ଲେମ୍ବୁଜାତୀୟ

ଲେମ୍ବୁ ର ଆନ୍ଥ୍ରାକନୋଜ

Glomerella acutata

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ବାଦାମୀ ରଙ୍ଗର ଦାଗ ଦେଖାଯାଏ.
  • ଦାଗ ଶୁଖି ଝଡ଼ିଯାଏ.
  • ପତ୍ର ଓ ନୁଆଁ ଡାଳ ପୋଡି ଝଡ଼ିଯାଏ.
  • ନୁଆଁ ଫଳ ଅପରିପକ୍ଵ ଅବସ୍ଥାରେ ଝଡ଼ିଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଲେମ୍ବୁ ର ଆନ୍ଥ୍ରାକନୋଜ ଫୁଲ, ନୁଆଁ ପତ୍ର ଓ ଫଳ ଉପରେ ପ୍ରଭାବ ପକାଇଥାଏ ଏବଂ ଏହି ରୋଗର ଲକ୍ଷଣ ଛୋଟ ଦାଗରୁ ଆରମ୍ଭ କରି ବଡ଼ ଦାଗ ଯାହା ବହୁତ ଜାଗା ରେ ମାଡ଼ିଥାଏ. ପତ୍ର ଏବଂ ଫଳ ବହୁତ ସମୟରେ ଝଡ଼ିଯାଏ ଏବଂ ଅଗଡାଳ ମରିଯାଏ ଯାହାକୁ ଉଇଦରଟିପ ବା ଅଗଝାଉଁଳା ଲକ୍ଷଣ କୁହାଯାଏ. ପତ୍ରରେ ପରିଗଳିତ ଦାଗ ଦେଖାଯାଏ ଯାହା ଝଡିଗଲେ ଗୁଳିବିନ୍ଧା କଣା ପରି ଦେଖାଯାଏ. ଅତ୍ୟଧିକ ସଂକ୍ରମଣ କ୍ଷେତ୍ରରେ ପତ୍ର ଓ ନୁଆଁ ବାହାରିଥିବା ଡାଳ ପୁରାପୁରି ପୋଡି ଝଡ଼ିଯାଇପାରେ. ଏହା ସହ ଡାଳର ଟିପ ମରିଯାଇପାରେ ଏବଂ ପତ୍ର ବିକୃତ ହୋଇପାରେ. ନୁଆଁ ଧରିଥିବା ଫଳ ସାଧାରଣତଃ ଅପରିପକ୍ଵ ଅବସ୍ଥାରେ ଝଡ଼ିଯାଇଥାଏ. ଡେରିରେ ସଂକ୍ରମଣ ହେଲେ ବହୁତ ବଡ ଓ ଗହିରିଆ ଦାଗ ସହିତ ଫଳ ବିକୃତକାର ହୋଇଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଗ୍ଲୋମେରେଲା ଆକ୍ୟୁଟାଟା (Glomerella acutata) ର କୌଣସି ବୈକଲ୍ପିକ ନିୟନ୍ତ୍ରଣ ବିଷୟରେ ଆମେ ଜାଣି ନାହୁଁ. ସେଥିପାଇଁ ଆମେ ଦୁଃଖିତ. ଦୟାକରି ଏହି ରୋଗ ନିୟନ୍ତ୍ରଣ ପାଇଁ ଆପଣ କିଛି ଜାଣିଛନ୍ତି ତାହେଲେ ଆମ ସହ ସମ୍ପର୍କ କରନ୍ତୁ. ଆମେ ଆପଣଙ୍କ ଠାରୁ ଶୁଣିବା ପାଇଁ ଅପେକ୍ଷାରତ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. କାପ୍ଟାନ (captan) କିମ୍ବା ମାନେବ (maneb) ଉପରେ ପରିବେଷିତ ଫିମ୍ପିନାଶକ ଦ୍ୱାରା ଗ୍ଲୋମେରେଲା ଆକ୍ୟୁଟାଟା (Glomerella acutata) ର ନିୟନ୍ତ୍ରଣ ପ୍ରଭାବୀ ନିୟନ୍ତ୍ରଣ କରାଯାଇପାରେ. ଫୁଲ ବାହାରିବା ସମୟରେ ଏହି ଉପଚାର ଆରମ୍ଭ କରନ୍ତୁ.

ଏହାର କାରଣ କଣ

ଏହି ରୋଗର ମହାମାରୀ ବିଜ୍ଞାନ ସମ୍ପୂର୍ଣ ଭାବେ ଅଧ୍ୟୟନ କର ଯାଇ ନାହିଁ. ଲେମ୍ବୁ ର ଆନ୍ଥ୍ରାକନୋଜ ସିଜନ ରୁ ସିଜନ ମଲା ଡାଳ ଏବଂ ବୁଢା ପତ୍ରର ଦାଗରେ ବଞ୍ଚି ରହିଥାଏ. ଏହା କେବଳ ନୂଆଁ ଟିସୁ ଉପରେ ପ୍ରଭାବ ପକାଇଥାଏ. ଏହିଁ ରୋଗର ଜୀବାଣୁ ପାଣି ଛାଟ ଦ୍ୱାରା ବିସ୍ତାରିତ ହୋଇଥାଏ. ଅନବରତ ଭାବେ ନୁଆଁ ଲେମ୍ବୁ ପତ୍ର ବାହାରିବା ଏବଂ ଏହି ପତ୍ର ଉପରେ ପ୍ରବଳ ମାତ୍ରାରେ ଫିମ୍ପିର ଅଣୁ ସୃଷ୍ଟି ହେବା ଯୋଗୁଁ ଲେମ୍ବୁ ର ଆନ୍ଥ୍ରାକନୋଜର ନିୟନ୍ତ୍ରଣ କଷ୍ଟକର ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ଉପଲବ୍ଧ ହେଲେ ଲଗାନ୍ତୁ.
  • ପ୍ରାମାଣିକ ସୂତ୍ରରୁ ସୁସ୍ଥ ଗଛର ବିହନ ଲଗାନ୍ତୁ.
  • ଗଛ ଲଗାଇବା ପୂର୍ବରୁ ପତ୍ରରେ ଦାଗ ନିରୀକ୍ଷଣ କରନ୍ତୁ.
  • ରୋଗର ଲକ୍ଷଣ ଦେଖିବା ପାଇଁ ନିୟମିତ ଭାବେ ତୋଟା ନିରୀକ୍ଷଣ କରନ୍ତୁ.
  • ଅମଳ ପରେ ଫସଲର ଅବଶେଷ ସବୁ ବାହାର କରିଦିଅନ୍ତୁ କିମ୍ବା ଜଳାଇ ଦିଅନ୍ତୁ.
  • ଗଛରୁ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖନ୍ତୁ ଯାହା ଫଳରେ ବାୟୁ ପ୍ରବାହ ଭଲ ହୋଇପାରିବ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ