ମକା

ଫେଓସ୍ଫେରିଆ ପତ୍ର ଦାଗ

Phaeosphaeria maydis

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ, ଫୀକା ସବୁଜ ରଂଗର ହରିତ୍ ପାଣ୍ଡୁର ଦାଗ ଗୁଡିକ ପତ୍ର ଉପରେ ବିଛେଇ ହୋଇଥିବା ଦେଖା ଯାଇଥାଏ । ଏହି ଦାଗ ଗୁଡିକ ଧୀରେ ଧୀରେ ଧଳା ଓ ସୁଖି ଯାଇଥିବା କେନ୍ଦ୍ର ଓ ଗାଢ ମାଟିଆ ରଂଗର ତେଢାମେଢା ଧାର ସହ ବୃତ୍ତାକୃତ କିମ୍ବା ଆୟତାକାର ଘା ରେ ପରିଣତ ହୋଇ ଯାଆନ୍ତି । ମାରାତ୍ମକ କ୍ଷେତ୍ରରେ , ଏମାନେ ପରସ୍ପର ସହ ମିଶି ଯାଆନ୍ତି ଓ ସମ୍ପୁର୍ଣ ପତ୍ର ପୋଡି ଦେଇଥାନ୍ତି । ଫେଓସ୍ଫେରିଆ ପତ୍ର ଦାଗ ରୋଗଟି ସାଧାରଣତଃ ଫସଲ ଋତୁର ଶେଷରେ ହେବା ସହ କମ୍ ଗୁରୁତ୍ବପୂର୍ଣ ରୋଗ ବୋଲି ଧରା ଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମକା

ଲକ୍ଷଣ

ପ୍ରାରମ୍ଭିକ ଲକ୍ଷଣ ଗୁଡିକ ଛୋଟ, ଫିକା ସବୁଜ ରଂଗର ହରିତ୍ ପାଣ୍ଡୁର ଦାଗ ଗୁଡିକ ପତ୍ର ଉପରେ ବିଛେଇ ହୋଇଥିବା ଦେଖା ଯାଇଥାଏ । ଏହି ଦାଗ ଗୁଡିକ ଧୀରେ ଧୀରେ ବଡ ହୋଇ ଯାଆନ୍ତି, ଧଳା ଓ ସୁଖି ଯାଇଥିବା କେନ୍ଦ୍ର ଓ ଗାଢ ମାଟିଆ ରଂଗର ତେଢାମେଢା ସୀମା ସହ ବୃତ୍ତାକୃତ କିମ୍ବା ଆୟତାକାର ଘା(3 ରୁ 20 ମି.ମି) ରେ ପରିଣତ ହୋଇ ଯାଆନ୍ତି । ମାରାତ୍ମକ କ୍ଷେତ୍ରରେ , ଏମାନେ ପରସ୍ପର ସହ ମିଶି ଯାଆନ୍ତି ଓ ସମ୍ପୁର୍ଣ ପତ୍ରକୁ ପୋଡି ଦିଅନ୍ତି । ପତ୍ର ତଳ ପଟେ ଘା' ମଧ୍ୟରେ ଛୋଟ କଳା ଚିହ୍ନ ଦେଖାଯାଏ । ଯଦି ସଂକ୍ରମଣଟି ଫସଲର ପ୍ରାରମ୍ଭିକ ବୃଦ୍ଧି ଆଗରୁ ଦେଖାଦେଇ ଥାଏ ଏବଂ ଫୁଲ ଅବସ୍ଥା ପୂର୍ବରୁ ଉପର ପତ୍ରଗୁଡ଼ିକ ପୋଡିଯାଏ , ତାହାହେଲେ ଏହା ଅମଳର ଅଧିକ କ୍ଷତି କରେ ।

Recommendations

ଜୈବିକ ନିୟନ୍ତ୍ରଣ

ଫେଓସ୍ଫେରିଆ ପତ୍ର ଦାଗ ବିରୋଧରେ ଆଜି ଯାଏଁ ଏହି ରୋଗ ପାଇଁ କୌଣସି ଜୈବୀକ ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ । ଯଦି ଆପଣ କିଛି ଜୈବୀକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ । ଆପଣଂକ ଠାରୁ ଶୁଣିବା ପାଇଁ ଆମେ ଉତ୍ସାହିତ ଅଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟ ଗୁଡିକୁ ଜୈବୀକ ନିୟନ୍ତ୍ରଣ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ମାଂକୋଯେବ୍, ପାଇରାକ୍ଲୋଷ୍ଟ୍ରୋବିନ୍ ଭଳି କବକନାଶକକୁ ପତ୍ର ଗୁଡିକ ଉପରେ ସିଂଚନ କରି ରୋଗର ନିୟନ୍ତ୍ରଣ କରା ଯାଇ ପାରିବ.

ଏହାର କାରଣ କଣ

ଏହି ରୋଗଟି ଫେଓସ୍ଫେରିଆ ମେୟଡିସ୍ ନାମକ ଏକ କବକ ଦ୍ୱାରା ହୋଇଥାଏ ଯାହାକି ଅନ୍ୟ ସମୟରେ ଫସଲ ଅବଶେଷ ମଧ୍ୟରେ ବଂଚି ରହିଥାଏ । ଅନୂକୁଳ ପାଣିପାଗ ଅବସ୍ଥାରେ, ଏହାର ରେଣୁ ଗୁଡିକ ନୂଆ ଫସଲକୁ ବର୍ଷା ଛାଟ ଓ ପବନ ଦ୍ୱାରା ପରିବାହିତ ହୋଇଥାଏ । ଏହାର ଅଂକୁରଣ ନୂଆ ପତ୍ର ଉପରେ ହୋଇଥାଏ ଓ ଏହା ପରେ ଦ୍ଵିତୀୟକ ସଂକ୍ରମଣ ହେବା ଆରମ୍ଭ ହୋଇଯାଇ ଥାଏ । ଅତ୍ୟଧୀକ ବର୍ଷା ଓ ଆପେକ୍ଷିକ ଉଚ୍ଚ ଆର୍ଦ୍ରତା(70 ପ୍ରତିଶତରୁ ଅଧିକ) ସହ ରାତି ସମୟରେ ଆପେକ୍ଷିକ କମ୍ ତାପମାତ୍ରା (15°C ମଧ୍ୟରେ) ଏହି ରୋଗର ସଂକ୍ରମଣ ପାଇଁ ଅନୂକୁଳ ହୋଇଥାଏ । ଏହି ପରିସ୍ଥିତିଗୁଡିକ ଉଚ୍ଚତାରେ ଥିବା ଜମିରେ ଦେଖା ଦେଇଥାଏ । ଏହି ରୋଗଟି କେବଳ କିଛି କିଛି କ୍ଷେତ୍ରରେ ଫସଲର ଗୁଣବତ୍ତା ଓ ଅମଳ କ୍ଷମତା ଉପରେ ପ୍ରଭାବ ପକେଇ ଥାଏ । ସାଧାରଣତଃ ଏହା ବିଳମ୍ବ ଋତୁ ରୋଗ ବୋଲି ବିବେଚିତ ହେବା ସହ କମ୍ ଗୁରୁତ୍ବପୂର୍ଣ ରୋଗ ବୋଲି ଧରା ଯାଇ ଥାଏ.


ସୁରକ୍ଷାତ୍ମକ ଉପାୟ

  • ଯଦି ଆପଣଂକ ଜାଗାରେ ଉପଲବ୍ଧ ଥାଏ ତାହାଲେ ପ୍ରତିରୋଧୀ କିସମର ଫସଲ ବୁଣନ୍ତୁ । ରୋଗର ସଂକ୍ରମଣ ପାଇଁ ଥିବା ଅନୂକୁଳ ପାଣିପାଗରୁ ବଂଚିବା ପାଇଁ ଶୀଘ୍ର ବା ବିଳମ୍ବରେ ଫସଲ ବୁଣି ନିଅନ୍ତୁ । ଅମଳ ପରେ ଫସଲ ଅବଶେଷକୁ ପୋତି ଦେବା ପାଇଁ ଗଭୀର ଭାବେ ହଳ କରି ନିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ