ୍ରମଣ କରେ। ଏହି ରେଣୁ ଭୂପୃଷ୍ଠ ଜଳ ଓ ପବନ ଦ୍ଵାରା ବିସ୍ତାର ହୁଏ। ଜମିରେ ଅନ୍ୟ ଗଛ ଅଂଶ ଓ ଅନ୍ୟ ଫସଲକୁ ଅତି ମାତ୍ରାରେ ସଂକ୍ରମଣ କରେ। କବକର ଅନୁକୂଳ ବୃଦ୍ଧି 18-20 ଡିଗ୍ରୀ C ମଧ୍ୟରେ ହୁଏ, କିନ୍ତୁ କେତେକ କ୍ଷେତ୍ରରେ, ସେମାନେ ମଧ୍ୟ ସର୍ବନିମ୍ନ -6 ଡିଗ୍ରୀ C ଓ ସର୍ବାଧିକ 32 ଡିଗ୍ରୀ Cରେ ବଢିପାରନ୍ତି। ଥଣ୍ଡା, ଶୁଷ୍କ ପରିସ୍ଥିତିରେ ଗଛର ନିମ୍ନ ଅଂଶରେ ସଂକ୍ରମଣ ହୁଏ, ଯେଉଁସ୍ଥଳେ, ଓଦା ଓ ଗରମ କାଳ ଦ୍ଵାରା କେଣ୍ଡା ସଂକ୍ରମଣ ବଢେ।