ଅମୃତଭଣ୍ଡା

ଫାଇଟୋଫଥୋରା କ୍ରାଉନ(ଶିଖର) ଏବଂ ମୂଳ ସଢା

Phytophthora spp.

ଫିମ୍ପି

ସଂକ୍ଷେପରେ

  • ଛୋଟ ପତ୍ର ଓ ରୁଗୁଡିଆ ଗଛ ହୋଇଥାଏ। କ୍ରାଉନ ବା ଶିଖରର ଭାସ୍କୁଲାର ଟିସୁରେ କିମ୍ବା ସଂପୂର୍ଣ୍ଣ କ୍ରାଉନରେ ମାଟିଆ ବର୍ଣ୍ଣହୀନତା ଦେଖାଯାଇ ପାରେ। ମୂଳର ସଂକ୍ରମଣ ମାଟିଆରୁ କଳା ମୂଳ ସଢା କରିଥାଏ।.

ମଧ୍ୟ ଦେଖା ଯାଇପାରେ

8 ଫସଲ ଗୁଡିକ
କଲରା
ଅଙ୍ଗୁର
କାସାଭା
ତରଭୁଜ
More

ଅମୃତଭଣ୍ଡା

ଲକ୍ଷଣ

ଅନେକ ମୂଳ ରୋଗ ପରି ନିର୍ଦ୍ଧିଷ୍ଟ ଲକ୍ଷଣ ଏହି ରୋଗରେ ଦେଖାଯାଇଥାଏ। ଫିକା ଏବଂ ହାଲୁକା ପାଣ୍ଡୁର ପତ୍ର, କମ ଫଳ ଧରିବା ଏବଂ ଅନ୍ତଃ ଟିସୂ ସଢିବା ଆଦି କ୍ରାଉନ ଏବଂ ମୂଳ ସଢାର ମୁଖ୍ୟ ଲକ୍ଷଣ ଅଟେ। ସଂକ୍ରମିତ ଲତା ବା ଗଛ ରୁଗୁଡିଆ ହୋଇପାରେ ଏବଂ ପତ୍ର ଅସମୟରେ ଝଡିଯାଇପାରେ। ବକଳ ସଢା ସଂକେତ ଦେଖାଇପାରେ, କେତେକ କ୍ଷେତ୍ରରେ, ଅଠା ବିନ୍ଦୁ ମଧ୍ୟ ଦେଖାଯାଏ। ଗଣ୍ଡିର ଆଧାରର ଅନୁପ୍ରସ୍ଥ ଭାଗ କ୍ରାଉନ ଠାରୁ ଚେର ପର୍ଯ୍ୟନ୍ତ ଲାଲ ମାଟିଆ ବିଗଳିତ ଯାଦୁରା ଦେଖାଏ। ଯାଦୁରା, ଘଟଣାକ୍ରମେ, ଗଣ୍ଡି ଚାରିପଟେ ଘେରି ରହିଥାଏ ଓ ଗଛର ବାୟବୀୟ ଅଂଶକୁ ଜଳ ଓ ପୋଷଣ ପରିବହନରେ ବାଧା ସୃଷ୍ଟି କରିଥାଏ, ଏବଂ ଘଟଣାକ୍ରମେ ଶାଖାକୁ ଅଗରୁ ଆରମ୍ଭ କରି ମାରିଦିଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କବକ ବିରୋଧୀ ଜୈବିକ ଉପଚାର କରାଯାଇ ପାରେ, ଉଦାହରଣ ସ୍ୱରୂପ, କ୍ଷତ ଚିହ୍ନକୁ ରଙ୍ଗ ଲେପିବା ଏବଂ କାଟଛାଣ୍ଟ କଟା ଅଂଶକୁ ବୋର୍ଡକ୍ସ ମିକ୍ସଚର ଲେପିବା। ସମାନ ମିଶ୍ରଣ ଦ୍ଵାରା ପ୍ରତିଷେଧକ ଉପଚାର ଆକ୍ରମଣ କମାଇଥାଏ। ଯେତେବେଳ ଗଛ ବ୍ୟାପକ ଭାବରେ ପ୍ରଭାବିତ ହୋଇଥାଏ, ଏହା ଆରୋଗ୍ୟ ଯୋଗ୍ୟ ହୋଇନଥାଏ ଏବଂ କେବଳ ନିରାକରଣ ପଦ୍ଧତି ଏହାର ମାତ୍ରା କମାଇବାରେ ସହାୟକ ହୋଇପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରିବା ବିଷୟ ବିଚାର କରନ୍ତୁ। ଗଛ ଓ ଲତାକୁ ଉପଚାର କରିବାର ଏକ ଫଳପ୍ରସୂ ଉପାୟ ହେଉଛି ଜଳସେଚନ ଦ୍ଵାରା କବକନାଶକ ପ୍ରୟୋଗ କରିବା। ପ୍ରଥମ ଲକ୍ଷଣରେ, ଗଛର ମୂଳକୁ ଫୋସେଟାଇଲ ଆଲୁମିନିୟମ, ମେଟାଲାକ୍ସିଲ କିମ୍ବା ମିଥାଇଲ ଥାୟୋଫିନେଟ-ମିଥାଇଲ ଆଧାରିତ କବକନାଶକ ସହିତ ଜଳସେଚିତ କରନ୍ତୁ। ରୋଗ ବିସ୍ତାର ନିରାକରଣ ପାଇଁ, ବ୍ୟବହାର ପରେ କୃଷି ଉପକରଣ ବ୍ଲିଚ ଦ୍ଵାରା ବିଶୋଧନ କରିବା ଉଚିତ।

ଏହାର କାରଣ କଣ

ଫାଇଟୋଫଥୋରା ଜାତିର କେତେକ କବକ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୋଇଥାଏ। ଜମିରେ ଥରେ ପ୍ରବେଶ କରିଲେ, ଏହା ମାଟିରେ ବହୁ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହି ପାରେ ଏବଂ ଏହାର ବିଲୋପ ସମ୍ଭବ ନୁହେଁ। ଏହି କବକ ସେମାନଙ୍କ ବିକାଶ ପାଇଁ ଉଚ୍ଚ ମୃତ୍ତିକା ଆର୍ଦ୍ରତା ସ୍ତର, ଏବଂ ଆର୍ଦ୍ର, ଉଷ୍ଣ ପାଣିପାଗ ଉପରେ ନିର୍ଭର କରିଥାଏ।ରୋଗାକ୍ରାନ୍ତ ଲତା କିମ୍ବା ଗଛ ଦୁର୍ବଳ ନିଷ୍କାସିତ ଅଞ୍ଚଳ, ପର୍ଯ୍ୟାୟ କ୍ରମେ ବନ୍ୟା ହେଉଥିବା ବା ଅତ୍ୟଧିକ ଜଳସେଚନ ଥିବା ଜମିରେ, ଅନେକ ସମୟରେ ଏକକ କିମ୍ବା ଛୋଟ ଗୋଷ୍ଠୀ ଭାବେ ଦେଖାଯାଏ। ବୁନ୍ଦା ଜଳସେଚନ ଥିବା ବଗିଚାରେ, ଏହି ଲକ୍ଷଣ ବେଳେ ବେଳେ ଗଣ୍ଡିରେ ଦେଖାଯାଏ ଯାହା ସିଧାସଳଖ ଏକ ଭାଲଵ ତଳେ ଥାଏ, ଯେଉଁଠି ପାଣି ସିଧାସଳଖ ବହୁଥାଏ। ଏହାର ବିସ୍ତାରର ଅନ୍ୟ ଏକ ମାଧ୍ୟମ ହେଉଛି ସଂକ୍ରମିତ ବିହନ ସାମଗ୍ରୀ ର ପରିବହନ , ଉଦାହରଣ ସ୍ୱରୂପ କଲମି ସମୟରେ, ସଂକ୍ରମିତ ସାମଗ୍ରୀ ପରିବହନ ହେବା।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ ଫାଇଟୋଫଥୋରା ପ୍ରତିରୋଧି କିସମ ବ୍ୟବହାର କରନ୍ତୁ। ବିଭିନ୍ନ ଜମି ବା ଅଞ୍ଚଳ ମଧ୍ୟରେ ସଂକ୍ରମିତ ବିହନ ସାମଗ୍ରୀ ପରିବହନ କରନ୍ତୁ ନାହିଁ। ବନ୍ୟା ପ୍ରବଣ ଅଞ୍ଚଳରେ ଲଗାନ୍ତୁ ନାହିଁ। ଗଛ ଚାରିପଟେ ପାଣି ଜମା କରୁଥିବା ସବୁ ମୃତ୍ତିକା ନିଷ୍କାସନ ସମସ୍ୟା ସଂଶୋଧନ କରନ୍ତୁ। ମାଟିରେ ଦୀର୍ଘ ସମୟ କିମ୍ବା ବାରମ୍ବାର ପ୍ଲାବନ ଏଡାନ୍ତୁ। ମୂଳ ଅଞ୍ଚଳରେ ଜୈବ ଛାଦି ବ୍ୟବହାର କରନ୍ତୁ। ବଗିଚା ଗଛ ଅବଶେଷ ମୁକ୍ତ ରଖନ୍ତୁ। ଏକ ସମତୁଲ ଉର୍ବରିକରଣ ଯୋଜନା କରନ୍ତୁ। ସଂକ୍ରମିତ ଗଛ ବା ମୃତ ଗଛ କାଢନ୍ତୁ ଏବଂ ଜଳାଇ ଦିଅନ୍ତୁ। ଅନ୍ତଃ ଫସଲ କରନ୍ତୁ ନାହିଁ, ଯାହାକି ରୋଗ ବିସ୍ତାର କରିପାରେ। ସଂକ୍ରମିତ ଅଞ୍ଚଳରୁ ସ୍ବଚ୍ଛ ଅଞ୍ଚଳକୁ କୃଷି ଉପକରଣ ନେବା ପୂର୍ବରୁ ଭଲ ଭାବରେ ସଫା କରିବା ସୁନିଶ୍ଚିତ କରନ୍ତୁ। ବୁନ୍ଦା ଜଳସେଚନ ପ୍ରଣାଳୀ ସୁନିଶ୍ଚିତ କରନ୍ତୁ ଯେପରି ଗଛ ତଳକୁ ପାଣି ସିଧାସଳଖ ଯାଇପାରିବ ନାହିଁ। କଲମି କରିବା ସମୟରେ ସଂଯୋଗକୁ ମାଟିରୁ ଯଥେଷ୍ଟ ଉପରେ ରଖିବା ସୁନିଶ୍ଚିତ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ