ଅଙ୍ଗୁର

ଏସ୍କା ଝାଉଁଳା ରୋଗ

Togninia minima

ଫିମ୍ପି

ସଂକ୍ଷେପରେ

  • ପତ୍ରରେ ପଟା ପଟା ଦାଗ ଥାଏ, ପରେ ବିଗଳିତ ଶୁଖିଲା ଏବଂ ଅକାଳ ପତ୍ରଝଡା ଦେଖାଯାଏ। ଛୋଟ, ଗୋଲାକାର, ଗାଢ ଦାଗ ଫଳ ଉପରେ ଦେଖାଯାଏ, ଯାହାକି ଫାଟ ସୃଷ୍ଟି କରିଥାଏ। କାଣ୍ଡରେ ପ୍ରସ୍ଥ ଛେଦନ କଲେ ଏକ କୈନ୍ଦ୍ରିକ ବଳୟ ଦାଗ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅଙ୍ଗୁର

ଲକ୍ଷଣ

ବୃଦ୍ଧି ଋତୁର ଯେ କୌଣସି ସମୟରେ ଏହି ରୋଗ ଆବିର୍ଭାବ ହୋଇପାରେ। ପତ୍ରରେ ଶିରା ମଧ୍ୟରେ "ପଟା ପଟା ଦାଗ" ହେଉଛି ଏହାର ମୁଖ୍ୟ ଲକ୍ଷଣ, ଯାହା ମୁଖ୍ୟ ଶିରା ଚାରିପଟ ଟିସୂ ଶୁଖି ବିବର୍ଣ୍ଣ ହେବା ଦ୍ଵାରା ଚିହ୍ନଟ ହୋଇଥାଏ। ଲାଲ କିସମରେ ଗାଢ ଲାଲ ଦାଗ ଏବଂ ଧଳା କିସମରେ ହଳଦିଆ ଦାଗ ଦେଖାଯାଏ। ପତ୍ର ସଂପୂର୍ଣ୍ଣ ଭାବରେ ଶୁଖି ଯାଇପାରେ ଏବଂ ଅକାଳରେ ଝଡି ଯାଇପାରେ। ଫଳରେ ଛୋଟ, ଗୋଲାକାର, ଗାଢ ଦାଗ ବେଳେବେଳେ ଏକ ବାଦାମୀ-ବାଇଗଣୀ ବଳୟ ଦ୍ଵାରା ଘେରି ରହିଥାଏ। ଏହି ଫଳ ଦାଗ ଫଳ ଧାରଣ ଓ ପରପକ୍ଵ ହେବା ମଧ୍ୟରେ ଯେ କୌଣସି ସମୟରେ ଦେଖା ଯାଇପାରେ। ଅତି ମାତ୍ରାରେ ପ୍ରଭାବିତ ଲତାରେ, ଫଳ ବେଳେବେଳେ ଫାଟିଯାଏ ଓ ଶୁଖିଯାଏ। ଆକ୍ରାନ୍ତ ଡାଳ ଓ କାଣ୍ଡର ପ୍ରସ୍ଥ-ଛେଦନରେ ଗାଢ ଦାଗ ଦ୍ଵାରା ସୃଷ୍ଟି ହୋଇଥିବା ଏକ କୈନ୍ଦ୍ରିକ ବଳୟ ଦେଖାଯାଏ। ଏସ୍କା ଝାଉଁଳା ରୋଗର ଗୁରୁତର ସଂକ୍ରମଣ "ଏପୋପ୍ଲେକ୍ସି" କ୍ଷେତ୍ରରେ ସଂପୂର୍ଣ୍ଣ ଲତାର ହଠାତ ଅଗମାରୀ ରୋଗ ହୋଇଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ସୁପ୍ତ ଲତା ଖଣ୍ଡକୁ 50°C ରେ ଥିବା ଗରମ ପାଣିରେ 30 ମିନିଟ ପାଇଁ ବୁଡାନ୍ତୁ। ଏହି ଉପଚାର ସର୍ବଦା ଫଳପ୍ରଦ ହୁଏନାହିଁ ଏବଂ ସେଥିପାଇଁ ଅନ୍ୟ ପଦ୍ଧତି ସହିତ ସଂଯୁକ୍ତ କରିବାକୁ ପଡିବ। ଟ୍ରାଇକୋଡର୍ମାର କିଛି ଜାତି କାଟଛାଣ୍ଟ ଆଘାତ, ରୋପଣ ସାମଗ୍ରୀର ପ୍ରାନ୍ତ ଅଂଶ ଏବଂ କଲମୀ ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରା ଯାଇଛି। ଏହି ଉପଚାର କାଟଛାଣ୍ଟର 24 ଘଣ୍ଟା ମଧ୍ୟରେ ଏବଂ ଦୁଇ ସପ୍ତାହ ପରେ ପୁଣି କରାଯିବା ଆବଶ୍ୟକ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ଜୈବିକ ଉପଚାର ସହିତ ସର୍ବଦା ଏକ ନିରାକରଣ ସମନ୍ଵିତ ପଦ୍ଧତି ଗ୍ରହଣ କରନ୍ତୁ। ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ରାସାୟନିକ ପଦ୍ଧତି କଷ୍ଟକର ଅଟେ, କାରଣ ପାରମ୍ପରିକ ରକ୍ଷାକାରୀ ରାସାୟନିକ ପଦାର୍ଥ କବକକୁ ପ୍ରଭାବିତ କରିବା ପାଇଁ ସୁପ୍ତ ଅଙ୍ଗୁର ଲତା ଖଣ୍ଡର ଅଧିକ ଗଭୀରତାକୁ ପ୍ରବେଶ କରି ପାରେନାହିଁ। ସବୁ କାଠ ରୋଗ ପାଇଁ ନିରାକରଣ ପଦ୍ଧତି ସବୁଠାରୁ ଅଧିକ ଫଳପ୍ରଦ ପରିଚାଳନା ପଦ୍ଧତି ଅଟେ। ଉଦାହରଣ ସ୍ୱରୂପ, କଲମୀ କରିବାର ଠିକ ପୂର୍ବରୁ, ଲତାକୁ ସ୍ଵତନ୍ତ୍ର ଗଛ ବୃଦ୍ଧି ନିୟନ୍ତ୍ରକ ଥିବା ମହମ କିମ୍ବା କବକନାଶୀ ଥିବା ଦ୍ରବଣରେ ବୁଡାଇ ଦିଆଯାଇ ପାରେ। ଏହା କଲମୀ ସଂଯୋଗ ସ୍ଥାନରେ କାଲସ ବୃଦ୍ଧି କରିବାକୁ ପ୍ରୋତ୍ସାହିତ କରିଥାଏ ଏବଂ କବକ ସଂକ୍ରମଣକୁ ବାଧା ଦେଇଥାଏ।

ଏହାର କାରଣ କଣ

ଏହି ଲକ୍ଷଣ ଟଗ୍ନିନିଆ ମିନିମା ନାମକ କବକ ଦ୍ଵାରା ହୋଇଥାଏ, କିନ୍ତୁ ଅନ୍ୟ କବକ ମଧ୍ୟ ଏଥିରେ ସମ୍ପୃକ୍ତ ହୋଇପାରେ (ଊଦାହରଣ ସ୍ୱରୂପ ଫେମୋନିଲା କ୍ଲାମିଡୋସ୍ପୋରା)। ସଂକ୍ରମଣ ପ୍ରକୃତରେ ନୂଆ ଛୋଟ ଲତାରେ ହୋଇଥାଏ, କିନ୍ତୁ ଲକ୍ଷଣ 5 - 7 ବର୍ଷ ପରେ ପ୍ରଥମେ ଦେଖାଯାଏ। ଲତାର କାଠୁଆ ଅଂଶ ମଧ୍ୟରେ ଲାଗିଥିବା ଶୀତସୁପ୍ତି ଗଠନ ମଧ୍ୟରେ କବକ ଶୀତ ଋତୁରେ ବଞ୍ଚି ରହିଥାଏ। ଶରତ ଋତୁ ଠାରୁ ବସନ୍ତ ଋତୁର ବର୍ଷା ମଧ୍ୟରେ, କବକ ରେଣୁ ଉତ୍ପନ୍ନ ହୋଇଥାଏ ଏବଂ ସୁପ୍ତ କାଟଛାଣ୍ଟ ସମୟରେ ହୋଇଥିବା ଆଘାତକୁ ସଂକ୍ରମଣ କରିପାରେ। କାଟଛାଣ୍ଟର କିଛି ସପ୍ତାହ ପର୍ଯ୍ୟନ୍ତ ଆଘାତ ସଂକ୍ରମଣ ପ୍ରବଣ ରହିପାରେ। ଏକ କାଟଛାଣ୍ଟ ଆଘାତ ସଂକ୍ରମିତ ହେବା ପରେ, ଜୀବାଣୁ ଏକ ସ୍ଥାୟୀ, ସ୍ଥାନୀୟ କାଠ ସଂକ୍ରମଣ ସ୍ଥାପନ କରିଥାଏ, ଯାହାକି କବକନାଶୀ ପ୍ରୟୋଗ ଦ୍ଵାରା ଦୂର ହୋଇପାରେ ନାହିଁ।


ସୁରକ୍ଷାତ୍ମକ ଉପାୟ

  • ବିଳମ୍ବ କାଟଛାଣ୍ଟ କିମ୍ବା ଦୁଇଥର କାଟଛାଣ୍ଟ ଭଳି ବିକଳ୍ପ ପ୍ରଣାଳୀ ଗ୍ରହଣ କରନ୍ତୁ। ପ୍ରବଳ ବର୍ଷା ସମୟରେ ଯେତେବେଳେ କବକ ରେଣୁ ବିସ୍ତାର କରିବା ସମ୍ଭାବନା ଥାଏ, କାଟଛାଣ୍ଟ ଏଡାନ୍ତୁ। ମୃତ କିମ୍ବା ରୁଗୁଡିଆ ଡାଳ ପାଇଁ ଅଙ୍ଗୁର ବଗିଚା ବସନ୍ତ ଋତୁରେ ନିରୀକ୍ଷଣ କରନ୍ତୁ। ପରେ ଗ୍ରୀଷ୍ମ ଋତୁରେ, ଲତାର ଯାଦୁରୀ ଅଂଶ କାଟି କାଢି ଦିଅନ୍ତୁ। ବଗିଚାରୁ ରୋଗାକ୍ରାନ୍ତ ଅବଶେଷ କାଢି ନଷ୍ଟ କରି ଦିଅନ୍ତୁ। ଲତାର ମୂଳ ଓ କାଣ୍ଡ ସମତୁଲ ଭାବେ ବୃଦ୍ଧି ପାଇବା ପର୍ଯ୍ୟନ୍ତ ଫଳ ଧାରଣକୁ ବହୁ ବର୍ଷ ପର୍ଯ୍ୟନ୍ତ ବିଳମ୍ବ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ