Macrophomina phaseolina
ଫିମ୍ପି
ଏହି ରୋଗର ଲକ୍ଷଣ ସାଧାରଣତଃ ଫୁଲ ଧରିବା ପରବର୍ତ୍ତୀ ସମୟରେ ମିଳେ । ଗଛର ଅଗ ଅଂଶରେ ପ୍ରଥମେ ଲକ୍ଷଣ ଦେଖାଯାଏ । ପତ୍ର ଓହଳିପଡେ ଏବଂ ପତ୍ର ଟିସୂ ଓ ଡେମ୍ଫର ପାଣ୍ଡୁରତା ଦେଖାଯାଏ । ପ୍ରଭାବିତ ଗଛର ତଳ ଅଂଶରେ ପତ୍ର ଓ କାଣ୍ଡ ସାଧାରଣତଃ ପାଳ ରଙ୍ଗର କିମ୍ବା ବାଦାମୀ ହୋଇଥାଏ । ପଚା ଚିହ୍ନ ସହ ପ୍ରଧାନ ମୂଳ କଳା ହୋଇଥାଏ , ପାର୍ଶ୍ଵ ଓ ଦ୍ଵିତୀୟକ ଚେର ଦେଖାଯାଏ ନାହି । ମୃତ ଟିସୂ ଚେରକୁ ସମ୍ପୂର୍ଣ ଭଙ୍ଗୁରପ୍ରବଣ ଓ ବକକାଳ ଝଡିଲା ଭଳି କରିଦିଏ । ଗଛ ଉପୁଡାଇବା ପାଇଁ ଚେଷ୍ଟା କଲାବେଳେ ଏହା ସହଜରେ ଭାଙ୍ଗିଯାଏ ଓ ପ୍ରଧାନ ମୂଳର ନିମ୍ନ ଅଂଶ ମାଟି ଭିତରେ ରାହିଜାଏ । ବେକ ବା ଚେର ଓ କାଣ୍ଡର ସନ୍ଧି ସ୍ଥଳର ଅନୁଦ୍ଯୈର୍ଘୀକ ଛେଦନରେ ବକକାଳର ଭିତର ପଟେ ଏବଂ ଅନ୍ତଃ ଟିସୁରେ ଛୋଟ କବକ ସମୂହ ଥାଏ ।
ଜୈବ ନିୟନ୍ତ୍ରଣ କାରକ ଯଥା ଟ୍ରାଇକୋଡେର୍ମା ଭିରିଡେ , ସୁଦୋମୋନସ ଫ୍ଲୋରୋସେନ୍ସ ଓ ବେଶୀଳସ ସବଟିଲିସ ଦ୍ଵାରା ବିହନ ଉପଚାର କଲେ ରୋଗ ପରିଚାଳନାରେ ଉପକାର ମିଳେ ।
ଯଦି ମିଳେ , ସର୍ବଦା ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କବକନାଶୀ ଥାଇୟଫିନେଟ ମିଥାଇଲ ଏବଂ ଭିଟଭାକ୍କ୍ସ ଦ୍ଵାରା ବିହନ ବିଶୋଧନ ଏହି ରୋଗକୁ ଅଧିକ ପରିମାଣରେ କମୟ ପରେ । କେପଟେନ, ଥିରାମ କିମ୍ବା ବେନଲେଟ ଦ୍ଵାରା ବିହନ ଉପଚାର ( 3ଗ୍ରାମ ପ୍ରତି 1 କେଜି ) ଦ୍ଵାରା ଏହି ରୋଗ କମାଯାଇପାରେ ।
ମାକ୍ରୋଫୋମିନା ଫେଜିୟଲେନାର ମୃତ୍ତିକା ବାହିତ କବକ ରେଣୁ ବା ସୂତା ଦ୍ଵାରା ଏହି ମୃତ୍ତିକା ବାହିତ ରୋଗ ଆରମ୍ଭ ହୁଏ । ପରିପାର୍ଶ୍ଵିକ ତାପମାତ୍ରା ଯେତେବେଳେ 25 ରୁ 30 ଡିଗ୍ରୀ ମଧ୍ୟରେ ରହେ ଏହି ଲକ୍ଷଣ ହଠାତ ଦେଖାଯାଏ । ସେତେବେଳ ଯାଏଁ କବକ ଅନେକ ଅଂଶ ଅକ୍ତିଆର କରିଥାଏ ଓ ଆସ୍ତେ ଆସ୍ତେ କ୍ଷତି କରେ । ମାକ୍ରୋଫୋମିନା ଫେଜିୟଲେନା ତାପମାତ୍ରା ବଧିବାସହ ଓ ବାରମ୍ବାର ଆର୍ଦ୍ରତା ଚାପ ଯୋଗୁଁକ୍ରାନ୍ତୀୟ ଆର୍ଦ୍ର ଅଞ୍ଚଳରେ ଅଧିକ ତୀବ୍ର ହୁଏ ।ଫୁଲ ଧରିବା ଓ ଛୁଇଁ ଧରିବା ଅବସ୍ଥାରେ 30 ଦେଗ୍ରୀରୁ ଅଧିକ ଦିନ ତାପମାତ୍ରା ଓ ଶୁଖିଲା ମାଟି ପରିସ୍ଥିତିରେ ଏହି ରୋଗ ଏହାର ମାତ୍ରା ଶୀଘ୍ର ବୃଦ୍ଧି କରାଏ। ଫସଲ ପରେ ରହୁଥିବା କବକର ଅଂଶ ସ୍କ୍ଲେରୋଷିଆ ମାଟିରେ 6 ବର୍ଷ ପର୍ଯ୍ୟନ୍ତ ରହିପାରେ ।