ଲେମ୍ବୁଜାତୀୟ

ମଲ ସେକ୍କୋ

Phoma tracheiphila

ଫିମ୍ପି

ସଂକ୍ଷେପରେ

  • କାଣ୍ଡ ଓ ଶିରାକୁ ଛାଡି ପତ୍ରରେ ରଙ୍ଗ ହୀନତା ଦେଖାଦିଏ ଏବଂ ପରେ ବସନ୍ତ ଋତୁରେ ଅଗ ଡାଳ ମରି ମରି ଯାଏ.
  • ସଂକ୍ରମିତ ଡାଳରେ ଓ ମୂଳ କଲମରେ ଗଜା ଓ ପିଲ ଯଥାକ୍ରମେ ବଢିଥାଏ.
  • ଅନ୍ତର୍ବାହି ତନ୍ତୁରେ ଅଠା ପ୍ରସ୍ତୁତ ହୋଇଥାଏ ଯାହା ଯୋଗୁଁ ଏହା ଗୋଲାପୀ କିମ୍ବା ନାରଙ୍ଗୀ ରଙ୍ଗ ପରିବର୍ତ୍ତନ ହୋଇ ଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ପ୍ରଥମେ ରୋଗର ଲକ୍ଷଣ ଗୋଟିଏ ଡାଳ କିମ୍ବା ଗଛର ଗୋଟିଏ ଭାଗରେ ଦେଖାଦେଇଥାଏ. ଯଦି ଏହା ନିୟନ୍ତ୍ରଣ କରା ନ ଯାଏ, ଗଛର ବାକି ଭାଗକୁ ବ୍ୟାପି ପାରେ ଓ ପରେ ଗଛ ମରି ଯାଇ ପାରେ. ବସନ୍ତ ଋତୁରେ ପ୍ରଥମ ଲକ୍ଷଣ ଭାବେ କାଣ୍ଡ ଓ ଶିରାକୁ ଛାଡି ପତ୍ରରେ ରଙ୍ଗ ହୀନତା ଦେଖାଦିଏ ଏବଂ ପରେ ବସନ୍ତ ଋତୁରେ ଅଗଡାଳ ଓ ଶାଖା ମରି ମରି ଯାଏ. ଡାଳରେ ଶୁଖିଯାଇଥିବା ସୀସା କିମ୍ବା ପାଉଁଶିଆ ଧୂସର ରଙ୍ଗ ର ଜାଗାରେ ଉଠାଣିଆ କଳା କଳା ପଦାର୍ଥ ହେଉଛି ଏହି ଫିମ୍ପିର ଅଣୁ ସମୂହ. ସଂକ୍ରମିତ ଶଖାର ମୂଳରୁ ଗଜା ବାହାରିବା ଏବଂ ମୂଳଦଣ୍ଡରୁ ପିଲ ବାହାରିବା ହେଉଛି ଗଛର ଏହି ରୋଗ ପ୍ରତି ଅତି ସାଧାରଣ ଲକ୍ଷଣ . ଯେତେବେଳେ ସଂକ୍ରମିତ ଡାଳର କାଠକୁ କିମ୍ବା ଗଣ୍ଡି କୁ କଟାଯାଏ କିମ୍ବା ବକଳା ବାହାର କରାଯାଏ ତାହେଲେ ଏହାର ରଙ୍ଗ ଛାଡି, ଏକ ନିର୍ଦିଷ୍ଟ ସାଲମୋନ ଗୋଲାପୀ କିମ୍ବା ନାରଙ୍ଗୀ ରଙ୍ଗ ହୋଇଯାଇଥାଏ. କାଣ୍ଡ ଭିତରର ଏହି ଲକ୍ଷଣ ଅନ୍ତର୍ବାହି ତନ୍ତୁରେ ଅଠା ପ୍ରସ୍ତୁତି ଯୋଗୁଁ ହୋଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କପର ପରିବେଶିତ ଫିମ୍ପିନାଶକ ଏହି ରୋଗ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରେ. ସବୁଠୁ ଅଧିକ ସମ୍ବେଦନଶୀଳ ସମୟ ହେମନ୍ତ ରୁ ବସନ୍ତ ଋତୁ ପର୍ଯ୍ୟନ୍ତ ସୁରକ୍ଷାତ୍ମକ କପର ଫିମ୍ପିନାଶକ ବାରମ୍ବାର ପ୍ରୟୋଗ କରିବା ପାଇଁ ଦରକାର. ଗଛର ମୂଳ ପାଖାପାଖି ଅଞ୍ଚଳରେ ସିଉଡୋମୋନାସ ବ୍ୟାକ୍ଟେରିଆ ର ପ୍ରଜାତି ଯଥା ସିଉଡୋମୋନାସ ଫ୍ଲୋରାସେନ୍ସ (Pseudomonas fluorescens) ଏବଂ ସିଉଡୋମୋନାସ ପୁଟିଡା (Pseudomonas putida), ଏହି ଫିମ୍ପି ଫୋମା ଟ୍ରାକେଇଫିଲାର (Phoma tracheiphila) ବୃଦ୍ଧିକୁ ବନ୍ଦ କରେ ବୋଲି ପରୀକ୍ଷାରୁ ଜଣାପଡିଛି.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଜିରାମ {ଜିଙ୍କ ଡାଇମିଥାଇଲଡାଇଥାଇଓମେଟ (zinc dimethyldithiocarbamate)} ଫୋମା ଟ୍ରାକେଇଫିଲା (Phoma tracheiphila) ନିୟନ୍ତ୍ରଣ ପାଇଁ ବହୁତ ଭଲ କାମ କରେ. ଅନ୍ତର୍ବାହି ଫିମ୍ପିନାଶକ ଯଥା କାର୍ବୋକ୍ସିନ ଏବଂ ବେଞ୍ଜିମିଡାଜୋଲ ମଧ୍ୟ ସୁରକ୍ଷାତ୍ମକ ଉପଚାର ପାଇଁ ପ୍ରଭାବଶାଳୀ ଅଟେ. ବିଶେଷ କରି କାକର, କୁଆପଥର ବର୍ଷା କିମ୍ବା ପ୍ରବଳ ପବନ ଗଛରେ କ୍ଷତ ସୃଷ୍ଟି କରିଥାଏ ଏବଂ ଏହି ସବୁ ଘଟଣା ପରେ ଉଭୟ ସୁରକ୍ଷାତ୍ମକ ଓ ଅନ୍ତର୍ବାହି ଫିମ୍ପିନାଶକର ମିଶ୍ରଣ ପ୍ରୟୋଗ ପାଇଁ ଅନୁମୋଦନ କରାଯାଇଥାଏ.

ଏହାର କାରଣ କଣ

ଏହି ଫିମ୍ପି ପତ୍ର, ଡାଳ ଓ ମୂଳରେ ହୋଇଥିବା କ୍ଷତ ଦେଇ ପ୍ରବେଶ କରିଥାଏ. ଏହି ଫିମ୍ପି ସଂକ୍ରମିତ ଡାଳ କିମ୍ୱା ମାଟିରେ ପଡିଥିବା ଡାଳ ରେ ପ୍ରାୟ ଚାରି ମାସ ରୁ ଅଧିକ ସମୟ ରହିପାରେ. ବହୁତ ସପ୍ତାହ ପର୍ଯ୍ୟନ୍ତ ଏହା ସଂକ୍ରମଣ ପାଇଁ ସମ୍ଭାବ୍ୟ ସୂତ୍ର ହୋଇପାରେ. ଏହି ଫିମ୍ପିର ଅଣୁ ସବୁ ଗଛରୁ କିମ୍ବା ଏହାର ଅବଶେଷରୁ ବର୍ଷା ଛାଟ କିମ୍ବା ଓଭରହେଡ଼ ଜଳସେଚନ ଦ୍ୱାରା ବିସ୍ତାରିତ ହୋଇଥାଏ. କିଛି ପବନ ଦ୍ୱାରା ମଧ୍ୟ ବ୍ୟାପି ଥାଏ. ଏହି ଫିମ୍ପି ସାଧାରଣତଃ ପ୍ରଥମେ ଅଳ୍ପ ଦୁର 15 ରୁ 20 ମିଟର କୁ ହିଁ ବ୍ୟାପିଥାଏ. କିନ୍ତୁ ପବନ ର ଦିଗ ଅଧିକ ଦୁରକୁ ମଧ୍ୟ ନେଇପାରେ. 14 and 28°C ତାପମାନରେ ସଂକ୍ରମଣ ହୋଇଥାଏ କିନ୍ତୁ ଅନୁକୂଳ ତାପମାନ ହେଲା 20-25 °C.


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ବିହନ କିଣନ୍ତୁ.
  • ପ୍ରତିରୋଧି କିସମର ବିହନ ଲଗାନ୍ତୁ ଯଦି ନିଜ ଅଞ୍ଚଳରେ ମିଳୁଥାଏ.
  • ଯେଉଁ ଅଞ୍ଚଳରେ ଏହି ରୋଗ ସାଧାରଣତଃ ଦେଖାଯାଏ ସେହି ଅଞ୍ଚଳର ନର୍ସରୀରୁ ଗଛ ଲଗାନ୍ତୁ ନାହିଁ.
  • ପ୍ରଥମ ଲକ୍ଷଣ ଦେଖାଗଲେ, ତୁରନ୍ତ କାଣ୍ଟଛାଣ୍ଟ କରନ୍ତୁ.
  • ନିୟମିତ ଭାବେ ନିରୀକ୍ଷଣ କରି ସଂକ୍ରମିତ ଡାଳପତ୍ର ସହିତ ଗଛ ମୂଳକୁ ସାଙ୍ଗେ ସାଙ୍ଗେ ବାହାର କରି ଦିଅନ୍ତୁ.
  • କୃଷି କାର୍ଯ୍ୟ ସମୟରେ ଗଛକୁ ଆଘାତ କରନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ