Mycosphaerella citri
ଫିମ୍ପି
ଫସଲର କିସମ ଉପରେ ନିର୍ଭର କରି ଲକ୍ଷଣ ର ତୀବ୍ରତା ଟିକେ ଅଲଗା ହୋଇପାରେ କିନ୍ତୁ ପ୍ରାୟ ସଵୁ ବ୍ୟବସାୟିକ ତୋଟା କିଛି କିଛି ପରିମାଣରେ ସଂକ୍ରମିତ ହୋଇଥାନ୍ତି. ସେସବୁ ପ୍ରଥମେ ବୁଢା ପତ୍ରର ଉପର ପଟେ ହଳଦିଆ ରୁ ଗାଢ଼ ବାଦାମୀ ରନଗ ର ଦାଗ ଦେଖାଯାଏ ଯାହାର ଚାରିପାଖରେ କିଛି ରଙ୍ଗ ହୀନ ଜାଗା ଥାଏ. ଏହି ସବୁ ଦାଗ ର ପଛପଟେ, ପତ୍ରର ତଳପଟେ ଅଳ୍ପ ଉଠିଥିବା ଫିକା ନାରଙ୍ଗୀ ରୁ ହଳଦିଆ ବାଦାମୀ ରଙ୍ଗର ଛାଲା ଦେଖାଯାଏ. ପରେ ପତ୍ରର ଉଭୟ ପାର୍ଶ୍ବରେ ଦେଖାଯାଇଥିବା ଏହି ଦାଗ ଗାଢ଼ ବାଦାମୀ ମଇବ କଳା ରଙ୍ଗ ହୋଇଯାଏ ଏବଂ ଅଧିକନ୍ତୁ ଏକ ତେଲିଆ ରୂପ ଦେଖାଯାଏ. ସଂକ୍ରମିତ ଗଛ ରୁ ଧୀରେ ଧୀରେ ପତ୍ର ଝଡ଼ିଯାଇପାରେ ଯାହା ଫଳରେ ଗଛର ସତେଜତା ଓ ଫଳର ଉତ୍ପାଦନ କମି ଯାଇଥାଏ. ଫଳ ଉପରେ ତେଲିଆ ଦାଗ ଗୁଡିକ ଛୋଟ, ମଲା କଳା ଦାଗ ଯାହାର ଚାରିପାଖରେ ସବୁଜ ଜାଗା ଘେରେଇ ଥିଲା ପରି ଦେଖାଯାଏ. ଏହାକୁ ତେଲିଆ ଦାଗ ଚୋପା ବ୍ରଣ (greasy spot rind blotch) କୁହାଯାଏ. ଫଳ ଚୋପାର ବହୁତ ଜାଗା ଏହା ଦାଗ ଦ୍ୱାରା ଆଚ୍ଛାଦିତ ହୋଇପାରେ. ଅଧିକ ତାପମାନ ଓ ଅଧିକ ବୃଷ୍ଟିପାତ ଅଞ୍ଚଳରେ ଏହି ରୋଗ କେତେବେଳେ ବି ହୋଇପାରେ.
ଆମେ ମାଇକୋସ୍ଫାରେଲା ସାଇଟ୍ରି (Mycosphaerella citri) ର ବିକଳ୍ପ ନିୟନ୍ତ୍ରଣ ଉପାୟ ଜାଣିନାହୁଁ ଏଥିପାଇଁ ଦୁଃଖିତ. ଏହି ରୋଗ ନିୟନ୍ତ୍ରଣ ପାଇଁ ଆପଣ କିଛି ଉପାୟ ଜାଣିଛନ୍ତି ତେବେ ଆମ ସହ ସମ୍ପର୍କ କରନ୍ତୁ. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଅପେକ୍ଷାରତ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ତେଲିଆ ଦାଗ ସାଧାରଣତଃ ଖରା ଦିନରେ ଉପଯୁକ୍ତ ସମୟରେ ପେଟ୍ରୋଲିଅମ ତେଲ ର ଗୋଟିଏ କିମ୍ବା ଦୁଇଟି ସ୍ପ୍ରେ କରିବା ଦ୍ୱାରା ନିୟନ୍ତ୍ରଣ ହୋଇଯାଇଥାଏ. ଆଗରୁ ଫିମ୍ପି ବସା ବାନ୍ଧିଥିବା ସତ୍ୱେ ଏହି ସ୍ପ୍ରେ ଫିମ୍ପିର ଅଣୁକୁ ପତ୍ର ଓ ଫଳ ଟିସୁ ଭିତରେ ପଶିବା ପ୍ରକ୍ରିୟାକୁ କମ କରିଦେଇଥାଏ ଏବଂ ଲକ୍ଷଣ ଦେଖାଯିବା ସମୟକୁ ଡେରି କରିଦେଇଥାଏ. ଏହି ରୋଗର ସଫଳ ନିୟନ୍ତ୍ରଣ ପାଇଁ କପର କିମ୍ବା କପର ସଲଫେଟ ଥିବା ପଦାର୍ଥ ସାଧାରଣତଃ ପେଟ୍ରୋଲିଅମ ତେଲ ସହିତ ମିଶା ଯାଇଥାଏ. ଅନ୍ୟ ଫିମ୍ପିନାଶକ ମଧ୍ୟ ପୂର୍ବରୁ ବ୍ୟବହାର କରାଯାଇଛି (ଉଦାହରଣ: ସ୍ଟ୍ରୋବିଲ୍ୟୁରିନ (strobilurins) କିନ୍ତୁ କଚି କ୍ଷେତ୍ରରେ ଏହି ଫିମ୍ପିନାଶକ ପ୍ରତି ଫିମ୍ପିର ପ୍ରତିରୋଧକ ଶକ୍ତି ବିକାଶ ହେବାର ଦେଖାଯାଇଛି.
ମାଇକୋସ୍ଫାରେଲା ସାଇଟ୍ରି (Mycosphaerella citri) ନାମକ ଏକ ଫିମ୍ପି ଦ୍ୱାରା ଏହି ରୋଗ ହୋଇଥାଏ. ଯେତେବେଳେ ଉପଯୁକ୍ତ ଫସଲ ମିଳି ନଥାଏ ଏହି ଫିମ୍ପି ଜମି ଉପରେ ଥିବା ଫସଲର ଅବଶେଷରେ ବଞ୍ଚି ଥାଏ. ବସନ୍ତରେ ଯେତେବେଳେ ପରିସ୍ଥିତି ଅନୁକୂଳ ହୋଇଥାଏ, ଏହି ଫିମ୍ପି ଅଣୁ ପ୍ରସ୍ତୁତ କରିଥାଏ ଯାହା ବର୍ଷା ଛାଟ, ଓଭରହେଡ଼ ଜଳସେଚନ କିମ୍ବା ପ୍ରବଳ କାକର ଯୋଗୁଁ ବିସ୍ତାରିତ ହୋଇଥାଏ. ପବନ ଦ୍ୱାରା ମଧ୍ୟ ଏହା ଗୋଟେ ତୋଟା ରୁ ଅନ୍ୟ ତୋଟା କୁ ବ୍ୟାପି ଥାଏ. ଥରେ ପତ୍ରର ତଳପଟେ ପହଞ୍ଚି ଗଲା ପରେ ଅଣୁ ଗୁଡିକ ଗଜା ହୋଇ ଯାଆନ୍ତି ଓ ଫିମ୍ପି ଧୀରେ ଧୀରେ ପତ୍ରର ପ୍ରାକୃତିକ ସୂକ୍ଷ୍ମ କଣା ଦେଇ ପସିଥାଏ. ଉଚ୍ଚ ତାପମାନ, ଉଚ୍ଚ ଆର୍ଦ୍ରତା ଓ ଅଧିକ ସମୟ ପର୍ଯ୍ୟନ୍ତ ପତ୍ରରେ ଜଳୀୟ ଅଂଶ ଏହି ପ୍ରକ୍ରିୟା କୁ ସାହାଯ୍ୟ କରିଥାଏ. ଖରାଦିନେ ହୋଇଥିବା ପ୍ରାଥମିକ ସଂକ୍ରମଣ ଓ ଶୀତ ଦିନେ ଦେଖାଯିବା ପ୍ରଥମ ଲକ୍ଷଣ ମଧ୍ୟରେ ବହୁତ ମାସ ବିତି ଯାଇଥାଏ. ଅପରପକ୍ଷରେ କମ ତାପମାନ ଏବଂ ଶୁଖିଲା ପାଗ ଅଣୁ ସଂଖ୍ୟାକୁ କମ କରି ସଂକ୍ରମଣ କମ କରି ଥାଏ. ଯଦି ପରିବେଶ ସୁହାଏ ତାହେଲେ ଗଛବୃଦ୍ଧିର ଯେ କୌଣସି ସମୟରେ ପତ୍ର ଏହି ରୋଗ ପାଇଁ ସମ୍ବେଦନଶୀଳ ଥାଏ. ରସ୍ଟ ମାଇଟ ର ଉପସ୍ଥିତି ମଧ୍ୟ ଏହି ରୋଗ ସହ ଜଡିତ ଥାଏ.