ଅଲିଭ

ଅଲିଭର ସର୍କୋସ୍ପୋରା ପତ୍ର ଦାଗ

Pseudocercospora cladosporioides

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ଉପର ପୃଷ୍ଠରେ ପାଣ୍ଡୁର ସ୍ଥାନ ଯାହାକି ମାଟିଆ ଓ ବିଗଳିତ ହୋଇଥାଏ। ପତ୍ରର ତଳ ପୃଷ୍ଠ କବକ ବୃଦ୍ଧି ଯୋଗୁଁ ସୀସା ପରି ଧୂସରରେ ପରିଣତ ହୋଇଥାଏ। ପତ୍ରଝଡା ଯୋଗୁଁ ରୁଗୁଡିଆ ବୃଦ୍ଧି ଓ ବିକୃତ ଫଳ ସୃଷ୍ଟି ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଅଲିଭ

ଅଲିଭ

ଲକ୍ଷଣ

ପତ୍ରର ଉପର ଓ ତଳ ପଟେ ରୋଗର ଲକ୍ଷଣ ଅଲଗା ଅଲଗା ହୋଇଥାଏ। ଉପର ପୃଷ୍ଠରେ ଅନିୟମିତ ପାଣ୍ଡୁର ଦାଗ ଦେଖାଯାଏ ଯାହାକି ସମୟ କ୍ରମେ ମାଟିଆ ଓ ବିଗଳିତ ହୋଇଥାଏ। ଅନ୍ୟ ପକ୍ଷରେ, ପତ୍ର ତଳ ପୃଷ୍ଠରେ ଧବଳ ଦେଖାଯାଏ ଯାହାକି କ୍ରମଶଃ କବକ ବୃଦ୍ଧି ଯୋଗୁଁ ମଇଳା ଧୂସରରେ ପରିଣତ ହୋଇଥାଏ। ପରବର୍ତ୍ତୀ ସମୟରେ ପତ୍ର ହଳଦିଆ, ଲାଲ-ମାଟିଆରେ ପରିଣତ ହୋଇଥାଏ ଓ ଅକାଳରେ ଝଡି ଯାଇପାରେ ଓ ସାଂଘାତିକ କ୍ଷେତ୍ରରେ ପତ୍ରହୀନତା ସୃଷ୍ଟି କରିଥାଏ। ପ୍ରଭାବିତ ଶାଖା କିମ୍ବା ଗଛରେ ବୃଦ୍ଧି ସାଧାରଣତଃ ରୁଗୁଡିଆ ହୋଇଥାଏ। ଫଳରେ ଛୋଟ, ମାଟିଆ କ୍ଷତ ଦାଗ ସୃଷ୍ଟି ହୁଏ ଓ ଅନିୟମିତ ଭାବରେ ପାକଳ ହୋଇଥାଏ। ଫୁସିକ୍ଲାଡିଅମ ଅଲିଜିନିଅମ କିମ୍ବା କୋଲେକ୍ଟୋଟ୍ରାଇକମ ଜାତି ଭଳି ଜୀବାଣୁ କିମ୍ବା ଅଜୈବିକ କାରକ ଦ୍ଵାରା ହେଉଥିବା ଲକ୍ଷଣ ସହିତ ଏହାର ଲକ୍ଷଣରେ ଭ୍ରମ ଦେଖା ଦେଇପାରେ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ନିୟନ୍ତ୍ରଣ ପାଇଁ ଜୈବିକ କପର ପଦାର୍ଥ ଯଥା ବୋର୍ଡକ୍ସ ମିଶ୍ରଣ ବର୍ଷା ପୂର୍ବରୁ କିମ୍ବା ସିଧାସଳଖ ଅମଳ ପରେ ପ୍ରୟୋଗ କରାଯାଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କପର ହାଇଡ୍ରୋକ୍ସାଇଡ, କପର ଅକ୍ସି କ୍ଳୋରାଇଡ, ଟ୍ରାଇ ବେସିକ କପର ସଲଫେଟ କିମ୍ବା କପର ଅକ୍ସାଇଡ ଭଳି ସିଞ୍ଚନ ପତ୍ରରେ ସୁରକ୍ଷିତ ସ୍ତର ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଇ ପାରେ। ଶୀତଋତୁର ବର୍ଷା କବକ ରେଣୁ ବିସ୍ତାର କରିବା ପୂର୍ବରୁ, ଅମଳ କରିବା ପରେ ଶରଦ ପୂର୍ବରୁ କପର ସିଞ୍ଚନ ପ୍ରୟୋଗ କରାଯିବା ଉଚିତ। ଫଳର ଗୁଣବତ୍ତାରେ ହ୍ରାସ ନ କରାଇବା ପାଇଁ ଅମଳ ପାଖ ସମୟରେ ଏହା ବ୍ୟବହାର କରିବା ଉଚିତ ନୁହେଁ।

ଏହାର କାରଣ କଣ

ସର୍କୋସ୍ପୋରା କ୍ଲାଡୋସ୍ପୋରିୟଡସ ନାମକ କବକ ଦ୍ଵାରା ଏହି ଲକ୍ଷଣ ହୋଇଥାଏ। ଗଛରେ ଥିବା ସଂକ୍ରମିତ ପତ୍ର, ମୁଖ୍ଯତଃ କ୍ଷତ ଦାଗରେ ଏହା ବଞ୍ଚି ରହିଥାଏ। ଶରଦ ଋତୁରେ ବୃଦ୍ଧି ହେବା ବେଳେ ଏହି ଦାଗର ଧାର ବଢିଥାଏ ଓ ନୂଆ ରେଣୁ ବିକଶିତ ହୋଇଥାଏ। ବାରମ୍ବାର ବୃଷ୍ଟିପାତ ଯୋଗୁଁ ନୂଆ ସଂକ୍ରମଣ ହୋଇଥାଏଏବଂ ମୁଖ୍ଯତଃ ଶୀତରୁତରେ ଏହା ହୋଇଥାଏ। ଗ୍ରୀଷ୍ମ ସୁଦ୍ଧା, ଗଛରୁ ଅଧିକାଂଶ ରୋଗାକ୍ରାନ୍ତ ପତ୍ର ଝଡିଯାଇ ଥାଏ, ଗଛରେ କେବଳ ଅଗରେ କିଛି ସୁସ୍ଥ ପତ୍ର ଓ ପତ୍ରହୀନ ଶାଖା ଥାଏ। ଉଚ୍ଚ ତାପମାତ୍ରା କବକର ଜୀବନ ଚକ୍ର ସୀମିତ କରିଥାଏ। ଅର୍ଥନୈତିକ କ୍ଷତି କରିବା ପୂର୍ବରୁ ଅର୍ଥାତ ସାଂଘାତିକ ହେବା ପୂର୍ବରୁ ଏହି ରୋଗ ବହୁବର୍ଷ ନେଇଥାଏ। ଅଧିକ ମାତ୍ରାରେ ପତ୍ରହୀନତା , ବିଳମ୍ବ ଏବଂ ଫଳ ପାକଳ ହେବାରେ ଅନିୟମିତତା ଯୋଗୁଁ ତେଲର ଉତ୍ପାଦକତା କମି ଯାଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଏହି ରୋଗର ଲକ୍ଷଣ ପାଇଁ ନିୟମିତ ଗଛ ନିରୀକ୍ଷଣ କରନ୍ତୁ। ଅଧିକ ଯବକ୍ଷରଜାନ ଜାତୀୟ ସାର ଏଡାନ୍ତୁ, କିନ୍ତୁ ଯଥେଷ୍ଟ କ୍ୟାଲସିୟାମ ସାର ଦେଇ ପରିପୂରକ କରନ୍ତୁ। ଯେଉଁଠାରେ ସମ୍ଭବ, ସିଞ୍ଚନ ଜଳସେଚନ ଏଡାନ୍ତୁ। ପତ୍ର ଓ ଫଳ ଶୀଘ୍ର ସୁଖିବା ପାଇଁ ଗଛର ଘଞ୍ଚତା ବାୟୁ ଚଳଚଳ ସୁବିଧା କରୁଥିବା ସୁନିଶ୍ଚିତ କରନ୍ତୁ। ଧାଡିକୁ ଉପଯୁକ୍ତ ଦିଗରେ ଲଗାଇ ଉତ୍ତମ ବାୟୁ ଚଳାଚଳ ସୁନିଶ୍ଚିତ କରନ୍ତୁ। ପୋଷଣ ଓ ଆର୍ଦ୍ରତା ପ୍ରତିଯୋଗିତା କମାଇବା ପାଇଁ ଗଛ ଚାରିପଟେ ଥିବା ବାଳୁଙ୍ଗା କାଢନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ