ଆଖୁ

ଆଖୁର ସାଧାରଣ କଳଙ୍କି ରୋଗ

Puccinia melanocephala

ଫିମ୍ପି

5 mins to read

ସଂକ୍ଷେପରେ

  • ଲମ୍ବାଳିଆ ହଳଦିଆ ପତ୍ରଚିହ୍ନ ପ୍ରାରମ୍ଭିକ ଲକ୍ଷଣ ରୂପେ ପ୍ରକାଶ ପାଏ । ଧୀରେ ଧୀରେ ଏହି ଚିହ୍ନ ଲାଲ ବାଦାମୀ ରଙ୍ଗରେ ପରିଣତ ହୁଏ । ଅଧି ପ୍ରଭାବିତ ପତ୍ରଗୁଡ଼ିକ ବିଗଳିତ ହୋଇପାରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଆଖୁର ସାଧାରଣ କଳଙ୍କି ରୋଗରେ1 ରୁ 4 ମିମି ଲମ୍ବାଳିଆ ହଳଦିଆ ପତ୍ରଚିହ୍ନ ପ୍ରାରମ୍ଭିକ ଲକ୍ଷଣ ରୂପେ ପ୍ରକାଶ ପାଏ । ରୋଗ ବଢିବା ( ପ୍ରାଥମିକ ଭାବରେ ପତ୍ର ତଳ ପଟେ ) ସହିତ ଚିହ୍ନ ଲମ୍ବାଳିଆ ଓ ପତ୍ର ଶିରା ସହ ସମାନ୍ତର ହୁଏ । ଏମାନେ 20 ମିମି ପର୍ଯ୍ୟନ୍ତ ଲମ୍ବା ଓ 1 ରୁ 3 ମିମି ପର୍ଯ୍ୟନ୍ତ ଚଉଡା ହୁଅନ୍ତି । ଏମାନେ ହାଲୁକା କିନ୍ତୁ ନିର୍ଦ୍ଦିଷ୍ଟ ବିବର୍ଣ ଉଜ୍ଜଳ ବଳୟ ସହ କମଳା ବାଦାମି କିମ୍ବା ଲାଲ ବାଦାମି ଚିହ୍ନରେ ପରିଣତ ହୁଅନ୍ତି । ପରେ, ଏହି କଳଙ୍କି ବ୍ରଣ ପରସ୍ପର ମିଶିଯାନ୍ତି । ଏହା ଯୋଗୁଁ ପତ୍ର ଫାଟି ଯାଏ ଏବଂ ବିଗଳିତ ହୁଏ । ଏହି କ୍ଷତ ପତ୍ରର ଅଗ ଆଡକୁ ଅଧିକ ଓ ପତ୍ର ମୂଳ ଆଡକୁ କମ ସଂଖ୍ୟାରେ ଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଦୁଖିତ ଯେ ପୁକ୍ସୀନିଆ ମେଲାନୋସେଫାଲା ପାଇଁ କୌଣସି ବିକଳ୍ପ ଉପଚାର ନାହି । ଯଦି ଏହି ରୋଗ ପାଇଁ ଆପଣ କିଛି ଜାଣିଛନ୍ତି ଦୟାକରି ଆମକୁ ଜଣାନ୍ତୁ । ଆପଣଙ୍କଠୁ ଶୁଣିବା ଆଶା କରୁଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କବକନାଶୀ ସହ ଉପଚାର ଆର୍ଥିକ ଦୃଷ୍ଟିରୁ ଓ ପ୍ରୟୋଗ ଦୃଷ୍ଟିରୁ ଠିକ ନୁହେ ।

ଏହାର କାରଣ କଣ

98% ଆପେକ୍ଷିକ ଆର୍ଦ୍ରତା ଏବଂ ଥଣ୍ଡା ରାତି ଓ ତାପରେ ଗରମ ଦିନ ( 20 ରୁ 25 ଡିଗ୍ରୀ C ) ଏହି ରୋଗକୁ ଅନୁକୂଳ କରାଏ । ନିରନ୍ତର ଓଦା ପତ୍ର ( 9 ଘଣ୍ଟା ବା ଅଧିକ ) ମଧ୍ୟ ରୋଗ ବିସ୍ତାରରେ ସାହାଯ୍ୟ କରେ । ଅନୁକୂଳ ପରିସ୍ଥିତିରେ ସାଧାରଣ କଳଙ୍କି ରୋଗର( ପୁକ୍ସୀନିଆ ମେଲାନୋସେଫାଲା ) ସଂକ୍ରମଣ ଚକ୍ର 14 ଦିନରୁ କମ ହୁଏ । 2 ଏବଂ 6 ମାସର ଗଛ ଏହି ରୋଗ ପାଇଁ ଅଧିକ ସଂବେଦନଶୀଳ ଅଟନ୍ତି ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ଲଗାନ୍ତୁ । ମାଟିର ସମତୁଲ ପୋଷକ ସୁନିଶ୍ଚିତ କରନ୍ତୁ । ଗଛର ବୃଦ୍ଧି ଅବସ୍ଥାରେ ପ୍ରଚୁର ଜଳସେଚନ ସୁନିଶ୍ଚିତ କରନ୍ତୁ । ଲମ୍ବା ସିଆର କିମ୍ବା ଯୋଡି ଧାଡି ରୋପଣ ପ୍ରଣାଳୀ ଅପଣାନ୍ତୁ । ସଂକ୍ରମିତ ଗଛର ଅବଶେଷ କାଢି ଜାଳିଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ