ଧାନ

ଧାନ ପତ୍ର ଛଦ ସଢା ରୋଗ

Sarocladium oryzae

ଫିମ୍ପି

5 mins to read

ସଂକ୍ଷେପରେ

  • ସବୁଠାରୁ ଉପର ପତ୍ରଛଦ ଉପରେ ଦାଗ ଭଳି ଘା ଦେଖା ଯାଇଥାଏ.
  • ପତ୍ର ଛଦ ସଢ଼ିଯାଏ.
  • ରଙ୍ଗ ଛାଡି ଯାଇଥିବା ଶସ୍ୟ ଗୁଡିକ ଉପରେ ଧଳାଳିଆ ଗୁଣ୍ଡ ଭଳି କବକଜନିତ ବୃଦ୍ଧି ଦେଖା ଯାଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ପ୍ରାରମ୍ଭିକ ଲକ୍ଷଣ ଗୁଡିକ ମଧ୍ୟରେ କେଣ୍ଡା ଗୁଡିକୁ ଘୋଡେଇ ରଖୁଥିବା ପତ୍ର ଗୁଡିକ ଉପରେ ଲମ୍ବାଳିଆ ରୁ ଅସମ ଆକୃତି ର ଦାଗ ଦେଖା ଯାଇଥାଏ(0.5 ରୁ 1.5ମିମି). ଦାଗ ଗୁଡିକୁ ଧୂସରିଆ କେନ୍ଦ୍ର ସହ ମାଟିଆ ସୀମା ଥାଏ ଓ ପ୍ରାୟ ସମୟରେ ପତ୍ର ଛଦ ଉପରେ ସଢା ଓ ବର୍ଣହୀନତା ଦେଖା ଯାଇଥାଏ. ମାରାତ୍ମକ ସଂକ୍ରମଣ ଗୁଡିକ କ୍ଷେତ୍ରରେ, ଯୁବ କେଣ୍ଡା ଗୁଡିକ ଆବିର୍ଭାବ ହୁଅନ୍ତି ନାହିଁ. ପ୍ରଭାବିତ ପତ୍ର ଛାଦ ଗୁଡିକ ଉପରେ ପ୍ରଚୁର ପରିମାଣରେ ଧଳାଳିଆ ଗୁଣ୍ଡ ଭଳି କବକଜନିତ ବୃଦ୍ଧି ଦେଖା ଯାଇଥାଏ ଯାହାକି ବାହାର ପୃଷ୍ଠ ଉପରୁ ଦେଖା ଯାଇଥାଏ. ଆବିର୍ଭାବ ହେଉଥିବା ଧାନ ଗୁଡିକ ବର୍ଣ୍ଣହୀନ ଓ ବନ୍ଧ୍ୟା ହୋଇ ଯାଆନ୍ତି. ଆବିର୍ଭାବ ହୋଇନଥିବା କେଣ୍ଡା ଗୁଡ଼ିକରୁ ଛୋଟ ଫୁଲ ବାହାରି ଥାଏ ଯାହାକି ପରେ ନାଲିଆ-ମାଟିଆ ରଙ୍ଗରୁ ଗାଢ଼ ମାଟିଆ ରଙ୍ଗ ରେ ପରିଣତ ହୋଇଯାଏ. ଯେତେବେଳେ ସଂକ୍ରମଣ ଗଜା ବାହାରିବାର ଡେରି ସମୟରେ ହୋଇଥାଏ ତାହେଲେ ସଂକ୍ରମଣ ସବୁଠାରୁ ଅଧିକ କ୍ଷତି ହୋଇଥାଏ ଓ ମାରାତ୍ମକ କ୍ଷତି କରି ପାରନ୍ତି.

Recommendations

ଜୈବିକ ନିୟନ୍ତ୍ରଣ

ଲେମ୍ବୁ ଓ ଧାନ ରୁ ପୃଥକ କରା ଯାଇଥିବା ରଃଇଯ଼ୋବାକ୍ଟେରିଆ ପ୍ରଜାତିର ସିଉଡୋମୋନାସ ଫ୍ଲୋରେସେନ୍ସ ଭଳି ଜୀବାଣୁ ଧାନ ପତ୍ର ଛଦ ସଢା କବକ ପାଇଁ ବିଷାକ୍ତ ହୋଇଥାଏ, ଯାହା ଦ୍ୱାରାକି ରୋଗ ହେବା ଘଟଣା କମି ଯାଏ ଓ ଅମଳ କ୍ଷମତା ବଢିଯାଏ. ବାଇପୋଲାରିସ ଯ଼େଇକୋଲ ଚ୍ଛାଦ ଶଢା ର ଅନ୍ୟ ଏକ ସମ୍ଭବପର ଶତ୍ରୁ ଅଟେ ଯାହାକି ସମ୍ପୂର୍ଣ ଭାବେ ଏସ.ଓରିଯ଼େଏ ର କବକଜନିତ ବୃଦ୍ଧି କୁ ରୋକିଦେଇ ଥାଏ. ଟାଗେଟେସ ଇରେକଟା ପ୍ରଜାତିର ପତ୍ର ଓ ଫୁଲ ଗୁଡ଼ିକରୁ ଉତ୍ପନ୍ନ ଦ୍ରବ୍ୟ ଗୁଡିକର କବକ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଏସ.ଓରିଯ଼େଏ ର କବକଜନିତ ବୃଦ୍ଧି କୁ 100% ରୋକିଦେଇପାରେ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଯଦି ମାରାତ୍ମକ ସଂକ୍ରମଣ ହୋଇଥାଏ ତାହେଲେ, ଗଜା ଓ କେଣ୍ଡା ଆବିର୍ଭାବ ହେବା ସମୟରେ ସପ୍ତାହ କୁ ଥରେ ମ୍ୟାଙ୍କୋଯ଼େବ, କପର ଅକ୍ସୀକ୍ଲୋରାଇଡ କିମ୍ବା ପ୍ରୋପିକୋନାଯ଼ୋଲ (ସାଧାରଣତଃ @1ମିଲି/ଲି ପାଣି) ଭଳି କବକନାଶକ ର ପ୍ରୟୋଗ କରିବା ରୋଗ ହେବା ଘଟଣା କୁ କମେଇ ଦେଇପାରେ. ବିହନ ବୁଣିବା ପୂର୍ବରୁ ମ୍ୟାଙ୍କୋଯ଼େବ ଭଳି କବକନାଶକ ଦ୍ୱାରା ବିହନ ଉପଚାର କରିବା ମଧ୍ୟ ପ୍ରଭାବଶାଳୀ ହୋଇଥାଏ.

ଏହାର କାରଣ କଣ

ପତ୍ର ଛାଦ ସଢା ରୋଗ ମୁଖ୍ୟତଃ ଏକ ବିହନ ବାହିତ ରୋଗ ଅଟେ. ଏହି ରୋଗ ଟି ମୁଖ୍ୟତଃ ସାରୋକ୍ଲାଡ଼ିଅମ ନାମକ ଏକ କବକ ଦ୍ୱାରା ସୃଷ୍ଟି ହୋଇଥାଏ, କିନ୍ତୁ କିଛି କ୍ଷେତ୍ରରେ ଏହା ସାକ୍ରୋଲାଡିୟମ ଆଟେନୂଆଟମ ଦ୍ୱାରା ମଧ୍ୟ ହୋଇଯାଇ ପାରେ. ଏହି କବକ ଟି ଅମଳ ପରେ ରହି ଯାଇଥିବା ଫସଲ ଅବଶେଷ ରେ ବଂଚି ରହିଥାଏ ଓ ପରବର୍ତ୍ତୀ ଋତୁ ଗୁଡିକରେ ପୁଣି ସଂକ୍ରମଣ ସୃଷ୍ଟି କରିପାରନ୍ତି. ଏହି ରୋଗ ଫସଲ ଘନତ୍ଵ ବଢିବା ସହିତ ବଢ଼ି ଥାଏ ଓ ଯେଉଁ ଗଛ ଗୁଡିକରେ କେଣ୍ଡା ବିକାଶ ସ୍ତର ରେ ଥାଏ ହୋଇଥିବା କ୍ଷତ ସ୍ଥାନ କିମ୍ବା ଘାଗୁଡିକ ମଧ୍ୟ ଦେଇ କବକ ଗୁଡିକୁ ପ୍ରବେଶ ବାଟ ପ୍ରଦାନ କରିଥାଆନ୍ତି. ପିଲ ବିକାଶ ହେବା ସ୍ତର ରେ ପୋଟାସିୟମ, କ୍ୟାଲସିୟମ ସଲଫେଟ କିମ୍ବା ଜିଙ୍କ ଉର୍ବରକ ପ୍ରୟୋଗ କରିବା ଦ୍ୱାରା କାଣ୍ଡ ଓ ପତ୍ର କୋଷ ଶକ୍ତ ହୋଇଯାଏ ଓ ଏହା ଦ୍ୱାରା ଅଧିକ କ୍ଷତି ହୁଏ ନାହିଁ. ଏହା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇ ଦୁର୍ବଳ ହୋଇ ଯାଇଥିବା ଫସଲ ସହ ମଧ୍ୟ ଜଡିତ ହୋଇଥାଏ. ଗରମ(20-28°C) ଓ ଆର୍ଦ୍ର (ଓଦା) ପାଣିପାଗ ରୋଗର ବିକାଶ ପାଇଁ ଅନୁକୂଳ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ବିହନ ହିଁ ବ୍ୟବହାର କରନ୍ତୁ, ଯଦି ସମ୍ଭବ ହୁଏ ତାହେଲେ ପ୍ରାମାଣିକ ସୂତ୍ର ରୁ ହିଁ ଆଣନ୍ତୁ.
  • ଫସଲ ମଧ୍ୟରେ ଅଧିକ ଚଉଡା ବ୍ୟବଧାନ ରଖନ୍ତୁ 25ସେମି×25ସେମି.
  • ଗୋଟିଏ ଜମିରେ କେବଳ ଗୋଟିଏ ଫସଲ ଚାଷ କରନ୍ତୁ ନାହିଁ, କିଛି ନହେଲେ ଦୁଇଟି କିସମ ବ୍ୟବହାର କରନ୍ତୁ.
  • କେଣ୍ଡା କୀଟ ଭଳି କୀଟ ମାନଙ୍କର ଉପସ୍ଥିତି ପାଇଁ ଜମି ଗୁଡିକୁ ନିୟମିତ ଭାବେ ଅଦ୍ଧୟନ କରନ୍ତୁ ଓ ଏମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ.
  • ପିଲ ବିକାଶ ହେବା ସ୍ତର ରେ ପୋଟାସିୟମ, କ୍ୟାଲସିୟମ ସଲଫେଟ କିମ୍ବା ଜିଙ୍କ ଉର୍ବରକ ପ୍ରୟୋଗ କରନ୍ତୁ.
  • ସଂକ୍ରମିତ ଅବଶେଷ ଓ ଅନାବନା ଘାସକୁ ଜମି ମଧ୍ୟରୁ କାଢ଼ିଦେବା ମଧ୍ୟ ସାହାଯ୍ୟ କରି ପାରିଥାଏ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ