ସିମଳା ଏବଂ ଲଙ୍କା

ଲଙ୍କାରେ ପୋଡା ରୋଗ

Phytophthora capsici

ଫିମ୍ପି

5 mins to read

ସଂକ୍ଷେପରେ

  • ତଳି ପଚା ହୁଏ.
  • କଳା କିମ୍ବା ବାଦାମୀ ଦାଗ କାଣ୍ଡ ରେ ଦେଖାଯାଏ.
  • ଗଛର ସବୁ ଅଂଶ ପ୍ରଭାବିତ ହୋଇଥାଏ.
  • ମୂଳ ଗୁଡିକ ଗାଢ଼ ବାଦାମୀ ଏବଂ କାଦୁଆ ହୋଇଯାଏ.
  • ଗାଢ଼ ସବୁଜ ରୁ ବାଦାମୀ ପାଣି ଭିଜା ଦାଗ ପତ୍ର ଓ ଫଳ ଉପରେ ଦେଖାଯାଏ.
  • ଗଛ ଝାଉଁଳିଯାଏ ଓ ବୃଦ୍ଧି ବାଙ୍ଗରା ହୋଇଯାଏ.

ମଧ୍ୟ ଦେଖା ଯାଇପାରେ


ସିମଳା ଏବଂ ଲଙ୍କା

ଲକ୍ଷଣ

ଶୁଷ୍କ ଅଞ୍ଚଳରେ ସଂକ୍ରମଣ ସାଧାରଣତଃ ଗଛର ମୂଳ ଓ ମୁକୁଟରେ ଦେଖାଯାଏ. ଏକ ସ୍ପଷ୍ଟ କଳା ଓ ବାଦାମୀ ଦାଗ ମାଟି କୁ ଲାଗିଥିବା କାଣ୍ଡ ରେ ଦେଖାଯାଏ. ଅତ୍ୟଧିକ ଆପେକ୍ଷିକ ଆର୍ଦ୍ରତା ରେ ଗଛର ସମସ୍ତ ଅଂଶ ପ୍ରଭାବିତ ହୋଇଥାଏ. ସଂକ୍ରମିତ ମୂଳ ଗାଢ଼ ବାଦାମୀ ରଙ୍ଗରେ ପରିଣତ ହୋଇ କାଦୁଅ ହୋଇଯାଏ ଏବଂ ଚାରା ପଚା ସୃଷ୍ଟି ହୋଇଥାଏ. ଗାଢ଼ ସବୁଜ ରୁ ବାଦାମୀ ରଙ୍ଗର ପାଣି ଭିଜା ଦାଗ ପତ୍ର ଓ ଫଳରେ ଦେଖାଦିଏ. ବୁଢା ଗଛରେ ମୁକୁଟ ପଚା ଦେଖଯାଏ. ଗାଢ଼ ବାଦାମୀ ରଙ୍ଗର ଦାଗ ଦ୍ୱାରା କାଣ୍ଡ ଗୁଡେଇ ହୋଇଯାଏ ଯଦ୍ୱାର ଗଛ ମରିଯାଏ. ଜମିରେ, ଅମଳ ପରେ କିମ୍ବା ଭଣ୍ଡାରଣ ସମୟରେ ଫଳ ସବୁ ପଚିଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଫାଇଟୋପଥୋରା କାପ୍ସିସି (Phytophthora capsici) ର ବିରୋଧୀ ପ୍ରଭାବ ବୁର୍ଖୋଲଡେରିଆ ସେପାସିଆ (Burkholderia cepacia - MPC-7) ନାମକ ବ୍ୟାକ୍ଟେରିଆ ରେ ଥିବା ବିଷୟ ସକାରାତ୍ମକ ଭାବେ ପରୀକ୍ଷା କରା ଯାଇଛି.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଗଛ ଲଗାଇଲା ବେଳେ ମେଫେନୋକ୍ସାମ (mefenoxam) ଥିବା ଫର୍ମୁଲା ସ୍ପ୍ରେ କରାଯାଇଥାଏ ଓ ସ୍ଥିର କପର ଫିମ୍ପିନାଶକ ଦୁଇ ସପ୍ତାହ ପରେ ପ୍ରୟୋଗ କରା ଯାଇଥାଏ ଯାହା କି ଫସଲର ଫୁଲ ଧରିବା ଅବସ୍ଥା ରେ ରୋଗ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ. ମେଫେନୋକ୍ସାମ (mefenoxam) ଡ୍ରିପ୍ ଜଳସେଚନ ପ୍ରଣାଳୀରେ ମଧ୍ୟ ପ୍ରୟୋଗ କରି ଯେତେବେଳେ ମୁକୁଟ ରେ ଲକ୍ଷଣ ଦେଖା ଦେଇ ନଥାଏ ସେହି ସମୟରେ ଫଳରେ ହେଉଥିବା କ୍ଷୟକ୍ଷତିକୁ ସୀମିତ କରା ଯାଇପାରେ.

ଏହାର କାରଣ କଣ

ଫାଇଟୋପଥୋରା କାପ୍ସିସି (Phytophthora capsici) ଏକ ମୃତ୍ତିକାଜନିତ ରୋଗକାରୀ ଫିମ୍ପି ଯାହା ଚରମ ପରିବେଶରେ ମଧ୍ୟ ବଞ୍ଚି ପାରେ. ଏହା ଫସଲ ଅବଶେଷରେ, ବୈକଳ୍ପିକ ପୋଷକ କିମ୍ବା ମାଟି ରେ ତିନି ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ. ପରେ, ଏହା ଜଳସେଚନ କିମ୍ବା ଜମି ଉପରେ ଥିବା ପାଣି ଦ୍ୱାରା ବ୍ୟାପି ଥାଏ. ପି. କାପ୍ସିସି (P. capsici) 7°C ରୁ 37°C ତାପମାନ ରେ ବିକଶିତ ହୋଇଥାଏ ଏବଂ ପ୍ରାୟ 30°C ତାପମାନ ଏହା ପାଇଁ ଅନୁକୂଳତମ ଅଟେ. ଉଚ୍ଚ ତାପମାନ ଓ ଅଧିକ ଆର୍ଦ୍ରତା ପରି ଆଦର୍ଶ ପରସ୍ଥିତିରେ ଏହି ରୋଗ କ୍ଷୀପ୍ର ଗତିରେ ବଢିଚାଲେ. ଥଣ୍ଡା ପରିବେଶ ଏହି ରୋଗର ବିସ୍ତାରକୁ ସୀମିତ କରିଥାଏ.


ସୁରକ୍ଷାତ୍ମକ ଉପାୟ

  • ଯଦି ସମ୍ଭବ pH ଯାଞ୍ଚ କରି ଚୁନା ପ୍ରୟୋଗ କରି ସଠିକ କରନ୍ତୁ.
  • ଜମି ପ୍ରସ୍ତୁତି ସମୟରେ ଜମିରେ ରେ ଖତ ପ୍ରୟୋଗ କରନ୍ତୁ.
  • ଆପଣଙ୍କ ଅଞ୍ଚଳରେ ମିଳୁଥିବା ସହନଶୀଳ କିମ୍ବା ପ୍ରତିରୋଧି କିସମ ର ଫସଲ ଲଗାନ୍ତୁ.
  • କଠିନତା କୁ ହ୍ରାସ କରିବା ପାଇଁ ଅତ୍ୟଧିକ ଜଳସେଚନରୁ ବିରତ ରୁହନ୍ତୁ.
  • ଉପଯୁକ୍ତ ଜଳ ନିଷ୍କାସନ ପାଇଁ ଗମ୍ବୁଜ ଆକୃତିର ଉଠାଣିଆ ଜମି ପ୍ରସ୍ତୁତ କରନ୍ତୁ.
  • ଗଛ ଲଗାଇଲା ପରେ ଗଛ ମୂଳରେ କୌଣସି ଗାତ ଯେମିତି ନ ରହେ ତାହା ସୁନିଶ୍ଚିତ କରନ୍ତୁ.
  • ପ୍ଲାଷ୍ଟିକ ମଲଚ ବ୍ୟବହାର କରି ଜମିର ଆର୍ଦ୍ରତା ସ୍ଥିର ରଖନ୍ତୁ.
  • ଯବକ୍ଷାରଜାନ ର ଭାଗ ପ୍ରୟୋଗ କରି ସନ୍ତୁଳିତ ଖାଦ୍ୟସାର ର ପ୍ରୟୋଗ କରନ୍ତୁ.
  • ନିୟମିତ ଭାବେ ସକାଳେ ଜଳସେଚନ କରନ୍ତୁ ଯଦ୍ୱାରା ଦିନ ବେଳା ଗଛ ଶୁଖିଲା ରହିପାରିବ.
  • ଜମିରେ ଉତ୍ତମ ପରିଚ୍ଛନ୍ନତା, ବିଶେଷ କରି ପାଣିର କ୍ୱାଲିଟି, ପୋଷାକପତ୍ର, ଏବଂ ଉପକରଣ ର ପରିଚ୍ଛନ୍ନତା ସୁନିଶ୍ଚିତ କରନ୍ତୁ.
  • ଅସମ୍ବେଦନଶୀଳ ଫସଲ ସହିତ 2-3 ବର୍ଷୀୟା ଫସଲ ପର୍ଯ୍ୟାୟ ପାଳନ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ