ଧାନ

ସାଆରା ରୋଗ

Villosiclava virens

ଫିମ୍ପି

5 mins to read

ସଂକ୍ଷେପରେ

  • କିଛି ଶସ୍ୟ ଦାନା ଉପରେ ଛୋଟ ନାରଙ୍ଗୀ, ନରମ "ବଲ" ଦେଖା ଯାଇ ଥାଏ.
  • ପରବର୍ତ୍ତୀ, ଏହି ବଲ ଗୁଡିକ ସୁଖୀ ଯାଆନ୍ତି ଓ ସବୁଜିଆ କଳା ରଙ୍ଗ ରେ ପରିଣତ ହୋଇ ଯାଏ.
  • ଶସ୍ୟ ରେ ବର୍ଣହୀନତା, ଓଜନ ହ୍ରାସ ଓ କମ ଅଙ୍କୁରଣ ମାତ୍ରା ଦେଖା ଯାଏ.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ଧାନ

ଲକ୍ଷଣ

କେଣ୍ଡା ର ବିକାଶ ହେଉ ଥିବା ବେଳେ ଲକ୍ଷଣ ଗୁଡିକ ସ୍ପଷ୍ଟ ଭାବେ ଦେଖା ଯାଇ ଥାଏ, ମୁଖ୍ୟତଃ ଯେତେବେଳେ ଶଷ୍ୟ ଗୁଡିକ ବୟସ୍କ ହେବା ପାଖେଇଯାଏ. 1 ସେମି ର ବ୍ୟାସ ଥିବା ନାରଙ୍ଗୀ, ମଖମଲି ଗୋଲାକାର ପଦାର୍ଥ ବୃଦ୍ଧି କେଣ୍ଡାର ର ପ୍ରତି ଶସ୍ୟ ଉପରେ ଦେଖା ଯାଇ ଥାଏ. ଏହି ବୃଦ୍ଧି ଉପରେ କବକଜନିତ କୋଷ ଓ ଧଳା ଆବରଣ ଦ୍ୱାରା ଆଚ୍ଛାଦିତ ଫୁଲ ଅଂଶ ସବୁ ମିଶି ଏକ ମିଶ୍ରଣ ଥାଏ. ପରେ ପରେ, ଏହି ଗୋଲାକୃତ ଥଳି ଫାଟି ବାହାରି ଯାଏ ଓ ଯେମିତି ଏହା ଶସ୍ୟ ଉପରେ ସୁଖିବା ଆରମ୍ଭ ହୁଏ, ଏହା ହଳଦିଆ ସବୁଜ ରୁ ସବୁଜିଆ କଳା ରଙ୍ଗ ରେ ପରିଣତ ହୋଇ ଯାଏ. ଗୋଟିଏ କେଣ୍ଡାର କେବଳ କିଛି ଶସ୍ୟ ଉପରେ ହିଁ ରେଣୁ ର ବଲ ସୃଷ୍ଟି ହୋଇ ଥାଏ ଓ ଏହି ରୋଗ ଟି ପ୍ରକ୍ରିୟାଶୀଳ ଭାବେ ହୋଇ ନଥାଏ, ଯଥା ଏହି ରୋଗ ଦ୍ୱାରା ଫସଲ ର ଅନ୍ୟ ଅଂଶ ସବୁ ପ୍ରଭାବିତ ହୋଇ ନଥାନ୍ତି. ଯେକୌଣସି କ୍ଷେତ୍ର ରେ, ଶସ୍ୟ ର ଓଜନ ଓ ବିହନ ଅଙ୍କୁରଣ କମି ଯାଇ ଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ରୋଗର ପ୍ରଭାବ ବ୍ୟାପିବାକୁ କମ କରିବା ପାଇଁ ବିହନ ଗୁଡିକୁ 52°c ଗରମ ପାଣି ରେ 10 ମିନିଟ ଯାଏଁ ଉପଚାର କରିବା ଏକ ପ୍ରଭାବଶାଳୀ ଉପାୟ ଅଟେ. କପ୍ପର ଆଧାରିତ କବକନାଶକ ଗୁଡିକୁ (ପାଣି ର ପ୍ରତି ଲିଟର ରେ 2.5 ଗ୍ରାମ) କୁ ନିବାରଣ ଉପାୟ ଭାବେ ସ୍ପ୍ରେ କରାଯାଇପାରେ. ଥରେ ଧରା ପଡିଲା ପରେ ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ଓ ଅମଳ କ୍ଷମତା କୁ ଟିକିଏ ବଢେଇବା ପାଇଁ ଫସଲ ଉପରେ କପ୍ପର ଆଧାରିତ କବକନାଶକ ଗୁଡିକୁ ବ୍ୟବହାର କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ହୁଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାର କୁ ଏକୀକୃତ ଭାବେ ଯୋଜନା କରିବା ଜରୁରୀ ଅଟେ. କବକନାଶକ ଦ୍ୱାରା ବିହନ ର ଉପଚାର କରିବା ସାଧାରଣତଃ ରୋଗ କୁ ନିୟନ୍ତ୍ରଣ ମଧ୍ୟ ରେ ରଖି ନଥାଏ. କେଣ୍ଡା ଉତ୍ପର୍ନ ହେବା ସମୟ (50 ରୁ 100%)ରେ ନିବାରଣ ଉପାୟ ଭାବେ ନିମ୍ନଲିଖିତ ସାମଗ୍ରୀ ଗୁଡିକୁ ସ୍ପ୍ରେ କରିବା ଦ୍ୱାରା ପ୍ରଭାବ ପକେଇ ପାରିଥାଏ : ଆଯ଼ୋକ୍ସିଷ୍ଟ୍ରୋବିନ+ ପ୍ରୋପିକୋନାଯ଼ୋଲ, ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ+ ପ୍ରୋପିକୋନାଯ଼ୋଲ, ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ+ ଟେବ୍ୟୁକୋନାଯ଼ୋଲ. ଅନ୍ୟ ସାମଗ୍ରୀ ଗୁଡିକ ମଧ୍ୟ ରୋଗ ଥରେ ଧରା ପଡିବା ପରେ ରୋଗ ର ବ୍ୟାପିବା କୁ ରୋକିବାରେ ପ୍ରଭାବିତ ଭାବେ ସଫଳ ହୋଇଥାଏ: ଔରିଓଫୁଂଜିନ, କାପଟନ କିମ୍ବା ମାଙ୍କଯ଼େବ୍.

ଏହାର କାରଣ କଣ

ଏହି ରୋଗ ର ଲକ୍ଷଣ ଗୁଡିକ ଭିଲୋସିକଲାଭା ଭାଇରେନ୍ସ ନାମକ କବକ ଦ୍ୱାରା ହୋଇ ଥାଏ, ଏହା ଏକ ରୋଗବାହକ ଯାହାକି ଫସଲ ରେ ଯେକୌଣସି ସ୍ତର ରେ ସଂକ୍ରମଣ କରିପାରେ କିନ୍ତୁ ଲକ୍ଷଣ ଗୁଡିକ କେବଳ ବୃଦ୍ଧି ସ୍ତର ପରେ ପରେ କିମ୍ବା ଶସ୍ୟ ଭରିବା ସମୟ ରେ ହିଁ ସ୍ପଷ୍ଟ ଭାବେ ଦେଖା ଯାଇ ଥାଏ. ପାଣିପାଗ ପରିବେଶ ଏହି ସଂକ୍ରମଣ ର ଫଳାଫଳ ନିର୍ଧାରଣ କରି ଥାନ୍ତି, ଯେପରିକି ଆପେକ୍ଷିକ ଉଚ୍ଚ ଆର୍ଦ୍ରତା (90% ରୁ ଅଧିକ), ଲଗାତାର ବର୍ଷା ଓ 25−35º C ମଧ୍ୟରେ ତାପମାତ୍ରା ଏହି କବକ ର ବୃଦ୍ଧି ପାଇଁ ଅନୁକୂଳ ହୋଇ ଥାଏ. ଏହି ରୋଗ ପାଇଁ ଯବକ୍ଷାରଜାନ ଅଧିକ ଥିବା ମାଟି ରେ ମଧ୍ୟ ଭଲ ସୁହାଇ ଥାଏ. ଡେରି ରେ ଲଗା ଯାଇଥିବା ଧାନ ଫସଲ ଠାରୁ ଶୀଘ୍ର ଲଗା ଯାଇଥିବା ଧାନ ଫସଲରେ ସାଆରା( False smut) ଯୋଗୁଁ କମ ଅସୁବିଧା ହୋଇଥାଏ. ସବୁଠାରୁ ଖରାପ ଅବସ୍ଥାରେ , ଏହିରୋଗ ମାରାତ୍ମକ ହୋଇ ପରେ ଓ ଶସ୍ୟ ରେ କ୍ଷତି ଅମଳ ର 25% ଯାଏଁ ହୋଇ ପାରେ. ଭାରତ ରେ, ଏହି କ୍ଷତି 75% ଯାଏଁ ହେବା ଲକ୍ଷ କରା ଯାଇ ଅଛି.


ସୁରକ୍ଷାତ୍ମକ ଉପାୟ

  • ପ୍ର।ମାଣିକ ଦୋକାନୀ ମାନଙ୍କ ଠାରୁ ଅଣାଯାଇଥିବା ସୁସ୍ଥ ବିହନ ହିଁ ବ୍ୟବହାର କରନ୍ତୁ.
  • ଉପଲବ୍ଧ ଥିବା ପ୍ରତିରୋଧି କିସମ ର ବ୍ୟବହାର କରନ୍ତୁ.
  • ଯଦି ସମ୍ଭବ ହୁଏ ତାହେଲେ ରୋଗ ର ସବୁଠାରୁ ଖରାପ ସ୍ତର ରୁ ବଂଚିବା ପାଇଁ ଶୀଘ୍ର ଫସଲ ଲଗେଇ ଦିଅନ୍ତୁ.
  • ସର୍ବଦା ଵନ୍ୟପ୍ଲାଵିତ ନ ରଖି ଥରେ ଥରେ କରି ଜମି କୁ ଓଦା କରନ୍ତୁ ଓ ଶୁଖେଇ ଦିଅନ୍ତୁ(ଆର୍ଦ୍ରତା କୁ କମେଇବା ପାଇଁ).
  • ଯବକ୍ଷାରଜାନ ର ସନ୍ତୁଳିତ ପ୍ରୟୋଗ କରନ୍ତୁ ଓ ଭାଗ ଭାଗ କରି ପ୍ରୟୋଗ କରନ୍ତୁ.
  • ରୋଗ ର ଲକ୍ଷଣ ଗୁଡିକ ପାଇଁ ଜମି କୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ଜମି ହୁଡା ଓ ଜଳସେଚନ କେନାଲ କୁ ସଫା ସୁତୁରା ରଖନ୍ତୁ.
  • ଜମି କୁ ଅନାବନା ଘାସ ରୁ ମୁକ୍ତ ରଖନ୍ତୁ ଓ ସଂକ୍ରମିତ ଫସଲ ଅବଶେଷ, ଧାନ କେଣ୍ଡା ଓ ବିହନ ସବୁ କୁ ଅମଳ ପରେ ବାହାର କରି ଦିଅନ୍ତୁ.
  • ଅମଳ ପରେ ରୋଗ ପରିବହନ କମ କରିବା ପାଇଁ ଜମି କୁ ଗଭୀର ଭାବେ ହଳ କରିବା ସହିତ ସୂର୍ଯ୍ୟ କିରଣ ସାହାଯ୍ୟ ରେ ଉପଚାର କରନ୍ତୁ.
  • ଯେତେବେଳେ ସମ୍ଭବ ହୁଏ ସେତେବେଳେ, ରକ୍ଷଣକାରୀ ହଳ କରନ୍ତୁ ଓ ଲଗାତାର ଧାନ ଚାଷ କରନ୍ତୁ.
  • ଅସମ୍ବେଦନଶୀଳ ଫସଲ କିସମ ସହିତ 2 କିମ୍ବା 3 ବର୍ଷ ର ଫସଲ ଚକ୍ରୀକରଣ ଯୋଜନା କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ