Venturia oleagina
ଫିମ୍ପି
ବିଳମ୍ବ ବସନ୍ତରେ, କଳା ଫିମ୍ପି ଦାଗ ( ସାଧାରଣତଃ ମୟୂର ଚୂଳ ଦାଗ) ପତ୍ର ସମୂହର ନିମ୍ନ ଭାଗରେ ପତ୍ରର ଉପର ପୃଷ୍ଠରେ ଡେଖାଯାଏ। ଏହି ଦାଗ କାଣ୍ଡ ଓ ଫଳରେ ମଧ୍ୟ ଦେଖାଯାଇ ପାରେ, କିନ୍ତୁ ପତ୍ର ପୃଷ୍ଠ ସାଧାରଣ ଅଟେ। ପତ୍ରର ତଳ ପୃଷ୍ଠରେ ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। ରୋଗ ବଢିବା ସମୟରେ, ଗାଢ ଦାଗ ବଢିଥାଏ ଓ ପତ୍ରର ଅଧିକାଂଶ ସ୍ଥାନ ଆବରଣ କରିପାରେ (0.25 ଏବଂ 1.27 ସେମି ବ୍ୟାସ)। ଏହି ଦାଗ ଚାରିପଟେ ଏକ ହଳଦିଆ ବଳୟ କ୍ରମଶଃ ସୃଷ୍ଟି ହୋଇଥାଏ ଓ ସଂପୂର୍ଣ୍ଣ ପତ୍ରରେ ପ୍ରସାରିତ ହୋଇଥାଏ। ଗଛରେ ପତ୍ରହୀନତା ଦେଖା ଦେଇଥାଏ, ଏବଂ ସାଂଘାତିକ କ୍ଷେତ୍ରରେ ଡାଳ ମୃତ୍ୟୁ ହୋଇଥାଏ। ଫୁଲ ଫୁଟିବାରେ ଅସମର୍ଥ ହୋଇପାରେ, ଯାହା ଫଳରେ ଫସଲ ଉତ୍ପାଦନରେ ଯଥେଷ୍ଟ ହ୍ରାସ ହୋଇଥାଏ।
ବାରମ୍ବାର ବୃଷ୍ଟିପାତ କ୍ଷେତ୍ରରେ, ଗଛର ପତ୍ରରେ ଶରଦ ଋତୁରେ ଫଳ ଅମଳ କରିବା ପରେ ଏବଂ ବିଳମ୍ବ ଶୀତ ଋତୁରେ ପୁଣି ଥରେ କପର ପଦାର୍ଥ ଯଥା- ବୋର୍ଡକ୍ସ ମିଶ୍ରଣ ସିଂଚନ କରନ୍ତୁ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯଦି ପରିବେଶ ଅଧିକ ଆର୍ଦ୍ର ଥାଏ, ଗଛର ପତ୍ରରେ ଶରଦ ଋତୁରେ ଫଳ ଅମଳ କରିବା ପରେ ଏବଂ ବିଳମ୍ବ ଶୀତ ଋତୁରେ ପୁଣି ଥରେ କପର ପଦାର୍ଥ (କପର ହାଇଡ୍ରୋକସାଇଡ, କପର ଅକ୍ସିକ୍ଳୋରାଇଡ, ଟ୍ରାଇ ବେଶକ କପର ସଲଫେଟ ଏବଂ କପର ଅକ୍ସାଇଡ) ଆଦି ସିଂଚନ କରନ୍ତୁ।
ଫ୍ୟୁଜିକ୍ଲାଡିଅମ ଅଲିଜିନାମ ନାମକ କବକ ଦ୍ଵାରା ଏହି ଲକ୍ଷଣ ହୋଇଥାଏ, ଯାହା ଖାଲୁଆ ଅଞ୍ଚଳରେ କିମ୍ବା କମ ସୂର୍ଯ୍ୟାଲୋକ ପାଉଥିବା ଅଞ୍ଚଳ କିମ୍ବା ଘଞ୍ଚ ପତ୍ର ସମୂହ ପରିବେଶରେ ବଞ୍ଚି ରହିଥାଏ। ଏହା ଅଙ୍କୁରିତ ହେବ ପାଇଁ ମୃଦୁ ରୁ ନିମ୍ନ ତାପମାତ୍ରା ଓ ପତ୍ରରେ ମୁକ୍ତ ଜଳୀୟ ଅଂଶ ଆବଶ୍ୟକ କରିଥାଏ, ସେଥିପାଇଁ ସାଧାରଣତଃ ଏହା ଶରଦ, ଶୀତ ଓ ବସନ୍ତରେ ବର୍ଷା ସମୟରେ ସଂକ୍ରମଣ କରିଥାଏ। କୁହୁଡି, କାକର ଏବଂ ଉଚ୍ଚ ଆର୍ଦ୍ରତା ଆଦି ଏହି ରୋଗ ବିସ୍ତାର କରିବାରେ ମୁଖ୍ୟ କାରକ ହୋଇଥାଏ। ଅନ୍ୟ ପକ୍ଷରେ, ଗ୍ରୀଷ୍ମରେ ଉଷ୍ଣ ଓ ଶୁଷ୍କ ପରିବେଶ ଏହି କବକର ନିଷ୍କ୍ରିୟତା କରିଥାଏ, ଯାହାକି ଘଟଣାକ୍ରମେ ସୁପ୍ତ ହୋଇପାରେ। ଏହା ଦାଗର ବର୍ଣ୍ଣ ପରିବର୍ତ୍ତନ ଦ୍ଵାରା ସୂଚିତ ହୋଇଥାଏ, ଯାହାକି ଧଳା ଓ ସ୍ତରଯୁକ୍ତରେ ପରିଣତ ହୋଇଥାଏ। ପୁରୁଣା ପତ୍ର ଅପେକ୍ଷା ନୂଆ ପତ୍ର ଅଧିକ ରୋଗ ପ୍ରବଣ ହୋଇଥାଏ। ଅନୁକୂଳ ତାପମାତ୍ରା ହେଉଛି 14 – 24 °C, ଯାହା ହେଲେ ମଧ୍ୟ,ଏହା 2 – 27 °C ମଧ୍ୟରେ ବଞ୍ଚି ରହିପାରେ। ପୋଷଣ ଅଭାବ କିମ୍ବା ମାଟିରେ ଅସମତୁଲତା ମଧ୍ୟ ଗଛର ରୋଗ ପ୍ରବଣତା ବଢାଇ ପାରେ। ଉଦାହରଣ ସ୍ୱରୂପ ଅଧିକ ଯବକ୍ଷାରଜାନ ସାର ଓ କ୍ୟାଲସିୟମ ଅଭାବ ଗଛର ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଥାଏ।