ଆମ୍ବ

ଗମୋସିସ ବା ଅଠା ବୁହା ରୋଗ

Botryosphaeria dothidea

ଫିମ୍ପି

5 mins to read

ସଂକ୍ଷେପରେ

  • ଗଛର ନୂଆ ବକଳରେ କେନ୍ଦ୍ରୀୟ ରନ୍ଧ୍ରର ଚାରିପଟେ ବହଳିଆ ଫୋଟକା ବଢେ । ଫୋଟକାଗୁଡିକ ବିଗଳିତ କ୍ଷତ ଚିହ୍ନରେ ପରିଣତ ହୁଏ ଏବଂ ହଳଦିଆ ବାଦାମୀ ରଙ୍ଗର ଅଠା ବାହାରେ । ଯେତେବେଳେ କ୍ଷତ ଚିହ୍ନଗୁଡିକ ପରସ୍ପର ମିଶିଯାନ୍ତି ପୁରୁଣା ବକଳରେ ଯାଦୁରା ସୃଷ୍ଟି ହୁଏ ।.

ମଧ୍ୟ ଦେଖା ଯାଇପାରେ

7 ଫସଲ ଗୁଡିକ
ବାଦାମ
ଆପେଲ
ଆପ୍ରିକଟ
ଆମ୍ବ
More

ଆମ୍ବ

ଲକ୍ଷଣ

ଗଛର ବକଳରୁ ଅଧିକ ପରିମାଣର ଅଠା ବାହାରୁଥିବାରୁ ଏହି ରୋଗର ନାମ ଏପରି କରାଯାଇଛି । ପ୍ରାରମ୍ଭିକ ଲକ୍ଷଣ ରୂପରେ ବହଳିଆ ଫୋଟକା , 1 - 6 ମିମି ବ୍ୟାସ , ଗଛର ଛୋଟ ଡାଳ, ଶାଖା ବା ଗଣ୍ଡିରେ ଦେଖାଯାଏ । ଏହି ଫୋଟକା ଗଛର ଏକ ରନ୍ଧ୍ରକୁ କେନ୍ଦ୍ର କରି ଓ ଜୀବଣୁର ପ୍ରକୃତ ପ୍ରବେଶ ସ୍ଥାନ କୁ ଭିତ୍ତି କରି ହୁଏ । ଋତୁର ପ୍ରାରମ୍ଭିକ ସମୟରେ ଏହି ସଂକ୍ରମଣ ହୁଏ କିନ୍ତୁ ରୋଗର ଲକ୍ଷଣ କେବଳ ପରବର୍ତ୍ତୀ ବର୍ଷରେ ଦେଖାଯାଏ । ଗଛ ବଢିବା ସମୟରେ , ରନ୍ଧ୍ର ( lenticel ) ଅସ୍ପଷ୍ଟ କିମ୍ବା ମୋତେ ଦେଖାଯାଏ ନାହି , କିନ୍ତୁ ଏହାର ଚାରିପଟ ବିଗଳିତ ଓ ବିବର୍ଣତା ଦେଖାଯାଏ । ଏହି କ୍ଷତ ଚିହ୍ନ ପ୍ରଚୁର ହଳଦିଆ ବାଦାମି ଅଠା ବାହାର କରେ ଯାହାକି ବର୍ଷା ପରେ ସ୍ପଷ୍ଟ ଜଣାପଡେ । ଏହି ଅଠା ପରେ ଶୁଖିଯାଏ ଓ ଗାଢ ବାଦାମି କିମ୍ବା କଳା ରଙ୍ଗରେ ପରିଣତ ହୁଏ । ଯେତେବେଳ 2 ସେମିରୁ ଅଧିକ ବ୍ୟାସ ବିଶିଷ୍ଟ ଚିହ୍ନ ପରସ୍ପର ମିଶନ୍ତି ଯାଦୁରା ଆରମ୍ଭ ହୁଏ । ଅତ୍ୟଧିକ ସଂକ୍ରମଣ ମାତ୍ରାରେ ବିଗଳନ ଅନ୍ତଃ ଟିସୂ ପର୍ଯ୍ୟନ୍ତ ପ୍ରସାରିତ ହୁଏ ଏବଂ ପୁରା ଶାଖାକୁ ଘେରି ରହେ ଓ ଘଟଣାକ୍ରମେ ଏହାକୁ ମାରିଦିଏ । ଫୁଲ, ପତ୍ର ଓ ଫଳ ସାଧାରଣତଃ ପ୍ରଭାବିତ ହୁଅନ୍ତି ନାହି ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପାଇଁ କୌଣସି ଜୈବିକ ଉପଚାର ନାହି । କାଟଛାଣ୍ଟ ଉପକରଣ ବିଶୋଧନ ପାଇଁ ମୃଦୁ ବ୍ଲିଚ ( 10 % ) କିମ୍ବା ସୁରାସାର ଘଷିବା ମଧ୍ୟ ଯଥେଷ୍ଟ ହୋଇପାରେ ଏବଂ ଏହା କବକର ଅଧିକ ବିସ୍ତାରକୁ ପ୍ରଶ୍ରୟ ଦିଏ ନାହି ।

ରାସାୟନିକ ନିୟନ୍ତ୍ରଣ

ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ବାହ୍ୟ ଯାଦୁରା ରୋଗ କମାଇବା ପାଇଁ କବକନାଶୀ ପ୍ରୟୋଗ କରାଯାଇପାରେ , କିନ୍ତୁ ଏହା ଜୀବାଣୁ ପ୍ରତି ଦୀର୍ଘକାଳୀନ ନିୟନ୍ତ୍ରଣ ଦିଏ ନାହି । କ୍ରେସୋକ୍ସିମ - ମିଥାଇଲ ଓ ଟ୍ରାଇଫ୍ଲୋକ୍ସିସ୍ତ୍ରୋବିନ ଥିବା ରାସାଯନିକ କବକନାଶୀ ଅନୁମୋଦିତ ହାରରେ ପତ୍ରରେ ପ୍ରୟୋଗ କଲେ ଯାଦୁରାର ସ୍ଥାୟିତ୍ଵ ଓ ମାତ୍ରା କମିବାରେ ସାହାଯ୍ୟ କରେ । କ୍ରେସୋକ୍ସିମ - ମିଥାଇଲ ସହିତ ଉପଚାର ପବନ ଚାଳିତ ସିଞ୍ଚକ ଦ୍ଵାରା କଲେ ଅଧିକ ଫଳପ୍ରସୂ ହୁଏ ।

ଏହାର କାରଣ କଣ

ବୋଟରୀୟସଫେରିଆ ଡୋଥିଦେ କବକ ଯୋଗୁଁ ଏହି ଲକ୍ଷଣ ପ୍ରକାଶ ପାଏ , ଯଦିଓ ଏହି ପରିବାରର ଅନ୍ୟ କବକ ଜଡିତ ହୁଏ । ଦୁଇଟି ସଂକ୍ରମଣର ମଧ୍ୟବର୍ତ୍ତୀ ସମୟରେ ଏହି ଜୀବାଣୁ ରୋଗା ବକଳ ଓ ମୃତ ଶାଖାରେ ବଞ୍ଚି ରହେ । ବସନ୍ତ ଋତୁରେ ଏମାନେ ରେଣୁ ସୃଷ୍ଟି କରନ୍ତି ଓ ଏକ ବର୍ଷ ପର୍ଯ୍ୟନ୍ତ ଲଗାତର ଏହା କରନ୍ତି । ଏହି ରେଣୁ ପରେ ବଗିଚା ସାରା ବର୍ଷା ଛିଟ ବା ଜଳସେଚନ ଦ୍ଵାରା ବାହିତ ହୁଏ । ବକଳରେ ଥିବା ପ୍ରକୃତିକ ରନ୍ଧ୍ର କିମ୍ବା ଘା' ଦେଇ ସେମାନେ ମୁଖ୍ୟତଃ ନୂଆ ଗଛକୁ ସଂକ୍ରମଣ କରନ୍ତି । ଅଧିକ ଦିନ ଓଦା ଓ ଆର୍ଦ୍ର ସମୟ ଏହି ସଂକ୍ରମଣ ପ୍ରକ୍ରିୟାକୁ ଅନୁକୂଳ କରେ । ଭୌତିକ କିମ୍ବା ରାସାଯନିକ ଆଘାତ ଏବଂ ଅନ୍ୟ ଅଣରୋଗକାରୀ କାରକ ( ଉଦାହରଣ ସ୍ୱରୂପ ଜଳାଭାବ ଜନିତ ଚାପ ) ମଧ୍ୟ ଅଠାବୁହା ରୋଗ କରିପାରେ । ଭଲଭାବରେ ପରିଚାଳନା କରାନହୋଇଥିବା ବଗିଚା ନିର୍ଦ୍ଦିଷ୍ଟ ଭାବରେ ଏହି ରୋଗପ୍ରବଣ ହୋଇଥାନ୍ତି । ଏ ପର୍ଯ୍ୟନ୍ତ କବକ ଜନିତ ଅଠା ବୁହା ରୋଗ ପାଇଁ ଆବଶ୍ୟକ ସ୍ତର ପର୍ଯ୍ୟନ୍ତ ପ୍ରତିରୋଧ ଶକ୍ତି ଥିବା କୌଣସି କିସମ ନାହି ।


ସୁରକ୍ଷାତ୍ମକ ଉପାୟ

  • ଏହି ରୋଗ ପ୍ରତି ପ୍ରାକୃତିକ ପ୍ରତିରୋଧ ଶକ୍ତି ବଢାଇବା ପାଇଁ ସମତୁଲ ସାର ପ୍ରୟୋଗ କରନ୍ତୁ । ଗଛର ଗଣ୍ଡିକୁ ଓଦା ନକଲା ଭଳି ଜଳସେଚନ କରନ୍ତୁ । ରୋଗା ଗଛରେ କାଟଛାଣ୍ଟ ବ ବ୍ୟବହାର କରିବାପରେ କାଟଛାଣ୍ଟ ଉପକରଣ ବିଶୋଧନ କରନ୍ତୁ । ବର୍ଷା କିମ୍ବା ଜଳସେଚନ ପରେ ବା ପୂର୍ବରୁ ସଙ୍ଗେ ସଙ୍ଗେ କିମ୍ବା ପତ୍ର ଓଦା ଥିବା ବେଳେ କାଟଛାଣ୍ଟ କରନ୍ତୁ ନାହି । ପତ୍ର ସମୂହରେ ଭଲ ବାୟୁ ଚଳାଚଳକୁ ସୁବିଧା ଥିବା କାଟଛାଣ୍ଟ ପ୍ରଣାଳୀ ବ୍ୟବହାର କରନ୍ତୁ । ବଗିଚା ଭିତରେ ଓ ଆଖପାଖରେ ଘାସ କାଢନ୍ତୁ । ଶୀତ ଋତୁରେ କାଟଛାଣ୍ଟ କରିବା ସମୟରେ ଅନୁତ୍ପାଦକ ଏବଂ ରୋଗା କାଠ ବାହାର କରନ୍ତୁ । ଶାଖାଗୁଡ଼ିକୁ ଜାଳି କିମ୍ବା ବଗିଚାଠୁ ଦୂରକୁ ନେଇ ପୋତି ନଷ୍ଟ କରିଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ