ବୁଟ ଚଣା

ଗଛମୂଳ ଓ ଗଳାବନ୍ଧ ସଢା

Athelia rolfsii

ଫିମ୍ପି

ସଂକ୍ଷେପରେ

  • କାଣ୍ଡ ଉପରେ ଧଳା, କଳା ନରମ ଆସନ, ଗୋଲାକୃତ୍ତ ବୃଦ୍ଧି ଦେଖା ଯାଇଥାଏ ଓ ଜମି ସାରା ବ୍ୟାପି ଯାଇଥାଏ.
  • ପତ୍ର ଗୁଡିକ ଝାଉଁଳି ଯାଆନ୍ତି.
  • ଫସଲ ଝାଉଁଳି ଯାଏ ଓ ମରି ଯାଏ.

ମଧ୍ୟ ଦେଖା ଯାଇପାରେ

29 ଫସଲ ଗୁଡିକ
ବାର୍ଲି
ବିନ
କଲରା
ବନ୍ଧାକୋବି
More

ବୁଟ ଚଣା

ଲକ୍ଷଣ

ଏହି କବକ ମୁଖ୍ୟତଃ କାଣ୍ଡ କୁ ଆକ୍ରମଣ କରିଥାଏ ଯଦିଓ ଅନ୍ୟ ଅଂଶକୁ ମଧ୍ୟ ଅନୁକୂଳ ପରିବେଶରେ ଆକ୍ରମଣ କରିଥାଏ. ଏହି କବକ ଗଛ ଟିସୁ ଓ ତାହା ସହ ଲାଗିଥିବା ମାଟିରେ ରେ ବହୁତ ଶୀଘ୍ର ବଢିଥାଏ. ଏହା ଏକ ଧଳା ଫୁରୁଫୁରିଆ ପରସ୍ତ ଯେଉଁଥିରେ ଗୋଲ, ତମ୍ବାଳିଆ ରୁ ବାଦାମୀ ରଙ୍ଗର ମଞ୍ଜି ଯାହାକୁ ସ୍କ୍ଲେରୋସିଆ କୁହାଯାଏ. କାଣ୍ଡର ଟିସୁ ମଳିନ ବାଦାମୀ ରଙ୍ଗ ଓ କୋମଳ ହୋଇଯାଏ କିନ୍ତୁ ପାଣିଭିଜା ହୋଇନଥାଏ. କେତେକ କ୍ଷେତ୍ରରେ କାଣ୍ଡ ସମ୍ପୂର୍ଣ୍ଣ ଭାବେ ଗୁଡେଇ ହୋଇଯାଏ ଓ ପତ୍ରସବୁ ଧୀରେ ଧୀରେ ଝାଉଁଳି ରଙ୍ଗହୀନ ହୋଇଯାଏ. ଶେଷରେ ଗଛ ନାଇଁ ପଡେ କିମ୍ବା ମରିଯାଏ. ବିଶେଷ କରି ଚାରା ଏହି ରୋଗ ପ୍ରତି ଦୁର୍ବଳ ଅଟନ୍ତିି ଏବଂ ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ଶୀଘ୍ର ମରିଯାଏ. ବେଳେବେଳେ ଫଳ ଉପରେ ମଧ୍ୟ କବକର ପରସ୍ତ ଦେଖିବାକୁ ମିଳେ ଏବଂ ସେହି ଫଳ ଅତିଶୀଘ୍ର ନଷ୍ଟ ହୋଇଯାଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏହି କବକର ବିକାଶ ବିରୁଦ୍ଧରେ କାମ କଲା ପରି ଅନ୍ୟ କବକ କୁ ବ୍ୟବହାର କଲେ ସ୍କ୍ଲେରୋସିଆଲ ରୋଗ ନିୟନ୍ତ୍ରଣ ହୋଇପାରେ. ବହୁତ ସମୟରେ ଏହି ଉପଚାର ଅନ୍ୟନ୍ୟ ଉପଚାର ସହିତ ମିଶାଇ କର ଯାଇଥାଏ. ଫସଲର ପ୍ରକାର ଓ ପରିବେଶ ଉପରେ ଏହି ପଦ୍ଧତିର ପରିଣାମ ନିର୍ଭର କରେ. ସାଧାରଣତଃ ବ୍ୟବହୃତ କେତେକ ଅଣୁଜୀବ ହେଲା ଟ୍ରାଇକୋଡର୍ମା ହାର୍ଯିଆନମ୍, ଟ୍ରାଇକୋଡର୍ମା ଭିରିଡେ, ବ୍ୟାସିଲସ୍ ସବଟିଲିସ୍, ସ୍ଟ୍ରେପ୍ଟୋମାଇସେସ୍ ଫିଲାନ୍ଥିସୋମ୍, ଗ୍ଲିଓକ୍ଲାଡିୟମ୍ ଭାଇରେନ୍ସ ଏବଂ ପେନସିଲିୟମ୍ ର କିଛି ପ୍ରଜାତି.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ଗଛ ଲଗାଇବା ପୂର୍ବରୁ ମାଟିରେ ବହୁମୁଖୀ ଫ୍ୟୁମିଗାଣ୍ଟ ବ୍ୟବହାର କରିବା ଦ୍ୱାରା ଏହି ରୋଗ ଭଲ ଭାବେ ନିୟନ୍ତ୍ରଣ ହୋଇଥାଏ. ମୂଲ୍ୟବାନ ଫସଲ ରେ ମେଟାମ୍ସୋଡିୟମ୍ ଉପାଦାନ ଥିବା ଫର୍ମୁଲା ଦ୍ୱାରା ତଳିଘରା କିମ୍ବା ମୁଖ୍ୟ ଜମି ରେ ବ୍ୟବହାର କରା ଯାଇପାରେ.

ଏହାର କାରଣ କଣ

ଏହି ରୋଗର ଲକ୍ଷଣ ଗୁଡିକ ଆଥେଲିଆ ରୋଲଫ୍ସି(Athelia Rolfsii) ଏକ କବକ ଯାହାକୁ ସ୍କେଲେରୋଟିୟମ୍ ରୋଲଫ୍ସି (Sclerotium Rolfsii) ମଧ୍ୟ କୁହାଯାଏ, ଏହି ରୋଗ ର କାରଣ ଅଟେ. ସ୍କେଲେରୋଟିୟମ୍ ରୋଲଫ୍ସି (Sclerotium Rolfsii) ରୁ ଏହି ରୋଗର ସାଧାରଣ ନାମ 'ସ୍କ୍ଲେରୋସିଆଲ ସଢା' ଆସିଛି. ଏହି କବକ ଶୀତଋତୁରେ ମାଟି କିମ୍ବା ତତ୍ ସଂଲଗ୍ନ ଗଛ ଅବଶେଷ ରେ ନିଷ୍କ୍ରିୟ ହୋଇ ବଞ୍ଚିଥାଏ. ଏହା ବହୁତ ପ୍ରକାରର କୃଷି ଓ ଉଦ୍ୟାନ ଫସଲ ଯଥା ହରଡ଼, କନ୍ଦମୂଳ, କଖାରୁ, ମକା, ଗହମ, ଚିନାବାଦାମ ଇତ୍ୟାଦି ରେ ସଂକ୍ରମଣ ହୋଇଥାଏ. ଅନୂକୁଳ ପରିବେଶରେ ଏହା ଅତି ତୀବ୍ର ଗତିରେ ବଢିଥାଏ,ଅଣ୍ଡା ମାଟି ପାଖରେ ଥିବା ଗଛର ଟିସୁ ରେ ଦିନ ଦିନ ଧରି ବାସ ବାନ୍ଧି ରହି ପାରେ. ମାଟିରେ କମ pH (3.0-5.0), ବାରମ୍ବାର ଜଳସେଚନ କିମ୍ବା ବର୍ଷା, ସଘନ ଚାଷ ଏବଂ ଅଧିକ ତାପମାନ (25-35 °C) ଏହି କବକର ଜୀବନ ଚକ୍ର ପାଇଁ ଅନୁକୂଳ ଅଟେ. ଅପର ପକ୍ଷରେ କ୍ୟାଲସିଅମ ଥିବା ମାଟି ଯାହାର pH ଅଧିକ ଥାଏ ସେଥିରେ ଏହି କବକ କିଛି ସମସ୍ୟା ସୃଷ୍ଟି କରେ ନାହିଁ. ରୋଗର ପ୍ରସାର ଆକ୍ରାନ୍ତ ମାଟି ଓ ପାଣି, ଯନ୍ତ୍ର ଓ ଉପକରଣ ତଥା ସଂକ୍ରମିତ ଜୈବିକ ପଦାର୍ଥ (ବିହନ ଓ ଗୋବରଖାତ) ଦ୍ୱାରା ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରମାଣିକ ଓ ସୁସ୍ଥ ବିହନ ବ୍ୟବହାର କରନ୍ତୁ.
  • ଯଦି ମିଳେ, ପ୍ରତିରୋଧି କିସମର ବିହନ ଲଗାନ୍ତୁ.
  • ବିହନ କିମ୍ବା ଚାରା ଅଧିକ ଲଗାନ୍ତୁ ନାହିଁ, ଗଛ ଠାରୁ ଗଛ ମଧ୍ୟରେ ଅଧିକ ବ୍ୟବଧାନ ରଖନ୍ତୁ.
  • ଡେରିରେ ଗଛ ଲଗାଇଲେ ଏହି ରୋଗର ଆକ୍ରମଣକୁ କମ କରିହେବ.
  • ରୋଗାକ୍ରାନ୍ତ ଗଛ ଓ ଅଂଶ ଦେଖାଗଲେ ବାହାର କରି ଗଭୀର ମାଟିରେ ପୋତି ଦିଆନ୍ତୁ କିମ୍ବା ଜଳାଇ ଦିଅନ୍ତୁ.
  • ଅଧିକ ଜଳସେଚନ କରନ୍ତୁ ନାହିଁ କାରଣ ଏହା ଏହି କବକକୁ ସାହାର୍ଯ୍ୟ କରିଥାଏ.
  • ଉତ୍ତମ ଜଳ ନିସ୍କାସନର ବ୍ୟବସ୍ଥା କରନ୍ତୁ ଯଦ୍ୱାରା ମାଟିରେ ଅତ୍ୟଧିକ ଜଳୀୟ ଅଂଶ ରହିବ ନାହିଁ.
  • ରଞ୍ଜା ବ୍ୟବହାର କରି ଗଛକୁ ସିଧା ସଳଖ ରଖନ୍ତୁ.
  • ଗଛ ଅବଶେଷକୁ ଗଭୀର ମାଟିରେ ପୋତି ଦିଅନ୍ତୁ ଯଦ୍ୱାରା କବକର ବିକାଶ ହେବ ନାହିଁ ଏବଂ ମାଟି ବାହାରକୁ ଆସି ସୂର୍ଯ୍ୟ ବିକିରଣ ଦ୍ୱାରା ରୋଗ ମୁକ୍ତ ହୋଇଯିବ.
  • ଅନେକ ବର୍ଷ ପର୍ଯ୍ୟନ୍ତ ରୋଗ ପ୍ରତିରୋଧି ଅନ୍ୟ ଫସଲ ସହିତ ଫସଲ ଚକ୍ର ଅବଲମ୍ବନ କରନ୍ତୁ.
  • ବ୍ୟବହାର କରୁଥିବା ଯନ୍ତ୍ର ଓ ଉପକରଣ ସଫା ଓ ରୋଗମୁକ୍ତ ରଖନ୍ତୁ.
  • ଗୋଟେ ଜମିରୁ ଅନ୍ୟ ଜମିକୁ ମାଟି ନେବା ଆଣିବା କରନ୍ତୁ ନାହିଁ.
  • ଜମିକୁ ଅନାବନା ଘାସରୁ ମୁକ୍ତ ରଖନ୍ତୁ.
  • ଜମିରେ କାମ କଲାବେଳେ ଗଛକୁ କ୍ଷତ ବିକ୍ଷତ କରନ୍ତୁ ନାହିଁ.
  • କଳା ପ୍ଲାଷ୍ଟିକ ମଲଚ ବ୍ୟବହାର କରି ମାଟି ଘୋଡାଇ ରଖିଲେ କବକର ବିକାଶ କମ ହୋଇଥାଏ.
  • ମାଟିରେ pH କୁ ଠିକ ରଖିବା ପାଇଁ ଚୁନ ବ୍ୟବହାର କରନ୍ତୁ.
  • ଗଛର ଶକ୍ତି ବଢାଇବା ପାଇଁ ଭଲ ଖାଦ୍ୟସାର କାର୍ଯ୍ୟକ୍ରମ ନିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ